ଅଣ୍ଟା ସଳଖ ହେଉଛି

ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲାରେ ଏପ୍ରିଲ ୨୦ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଭାରତୀୟ ଯବାନଙ୍କ ପ୍ରାଣହାନି ଘଟିଥିବା ବେଳେ ଜଣେ ଆହତ ହୋଇଥିଲେ। ଏହି ଘଟଣା ପରେ ଏପ୍ରିଲ ୨୩ରେ ବଡ଼ଧରଣର ତଲାସି ଅଭିଯାନ ଚାଲିଥିବା ସେନା ପକ୍ଷରୁ କୁହାଯାଇଛି। ଯେଉଁଭଳି ଭାବେ ଗ୍ରେନେଡ୍‌ ମାଡ଼ କରାଯାଇ ସେନାଗାଡ଼ିକୁ ଜାଳି ଦିଆଗଲା, ତାହା ୨୦୧୯ରେ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ମନେପକାଇ ଦେଉଛି। ସେତେବେଳେ ଯବାନଙ୍କ ଗାଡ଼ି ସହ ବିସ୍ଫୋରକଭର୍ତ୍ତି କାର୍‌କୁ ଆତ୍ମଘାତୀ ପିଟି ଦେବା ପରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ୪୦ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା। ତେବେ ପୁଲ୍‌ଓ୍ବାମା ଆକ୍ରମଣରୁ କିଛି ଶିକ୍ଷା ଗ୍ରହଣ କରି ନ ଥିବା ଭାରତୀୟ ଗୋଇନ୍ଦା ଏବେ ମଧ୍ୟ ଅନେକ ସମ୍ବେଦନଶୀଳ ଅଞ୍ଚଳରେ ଠିକ୍‌ ଭାବେ ପାଟ୍ରୋଲିଂ କରିବା ଲାଗି ସୂଚନା ଦେଇପାରୁ ନାହିଁ। ପୁଞ୍ଚ୍‌ରେ ବିସ୍ଫୋରଣ ଘଟାଇବା ଲାଗି ଆକ୍ରମଣକାରୀମାନେ ପ୍ରାୟ ଏକବର୍ଷ ହେବ ରହି ସମ୍ପୃକ୍ତ ଅଞ୍ଚଳର ପ୍ରାକୃତିକ ଭୂଭାଗ ବିଷୟରେ ଅଭ୍ୟସ୍ତ ହୋଇଥିବା କୁହାଯାଉଛି। ଏଥିରୁ ବୁଝିହେଉଛି ଯେ, ସେନାର ସାଧାରଣ ପଇଁତରା ବ୍ୟବସ୍ଥାକୁ ମଧ୍ୟ ଠିକ୍‌ ଭାବେ ପାଳନ କରାଯାଉ ନାହିଁ। ଏଥିସହିତ ଗୋଇନ୍ଦା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଅନ୍ୟପଟେ ରାଜନୈତିକ ବାହୁସ୍ଫୋଟ ବୃଦ୍ଧି ପାଉଥିବାରୁ ଏହିଭଳି ମାରାତ୍ମକ ତ୍ରୁଟି ଘଟାଉଥିବା ବ୍ୟକ୍ତିମାନେ ଦଣ୍ଡିତ ହେବା ପରିବର୍ତ୍ତେ ସହଜରେ ଖସି ଯାଉଛନ୍ତି। ଜମ୍ମୁ ଓ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍‌ଙ୍କ ବିବୃତିିରୁ ପୁଲ୍‌ଓ୍ବାମା ଘଟଣା ସମ୍ପର୍କରେ ମଧ୍ୟ ସ୍ପଷ୍ଟ ବୁଝାପଡ଼ୁଛି।
ପୁଞ୍ଚ୍‌ର ଯେଉଁ ଅଞ୍ଚଳରେ ଆକ୍ରମଣ ଘଟିଛି, ତାହା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ବୋଲି କୁହାଯାଉଛି। ଜମ୍ମୁ ଓ କଶ୍ମୀରକୁ ସମ୍ବିଧାନର ଅନୁଚ୍ଛେଦ ୩୭୦ରେ ଦିଆଯାଇଥିବା ସ୍ବତନ୍ତ୍ର ସୁବିଧା ଓ ସୁଯୋଗକୁ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଉଚ୍ଛେଦ କରିଥିଲେ। ସେତେବେଳେ କୁହାଯାଇଥିଲା ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଆତଙ୍କବାଦୀ ଆକ୍ରମଣ ବନ୍ଦ ହେବା ସହ ସେହି ଭୂଖଣ୍ଡର ଅଧିବାସୀମାନେ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିପାରିବେ। ଏହା ପୂର୍ବରୁ ୮ ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରୀକରଣ ସମୟରେ ମଧ୍ୟ କୁହାଯାଇଥିଲା ଯେ, ତାହା ଆତଙ୍କବାଦୀଙ୍କ ଅଣ୍ଟାକୁ ଭାଙ୍ଗିଦେବ। କିନ୍ତୁ କାହିଁ କେଜାଣି ମନେହେଉଛି ଯେପରି ଆତଙ୍କବାଦୀଙ୍କ ଅଣ୍ଟା ଆହୁରି ସଳଖ ହେଉଛି। ଜମ୍ମୁ ଓ କଶ୍ମୀରକୁ ଭାଙ୍ଗି ଦିଆଯାଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଦିଆଯିବା ପରେ ସେଠାକାର ଲୋକମାନେ ବିଭିନ୍ନ ଦିଗରୁ ଦହଗଞ୍ଜ ହେବାରେ ଲାଗିଛନ୍ତି। ଦୀର୍ଘ ଦିନ ଧରି ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେ। ଇତିମଧ୍ୟରେ କେତେକ କଶ୍ମୀର ପଣ୍ଡିତଙ୍କ ଜୀବନ ମଧ୍ୟ ଯାଇଛି। ସେଠାରେ ଦୈନନ୍ଦିନ ଯାତାୟାତରେ ପ୍ରବଳ କଟକଣା। ଲୋକଙ୍କ ପାଖରେ ସର୍ବନିମ୍ନ ସୁବିଧା ଯଥା ଔଷଧ ମିଳିପାରୁ ନାହିଁ। ସବୁ ବ୍ୟବସାୟ ବନ୍ଦ ହୋଇଗଲାଣି। ଗଣମାଧ୍ୟମରେ କୌଣସି ଅସ୍ବାଭାବିକ ତଥ୍ୟ ପ୍ରକାଶ ପାଉ ନ ଥିବାରୁ ଭାରତର ଅନ୍ୟ ରାଜ୍ୟରେ କଶ୍ମୀରର ବାସ୍ତବ ସ୍ଥିତି ସମ୍ପର୍କରେ ବୁଝାପଡ଼ୁନି। ଧୀରେ ଧୀରେ ଆତଙ୍କବାଦୀ କାର୍ଯ୍ୟ ବଢ଼ିବା ପରେ ଏବେ ପୁଞ୍ଚ୍‌ରେ ଆକ୍ରମଣ ଅନୁଚ୍ଛେଦ ୩୭୦ ଉଚ୍ଛେଦ ବେଳର ସରକାରଙ୍କ ଦମ୍ଭୋକ୍ତିକୁ ଭୁଲ୍‌ ପ୍ରମାଣିତ କରିଛି ବୋଲି କୁହାଯାଉଛି। ପୁଣି ଏହି ଆକ୍ରମଣ ଏଭଳି ସମୟରେ ହୋଇଛି, ଯେତେବେଳେ ଜମ୍ମୁ ଓ କଶ୍ମୀର ମେ’ରେ ଜି-୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗ୍ରୁପ୍‌ ବୈଠକ ଆୟୋଜନ କରିବାକୁ ଯାଉଛି। ଅନୁରୂପ ଭାବେ ଆସନ୍ତାମାସରେ ଗୋଆଠାରେ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ବର୍ତ୍ତମାନର ସ୍ଥିତିକୁ ଦେଖିଲେ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀର ସଂକ୍ରାନ୍ତ ରଣନୀତିରେ ପରିବର୍ତ୍ତନ ଆଣିବା ଦରକାର। ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଜମ୍ମୁ ଓ କଶ୍ମୀର ଆଗକୁ ଆହୁରି ଦୁର୍ଦ୍ଦଶାର ସମ୍ମୁଖୀନ ହେବ। କେବଳ ସେତିକି ନୁହେଁ, ସେହି ଅଞ୍ଚଳର ଯେତିକି ସମସ୍ୟା ବୃଦ୍ଧି ପାଇବ, ଭାରତୀୟ ରାଜକୋଷରୁ ସେତିକି ଅର୍ଥ ବ୍ୟୟ ହେବାରେ ଲାଗିବ। ଭାରତର ପ୍ରାୟ ସବୁ ଅର୍ଦ୍ଧସାମରିକ ବାହିନୀ ଓ ସେନାର ଶକ୍ତି ଜମ୍ମୁ ଓ କଶ୍ମୀରର ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ ମୁତୟନ ହେଉଥିବାରୁ ବାହ୍ୟ ଆକ୍ରମଣ ବଢ଼ୁଛି। ସେଥିପାଇଁ ଚାଇନା ବାରମ୍ବାର ଭାରତ ଭିତରକୁ ପଶି ଅଧିକ ଅଞ୍ଚଳ ମାଡ଼ି ବସିଲାଣି। ୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗଢ଼ାଯାଇଥିଲା। ଏହା ଅତ୍ୟନ୍ତ ଶକ୍ତିଶାଳୀ ବୋଲି ସର୍ବଦା ସରକାରୀ ଭାବେ କୁହାଯାଇଥାଏ। ହେଲେ ଆତଙ୍କବାଦୀ ଆକ୍ରମଣ ପରେ ଏହାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ବ୍ୟତୀତ ଅଦ୍ୟାବଧି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି। ତେଣୁ ସବୁ ଦିଗରୁ ଦେଖିଲେ କେବଳ ବାହୁସ୍ଫୋଟ ମାରିଲେ ହେବ ନାହିଁ। ବର୍ତ୍ତମାନ ବ୍ୟବସ୍ଥିତ ଭାବେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଲାଣି। ନ ହେଲେ କଶ୍ମୀର ଆହୁରି ଅଶାନ୍ତ ହୋଇଯିବ। କେବଳ କଶ୍ମୀର ନୁହେଁ, ସୀମାନ୍ତ ଅଞ୍ଚଳରେ ଭାରତ ପାଇଁ ପରିସ୍ଥିତି ଆହୁରି ଅଣାୟତ୍ତ ହେବାକୁ ଲାଗିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri