ନୂଆ ଗାଇଡ୍‌ଲାଇନକୁ ଅପେକ୍ଷା

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ରାଜ୍ୟରେ ଏବେ ୧୫ ଦିନିଆ ଆଂଶିକ ଲକ୍‌ଡାଉନ୍‌ ବା ଅନ୍‌ଲକ୍‌ ପର୍ଯ୍ୟାୟ ଜାରି ରହିଛି। ୧୬ ତାରିଖ ସକାଳ ୬ଟାରେ ଏହା ସରୁଥିବାରୁ ଗୁରୁବାର ସରକାର ଆଗାମୀ ନିଷ୍ପତ୍ତି ଉପରେ ଘୋଷଣା କରିପାରନ୍ତି। ସରକାର କ’ଣ ପଦକ୍ଷେପ ନେବେ, ସାରା ରାଜ୍ୟ କଟକଣାମୁକ୍ତ ହେବ ନା ପୂର୍ବ ପରି ବର୍ଗ-୧ ଓ ବର୍ଗ-୨ ପଦ୍ଧତି ଆପଣେଇବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏଯାଏ ସବୁ ଜିଲାରେ ବସ୍‌ ସେବା ଆରମ୍ଭ ହୋଇନାହିଁ। ଜିମ୍‌, ବିୟୁଟି ପାର୍ଲର, ମଲ୍‌, ଫିଲ୍ମ ହଲ୍‌ ଆଦି ମଧ୍ୟ ବନ୍ଦ ରହିଛି। ଯେଉଁଥିପାଇଁ ଜୀବନଜୀବିକା ଓ ଜୀବନଯାତ୍ରା ପୂରା ସ୍ବାଭାବିକ ହୋଇପାରିନି। ତେଣୁ ୧୬ରୁ ନୂଆ ଗାଇଡ୍‌ଲାଇନ୍‌ ସହ ଏସବୁ ଖୋଲିବାକୁ ଅନୁମତି ମିଳିପାରେ ବୋଲି ଆଶା କରାଯାଉଛି। ଏପଟେ କରୋନା ସଙ୍କଟ ଏବେ ବି ଜାରି ରହିଥିବାରୁ ସରକାରଙ୍କ ନୂଆ ଘୋଷଣା ବେଶ୍‌ ଗୁରୁତ୍ୱ ବହନ କରିବ ବୋଲି କୁହାଯାଉଛି।
ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବର୍ଗ-୨ରେ ଥିବା କଟକ, ପୁରୀ, ଖୋର୍ଦ୍ଧାର ସ୍ଥିତି ଏବେ ବି ଗମ୍ଭୀର ରହିଛି। ବିଶେଷକରି ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ପଜିଟିଭ୍‌ ସଂଖ୍ୟା ଅଧିକ ରହୁଛି। ତେଣୁ ଏହି ଦୁଇ ସହର ପାଇଁ ସରକାର ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣେଇପାରନ୍ତି। ବର୍ଗ-୧ରେ ଥିବା ୧୦ ଜିଲା ମଧ୍ୟରୁ ୭ ଜିଲା ଖୋର୍ଦ୍ଧା, କଟକ, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ କଟକଣା ବଳବତ୍ତର ରହିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରୁ ଜଣାପଡୁଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ କମିଛି, କିନ୍ତୁ ଭୁବନେଶ୍ୱର, କଟକରେ ଟିକେ ଉଦ୍‌ବେଗଜନକ ସ୍ଥିତି ରହିଛି। ସଂକ୍ରମଣ କମିବା ଉପରେ ପଦକ୍ଷେପ ନିଆଯାଉଛି। ଛତିଶଗଡ଼ ସୀମାନ୍ତ ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଛତିଶଗଡ଼ରେ ସଂକ୍ରମଣ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଥିବାରୁ ସୀମାନ୍ତ ଜିଲା ଉପରେ ନଜର ରଖାଯାଇଛି। ସେପଟେ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲା ଉପରେ ମଧ୍ୟ ସତର୍କ ଦୃଷ୍ଟି ରହିଛି। ଏସବୁ ତଥ୍ୟକୁ ନେଇ ସରକାର ଅନ୍‌ଲକ୍‌ର ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଡା. ମିଶ୍ର କହିଛନ୍ତି।
ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯,୨୮୭ ନମୂନା ପରୀକ୍ଷା ହୋଇଥିବାବେଳେ ୨,୦୭୪ ପଜିଟିଭ୍‌ ବାହାରିଛନ୍ତି। ସଂକ୍ରମଣ ହାର ୨.୯୯% ରହିଛି। ପୁରୀରେ ସର୍ବାଧିକ ସଂକ୍ରମଣ ହାର ୭.୦% ରହିଥିବାବେଳେ ନୟାଗଡ଼ ୬.୨%, ଜଗତ୍‌ସିଂହପୁର ୫.୬% ଓ କଟକରେ ୫.୫% ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୯,୪୫,୭୪୯ରେ ପହଞ୍ଚତ୍ଛି। ସେହିଭଳି ଆଉ ୬୫ଜଣଙ୍କ ମୃତ୍ୟୁ ହେବାପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪,୭୯୫କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?