ମହାଶକ୍ତି ସଂଘର୍ଷ ଓ ୟୁରୋପ

ଆମେରିକା ଏବଂ ଚାଇନା ମଧ୍ୟରେ ଏବେ ମୁହଁାମୁହଁି ଭଳି ସ୍ଥିତି ଉପୁଜିଛି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କୂଟନୈତିକ ପଦକ୍ଷେପ ନେଇଛନ୍ତି। ଚାଇନାର ବେଜିଂରେ ଅନୁଷ୍ଠିତ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସରେ ଆମେରିକା ଭାଗ ନେବ ନାହିଁ ବୋଲି କୁହାଯାଇଛି। ଏଭଳି ପଦକ୍ଷେପକୁ କେନ୍ଦ୍ର କରି ଏବେ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ମତଭେଦ ପ୍ରକାଶ ପାଇଛି। ଏହି ଘଟଣା ସ୍ପଷ୍ଟ ଭାବେ ସୂଚିତ କରୁଛି ଯେ, ବାସ୍ତବରେ ଚାଇନା କାର୍ଯ୍ୟକୁ ନେଇ ୟୁରୋପ ଏବଂ ଆମେରିକା ଏକାଠି ହୋଇ ପାରିନାହାନ୍ତି। ଆମେରିକା ଏବଂ ୟୁରୋପ ମଧ୍ୟରେ ମୌଳିକ ରାଜନୈତିକ ମୂଲ୍ୟବୋଧର ଆଦାନ ପ୍ରଦାନ ଜାରି ରହିଥିତ୍ବା ସତ୍ତ୍ୱେ ଚାଇନା ସୃଷ୍ଟି କରୁଥିବା ବିଶ୍ୱସ୍ତରୀୟ ଆହ୍ବାନକୁ ମୁକାବିଲା କରିବାରେ ବହୁ ସମୟରେ ଏମାନେ ମତଭେଦ ଥିବା ଭଳି ବାକ୍‌ପଟୁତା ପ୍ରୟୋଗ କରୁଛନ୍ତି। ପୁନଶ୍ଚ ବିଶ୍ୱର ଏକଚ୍ଛତ୍ରବାଦ ଦେଶଗୁଡିକ ବିରୋଧରେ ଲଢୁଥିବା ଆମେରିକା ନେତୃତ୍ୱାଧୀନ ଗଣତାନ୍ତ୍ରିକ ମେଣ୍ଟ ଦୃଷ୍ଟିକୋଣକୁ ବହୁ ୟୁରୋପୀୟ ଦେଶ ସ୍ବୀକାର କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହା ବ୍ୟତୀତ ୟୁରୋପୀୟ ପଦାଧିକାରୀମାନେ ଚାଇନାକୁ ଘେଚ୍‌ରାବନ୍ଦୀ କରିବା ଲକ୍ଷ୍ୟରେ ଏକ ‘ଚାଇନା ନୀତି’କୁ ପ୍ରତିଯୋଗିତାର ବାହାନା ମନେକରି ଆଗକୁ ବଢିବାକୁ ରାଜି ହେଉନାହାନ୍ତି। ୟୁରୋପିଆନ୍‌ ୟୁନିୟନ୍‌ (ଇୟୁ) ବା ୟୁରୋପୀୟ ସଂଘ ଟ୍ରାନ୍ସ ଆଟ୍‌ଲାଣ୍ଟିକ୍‌ ସହଯୋଗ ( ଆଟ୍‌ଲାଣ୍ଟିକ୍‌ ମହାସାଗର ଉଭୟ ପାଖରେ ରହିଥିବା ଦେଶଗୁଡ଼ିକ ମଧ୍ୟରେ ସାମାଜିକ , ଆର୍ଥିକ, ସାଂସ୍କୃତିକ ଓ ଏ୍ୟତିହାସିକ ସମ୍ପର୍କ ରକ୍ଷା)କୁ ଦୃଢ଼ କରିବାକୁ ଚାହଁୁଛି। ଚାଇନାକୁ ବାଦ ଦେଇ କିମ୍ବା ସହଯୋଗକୁ ସୁରକ୍ଷିତ ରଖିତ୍ବାକୁ ପୂର୍ବରୁ ଥିବା ଏକ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଅଣଦେଖା କରି କିପରି ଏହା କରାଯାଇ ପାରିବ, ତା’ ଉପରେ ସର୍ବସହମତି ହୋଇପାରି ନାହିଁ। ୟୁରୋପିଆନ୍‌ ସରକାରଗୁଡ଼ିକ ମଧ୍ୟ ଏକ ସଦସ୍ୟ ଭାବେ ଆମେରିକାର ବିଶ୍ୱସନୀୟତାକୁ ଠିକ୍‌ ଭାବେ ଗ୍ରହଣ କରୁନାହାନ୍ତି। ବାଇଡେନ୍‌ ଟ୍ରାନ୍ସ ଆଟ୍‌ଲାଣ୍ଟିକ୍‌ ସମ୍ପର୍କର ମୂଲ୍ୟାୟନ କରିପାରନ୍ତି, କିନ୍ତୁ ପୂର୍ବତନ ରାଷ୍ଟ୍ରପତି ତାହା କରି ନ ଥିଲେ। କିଏ କହିବ, ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ। ସମ୍ଭବତଃ ଡୋନାଲ୍ଡ ଟ୍ରମ୍ପ୍‌ ହେବାର ସମ୍ଭାବନା ରହିଛି। ଏଭଳି ଦ୍ୱନ୍ଦ୍ୱ ଇୟକୁ ତା’ ‘ଷ୍ଟ୍ରାଟେଜିକ୍‌ ଅଟୋନୋମୀ’ ବା ଅନ୍ୟ ଦେଶ ଉପରେ ନିର୍ଭର ନ କରି ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ପସନ୍ଦର ବୈଦେଶିକ ନୀତି ଗ୍ରହଣ କରିବା ଦୃଷ୍ଟିକୋଣ ଆପଣାଇବାରେ ମୁଖ୍ୟତଃ ପ୍ରେରିତ କରୁଛି।
ଏହା ମଧ୍ୟ ସତ, ଚାଇନାକୁ ନିୟନ୍ତ୍ରଣ କରବାକୁ ଟ୍ରାନ୍ସଆଟ୍‌ଲାଣ୍ଟିକ୍‌ କୋଲାବରେଶନ ବା ସହଯୋଗ ପାଇଁ ସୁଯୋଗ ରହିଛି। ତେବେ ଏଭଳି ସହଯୋଗକୁ ଆଗକୁ ବଢାଇବା ଲାଗି ଆବଶ୍ୟକ ପଦକ୍ଷେପ ଏବେ ଚାଲୁରହିଛି। ଚାଇନା ଉପରେ ୟୁଏସ୍‌- ଇୟୁ ଆଲୋଚନା ଏବଂ ୟୁଏସ୍‌-ଇୟୁ ଟ୍ରେଡ୍‌ ଆଣ୍ଡ୍‌ ଟେକ୍‌ନୋଲୋଜି କାଉନ୍‌ସିଲ ଭଳି ପଦକ୍ଷେପ ନିଆଯାଇଛି। ଚାଇନାର ଅଣପ୍ରତିଦ୍ୱନ୍ଦ୍ୱୀ ବ୍ୟବସାୟିକ ଓ ବାଣିଜି୍ୟକ କାରବାରକୁ ପ୍ରତିହତ କରିବା ଏବଂ ନିବେଶଗତ କଟକଣା ଲଗାଇବା ସକାଶେ ସମ୍ମିଳିତ ପଦକ୍ଷେପ ଆବଶ୍ୟକ। ଚାଇନାକୁ ନେଇ ଏବେ ୟୁଏସ୍‌- ଇୟୁ କାର୍ଯ୍ୟସୂଚୀ ଖୁବ୍‌ ମହତ୍ତ୍ୱାକାଂକ୍ଷୀ ହୋଇପାରେ। ସହଯୋଗଭିତ୍ତିକ ଲାଭକୁ ବୃଦ୍ଧି କରିବା ଲାଗି ସମ୍ପୂର୍ଣ୍ଣ ଧ୍ରୁବୀକରଣ ଆବଶ୍ୟକ। ଏହି କାର୍ଯ୍ୟସୂଚୀ ପ୍ରମୁଖ କ୍ଷେତ୍ରରେ ଆମେରିକା