୨୦ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୭।୪: ନକଲି ପ୍ରମାଣପତ୍ର ବଳରେ ଚାକିରି କରୁଥିବା ପ୍ରାଥମିକ ଶିକ୍ଷକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ହେଉଛି। ଏପରି କି ତଦନ୍ତରେ ଶିଥିଳତା, କାର୍ଯ୍ୟରେ ଅବହେଳା, ଉପଯୁକ୍ତ ତଦନ୍ତ କରୁ ନ ଥିବା ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିସରଭୁକ୍ତ କରାଯିବ ବୋଲି ଚେତାବନୀ ଦିଆଯାଉଛି। ଏହିସବୁ ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଉଥିଲେ ହେଁ ଅଧିକାଂଶ ଜିଲା ଶିକ୍ଷାଧିକାରୀ(ଡିଇଓ) ଏବଂ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ସୂଚନା ଦେବାରେ ଅବହେଳା କରୁଛନ୍ତି। କେତେଜଣ ଡିଇଓ ବ୍ଲକ ଶିକ୍ଷାଧିକାରୀ(ବିଇଓ)ମାନଙ୍କୁ ନକଲି ଶିକ୍ଷକମାନଙ୍କ ବିଷୟରେ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି। ତେଣୁ ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ତ ପର୍ଯ୍ୟାୟଭୁକ୍ତ ଶିକ୍ଷକମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଉଚ୍ଚ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଆଞ୍ଚଳିକ ନିର୍ଦ୍ଦେଶକ ନିର୍ଦ୍ଦେଶ ଜାରି କରିଛନ୍ତି।
ନକଲି ଶିକ୍ଷାଗତ ଏବଂ ଜାତିଗତ ପ୍ରମାଣପତ୍ର ଦାଖଲ କରି ଅନେକେ ଶିକ୍ଷା ବିଭାଗରେ ଚାକିରି କରୁଛନ୍ତି। ଶିକ୍ଷା ବିଭାଗ ପକ୍ଷରୁ ୩୮୦ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଛି। ହେଲେ ବାସ୍ତବରେ ଏହି ସଂଖ୍ୟାର ୧୦ ଗୁଣରୁ ଅଧିକ ନକଲି ପ୍ରମାଣପତ୍ର ବଳରେ ନିଯୁକ୍ତି ପାଇଥିବା ଚର୍ଚ୍ଚା ହେଉଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ତଦନ୍ତରୁ ଏହାର ବାସ୍ତବତା ବହୁ ଦୂରରେ ରହିଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଗତ ୬ ବର୍ଷ ହେଲା କେବଳ ତଦନ୍ତ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ନ ମାନି ଏହି ନକଲି ଡିଗ୍ରୀଧାରୀ ଶିକ୍ଷକଙ୍କୁ ପୋଲିସ ମାମଲାରୁ ଦୂରେଇ ରଖାଯାଉଥିବା ସନ୍ଦେହ କରାଯାଉଛି।
ସୂଚନାଥାଉ କି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟସ୍ତରରେ କେତେକ ବରିଷ୍ଠ ଅଧିକାରୀଙ୍କୁ ନେଇ ୨୦୧୯ ଜୁଲାଇରେ ଏକ ସ୍ବତନ୍ତ୍ର ଦଳ ଗଠନ ହୋଇଥିଲା। ଶିକ୍ଷକମାନଙ୍କ ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଯାଞ୍ଚ କରି କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ନେଇ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ସେତେବେଳେ ବିଭାଗୀୟ ନିର୍ଦ୍ଦେଶ ହୋଇଥିଲା। ହେଲେ ଏହି ସ୍ବତନ୍ତ୍ର ଦଳ କୁଆଡେ ଗଲେ ଓ କ’ଣ କରୁଛନ୍ତି ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ଏହିକ୍ରମରେ ବାଲେଶ୍ୱର, ଭଦ୍ରକ, କଟକ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ ଜିଲାର ନକଲି ପ୍ରମାଣପତ୍ରଧାରୀ ନକଲି ଶିକ୍ଷକଙ୍କ ସଂକ୍ରାନ୍ତରେ ତଦନ୍ତ କରିବାକୁ ଭୁବନେଶ୍ୱର ଆଞ୍ଚଳିକ ଉଚ୍ଚ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏଥିରେ ବିଭିନ୍ନ ପର୍ଯ୍ୟାୟଭୁକ୍ତ ନିଯୁକ୍ତ ଶିକ୍ଷକଙ୍କ ସଂଖ୍ୟା, ରାଜ୍ୟ ବାହାରର ବୋର୍ଡ/ବିଶ୍ୱବିଦ୍ୟାଳୟରୁ ହାସଲ କରିଥିବା ପ୍ରମାଣପତ୍ର ସଂଖ୍ୟା, ଠିକ ଥିବା ପ୍ରମାଣପତ୍ର ସଂଖ୍ୟା, ନକଲି ପ୍ରମାଣପତ୍ର ଚିହ୍ନଟ, କାର୍ଯ୍ୟାନୁଷ୍ଠାନ ଆଦି ବିଷୟ ରହିଛି। ମିଳିଥିବା ସୂଚନା ଅନୁଯାୟୀ କେତେଜଣ ଶିକ୍ଷକ କିଛି ଜମି କିଣି ସେଥିରେ ଆଦିବାସୀ ଓ ହରିଜନ ବର୍ଗ ଜାତି ଦର୍ଶାଇ ନକଲି ଜାତିଗତ ପ୍ରମାଣପତ୍ର ହାସଲ କରି ନିଯୁକ୍ତି ପାଉଛନ୍ତି। ଏହିସବୁ ନକଲି ପ୍ରମାଣପତ୍ର ଯାଞ୍ଚ ନିର୍ଦ୍ଦେଶ ୨୦୧୫ରୁ ହୋଇଆସୁଛି। ହେଲେ ଏପର୍ଯ୍ୟନ୍ତ ସମସ୍ତ ନକଲି ପ୍ରମାଣପତ୍ରଧାରୀ ଚିହ୍ନଟ ହୋଇ ପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri