ନଦୀର ମାନ୍ୟତା ଅପେକ୍ଷାରେ

ଅଭୟ କୁମାର ଦାସ

ଓଡ଼ିଶାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ମହାନଦୀକୁ ନେଇ ଓଡ଼ିଶା ସହ ପଡ଼ୋଶୀ ଛତିଶଗଡ଼ ସହ ମୁହଁାମୁହିଁ ସ୍ଥିତି ଓ ମହାନଦୀର ସୁରକ୍ଷା ପାଇଁ ଅନେକ ଦାବି ପ୍ରତିବାଦ ଉଠୁଥିବାବେଳେ ଅନେକ ହୁଏତ ଜାଣିନାହାନ୍ତି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବିଶେଷକରି ଉପକୂଳର୍ବତ୍ତୀ ଜିଲାର ଲାଇଫ୍‌ଲାଇନ୍‌ ‘ଗୋବରୀ’ ନଦୀ ଆଜି ନିଜର କେବଳ ପରିଚୟ ମାଗୁନି, ସୁରକ୍ଷା ଓ ପ୍ରତିଦାନକୁ ଆଶା କରି ଏକ ପ୍ରକାର ଚୁପ୍‌ ହୋଇ ବସିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏକ ଆଶ୍ଚର୍ଯ୍ୟକର କଥା ହେଉଛି, ଅବିଭକ୍ତ କଟକ ଜିଲା ସହ ଅନ୍ୟ ଜିଲାର ପରିସୀମା ଭିତରେ ଏହି ନଦୀଟି ଛୋଟିଆ ହୋଇଥିଲେ ବି ଏହାକୁ ଏଯାବତ୍‌ ନଦୀର ମାନ୍ୟତା ମିଳିନି। ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ ପରି ବର୍ଷାରେ ବେଳେବେଳେ ଅଦିନିଆ ବନ୍ୟା ବିପତ୍ାତ ଦେଖାଉଥିବା ଏହି ଛୋଟ ନଦୀଟି ଖରାଦିନେ କ୍ଷୀଣ ସ୍ରୋତା ହୋଇ ପରିଶେଷରେ ଶୁଖିଲା ପଡ଼ିଥାଏ। ବର୍ଷାଋତୁରେ ଏହି ନଦୀର ବନ୍ୟାରେ ମାହାଙ୍ଗା ଓ ସାଲେପୁର ବ୍ଲକର ପାଖାପାଖି ୭୦ ଭାଗ ଚାଷଜମି ପ୍ରଭାବିତ ହେଉଛି। ଆଜି ପର୍ଯ୍ୟନ୍ତ ଡ୍ରେନେଜ୍‌ ବ୍ୟବସ୍ଥା ଅଭାବରୁ ଜଳ ନିଷ୍କାସନ ହୋଇପାରୁନି। ହଜାର ହଜାର ଏକର ଜମି ଜଳମଗ୍ନ ହେଉଛି ଓ ହଜାର ହଜାର କଚ୍ଚାଘର ଭାଙ୍ଗୁଛି। ପ୍ରତିବର୍ଷ କୋଟି କୋଟି ଟଙ୍କା ଡ୍ରେନେଜ୍‌ ସଫେଇ, ବନ୍ଧ ଖନନ ମାଧ୍ୟମରେ ଖର୍ଚ୍ଚ ହେଉଥିବା ସରକାରୀ ତଥ୍ୟରେ ଦର୍ଶାଯାଉଥିବା ବେଳେ ପ୍ରକୃତରେ ଗୋବରୀର ପୁନରୁଦ୍ଧାର ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନି। ବରଦିଆଠାରେ ଡ୍ରେନେଜ କଟ୍‌ କାମ ଆରମ୍ଭ ହୋଇଛି, କିନ୍ତୁ ତା’ ବି ସରିପାରିନି। ସୂଚନା ଅନୁସାରେ, କଟକ ଜିଲା ସାଲେପୁର ବ୍ଲକର ୫/୬ଟି ପଞ୍ଚାୟତ ଓ ମାହାଙ୍ଗା ବ୍ଲକର ୧୮ଟି ପଞ୍ଚାୟତ ଦେଇ କେନ୍ଦ୍ରାପଡ଼ା ଜିଲାରେ ପ୍ରବେଶ କରିଛି ଗୋବରୀ। ଏହି ନଦୀକୂଳରେ ଅନେକ ତୀର୍ଥସ୍ଥାନ ଓ ସ୍ମୃତି ବିଜଡ଼ିତ କ୍ଷେତ୍ର ମଧ୍ୟ ରହିଛି। ଲଳିତଗିରି ପରି ବିଶ୍ୱପ୍ରସିଦ୍ଧ ବୌଦ୍ଧକ୍ଷେତ୍ର ଓ ଓଳାଶୁଣୀ ପାହାଡ଼ ରହିବା ସହିତ ପ୍ରତିବର୍ଷ ଓଳାଶୁଣୀ ଯାତ୍ରା ମଧ୍ୟ ଆୟୋଜନ ହେଉଛି। କିନ୍ତୁ ଏସବୁ ସତ୍ତ୍ୱେ ଆଜି ଯେତେବେଳେ ଦେଶ ନିଜର ସ୍ବାଧୀନତାର ୭୩ ବର୍ଷ ପୂରଣ କରୁଛି, ସେ ସମୟରେ ଗୋବରୀ ନଦୀର ମାନ୍ୟତା ପାଇନି।
ଗୋବରୀ ନଦୀ କଥା ଚିନ୍ତା କଲାବେଳକୁ ଦୁଃଖ ଆସୁଛି। ଡ୍ରେନେଜ କାର୍ଡ଼ ୫୬ ସୁକ, ଗୋବରୀ ଓ ମଇଜରାକୁ ସ୍ଥାୟୀ ଖନନ, ସୁଦୃଢ଼ ବନ୍ଧ ନିର୍ମାଣ ଓ ବନ୍ଧରେ ବୃକ୍ଷରୋପଣ କରିବା ସହ ଏହାର ସ୍ଥାୟୀ ସମାଧାନ କଲେ ମାହାଙ୍ଗା ବ୍ଲକର ୭୦ ପ୍ରତିଶତ ଜନସାଧାରଣ ବନ୍ୟା ଏବଂ ମରୁଡ଼ିରୁ ରକ୍ଷା ପାଇବେ। ସେହିପରି ବର୍ଷାଦିନେ ଅସରାଏ ବର୍ଷା ହେଲେ ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହୋଇ ଚାଷକୁ କ୍ଷତି ପହଞ୍ଚାଉଛି ଏବଂ ଖରାଦିନେ ପାଣି ନଦୀରେ ରହୁ ନ ଥିବାରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ମାହାଙ୍ଗା ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ବନ୍ୟାଜଳ ନିଷ୍କାସନ ନ ହେବା ଫଳରେ ହଜାର ହଜାର କୃଷକ କ୍ଷତି ସହୁଛନ୍ତି। ଗୋବରୀର ଜଳସେଚନ ବ୍ୟବସ୍ଥା କେବଳ ଧାନ, ମୁଗ, ବିରି, ଆଖୁ ପାଇଁ ନୁହେଁ; ଅନେକ ପନିପରିବା ଚାଷୀ ମଧ୍ୟ ନଦୀକୂଳରେ ଫସଲ କରି ଦୁଇପଇସା ରୋଜଗାର କରିଥାଏ। ସେହିପରି ବ୍ୟବସ୍ଥା ଭିତରେ ବର୍ଷ ବର୍ଷ ଧରି ଅଟକି ରହିଥିବା ପାଟନାଳୀ ସମସ୍ୟାର ସ୍ଥାୟୀ ପ୍ରତିକାର ହୋଇଗଲେ ଅନେକ ସୁଫଳ ମିଳନ୍ତା। ଗୋବରୀକୁ ନେଇ ଅନେକ ସମ୍ଭାବନା ରହିଥିଲେ ବି ତାକୁ ଠିକ୍‌ ଭାବରେ ବ୍ୟବହାର କରାଯାଉନି। ବର୍ଷା ହେଲେ ବନ୍ୟାଜଳରେ ଉବୁଟୁବୁ ହେଉଥିବା ଗୋବରୀରେ ଅନ୍ୟ ଦିନମାନଙ୍କରେ ଆଣ୍ଠୁଏ ପାଣି ବି ରହେନି। ଯଦି ଗୋବରୀର ପାଣିକୁ ସଠିକ୍‌ ନିୟନ୍ତ୍ରଣ କରାଯାଇପାରନ୍ତା, ତା’ହେଲେ ହଜାର ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇପାରନ୍ତା। ଗୋବରୀକୁ ନେଇ ଆଜି ପର୍ଯ୍ୟନ୍ତ ସ୍ବତନ୍ତ୍ର ମାଷ୍ଟର ପ୍ଳାନ କିଛି କରାଯାଇ ପାରି ନ ଥିବାରୁ ଆଗାମୀ ଦିନରେ କେବଳ ବର୍ଷା ହେଲେ ଗୋବରୀକୁ ଚିହ୍ନି ହେବ, ନଚେତ୍‌ ଗୋବରୀ ଏକ ଶୁଷ୍କ ନାଳ ହୋଇ ରହିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଲାଣି। ଗୋଟିଏ ଜାତିର ଏକ ବୃତ୍ତିଗତ କ୍ଷେତ୍ର ପରିସୀମାର ଲୋକମାନଙ୍କ ଗୁଜରାଣ ହେଉଛି ଚାଷବାସ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଚଷାପୁଅ ସ୍ବାଭାବିକ ଭାବେ ମୁଣ୍ଡ ଝାଳ ତୁଣ୍ଡରେ ମାରି ମେହନତି କରିଥାଏ ଦୁନିଆକୁ ଦାନା ଯୋଗାଇବା ସହ ନିଜେ ନିଜ ପରିବାରକୁ ଭରଣପୋଷଣ କରିବା ପାଇଁ । ତେଣୁ ପ୍ରଶାସନ ପାଖରେ ଆବେଦନ ଜଣାଇଲେ ଏହି ନଦୀଟି ଶସ୍ୟ ଶ୍ୟାମଳାର ବହୁତ ବଡ଼ ଉପଲବ୍ଧି ଆମ ସମସ୍ତଙ୍କୁ ଦେଇପାରିବ। ଏ କ୍ଷେତ୍ରରେ ଅଭିଯୋଗ, ରାଜନୀତି ବା ପରସ୍ପର ପ୍ରତି କାଦୁଅଫିଙ୍ଗା ଛାଡ଼ି ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ପ୍ରଶାସନ ପାଖରେ ଆବେଦନ ଜଣାଇଲେ ଏହା ନଦୀର ମାନ୍ୟତା ପାଇବା ସହ ଆମ ଅଞ୍ଚଳର ଅଭିବୃଦ୍ଧି ଓ ପ୍ରଗତିରେ ଆମମାନଙ୍କର ବଳିଷ୍ଠ ଅବଦାନ ମଧ୍ୟ ରହିବ।
– ଗୋତରା, ମାହାଙ୍ଗା, କଟକ
ମୋ: ୯୪୩୭୧୪୨୭୧୭


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri