Posted inଜାତୀୟ

୫ ରାଜ୍ୟର ୮ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ଫଳାଫଳକୁ ଅପେକ୍ଷା…

ନୂଆଦିଲ୍ଲୀ, ୮।୨ : ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ପଞ୍ଜାବ ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଫେବୃଆରୀ ୧୦ରୁ ମତଦାନ ଏସବୁ ରାଜ୍ୟରେ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। ସେଥିମଧ୍ୟରୁ ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନ, ଉତ୍ତରାଖଣ୍ଡର ୭୦, ପଞ୍ଜାବର ୧୧୭, ମଣିପୁରର ୬୦ ଏବଂ ଗୋଆର ୪୦ ଏଭଳି ମୋଟ ୬୯୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏସବୁ ମଧ୍ୟରୁ ୫ ଟି ରାଜ୍ୟର ୮ଟି ବିଧାନସଭା ଆସନର ଫଳାଫଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ସମୀକ୍ଷକ ମତ ପୋଷଣ କରିଛନ୍ତି।

ଉତ୍ତରପ୍ରଦେଶର ଗୋରଖପୁର ସଦର ବିଧାନସଭା ଆସନ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ହଟ ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟୀ ରହିଛନ୍ତି। ବିଧାନସଭାର ଏହି ନିର୍ବାଚନମଣ୍ଡଳୀ ଗୋରଖପୁରର ସଂସଦୀୟ ଆସନ ଅନ୍ତର୍ଗତ ରହିଛି। ଏଠାରୁ ଯୋଗୀ ଲଗାତାର ପାଞ୍ଚ ଥର ଏମ୍‌ପି ରହିଛନ୍ତି। ଏହି ଆସନଟି ଅନେକ ଦଶନ୍ଧି ଧରି ମନ୍ଦିର ପ୍ରଭାବ ଦ୍ୱାରା ପ୍ରଭାବିତ ହୋଇଛି। ଏହି ଆସନରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ୧୭ ଟି ନିର୍ବାଚନରେ ଜନ ସଂଗଠନ, ହିନ୍ଦୁ ମହାସଭା ଏବଂ ଭାଜପା ପ୍ରାର୍ଥୀ ୧୦ ଥର ଜିତିଛନ୍ତି।

ସେହିପରି ଉତ୍ତରପ୍ରଦେଶର କରହଲ ମଧ୍ୟ ହଟ୍‌ ତାଲିକାରେ ରହିଛି। ମେନପୁରୀର କରହଲ ଆସନ ଉପରେ ପୁରା ଦେଶ ମଧ୍ୟ ନଜର ରଖିଛି। ଏହି ଆସନର ଗୋଟିଏ ପାର୍ଶ୍ୱରେ ସମାଜବାଦୀ ପାର୍ଟି (ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପୁଅ ଅଖିଳେଶ ଯାଦବ ଏବଂ ଅନ୍ୟ ପଟେ ତାଙ୍କ ଶିଷ୍ୟ ତଥା ଭାଜପା ନେତା ଏସପି ସିଂ ବଘେଲା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ଆସନରେ ମୁଲାୟମଙ୍କ ପୁଅ ଏବଂ ଶିଷ୍ୟ ମୁହାଁମୁହିଁ ହେଉଛନ୍ତି। ଯାଦବ ସମ୍ପ୍ରଦାୟଙ୍କ ସଂଖ୍ୟା ଗରିଷ୍ଠତା ଯୋଗୁୁ କରହଲ ଆସନକୁ ଏସପିର ଏକ ଗଡ଼ ବୋଲି ବିବେଚନା କରାଯାଉଛି।

ହଟ୍‌ ଆସନ ତାଲିକାରେ ପଞ୍ଜାବର ଭଦୌର ଏବଂ ଚମକୌର ସାହିବ ରହିଛି। ପଞ୍ଜାବର ଭଦୌର ଏବଂ ଚମକୌର ସାହିବ ଆସନରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା କଂଗ୍ରେସ ନେତା ଚାନ୍ନି ସେପ୍ଟେମ୍ବରରେ ଅମରିନ୍ଦର ସିଂଙ୍କ ଇସ୍ତଫା ଗ୍ରହଣ କରିବା ପରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ ବିବାଦ ପରେ ଅମରିନ୍ଦର ସିଂ ଉଭୟ ମୁଖ୍ୟମନ୍ତ୍ରୀ ପଦ ଏବଂ କଂଗ୍ରେସ ଦଳ ଛାଡିଛନ୍ତି।

ଏହି ତାଲିକାରେ ପଞ୍ଜାବର ପଟିଆଲା ବିଧାନସଭା ଆସନ ରହିଛି। ପଞ୍ଜାବର ପଟିଆଲା ଆସନ କଂଗ୍ରେସର ଗଡ଼ ଭାବରେ ପରିଗଣିତ ହୋଇଥାଏ। କିନ୍ତୁ ଚଳିତ ଥର ପଟିଆଲା ଆସନର ବିଧାୟକ ଅମରିନ୍ଦର ସିଂ ନିଜ ଦଳ ଗଠନ କରି ଭାଜପା ସହ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଟିଆଲାରେ କଂଗ୍ରେସ ଦଳ ଅମରିନ୍ଦର ସିଂଙ୍କ ବିରୋଧରେ ପୂର୍ବତନ ମେୟର ବିଷ୍ଣୁ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ପଞ୍ଜାବର ଅମୃତସର ପୂର୍ବ ବିଧାନସଭାକୁ ମଧ୍ୟ ଗୁରୁତ୍ୱ ଆସନ ଭାବେ ବିବେଚନା କରାଯାଉଛି। କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ ପଞ୍ଜାବର ଅମୃତସର ପୂର୍ବ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶିରୋମଣି ଅକାଳୀ ଦଳ ପକ୍ଷରୁ ସିଦ୍ଧୁଙ୍କ ଭିଣୋଇ ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମଜିଠିଆଙ୍କୁ ପ୍ରାର୍ଥୀ କରାଯାଇଛି। ଏଥି ସହ ପୂର୍ବତନ ଆଇଏଏସ ଅଧିକାରୀ ଜଗମୋହନ ସିଂ ରାଜୁ ଭାଜପାରୁ ନିର୍ବାଚନ ଲଢୁଛନ୍ତି। ଆମ ଆଦମୀ ପାର୍ଟି ମଧ୍ୟ ସିଦ୍ଧୁଙ୍କୁ ପରାସ୍ତ କରିବାକୁ ଭାଜପା ସହିତ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଉଦ୍ୟମ କରାଯାଉଛି।

ସେହିପରି ଉତ୍ତରାଖଣ୍ଡର ଖଟିମା ବିଧାନସଭା ଆସନ ମଧ୍ୟ ହଟ୍‌ ତାଲିକାରେ ରହିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖଟିମା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଧାମି ବର୍ତ୍ତମାନ ଖଟିମାର ଜଣେ ସିଟିଂ ବିଧାୟକ ଏବଂ ୨୦୧୨ ଏବଂ ୨୦୧୭ରେ ଲଗାତାର ଦୁଇଟି ଥର ପାଇଁ ଏଠାରୁ ସେ ନିର୍ବାଚନରେ ଜିତିଛନ୍ତି । ଖଟିମା ତାଙ୍କର ଜନ୍ମସ୍ଥାନ ଏବଂ କାର୍ଯ୍ୟକ୍ଷେତ୍ର।

ଗୋଆର ପଣଜୀ ବିଧାନସଭା ଆସନକୁ ହଟ୍‌ ଆସନ ଭାବେ ବିବେଚନା କରାଯାଉଛି। ଭାଜପା ନେତା ସ୍ବର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ପଣଜୀ ଆସନରୁ ଭାଜପା ବିରୋଧରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉତ୍ପଳ ତାଙ୍କ ପିତାଙ୍କ ପାରମ୍ପରିକ ଆସନ ପଣଜୀରୁ ଭାଜପା ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। କିନ୍ତୁ ଟିକେଟ ନ ମିଳିବାରୁ ଉତ୍ପଳ ଭାଜପାର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।

ହଟ୍‌ ଆସନ ତାଲିକାରେ ମଣିପୁରର କିସମଥୋଙ୍ଗ ମଧ୍ୟ ରହିଛି। କିସମଥୋଙ୍ଗ ପଶ୍ଚିମ ଇମ୍ଫାଲରେ ରହିଛି। ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆ (ଆଡୱଲେ) ଏହି ଆସନ ପାଇଁ ମଣିପୁରୀ ଚଳଚ୍ଚିତ୍ର ଅଭିନେତା ମହେଶ୍ୱର ଥୋନୋଜମଙ୍କୁ ପ୍ରାର୍ଥୀ କରିଛି। ୨୦୧୭ ବିଧାନସଭା ନିର୍ବାଚନରେ, ନ୍ୟାଶନାଲ ପିପୁଲ୍ସ ପାର୍ଟି ଏଠାରୁ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?