ନଦୀର ମାନ୍ୟତା ଅପେକ୍ଷାରେ

ଅଭୟ କୁମାର ଦାସ

ଓଡ଼ିଶାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ମହାନଦୀକୁ ନେଇ ଓଡ଼ିଶା ସହ ପଡ଼ୋଶୀ ଛତିଶଗଡ଼ ସହ ମୁହଁାମୁହିଁ ସ୍ଥିତି ଓ ମହାନଦୀର ସୁରକ୍ଷା ପାଇଁ ଅନେକ ଦାବି ପ୍ରତିବାଦ ଉଠୁଥିବାବେଳେ ଅନେକ ହୁଏତ ଜାଣିନାହାନ୍ତି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବିଶେଷକରି ଉପକୂଳର୍ବତ୍ତୀ ଜିଲାର ଲାଇଫ୍‌ଲାଇନ୍‌ ‘ଗୋବରୀ’ ନଦୀ ଆଜି ନିଜର କେବଳ ପରିଚୟ ମାଗୁନି, ସୁରକ୍ଷା ଓ ପ୍ରତିଦାନକୁ ଆଶା କରି ଏକ ପ୍ରକାର ଚୁପ୍‌ ହୋଇ ବସିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏକ ଆଶ୍ଚର୍ଯ୍ୟକର କଥା ହେଉଛି, ଅବିଭକ୍ତ କଟକ ଜିଲା ସହ ଅନ୍ୟ ଜିଲାର ପରିସୀମା ଭିତରେ ଏହି ନଦୀଟି ଛୋଟିଆ ହୋଇଥିଲେ ବି ଏହାକୁ ଏଯାବତ୍‌ ନଦୀର ମାନ୍ୟତା ମିଳିନି। ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ ପରି ବର୍ଷାରେ ବେଳେବେଳେ ଅଦିନିଆ ବନ୍ୟା ବିପତ୍ାତ ଦେଖାଉଥିବା ଏହି ଛୋଟ ନଦୀଟି ଖରାଦିନେ କ୍ଷୀଣ ସ୍ରୋତା ହୋଇ ପରିଶେଷରେ ଶୁଖିଲା ପଡ଼ିଥାଏ। ବର୍ଷାଋତୁରେ ଏହି ନଦୀର ବନ୍ୟାରେ ମାହାଙ୍ଗା ଓ ସାଲେପୁର ବ୍ଲକର ପାଖାପାଖି ୭୦ ଭାଗ ଚାଷଜମି ପ୍ରଭାବିତ ହେଉଛି। ଆଜି ପର୍ଯ୍ୟନ୍ତ ଡ୍ରେନେଜ୍‌ ବ୍ୟବସ୍ଥା ଅଭାବରୁ ଜଳ ନିଷ୍କାସନ ହୋଇପାରୁନି। ହଜାର ହଜାର ଏକର ଜମି ଜଳମଗ୍ନ ହେଉଛି ଓ ହଜାର ହଜାର କଚ୍ଚାଘର ଭାଙ୍ଗୁଛି। ପ୍ରତିବର୍ଷ କୋଟି କୋଟି ଟଙ୍କା ଡ୍ରେନେଜ୍‌ ସଫେଇ, ବନ୍ଧ ଖନନ ମାଧ୍ୟମରେ ଖର୍ଚ୍ଚ ହେଉଥିବା ସରକାରୀ ତଥ୍ୟରେ ଦର୍ଶାଯାଉଥିବା ବେଳେ ପ୍ରକୃତରେ ଗୋବରୀର ପୁନରୁଦ୍ଧାର ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନି। ବରଦିଆଠାରେ ଡ୍ରେନେଜ କଟ୍‌ କାମ ଆରମ୍ଭ ହୋଇଛି, କିନ୍ତୁ ତା’ ବି ସରିପାରିନି। ସୂଚନା ଅନୁସାରେ, କଟକ ଜିଲା ସାଲେପୁର ବ୍ଲକର ୫/୬ଟି ପଞ୍ଚାୟତ ଓ ମାହାଙ୍ଗା ବ୍ଲକର ୧୮ଟି ପଞ୍ଚାୟତ ଦେଇ କେନ୍ଦ୍ରାପଡ଼ା ଜିଲାରେ ପ୍ରବେଶ କରିଛି ଗୋବରୀ। ଏହି ନଦୀକୂଳରେ ଅନେକ ତୀର୍ଥସ୍ଥାନ ଓ ସ୍ମୃତି ବିଜଡ଼ିତ କ୍ଷେତ୍ର ମଧ୍ୟ ରହିଛି। ଲଳିତଗିରି ପରି ବିଶ୍ୱପ୍ରସିଦ୍ଧ ବୌଦ୍ଧକ୍ଷେତ୍ର ଓ ଓଳାଶୁଣୀ ପାହାଡ଼ ରହିବା ସହିତ ପ୍ରତିବର୍ଷ ଓଳାଶୁଣୀ ଯାତ୍ରା ମଧ୍ୟ ଆୟୋଜନ ହେଉଛି। କିନ୍ତୁ ଏସବୁ ସତ୍ତ୍ୱେ ଆଜି ଯେତେବେଳେ ଦେଶ ନିଜର ସ୍ବାଧୀନତାର ୭୩ ବର୍ଷ ପୂରଣ କରୁଛି, ସେ ସମୟରେ ଗୋବରୀ ନଦୀର ମାନ୍ୟତା ପାଇନି।
ଗୋବରୀ ନଦୀ କଥା ଚିନ୍ତା କଲାବେଳକୁ ଦୁଃଖ ଆସୁଛି। ଡ୍ରେନେଜ କାର୍ଡ଼ ୫୬ ସୁକ, ଗୋବରୀ ଓ ମଇଜରାକୁ ସ୍ଥାୟୀ ଖନନ, ସୁଦୃଢ଼ ବନ୍ଧ ନିର୍ମାଣ ଓ ବନ୍ଧରେ ବୃକ୍ଷରୋପଣ କରିବା ସହ ଏହାର ସ୍ଥାୟୀ ସମାଧାନ କଲେ ମାହାଙ୍ଗା ବ୍ଲକର ୭୦ ପ୍ରତିଶତ ଜନସାଧାରଣ ବନ୍ୟା ଏବଂ ମରୁଡ଼ିରୁ ରକ୍ଷା ପାଇବେ। ସେହିପରି ବର୍ଷାଦିନେ ଅସରାଏ ବର୍ଷା ହେଲେ ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହୋଇ ଚାଷକୁ କ୍ଷତି ପହଞ୍ଚାଉଛି ଏବଂ ଖରାଦିନେ ପାଣି ନଦୀରେ ରହୁ ନ ଥିବାରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ମାହାଙ୍ଗା ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ବନ୍ୟାଜଳ ନିଷ୍କାସନ ନ ହେବା ଫଳରେ ହଜାର ହଜାର କୃଷକ କ୍ଷତି ସହୁଛନ୍ତି। ଗୋବରୀର ଜଳସେଚନ ବ୍ୟବସ୍ଥା କେବଳ ଧାନ, ମୁଗ, ବିରି, ଆଖୁ ପାଇଁ ନୁହେଁ; ଅନେକ ପନିପରିବା ଚାଷୀ ମଧ୍ୟ ନଦୀକୂଳରେ ଫସଲ କରି ଦୁଇପଇସା ରୋଜଗାର କରିଥାଏ। ସେହିପରି ବ୍ୟବସ୍ଥା ଭିତରେ ବର୍ଷ ବର୍ଷ ଧରି ଅଟକି ରହିଥିବା ପାଟନାଳୀ ସମସ୍ୟାର ସ୍ଥାୟୀ ପ୍ରତିକାର ହୋଇଗଲେ ଅନେକ ସୁଫଳ ମିଳନ୍ତା। ଗୋବରୀକୁ ନେଇ ଅନେକ ସମ୍ଭାବନା ରହିଥିଲେ ବି ତାକୁ ଠିକ୍‌ ଭାବରେ ବ୍ୟବହାର କରାଯାଉନି। ବର୍ଷା ହେଲେ ବନ୍ୟାଜଳରେ ଉବୁଟୁବୁ ହେଉଥିବା ଗୋବରୀରେ ଅନ୍ୟ ଦିନମାନଙ୍କରେ ଆଣ୍ଠୁଏ ପାଣି ବି ରହେନି। ଯଦି ଗୋବରୀର ପାଣିକୁ ସଠିକ୍‌ ନିୟନ୍ତ୍ରଣ କରାଯାଇପାରନ୍ତା, ତା’ହେଲେ ହଜାର ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇପାରନ୍ତା। ଗୋବରୀକୁ ନେଇ ଆଜି ପର୍ଯ୍ୟନ୍ତ ସ୍ବତନ୍ତ୍ର ମାଷ୍ଟର ପ୍ଳାନ କିଛି କରାଯାଇ ପାରି ନ ଥିବାରୁ ଆଗାମୀ ଦିନରେ କେବଳ ବର୍ଷା ହେଲେ ଗୋବରୀକୁ ଚିହ୍ନି ହେବ, ନଚେତ୍‌ ଗୋବରୀ ଏକ ଶୁଷ୍କ ନାଳ ହୋଇ ରହିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଲାଣି। ଗୋଟିଏ ଜାତିର ଏକ ବୃତ୍ତିଗତ କ୍ଷେତ୍ର ପରିସୀମାର ଲୋକମାନଙ୍କ ଗୁଜରାଣ ହେଉଛି ଚାଷବାସ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଚଷାପୁଅ ସ୍ବାଭାବିକ ଭାବେ ମୁଣ୍ଡ ଝାଳ ତୁଣ୍ଡରେ ମାରି ମେହନତି କରିଥାଏ ଦୁନିଆକୁ ଦାନା ଯୋଗାଇବା ସହ ନିଜେ ନିଜ ପରିବାରକୁ ଭରଣପୋଷଣ କରିବା ପାଇଁ । ତେଣୁ ପ୍ରଶାସନ ପାଖରେ ଆବେଦନ ଜଣାଇଲେ ଏହି ନଦୀଟି ଶସ୍ୟ ଶ୍ୟାମଳାର ବହୁତ ବଡ଼ ଉପଲବ୍ଧି ଆମ ସମସ୍ତଙ୍କୁ ଦେଇପାରିବ। ଏ କ୍ଷେତ୍ରରେ ଅଭିଯୋଗ, ରାଜନୀତି ବା ପରସ୍ପର ପ୍ରତି କାଦୁଅଫିଙ୍ଗା ଛାଡ଼ି ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ପ୍ରଶାସନ ପାଖରେ ଆବେଦନ ଜଣାଇଲେ ଏହା ନଦୀର ମାନ୍ୟତା ପାଇବା ସହ ଆମ ଅଞ୍ଚଳର ଅଭିବୃଦ୍ଧି ଓ ପ୍ରଗତିରେ ଆମମାନଙ୍କର ବଳିଷ୍ଠ ଅବଦାନ ମଧ୍ୟ ରହିବ।
– ଗୋତରା, ମାହାଙ୍ଗା, କଟକ
ମୋ: ୯୪୩୭୧୪୨୭୧୭


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri