ସୁପାରିସକୁ ଅପେକ୍ଷା

ୟୁନାଇଟେଡ୍‌ ଷ୍ଟେଟ୍ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିୟସ୍‌ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ଏକ ସ୍ବାଧୀନ ଏବଂ ଦ୍ୱିଦଳୀୟ ସଂଘୀୟ ସରକାରୀ ସଂସ୍ଥା। ସ୍ବାଧୀନ କହିଲେ ଏହା ଆମେରିକା ସଂଘୀୟ ସରକାରର ଏକ ଅଂଶ ନୁହେଁ ଏବଂ ଦ୍ୱିଦଳୀୟ ମାନେ ଦୁଇ ପ୍ରମୁଖ ଦଳ ଡେମୋକ୍ରାଟସ୍‌ ଏବଂ ରିପବ୍ଲିକାନ୍ସ ପ୍ରତିନଧିମାନେ ଉକ୍ତ ସଂସ୍ଥାରେ ରହିଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ଧାର୍ମିକ ସ୍ବାଧୀନତା ଉପରେ ସମୀକ୍ଷା କରି ଏହା ଆମେରିକା ରାଷ୍ଟ୍ରପତି, ପରରାଷ୍ଟ୍ର ସଚିବ ଏବଂ ଆମେରିକା କଂଗ୍ରେସକୁ ବିଭିନ୍ନ ନୀତି ସୁପାରିସ କରିଥାଏ ଓ ପରେ ଏହି ସୁପାରିସଗୁଡ଼ିକର କାର୍ଯ୍ୟକାରିତା ଉପରେ ନଜର ରଖିଥାଏ। ୨୦୨୦ରେ, ୟୁଏସ୍‌ସିଆଇଆର୍‌ଏଫ୍‌ ୧୩ ‘ବିଶେଷ ଚିନ୍ତାଜନକ ଦେଶ’କୁ ନେଇ ପ୍ରସ୍ତୁତ ଚୂଡାନ୍ତ ତାଲିକାରେ ଭାରତକୁ ସ୍ଥାନିତ କରିଥିଲା। ଆଇନ ମାଧ୍ୟମରେ(ସିଏଏ ଓ ଏନ୍‌ଆର୍‌ସିକୁ ଦର୍ଶାଇଛି) ମୁସଲମାନଙ୍କ ବିରୋଧରେ ବାଛବିଚାର ଭାବ ପ୍ରଦର୍ଶନ କରିବା, ଧର୍ମ ପ୍ରଚାର ଉପରେ କଟକଣା ଏବଂ ଗୋହତ୍ୟାକୁ ନେଇ ହିଂସା ଓ ଭିଡ଼ ହିଂସା କାରଣରୁ ଭାରତକୁ ତାଲିକାରେ ରଖାଯାଇଛି ବୋଲି ରିପୋର୍ଟରେ କହିଥିଲା। ଧାର୍ମିକ ସ୍ବାଧୀନତାର ଉଲ୍ଲଂଘନ ପାଇଁ ଭାରତର ଯେଉଁ ସରକାରୀ ସଂସ୍ଥା ଏବଂ ଅଧିକାରୀମାନେ ଦାୟୀ ସେମାନଙ୍କ ବିରୋଧରେ କଟକଣା ଲାଗୁ କରିବା ସକାଶେ ୟୁଏସ୍‌ସିଆଇଆର୍‌ଏଫ୍‌ ଆମେରିକା ସରକାରଙ୍କୁ ସୁପାରିସ୍‌ କରିଥିଲା। ସେମାନଙ୍କ ସମ୍ପତ୍ତି ଜବତ କରିବା କିମ୍ବା ସେମାନଙ୍କୁ ଆମେରିକା ପ୍ରବେଶକୁ ରୋକିବାକୁ କହିଥିଲା। ସ୍ମରଣଯୋଗ୍ୟ, ୨୦୦୨ ଗୁଜରାଟ ଗଣହତ୍ୟା ପରେ ୟୁଏସ୍‌ସିଆଇଆର୍‌ଏଫ୍‌ ସୁପାରିସକ୍ରମେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆମେରିକା ଭିଜା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କିନ୍ତୁ ଏଥର ଭାରତକୁ କଟକଣା ଭୁକ୍ତ କରିବାରେ ଅସହମତି ପ୍ରକାଶ ପାଇଲା। ୟୁଏସ୍‌ସିଆଇଆର୍‌ଏଫ୍‌ କମିଶନର ଗ୍ୟାରି ବୌଏର(ଜଣେ ରିପବ୍ଲିକାନ) ଏବଂ ତେନ୍‌ଜିନ ଦୋର୍ଜି(ଜଣେ ତିବ୍ବତ ଶରଣାର୍ଥୀ) ଉଲ୍ଲେଖ କରିଥିଲେ ଯେ, ଭାରତରେ ଯାହା ଘଟୁଛି ତାହାକୁ ନେଇ ସେମାନେ ଚିନ୍ତିତ। କିନ୍ତୁ ଆମେରିକା ଭାରତ ଉପରେ କଟକଣା ଲଗାଇବା ଉଚିତ ନୁହେଁ। ଏଣୁ କଟକଣା ପାଇଁ ୟୁଏସ୍‌ସିଆଇଆର୍‌ଏଫର ସୁପାରିସକୁ ପ୍ରଶାସନ ଗ୍ରହଣ କରି ନ ଥିଲା। ଭାରତରେ ଧାର୍ମିକ ସ୍ବାଧୀନତା ନିମ୍ନଗାମୀ ହେଉଥିବା ଦର୍ଶାଇ ୟୁଏସ୍‌ସିଆଇଆର୍‌ଏଫ୍‌ ୨୦୨୧ରେ ‘ବିଶେଷ ଚିନ୍ତାଜନକ ଦେଶ“ ତାଲିକାରେ ଭାରତକୁ ପୁନର୍ବାର ସ୍ଥାନିତ କରିଥିଲା। ତାହା ଦିଲ୍ଲୀ ଦଙ୍ଗା, ସିଏଏ ପ୍ରତିବାଦକୁ ନେଇ ଦେଶରେ ସଂଗଠିତ ହିଂସା ଓ ବାବ୍ରି ମସ୍‌ଜିଦ ମାମଲାରେ ସମସ୍ତଙ୍କୁ ଦୋଷମୁକ୍ତ କରିବା ଆଦି ଘଟଣାକୁ ଏହା ଦର୍ଶାଇଥିଲା। ପୁଣି ଥରେ ଭାରତ ସରକାରଙ୍କ ଅଧିକାରୀ ଏବଂ ସଂସ୍ଥାଗୁଡ଼ିକ ବିରୋଧରେ କଟକଣା ଲଗାଇବାକୁ ସୁପାରିସ କରିଥିଲେ ବି ବାଇଡେନ୍‌ ପ୍ରଶାସନ ସ୍ବୀକାର କରି ନ ଥିଲା। ଏଥର କିନ୍ତୁ ୟୁଏସ୍‌ସିଆଇଆର୍‌ଏଫ୍‌ରେ କେହି ଜଣେ ମଧ୍ୟ ବିରୋଧ କରି ନ ଥିଲେ। ଏହାର ଜଣେ କମିଶନର ଜନ୍ନି ମୋରେ ଉଲ୍ଲେଖ କଲେ ଯେ, ମୁଁ ଭାରତକୁ ଭଲ ପାଏ। ମୁଁ ବଡ଼ି ସକାଳୁ ଗଙ୍ଗାରେ ନୌକାରେ ଯାଇଛି, ଦିଲ୍ଲୀର ପ୍ରତ୍ୟେକ ଗଳିରେ ବୁଲିଛି, ଆଗ୍ରା ସ୍ଥାପତ୍ୟ ଦେଖି ବିସ୍ମିତ ହୋଇଛି, ଧର୍ମଶାଳାରେ ଦଲାଇଲାମା ମନ୍ଦିର ପାଖରେ ଚା ପିଇଛି, ଆଜ୍‌ମେର ଧର୍ମପୀଠ ଚାରିପାଖେ ବୁଲିଛି। ବୁଲିବା ଭିତରେ ଖ୍ରୀଷ୍ଟିଆନ ଭଉଣୀ ଭାଇମାନେ ନିଃସ୍ବାର୍ଥପର ଭାବେ କଠିନ ପରିସ୍ଥିତିରେ ଗରିବଙ୍କ ସେବା କରିବା ଦେଖିଛି। ଏଣୁ ବିଶ୍ୱର ସବୁ ଦେଶ ମଧ୍ୟରେ ଭାରତ ‘ବିଶେଷ ଚିନ୍ତାଜନକ ଦେଶ’ ହେବା ଉଚିତ ନୁହେଁ। ଭାରତର ଗଣତନ୍ତ୍ର ଏବେ ବି ବଳିଷ୍ଠ ଏବଂ ମୁକ୍ତଧାରାରେ ଚାଲିଛି। ତେବେ ବୃଦ୍ଧି ପାଉଥିବା ଆନ୍ତଃ ସମ୍ପ୍ରଦାୟ ସଂଘର୍ଷକୁ ଭାରତ ବିରୋଧ କରିବା ଦରକାର। ସାମାଜିକ ସଦ୍‌ଭାବ ରକ୍ଷାକରି ଏବଂ ସମସ୍ତଙ୍କ ଅଧିକାର ସୁରକ୍ଷା କରି ଭାରତ ସରକାର ଓ ନାଗରିକମାନେ ଲାଭ ପାଇବେ ଏବଂ କିଛି ବି ହରାଇବାର ନାହିଁ। ଭାରତ ଏହା କରିପାରିବ, କରିବା ବି ଦରକାର।
ଆସନ୍ତା ମାସରେ ୨୦୨୨ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ ସୁପାରିସ୍‌ କରିବ। ଏହି ଆଧାରରେ କିଛି ଦିନ ପୂର୍ବେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର ଓ ରାଜନାଥ ସିଂଙ୍କ ଉପସ୍ଥିତିରେ ଆମେରିକା ପରରାଷ୍ଟ୍ର ସଚିବ ବ୍ଲିଙ୍କେନ ଦେଇଥିବା ମନ୍ତବ୍ୟକୁ ଆମେ ନିରୀକ୍ଷଣ କରିବା ଉଚିତ। ସେ କହିଥିଲେ ଯେ, ଆମେ ନିୟମିତ ଆମ ସହଯୋଗୀ ଭାରତ ସହ ସାମାଜିକ ବିଷୟଗୁଡ଼ିକରେ ଜଡ଼ିତ ରହିଛୁ ଏବଂ ଭାରତରେ ଏବେ ସରକାର, ପୋଲିସ ଏବଂ ଜେଲ ଅଧିକାରୀଙ୍କ ଦ୍ୱାରା ଉଲ୍ଲଂଘନ ହୋଇଥିବା ମାନବ ଅଧିକାର ସମେତ ଆଉ କିଛି ସମ୍ବନ୍ଧିତ ଘଟଣାକ୍ରମକୁ ଆମେ ନିରୀକ୍ଷଣ କରୁଛୁ। ଏଥିରେ ଆମ ସରକାର ଚିନ୍ତିିତ ଥିଲେ; ଯେଉଁଥିପାଇଁ ଆମେରିକାରେ ମାନବିକ ଅଧିକାର ସ୍ଥିତିକୁ ନେଇ ଭାରତ ମଧ୍ୟ ଚିନ୍ତତ ବୋଲି ଜୟଶଙ୍କର ଭାରତ ଫେରିବା ପରେ କହିବାକୁ ପଡ଼ିଲା। ଏହାକୁ ଏକ ବଡ଼ ପ୍ରତ୍ୟୁତ୍ତର ଭାବେ ଦେଖାଗଲା। କିନ୍ତୁ ଆମେରିକାରେ ସୃଷ୍ଟି ହୋଇଥିତ୍ବା ପ୍ରସଙ୍ଗକୁ ଏହା ସମାଧାନ କରୁ ନାହିଁ। କିଛିମାସ ପୂର୍ବର ଘଟଣାଗୁଡ଼ିକୁ ଦେଖିଲେ ସମ୍ଭବତଃ ଭାରତ ତାଲିକାରେ ରହିବ ଏବଂ ୟୁଏସ୍‌ସିଆଇଆର୍‌ଏଫ୍‌ ଆମେରିକାକୁ ମାନବ ଅଧିକାର ସମ୍ପର୍କିତ ଘଟଣାରେ କଟକଣା ଲଗାଇବାକୁ କହିପାରେ। ଏହା ଲାଗି ରହିବ ଓ ଆମକୁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ଏବେ ଭାରତରେ କ’ଣ ସବୁ ଘଟୁଛି ତା’ପ୍ରତି ବିଶ୍ୱ ଆଖି ବନ୍ଦ କରି ବସି ନାହିଁ। ଏଥିରେ ବିଶ୍ୱ ଅସନ୍ତୁଷ୍ଟ।
ଭାଇଚାରା ଓ ଗଣତନ୍ତ୍ରକୁ ନେଇ ଭାରତର ଅପୂର୍ବ ଖ୍ୟାତି ରହିଛି। ହେଲେ ଏଠାରେ ଦେଶର ଛବି ଖରାପ କରୁଥିବା ଘଟଣାଗୁଡ଼ିକୁ ଭାରତ ବେଶିଦିନ ଲୁଚାର ପାରିବ ନାହିଁ। ଯାହା ଘଟୁଛିି ତାହା ଭୁଲ୍‌ ଓ ସରକାର ତାହା ବିରୋଧରେ ଅଛନ୍ତି ବୋଲି ଆମେ ବିଶ୍ୱକୁ ଆଶ୍ୱାସନା ଦେଇପାରିବା। କିନ୍ତୁ ତାହା କରିବାକୁ ଆମେ ଚାହୁଁନୁ। ଆମେ ଯେଉଁ ବାଟରେ ରହିଛୁ ସେଥିରେ ରହିବାକୁ ପସନ୍ଦ କରିଛୁ। ଏହି କାରଣରୁ ଆସନ୍ତା ମାସରେ ୟୁଏସ୍‌ସିଆଇଆର୍‌ଏଫ୍‌ କ’ଣ କହିବ ତାହା ଦେଖିତ୍ବାକୁ ଜୟଶଙ୍କରଙ୍କ ମନ୍ତ୍ରଣାଳୟରେ ଅନେlକ ଅପେକ୍ଷା କରି ବସିବେ। ଏହା କ’ଣ ସୁପାରିସ କରୁଛି ଓ ଏଥର ଏହାକୁ ଆମେରିକା ପ୍ରଶାସନ ପୁଣି ଥରେ ଅଣଦେଖା କରୁଛି କି ତା’ଉପରେ ପଦକ୍ଷେପ ନେଉଛିି ତାହା ଜାଣିବାକୁ ଚାହଁି ରହିବେ।

  • ଆକାର ପଟେଲ
  • Email:aakar.patel@gmail.com

 


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?