ରେଳମନ୍ତ୍ରୀଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା

ଭୁବନେଶ୍ୱର, ୨୧।୮(ବ୍ୟୁରୋ):୧୯୯୬ରେ କେନ୍ଦ୍ରରେ ଏଚ୍‌.ଡି. ଦେବେଗୌଡ଼ାଙ୍କ ସରକାର ଥିବାବେଳେ ଦେଶରେ ୭ଟି ନୂଆ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ୭ଟି ମଧ୍ୟରୁ ଇଷ୍ଟକୋଷ୍ଟ ରେଲଓ୍ବେ ଜୋନ୍‌ ୧୯୯୬ ଅଗଷ୍ଟ ୮ ଭୁବନେଶ୍ୱରରେ ଉଦ୍‌ଘାଟିତ ହେଲା। ଉଦ୍‌ଘାଟନୀ ଉତ୍ସବରେ ଦେବେଗୌଡ଼ା, ତତ୍କାଳୀନ ରେଳମନ୍ତ୍ରୀ ରାମବିଳାସ ପାଶ୍ୱାନ, ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ବିଶିଷ୍ଟ ଅତିଥି ଭାବେ ବିଜୁ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଇଷ୍ଟକୋଷ୍ଟ ରେଲଓ୍ବେ ଜୋନ ୩ଟି ଡିଭିଜନକୁ ନେଇ ଗଠନ କରାଯାଇଥିଲା। ସେଗୁଡିକ ହେଲା ଓ୍ବାଲ୍ଟିୟର, ଖୋର୍ଦ୍ଧା ରୋଡ୍‌ ଓ ସମ୍ବଲପୁର ଡିଭିଜନ। ଏହା ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ଥିଲା। ବର୍ତ୍ତମାନ ପୂର୍ବତଟ ରେଳପଥ ଭାରତର ୧୭ଟି ରେଳ ଜୋନ୍‌ ମଧ୍ୟରୁ ଏକ ନମ୍ବରରେ ରହିଛି। ଏହାର ବାର୍ଷିକ ଲାଭ ୨୫ ହଜାର କୋଟି ଟଙ୍କାରୁ ଅଧିକ। ହେଲେ ଓ୍ବାଲ୍ଟିୟର ଡିଭିଜନ ଦକ୍ଷିଣ ତଟ ରେଲଓ୍ବେ ଜୋନ୍‌ରେ ମିଶାଇଦେବାକୁ କେନ୍ଦ୍ର ନିଷ୍ପତ୍ତି ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସାଧାରଣରେ ଏହାକୁ ନେଇ ଲୋକମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଏକ ନୂତନ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଘୋଷଣା ହେଲା। ଏହାର ନାମ ଦକ୍ଷିଣ ତଟ ରେଲଓ୍ବେ ଜୋନ୍‌। ଏହି ରେଲଓ୍ବେ ଜୋନ୍‌ରେ ଇଷ୍ଟକୋଷ୍ଟ ଜୋନ୍‌ରେ ଥିବା ଓ୍ବାଲ୍ଟିୟର ଡିଭିଜନକୁ ମିଶାଇ ଦିଆଯିବା ଲାଗି ନିଷ୍ପତ୍ତି ହୋଇସାରିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଓ୍ବାଲ୍ଟିୟର ଡିଭିଜନର ଓଡ଼ିଶା ଅଞ୍ଚଳକୁ ନେଇ ରାୟଗଡ଼ାରେ ଏକ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଛି। ଓ୍ବାଲ୍ଟିଅର ଡିଭିଜନ ଇଷ୍ଟକୋଷ୍ଟ ଜୋନ୍‌ରୁ ଚାଲିଯିବା ଫଳରେ ବାର୍ଷିକ ୫ ହଜାର କୋଟି ଟଙ୍କା କ୍ଷତି ହେବା ଆଶଙ୍କା ରହିଥିବା ଜଣେ ବରିଷ୍ଠ ରେଲଓ୍ବେ ଅଧିକରୀ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ବିଶାଖାପାଟଣାମ୍‌ଠାରେ ଥିବା ଇଷ୍ଟକୋଷ୍ଟ ରେଲଓ୍ବେର ଦୁଇ ଲୋକୋ ସେଟ୍‌ ଏବଂ କୋଚ୍‌ ରିପ୍ୟାରିଂ ଓ ସର୍ଭିସିଂ ସେଣ୍ଟର ମଧ୍ୟ ହାତରୁ ଚାଲିଯିବ। ଏହାଦ୍ୱାରା ଇଷ୍ଟକୋଷ୍ଟ ଜୋନ୍‌ ଏକପ୍ରକାର ପଙ୍ଗୁ ପାଲଟିଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ନିଷ୍ପତ୍ତିକୁ ରେଲଓ୍ବେର ଇଣ୍ଟରନାଲ କମିଟି ଏବଂ ରାଜ୍ୟ ସରକାର ମଧ୍ୟ ଘୋର ବିରୋଧ କରିଥିବା ଓଡ଼ିଶାର ଆଇଟି ବିଭାଗର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମତ ରଖିଛନ୍ତି।
ବର୍ତ୍ତମାନର ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଭାଜପା ଜନ ଆଶୀର୍ବାଦ ଯାତ୍ରା କାର୍ଯ୍ୟକ୍ରମରେ ସେ ଯୋଗଦେଇଛନ୍ତି। ଏହି ଗସ୍ତ ଅବସରରେ ସେ ଟ୍ରେନ ଯୋଗେ ବିଭିନ୍ନ ଜିଲା ଗସ୍ତକରି ବହୁ ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି। ଯେହେତୁ ସେ ଓଡ଼ିଶାରୁ ରାଜ୍ୟ ସଭାକୁ ଯାଇ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଛନ୍ତି, ଓଡ଼ିଆମାନେ ତାଙ୍କଠାରୁ ବହୁ କିଛି ଆଶା ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ରେଳ ବିକାଶରେ ଓଡ଼ିଶା ପାଇଁ ସେ କ’ଣ କରିବେ ନ କରିବେ ତାହା ଭବିଷ୍ୟତରେ ସମୀକ୍ଷା ହେବ। ହେଲେ ବର୍ତ୍ତମାନର ସମସ୍ୟା ଯଥା ଇଷ୍ଟକୋଷ୍ଟ ରେଲଓ୍ବେରୁ ଓ୍ବାଲ୍ଟିଇର ଡିଭିଜନ ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିବାର ଆବଶ୍ୟକତା ଥିବା ସାଧାରଣରେ ମତ ପ୍ରକାଶ ପାଉଛି। ଯଦି କେନ୍ଦ୍ର ସରକାର ଏକ ରାଜ୍ୟ-କେନ୍ଦ୍ରିକ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ତେବେ ଓଡ଼ିଶାର ଯେଉଁ ଅଞ୍ଚଳ ଚକ୍ରଧରପୁର ଓ ଖଡଗପୁର ଡିଭିଜନରେ ରହିଛି, ତାକୁ ଇଷ୍ଟକୋଷ୍ଟ ଜୋନ୍‌ରେ ମିଶାଇଦେଇ ପୁଣିଥରେ ୩ଟି ଡିଭିଜନ ଯଥା ରାଉରକେଲା, ମୟୂରଭଞ୍ଜ ଓ ଭଦ୍ରକକୁ ନେଇ ବାଲେଶ୍ୱରଠାରେ ପ୍ରତିଷ୍ଠା କରାଯାଇପାରନ୍ତା। ଏ ସମ୍ପର୍କରେ ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ଜନସାଧାରଣଙ୍କୁ ସ୍ପଷ୍ଟ କରାନ୍ତୁ ବୋଲି କେତେଜଣ ସରକାରୀ କର୍ମଚାରୀ ମଧ୍ୟ କହିଛନ୍ତି। ଏନେଇ ରେଳମନ୍ତ୍ରୀଙ୍କ ଟେଲିଫୋନ ନମ୍ବର ୯୯୭୧୧୩୩୦୭୦କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅରୁଣ

ଭୁବନେଶ୍ୱର,୩।୯(ବ୍ୟୁରୋ): ସ୍ନାତକ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ରେଜଲ୍ଟ ଶୀଘ୍ର ବାହାର କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା...

ଡାକ୍ତରଙ୍କୁ କରୋନା ପରେ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍‌  

ଆର.ଉୟଦଗିରି,୧୧ା୭(ଡି.ଏନ.ଏ.)- ଆର୍‌.ଉଦୟଗିରି ବ୍ଲକରେ ଶୁକ୍ରବାର ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଲାଗଡ଼ ସଙ୍ଗରୋଧ କେନ୍ଦ୍ରରୁ ୩ ଏବଂ ଆର୍‌.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡ଼ାକ୍ତର,...

ପାଟକୁରା ନିର୍ବାଚନ ଫଳାଫଳ: ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୬୩୩୭ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ତୃତୀୟ ରାଉଣ୍ଡ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୨ ଆକ୍ରାନ୍ତ, କେନ୍ଦ୍ରାପଡ଼ାର ସର୍ବାଧିକ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଆଉ ୧୧୨ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧,୭୧୬ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରର ହେବ ନବକଳେବର

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାର ନବକଳେବର କରାଯିବ। ଶ୍ରୀମନ୍ଦିରର ସିଂହଦ୍ୱାର ଢାଞ୍ଚାରେ ଏହାର ପୁନଃ ନିର୍ମାଣ କରାଯିବ। ଫନି ପରଠରୁ ଲିଙ୍ଗରାଜ ମନ୍ଦିର କବାଟ ଭଙ୍ଗା...

ଏଣିକି ମିସ୍‌ କଲରେ କରିପାରିବେ ଗ୍ୟାସ୍‌ ରିଫିଲିଂ

ଭୁବନେଶ୍ୱର, ୧।୧(ବ୍ୟୁରୋ): ଏଣିକି ଗୋଟିଏ ମିସ୍‌ କଲରେ ଏଲ୍‌ପିଜି ରିଫିଲିଂ ହେବ । ବୁକିଂ ହେଉ ଅବା ନୂଆ ପଞ୍ଜୀକରଣ ହୋଇପାରିବ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ...

ଆଜିଠୁ ଆରମ୍ଭ ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ ବ୍ୟବସ୍ଥା: ସବୁ ପିଡିଏସ୍‌ କେନ୍ଦ୍ରରୁ ହିତାଧିକାରୀ ନେଇପାରିବେ ରାଶନ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଆଧାରକାର୍ଡ ନ ଥିଲେ ମିଳିବନି ରାଶନ। ଓ୍ବାନ ନେଶନ ଓ୍ବାନ ରାଶନ ବ୍ୟବସ୍ଥା ରବିବାରଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଲାଗୁ ହେବ।...

ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ

କଟକ ଅଫିସ୍‌,୧୪ା୪: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦାରା ଗଠିତ ପିଏମ୍‌ କେୟାର୍ସ ଫଣ୍ଡକୁ ଜଣେ ପୂଜକ ୪୧୦୦ ଟଙ୍କା ପ୍ରଦାନ କରିଛନ୍ତି। ସେ ହେଲେ...

Advertisement


Archives

Model This Week