ଏବଂ ୟୁରୋପରେ ଥିବା ବୈଧାନିକ ବ୍ୟବସ୍ଥାଗୁଡ଼ିକର ଭିନ୍ନତା ଏବଂ କମ୍ପାନୀ, ସେବା ଓ ଉପତ୍ାଦ ଜନିତ ବିପଦକୁ ଦୂର କରିପାରିବ। କିନ୍ତୁ ଏହା ଅତ୍ୟନ୍ତ ମନ୍ଥର ରହିଛି। ଏହି କାରଣରୁ ଚାଇନା ଦୃଷ୍ଟିରୁ ଉଲ୍ଲେଖନୀୟ ସାମରିକ ଏବଂ ସୁରକ୍ଷା ସହଯୋଗରେ ଆଗକୁ ସଫଳ ହେବାର ସମ୍ଭାବନା କମ୍‌ ରହିଛି। ଏହା ଉପରେ ୟୁରୋପୀୟ ଦେଶଗୁଡ଼ିକ କିଛି ପଦକ୍ଷେପ ନେଇଥିବା ସଙ୍କେତ ଦେଇଥିତ୍ବାବେଳେ ନିକଟରେ ଜର୍ମାନୀ ଦକ୍ଷିଣ ଚାଇନା ସାଗରରେ ମୁକ୍ତ ଯାତାୟାତର ଅଧିତ୍କାର ସାବ୍ୟସ୍ତ କରିବାକୁ ତା’ ଓ୍ବାରଶିପ୍‌ ବେୟର୍ନକୁ ପ୍ରଦର୍ଶିତ କରିଛି।
କେବଳ ଏକମାତ୍ର ୟୁରୋପିଆନ୍‌ ଦେଶ ଭାବେ ଫ୍ରାନ୍ସ ଇଣ୍ଡୋ ପାସିଫିକ୍‌ରେ ଅଧିକ ସେନା ମୁତୟନ କରିଛି। ଆମେ ଚାଇନା ସହ ପ୍ରତିଦ୍ୱନ୍ଦ୍ୱିତାର ଗୁରୁତ୍ୱକୁ ଅଣଦେଖା କରୁନାହଁୁ , ଯାହା ଅତି ଭୟଙ୍କର ହୋଇପାରେ ଏବଂ ତଜ୍ଜନିତ ବିଦପର ଲଗାତର ମୂଲ୍ୟାୟନ କରାଯିବା ଦରକାର ବୋଲି ନିକଟରେ ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ୍‌ ୟେଭେସ ଲି ଡ୍ରାଏନ କହିଥିଲେ। ଏଥିତ୍ରେ ଇଚ୍ଛୁକ ଦେଶଗୁଡ଼ିକୁ ସାମିଲ କରିବାକୁ ରଣନୀତିରୁ ସୈନ୍ୟକରଣରୁ ଦୂରେଇ ରହିବାକୁ ଚେଷ୍ଟା କରୁଛୁ। ଚାଇନା ବିରୋଧରେ ପଦକ୍ଷେପ ନେବା ଲାଗି ଏଭଳି ଅନିଚ୍ଛା ଆଗକୁ ଦୃଢ଼ ରହିବ। ଜର୍ମାନୀର ନୂଆ ସରକାର କିଛି ମଜଭୁତ ପଦକ୍ଷେପ ନେବାର ସମ୍ଭାବନା ରହିଛି। ଜର୍ମାନୀ ଚାନସେଲର ଓଲାଫ ସ୍କୋଲୋଜ ସ୍ପଷ୍ଟ କରିଛନ୍ତି ଯେ, ଚାଇନା ଉପରେ ନିଆଯାଉଥିତ୍ବା ସବୁ ପଦକ୍ଷେପ ଉପରେ ସିତର୍କତାର ସହ ବିଚାର କରି ପଦକ୍ଷେପ ଗ୍ରହଣ କରାଯିବା ଉଚିତ ଏବଂ ଏକ ସହଯୋଗଭିତ୍ତିକ ପଦକ୍ଷେପର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହା କରାଯିବା ଦରକାର। ଏଣୁ ନିକଟ ଭବିଷ୍ୟତରେ ଚାଇନା ସହ ଜର୍ମାନୀ ସମ୍ପର୍କ ଆରମ୍ଭ କରିବ ବୋଲି ଆଶା କରିବା ଉଚିତ ନୁହେଁ। ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଆମେରିକାକୁ ନେଇ ଗଠିତ ସୁରକ୍ଷା ବୁଝାମଣା ‘ଅକୁସ୍‌’ରେ ବାସ୍ତବ ସ୍ଥିତିକୁ ବିଚାର ନ କରି ଫ୍ରାନ୍ସକୁ ବାହାରେ ରଖାଯାଇଛି। ଫଳରେ ଫ୍ରାନ୍ସ ଏକ ମୁଖ୍ୟ ସୁରକ୍ଷା ଚୁକ୍ତିରେ ରହିପାରିଲା ନାହିଁ। କେବଳ ଏତିକି ନୁହେଁ ଏହା ମଧ୍ୟ ଇଣ୍ଡୋପାସିଫିକ୍‌ରେ ଆମେରିକା-ୟୁରୋପ ସାମରିକ ସହଯୋଗକୁ ସୀମିତ କରିବା ସହ ଏହା ଶକ୍ତିକୁ କମ୍‌ କରିଛି। କିନ୍ତୁ ଟ୍ରାନ୍ସଆଟ୍‌ଲାଣ୍ଟିକ୍‌ କୋ-ଅପରେଶନ ଏକମାତ୍ର ବାଟ ଯେଉଁଥିରେ ୟୁରୋପ ହିଁ ଆମେରିକା- ଚାଇନା ସମ୍ପର୍କକୁ ପ୍ରଭାବିତ କରିପାରିବ ଏବଂ ବଢୁଥିତ୍ବା ବିପଦକୁ ହ୍ରାସ କରିପାରିବ। ରଣନୀତି ପ୍ରସ୍ତୁତକାରୀମାନେ ଏବେ ଇତିହାସରୁ ଶିକ୍ଷା ନେବା ଲାଗି ଚେଷ୍ଟା କରୁଛନ୍ତି। ଦୁଇପକ୍ଷକୁ ଏକ ସମ୍ଭାବ୍ୟ ଯୁଦ୍ଧରୁ ଦୂରେଇ ରଖିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି କ୍ଷେତ୍ରରେ ୟୁରୋପ ହିଁ ସାହାଯ୍ୟ କରିପାରିବ।
ୟୁରୋପୀୟ ସଂଘ ହେଲ୍‌ସିନିକ ପ୍ରୋସେସ ଭଳି ଏକ କୂଟନୈତିକ ଅଭିଯାନ ଆରମ୍ଭ କରିବାକୁ ହେଲେ ତାକୁ ବିଚାର କରିବାକୁ ହେବ। ୧୯୭୦ରେ ହେଲ୍‌ସିନିକ ପ୍ରୋସେସ ସୋଭିଏଟ ଏବଂ ଓ୍ବେଟର୍ନ ବ୍ଲକ୍‌ ମଧ୍ୟରେ ଉତ୍ତେଜନା କମ୍‌ କରିଥିଲା। ଏଭଳି ପ୍ରୋସେସରେ ୟୁରୋପ ବିପଦ ଟାଳିବା, ଯୁଦ୍ଧ ତୀବ୍ରତା ହ୍ରାସ କରିବା ଏବଂ ସଙ୍କଟଜନକ ସ୍ଥିତିର ନିୟନ୍ତ୍ରଣ କରିବାକୁ ପ୍ରୋତ୍ସାହିତ କରିବ । ଏହାସହ ଏକ ସମ୍ଭାବ୍ୟ ସଶସ୍ତ୍ର ସଂଘର୍ଷ ଏଡାଇବା ଲାଗି ଏହିଭଳି ପ୍ରୋସେସରେ ୟୁରୋପ ବୁଝାମଣାରେ ମଧ୍ୟସ୍ଥି କରିପାରିବ। ବିଶ୍ୱସ୍ତ ଏବଂ ସ୍ବଚ୍ଛ ମଧ୍ୟସ୍ଥ ଭାବେ ୟୁରୋପୀୟ ଦେଶଗୁଡ଼ିକର ଖ୍ୟାତି ରହିଥିତ୍ବାରୁ ଏହି ପ୍ରସଙ୍ଗରେ ଇଣ୍ଡୋ ପାସିଫିକ୍‌ରେ ସୀମିତ ସାମସ୍‌ରିକ ଶକ୍ତି ମୁତୟନ ଲାଭଦାୟକ ହୋଇପାରିବ। ତୁଳନାମତ୍କ ଭାବେ ଦେଖିଲେ ଇୟୁର ଅଧିକ ଭାଗୀଦାରି ରହିଲେ ତାଇଓ୍ବାନ ଏବଂ ଦକ୍ଷିଣ ଚାଇନା ସାଗରକୁ ନେଇ ସୃଷ୍ଟି ହୋଇଥିତ୍ବା ଜଟିଳ ସମସ୍ୟାରେ ମଧ୍ୟସ୍ଥି କରିବା ଭଲ ହୋଇପାରେ। ଏବେ ଆମେରିକା ଓ ଚାଇନା ନିୟମିତ ଅତି ନିକଟରେ ସେମାନଙ୍କ ସାମରିକଶକ୍ତି ପ୍ରଦର୍ଶନ କରୁଛନ୍ତି ଏବଂ ଗଣନା ଭୁଲ ହୋଇଗଲେ ଏହା ଯୁଦ୍ଧ ରୂପ ନେବାର ଆଶଙ୍କା ରହିଛି।
ଯେତେ କଠିନ ହେଲେ ମଧ୍ୟ ଯୁଦ୍ଧ ଟାଳିବାକୁ ଏକ ନକ୍ସା ପ୍ରସ୍ତୁତ କରିବା କାର୍ଯ୍ୟରେ ଅନ୍ୟମାନଙ୍କ ତୁଳନାରେ ୟୁରୋପର ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଅତୀତରେ ଏହା ଲଗାତର ପ୍ରଦର୍ଶନ କରିଛି। ୟୁରୋପିଆନ କମିଶନ ଏବଂ ୟୁରୋପିଆନ ଦେଶଗୁଡ଼ିକ ବହୁପକ୍ଷୀୟ ରପ୍ତାନି ନିୟନ୍ତ୍ରଣ କ୍ଷେତ୍ରରେ ବହୁ ପକ୍ଷୀୟ ରପ୍ତାନି ନିୟନ୍ତ୍ରଣ ବ୍ୟବସ୍ଥା ଯୋଗାଇ ଦେବାରେ ପ୍ରମୁଖ ଭୂମିକା ନେଇଥଲେ। ୟୁରୋପ ମଧ୍ୟ ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ ସହ ବୁଝାମଣା କରିବାରେ ମୁଖ୍ୟ ଭୂମିକା ନେଇଛି। ବିଶେଷକରି ନିକଟରେ ଚାଇନା ଏବଂ ଇୟୁ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ଦେଖିଲେ ଇୟୁ ଇଣ୍ଡୋ ପାସିଫିକ୍‌ରେ ଯୁଦ୍ଧ ଟାଳିବା ଅଭିଯାନର ନେତୃତ୍ୱ ନେବା ନିର୍ଦ୍ଦିଷ୍ଟତା ନାହିଁ। କିନ୍ତୁ ଏକ ସମ୍ମିଳିତ ପଦକ୍ଷେପ ନେଇ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କ ବଢାଇବାରେ ସହାୟକ ଅନ୍ତର୍ଜାତୀୟ ନିୟମକୁ ଅଧିକ ଶକ୍ତିଶାଳୀ କରିବାରେ ଇୟୁ ପଦକ୍ଷେପ ନେଇପାରିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି,ଇୟୁ ମହାଶକ୍ତି ମଧ୍ୟରେ ଯୁଦ୍ଧ ଟାଳିବାକୁ ଉପଯୁକ୍ତ ବାଟ କଢ଼ାଇ ନେଇଥାଏ, ଯାହା ଏଠାରେ କରିପାରିବ।ଏଥିପାଇଁ କ’ଣ ୟୁରୋପୀୟ ସଂଘ ଗଠନ କରାଯାଇ ନ ଥିଲା କି?


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri