ସବୁକିଛି କ୍ଷମା କରିଦେବି କିନ୍ତୁ ଧୋକା ଦେଇଥିବା ଲୋକଙ୍କୁ ଆଦୌ ନୁହେଁ: ଓ୍ବାଗନର୍‌ ମୁଖ୍ୟଙ୍କ ମୃତ୍ୟୁ ପରେ ଭାଇରାଲ ହେଉଛି ପୁଟିନଙ୍କ ପୁରୁଣା ଭିଡିଓ

ମସ୍କେ,୨୪।୮: ଏକ ବିମାନ ଦୁର୍ଘଟଣାରେ ୱାଗନର୍‌ ଗ୍ରୁପ୍‌ର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନଙ୍କ ଦେହାନ୍ତ ହୋଇଛି। ଦୁଇ ମାସ ପୂର୍ବେ ଅର୍ଥାତ୍‌ ଜୁନ ଶେଷରେ ପ୍ରିଗୋଝିନ ରୁଷିଆର ସେନା ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେବେଠାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ ୱାଗନର୍‌ ମୁଖ୍ୟଙ୍କ ମଧ୍ୟରେ ସମ୍ପର୍କ ସ୍ବାଭାବିକ ନ ଥିଲା।
ୱାଗନର୍‌ ଗ୍ରୁପ ମୁଖ୍ୟ ପ୍ରିଗୋଝିନଙ୍କ ମୃତ୍ୟୁ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହିଛନ୍ତି ଯେ, ଯେଉଁମାନେ ପ୍ରତାରଣା କରନ୍ତି ମୁଁ ସେମାନଙ୍କୁ କ୍ଷମା କରେ ନାହିଁ।
୨୦୧୮ରେ ପୁଟିନଙ୍କୁ ଏକ ସାକ୍ଷାତକାରରେ ପଚରା ଯାଇଥିଲା ଯେ, ତୁମ ନଜରରେ କିଛି କ୍ଷମା ଯୋଗ୍ୟ ବ୍ୟକ୍ତି ଅଛନ୍ତି କି? ଏହାର ଜବାବରେ ରାଷ୍ଟ୍ରପତି ପୁଟିନ କହନ୍ତି, ହଁ ଅଛନ୍ତି କିନ୍ତୁ ସମସ୍ତେ ନୁହଁନ୍ତି। ଏହା ବ୍ୟତୀତ ତାଙ୍କୁ ପଚରାଯାଇଥିଲା, ତାଙ୍କୁ କ୍ଷମା ନ କରିବାର ସର୍ତ୍ତ କ’ଣ? ଧୋକା ଦେଉଥିବା ବ୍ୟକ୍ତିଙ୍କୁ ମୁଁ ଆଦୌ କ୍ଷମା ଦିଏ ନାହିଁ ବୋଲି କହନ୍ତି ପୁଟିନ।
ସୂଚନାଯୋଗ୍ୟ,ରୁଷିଆ ରାଜଧାନୀ ମସ୍କୋରୁ ସେଣ୍ଟ ପିଟର୍ସବର୍ଗ ଅଭିମୁଖେ ଯାଉଥିବା ଏକ ବିଜନେସ୍‌ସ ଜେଟ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଛି। ଯାତ୍ରୀ ତାଲିକାରେ ରୁଷିଆର ଘରୋଇ ସେନା ଓ୍ବାଗନର ମୁଖ୍ୟ ୟେଭ୍ଗେନି ପ୍ରିଗୋଝିନ ଥିବା କୁହାଯାଉଛି। ଜୁନ ଶେଷ ଆଡ଼କୁ ପ୍ରିଗୋଝିନ ରୁଷିଆ ସେନା ବିରୋଧରେ ସଶସ୍ତ୍ର ବିଦ୍ରୋହ କରି ନିଜ ସୈନ୍ୟଙ୍କ ସହ ମସ୍କୋ ଅଭିମୁଖେ ଅଗ୍ରସର ହୋଇଥିଲେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ତଥା ବେଲାରୁଷ ରାଷ୍ଟ୍ରପତି ଆକେଲକଜାଣ୍ଡାର ଲୁକାସେନେକୋଙ୍କ ହସ୍ତକ୍ଷେପ ପରେ ଓ୍ବାଗନର୍‌ ସେନା ପଛଘୁଞ୍ଚା ଦେଇଥିଲା। ପରବର୍ତ୍ତୀ ସମୟରେ ପ୍ରିଗୋଝିନଙ୍କ ସୈନ୍ୟ ବେଲାରୁଷରେ ଥିବା ୟୁକ୍ରେନ ବିରୋଧୀ ଶିବିରଗୁଡିକରେ ଅବସ୍ଥାନ କରିଥିବା କୁହାଯାଇଥିଲା। ଅନ୍ୟପଟେ ଦେଶ ତଥା ଦେଶ ବାହାରେ ଜଣେ ପରେ ଜଣେ ପୁଟିନ ବିରୋଧୀ ଓ ସମାଲୋଚକଙ୍କ ରହସ୍ୟଜନକ ମୃତ୍ୟୁ ଘଟି ଚାଲିଥିବାରୁ ସଦ୍ୟ ବିମାନ ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ଛିଡ଼ା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?