ଆଉ ଏକ ମାଷ୍ଟର ଷ୍ଟ୍ରୋକ୍‌ ଅପେକ୍ଷାରେ

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜ୍ୟ ସଭା ଆସନ ଲାଗି ଆସନ୍ତା ଜୁନ୍‌ ୧୦ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆସନ୍ତା ୨୪ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ୩୧ରେ ନାମାଙ୍କନ ଦାଖଲର ଶେଷ ତାରିଖ। ଓଡ଼ିଶାର ୩ ରାଜ୍ୟ ସଭାସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌.ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହି ଆସନ ପାଇଁ ନିର୍ବାଚନ ହେବ। ଅନ୍ୟପକ୍ଷରେ ସୁବାସ ସିଂ କଟକ ମେୟର ହେବାପରେ ରାଜ୍ୟ ସଭାରୁ ଗତ ମାସରେ ଇସ୍ତଫା ଦେଇଥିଲେ। ହେଲେ ଏହି ଆସନ ଲାଗି ନିର୍ବାଚନ ହେବାକୁ ଘୋଷଣା କରାଯାଇ ନାହିଁ। ତେବେ ସଂଖ୍ୟା ଦୃଷ୍ଟିରୁ ନିର୍ବାଚନ ହେବାକୁ ଥିବା ଓଡ଼ିଶାର ୩ ରାଜ୍ୟ ସଭା ଆସନ ବିଜେଡି ହାତରେ ରହିବ। ତେଣୁ ଦଳ କେଉଁମାନଙ୍କୁ ପ୍ରାର୍ଥୀ କରିବ ତାକୁ ନେଇ ଦିନ ତମାମ ଚର୍ଚ୍ଚା, ଆଲୋଚନା ବଢ଼ିଯାଇଛି। ତେବେ ଯେକୌଣସି ପଦବୀ ଲାଗି ରାଜ୍ୟରେ ନିର୍ବାଚନ ହୁଏ ପ୍ରାର୍ଥୀ ଘୋଷଣାରେ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚକ୍‌ମା ଦେଇଛନ୍ତି। ଯେଉଁମାନଙ୍କୁ ରାଜ୍ୟ ସଭା ପଠାଯିବ ବୋଲି ପୂର୍ବରୁ ଆଲୋଚନା ହୋଇଥାଏ ସେଥିରେ ଅନେକ ସମୟରେ ବ୍ୟତିକ୍ରମ ଦେଖାଯାଏ। ଅବଶ୍ୟ କଂଗ୍ରେସରୁ ଆସି ପ୍ରଦୀପ ମାଝି ଦଳରେ ମିଶିଥିବାରୁ ତାଙ୍କୁ ପଠାଯାଇପାରେ ବୋଲି ଆଲୋଚନା ଜୋର ଧରିଛି। ସସ୍ମିତଙ୍କ ପ୍ରଦର୍ଶନ ରାଜ୍ୟ ସଭାରେ ଭଲ ରହିଥିବାରୁ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। କେଉଁଠୁ ନା କେଉଁଠୁ ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କ ନାଁ ରାଜନୀତିରେ ଯେକୌଣସି ଭୋଟ ହେଲେ ବିଜେଡି ପ୍ରାର୍ଥୀ ହେବେ ବୋଲି ଅନେକ ସ୍ଥାନରେ ଆଲୋଚନା ହେବାରେ ଲାଗିଛି। ଗଲା ମେୟର ଭୋଟ ସମୟରେ ମଧ୍ୟ ବାଗ୍‌ଚୀଙ୍କ ନାଁ ବହୁ ପୂର୍ବରୁ ଆରମ୍ଭ ହୋଇ ଶେଷ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଲା। ତେବେ ପଶ୍ଚିମ ଓଡ଼ିଶାରେ ବହୁ ଟାଣୁଆ ନେତା ଗତ ସାଧାରଣ ନିର୍ବାଚନରେ ପରାଜୟବରଣ କରିଥିବାରୁ ସେମାନଙ୍କ ମଧ୍ୟରୁ କାହାକୁ ରାଜ୍ୟ ସଭା ଛଡ଼ାଯାଇପାରେ ବୋଲି ଚର୍ଚ୍ଚା ବଢିଛି। ସେହିପରି ଦକ୍ଷିଣ, ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବିଜେଡି ଟିକେଟ ପାଇ ପରାଜୟବରଣ କରିଥିବା ନେତାଙ୍କ ମଧ୍ୟରୁ କାହାକୁ ରାଜ୍ୟ ସଭା ପଠାଯାଇପାରେ ବୋଲି ଆଲୋଚନା ଚାଲିଛି। ତେବେ ସବୁଥର ଭଳି ଆଲୋଚନା ବାହାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୀତି ସମୀକ୍ଷକଙ୍କ ଭିତରେ ଚର୍ଚ୍ଚା ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri