Posted inଜାତୀୟ

୫ ରାଜ୍ୟର ୮ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ଫଳାଫଳକୁ ଅପେକ୍ଷା…

ନୂଆଦିଲ୍ଲୀ, ୮।୨ : ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ପଞ୍ଜାବ ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଫେବୃଆରୀ ୧୦ରୁ ମତଦାନ ଏସବୁ ରାଜ୍ୟରେ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। ସେଥିମଧ୍ୟରୁ ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନ, ଉତ୍ତରାଖଣ୍ଡର ୭୦, ପଞ୍ଜାବର ୧୧୭, ମଣିପୁରର ୬୦ ଏବଂ ଗୋଆର ୪୦ ଏଭଳି ମୋଟ ୬୯୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏସବୁ ମଧ୍ୟରୁ ୫ ଟି ରାଜ୍ୟର ୮ଟି ବିଧାନସଭା ଆସନର ଫଳାଫଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ସମୀକ୍ଷକ ମତ ପୋଷଣ କରିଛନ୍ତି।

ଉତ୍ତରପ୍ରଦେଶର ଗୋରଖପୁର ସଦର ବିଧାନସଭା ଆସନ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ହଟ ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟୀ ରହିଛନ୍ତି। ବିଧାନସଭାର ଏହି ନିର୍ବାଚନମଣ୍ଡଳୀ ଗୋରଖପୁରର ସଂସଦୀୟ ଆସନ ଅନ୍ତର୍ଗତ ରହିଛି। ଏଠାରୁ ଯୋଗୀ ଲଗାତାର ପାଞ୍ଚ ଥର ଏମ୍‌ପି ରହିଛନ୍ତି। ଏହି ଆସନଟି ଅନେକ ଦଶନ୍ଧି ଧରି ମନ୍ଦିର ପ୍ରଭାବ ଦ୍ୱାରା ପ୍ରଭାବିତ ହୋଇଛି। ଏହି ଆସନରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ୧୭ ଟି ନିର୍ବାଚନରେ ଜନ ସଂଗଠନ, ହିନ୍ଦୁ ମହାସଭା ଏବଂ ଭାଜପା ପ୍ରାର୍ଥୀ ୧୦ ଥର ଜିତିଛନ୍ତି।

ସେହିପରି ଉତ୍ତରପ୍ରଦେଶର କରହଲ ମଧ୍ୟ ହଟ୍‌ ତାଲିକାରେ ରହିଛି। ମେନପୁରୀର କରହଲ ଆସନ ଉପରେ ପୁରା ଦେଶ ମଧ୍ୟ ନଜର ରଖିଛି। ଏହି ଆସନର ଗୋଟିଏ ପାର୍ଶ୍ୱରେ ସମାଜବାଦୀ ପାର୍ଟି (ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପୁଅ ଅଖିଳେଶ ଯାଦବ ଏବଂ ଅନ୍ୟ ପଟେ ତାଙ୍କ ଶିଷ୍ୟ ତଥା ଭାଜପା ନେତା ଏସପି ସିଂ ବଘେଲା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ଆସନରେ ମୁଲାୟମଙ୍କ ପୁଅ ଏବଂ ଶିଷ୍ୟ ମୁହାଁମୁହିଁ ହେଉଛନ୍ତି। ଯାଦବ ସମ୍ପ୍ରଦାୟଙ୍କ ସଂଖ୍ୟା ଗରିଷ୍ଠତା ଯୋଗୁୁ କରହଲ ଆସନକୁ ଏସପିର ଏକ ଗଡ଼ ବୋଲି ବିବେଚନା କରାଯାଉଛି।

ହଟ୍‌ ଆସନ ତାଲିକାରେ ପଞ୍ଜାବର ଭଦୌର ଏବଂ ଚମକୌର ସାହିବ ରହିଛି। ପଞ୍ଜାବର ଭଦୌର ଏବଂ ଚମକୌର ସାହିବ ଆସନରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା କଂଗ୍ରେସ ନେତା ଚାନ୍ନି ସେପ୍ଟେମ୍ବରରେ ଅମରିନ୍ଦର ସିଂଙ୍କ ଇସ୍ତଫା ଗ୍ରହଣ କରିବା ପରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ ବିବାଦ ପରେ ଅମରିନ୍ଦର ସିଂ ଉଭୟ ମୁଖ୍ୟମନ୍ତ୍ରୀ ପଦ ଏବଂ କଂଗ୍ରେସ ଦଳ ଛାଡିଛନ୍ତି।

ଏହି ତାଲିକାରେ ପଞ୍ଜାବର ପଟିଆଲା ବିଧାନସଭା ଆସନ ରହିଛି। ପଞ୍ଜାବର ପଟିଆଲା ଆସନ କଂଗ୍ରେସର ଗଡ଼ ଭାବରେ ପରିଗଣିତ ହୋଇଥାଏ। କିନ୍ତୁ ଚଳିତ ଥର ପଟିଆଲା ଆସନର ବିଧାୟକ ଅମରିନ୍ଦର ସିଂ ନିଜ ଦଳ ଗଠନ କରି ଭାଜପା ସହ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଟିଆଲାରେ କଂଗ୍ରେସ ଦଳ ଅମରିନ୍ଦର ସିଂଙ୍କ ବିରୋଧରେ ପୂର୍ବତନ ମେୟର ବିଷ୍ଣୁ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ପଞ୍ଜାବର ଅମୃତସର ପୂର୍ବ ବିଧାନସଭାକୁ ମଧ୍ୟ ଗୁରୁତ୍ୱ ଆସନ ଭାବେ ବିବେଚନା କରାଯାଉଛି। କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ ପଞ୍ଜାବର ଅମୃତସର ପୂର୍ବ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶିରୋମଣି ଅକାଳୀ ଦଳ ପକ୍ଷରୁ ସିଦ୍ଧୁଙ୍କ ଭିଣୋଇ ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମଜିଠିଆଙ୍କୁ ପ୍ରାର୍ଥୀ କରାଯାଇଛି। ଏଥି ସହ ପୂର୍ବତନ ଆଇଏଏସ ଅଧିକାରୀ ଜଗମୋହନ ସିଂ ରାଜୁ ଭାଜପାରୁ ନିର୍ବାଚନ ଲଢୁଛନ୍ତି। ଆମ ଆଦମୀ ପାର୍ଟି ମଧ୍ୟ ସିଦ୍ଧୁଙ୍କୁ ପରାସ୍ତ କରିବାକୁ ଭାଜପା ସହିତ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଉଦ୍ୟମ କରାଯାଉଛି।

ସେହିପରି ଉତ୍ତରାଖଣ୍ଡର ଖଟିମା ବିଧାନସଭା ଆସନ ମଧ୍ୟ ହଟ୍‌ ତାଲିକାରେ ରହିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖଟିମା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଧାମି ବର୍ତ୍ତମାନ ଖଟିମାର ଜଣେ ସିଟିଂ ବିଧାୟକ ଏବଂ ୨୦୧୨ ଏବଂ ୨୦୧୭ରେ ଲଗାତାର ଦୁଇଟି ଥର ପାଇଁ ଏଠାରୁ ସେ ନିର୍ବାଚନରେ ଜିତିଛନ୍ତି । ଖଟିମା ତାଙ୍କର ଜନ୍ମସ୍ଥାନ ଏବଂ କାର୍ଯ୍ୟକ୍ଷେତ୍ର।

ଗୋଆର ପଣଜୀ ବିଧାନସଭା ଆସନକୁ ହଟ୍‌ ଆସନ ଭାବେ ବିବେଚନା କରାଯାଉଛି। ଭାଜପା ନେତା ସ୍ବର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ପଣଜୀ ଆସନରୁ ଭାଜପା ବିରୋଧରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉତ୍ପଳ ତାଙ୍କ ପିତାଙ୍କ ପାରମ୍ପରିକ ଆସନ ପଣଜୀରୁ ଭାଜପା ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। କିନ୍ତୁ ଟିକେଟ ନ ମିଳିବାରୁ ଉତ୍ପଳ ଭାଜପାର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।

ହଟ୍‌ ଆସନ ତାଲିକାରେ ମଣିପୁରର କିସମଥୋଙ୍ଗ ମଧ୍ୟ ରହିଛି। କିସମଥୋଙ୍ଗ ପଶ୍ଚିମ ଇମ୍ଫାଲରେ ରହିଛି। ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆ (ଆଡୱଲେ) ଏହି ଆସନ ପାଇଁ ମଣିପୁରୀ ଚଳଚ୍ଚିତ୍ର ଅଭିନେତା ମହେଶ୍ୱର ଥୋନୋଜମଙ୍କୁ ପ୍ରାର୍ଥୀ କରିଛି। ୨୦୧୭ ବିଧାନସଭା ନିର୍ବାଚନରେ, ନ୍ୟାଶନାଲ ପିପୁଲ୍ସ ପାର୍ଟି ଏଠାରୁ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri