ନୂଆ ଗାଇଡ୍‌ଲାଇନକୁ ଅପେକ୍ଷା

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ରାଜ୍ୟରେ ଏବେ ୧୫ ଦିନିଆ ଆଂଶିକ ଲକ୍‌ଡାଉନ୍‌ ବା ଅନ୍‌ଲକ୍‌ ପର୍ଯ୍ୟାୟ ଜାରି ରହିଛି। ୧୬ ତାରିଖ ସକାଳ ୬ଟାରେ ଏହା ସରୁଥିବାରୁ ଗୁରୁବାର ସରକାର ଆଗାମୀ ନିଷ୍ପତ୍ତି ଉପରେ ଘୋଷଣା କରିପାରନ୍ତି। ସରକାର କ’ଣ ପଦକ୍ଷେପ ନେବେ, ସାରା ରାଜ୍ୟ କଟକଣାମୁକ୍ତ ହେବ ନା ପୂର୍ବ ପରି ବର୍ଗ-୧ ଓ ବର୍ଗ-୨ ପଦ୍ଧତି ଆପଣେଇବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏଯାଏ ସବୁ ଜିଲାରେ ବସ୍‌ ସେବା ଆରମ୍ଭ ହୋଇନାହିଁ। ଜିମ୍‌, ବିୟୁଟି ପାର୍ଲର, ମଲ୍‌, ଫିଲ୍ମ ହଲ୍‌ ଆଦି ମଧ୍ୟ ବନ୍ଦ ରହିଛି। ଯେଉଁଥିପାଇଁ ଜୀବନଜୀବିକା ଓ ଜୀବନଯାତ୍ରା ପୂରା ସ୍ବାଭାବିକ ହୋଇପାରିନି। ତେଣୁ ୧୬ରୁ ନୂଆ ଗାଇଡ୍‌ଲାଇନ୍‌ ସହ ଏସବୁ ଖୋଲିବାକୁ ଅନୁମତି ମିଳିପାରେ ବୋଲି ଆଶା କରାଯାଉଛି। ଏପଟେ କରୋନା ସଙ୍କଟ ଏବେ ବି ଜାରି ରହିଥିବାରୁ ସରକାରଙ୍କ ନୂଆ ଘୋଷଣା ବେଶ୍‌ ଗୁରୁତ୍ୱ ବହନ କରିବ ବୋଲି କୁହାଯାଉଛି।
ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବର୍ଗ-୨ରେ ଥିବା କଟକ, ପୁରୀ, ଖୋର୍ଦ୍ଧାର ସ୍ଥିତି ଏବେ ବି ଗମ୍ଭୀର ରହିଛି। ବିଶେଷକରି ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ପଜିଟିଭ୍‌ ସଂଖ୍ୟା ଅଧିକ ରହୁଛି। ତେଣୁ ଏହି ଦୁଇ ସହର ପାଇଁ ସରକାର ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣେଇପାରନ୍ତି। ବର୍ଗ-୧ରେ ଥିବା ୧୦ ଜିଲା ମଧ୍ୟରୁ ୭ ଜିଲା ଖୋର୍ଦ୍ଧା, କଟକ, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ କଟକଣା ବଳବତ୍ତର ରହିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରୁ ଜଣାପଡୁଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ କମିଛି, କିନ୍ତୁ ଭୁବନେଶ୍ୱର, କଟକରେ ଟିକେ ଉଦ୍‌ବେଗଜନକ ସ୍ଥିତି ରହିଛି। ସଂକ୍ରମଣ କମିବା ଉପରେ ପଦକ୍ଷେପ ନିଆଯାଉଛି। ଛତିଶଗଡ଼ ସୀମାନ୍ତ ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଛତିଶଗଡ଼ରେ ସଂକ୍ରମଣ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଥିବାରୁ ସୀମାନ୍ତ ଜିଲା ଉପରେ ନଜର ରଖାଯାଇଛି। ସେପଟେ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲା ଉପରେ ମଧ୍ୟ ସତର୍କ ଦୃଷ୍ଟି ରହିଛି। ଏସବୁ ତଥ୍ୟକୁ ନେଇ ସରକାର ଅନ୍‌ଲକ୍‌ର ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଡା. ମିଶ୍ର କହିଛନ୍ତି।
ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯,୨୮୭ ନମୂନା ପରୀକ୍ଷା ହୋଇଥିବାବେଳେ ୨,୦୭୪ ପଜିଟିଭ୍‌ ବାହାରିଛନ୍ତି। ସଂକ୍ରମଣ ହାର ୨.୯୯% ରହିଛି। ପୁରୀରେ ସର୍ବାଧିକ ସଂକ୍ରମଣ ହାର ୭.୦% ରହିଥିବାବେଳେ ନୟାଗଡ଼ ୬.୨%, ଜଗତ୍‌ସିଂହପୁର ୫.୬% ଓ କଟକରେ ୫.୫% ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୯,୪୫,୭୪୯ରେ ପହଞ୍ଚତ୍ଛି। ସେହିଭଳି ଆଉ ୬୫ଜଣଙ୍କ ମୃତ୍ୟୁ ହେବାପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪,୭୯୫କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri