Posted inଜାତୀୟ

Vyapam ଦୁର୍ନୀତି: ୧୦ ବର୍ଷ ପରେ ଆସିଲା ରାୟ, ୭ ଦୋଷୀଙ୍କ ୭ ବର୍ଷ ଜେଲ ଦଣ୍ଡାଦେଶ…

ମୁମ୍ବାଇ,୨୦।୨ : ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ଭ୍ୟାପମ ଦୁର୍ନୀତି ମାମଲରେ ରାୟ ଆସିଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୭ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। ୧୨ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୩ ରେ ଏହି ନିଯୁକ୍ତି ପରୀକ୍ଷା ସ୍କାମ ସାମ୍ନାକୁ ଆସିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ୪୧ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାର ତଦନ୍ତ ମଧ୍ୟପ୍ରଦେଶର ତତ୍କାଳୀନ ରାଜ୍ୟପାଳ ରାମ ନରେଶ ଯାଦବଙ୍କ ପୁଅ ଶୈଲେଶ ଯାଦବଙ୍କ ନିକଟରେ ପହଞ୍ଚିଥିଲା। କିନ୍ତୁ ୨୫ ମାର୍ଚ୍ଚ ୨୦୧୫ ରେ ଶୈଲେଶଙ୍କ ଆକସ୍ମିକ ମୃତ୍ୟୁ ଯୋଗୁ ଏହି ମାମଲା ନୂଆ ମୋଡ ନେଇଥିଲା। ଘରେ ସନ୍ଦେହଜନକ ଅବସ୍ଥାରେ ଶୈଲେଶଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ରାମ ନରେଶ ମଧ୍ୟ ଜଣେ ଅଭିଯୁକ୍ତ ଥିଲେ। ସେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ଚୌହ୍ବାନଙ୍କ ସ୍କାନରରେ ଆସିଥିଲେ।

ମଧ୍ୟପ୍ରଦେଶର ବୃତ୍ତିଗତ ପରୀକ୍ଷା ବୋର୍ଡ (ଭ୍ୟାପମ) ମଧ୍ୟପ୍ରଦେଶରେ ଡାକ୍ତରୀ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା, ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା, ନିଯୁକ୍ତି ପରୀକ୍ଷା କରିଥାଏ। ସମସ୍ତ ପରୀକ୍ଷା ସମ୍ବନ୍ଧୀୟ ପ୍ରକ୍ରିୟା କେବଳ ଭ୍ୟାପମ ଦ୍ୱାରା କରାଯାଇଥାଏ, କିନ୍ତୁ ଭ୍ୟାପମ ବିରୋଧରେ ଅଭିଯୋଗ ଆସିବାକୁ ଲାଗିଲା ଯେ ସରକାରୀ ଚାକିରୀ ପାତରଅନ୍ତର କରି ଶାଗମାଛ ଭାବେ ବଣ୍ଟନ କରାଯାଇଥାଏ। ଏଥିପାଇଁ ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନରେ ଜାଲିଆତି କରାଯାଇଥାଏ। ଏକ ହଜାର ନକଲି ନିଯୁକ୍ତି ବିଷୟରେ ଗୁଜବ ଆରମ୍ଭ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ମେଡିକାଲ କଲେଜରେ ମଧ୍ୟ ୫୧୪ ନକଲି ନିଯୁକ୍ତି ନେଇ ସନ୍ଦେହ ହୋଇଥିଲା।

୨୦୧୩ ମସିହାରେ,ଏମବିବିଏସ ନିଯୁକ୍ତି ପରୀକ୍ଷା ସମୟରେ ପୋଲିସ ନକଲି ପ୍ରାର୍ଥୀଙ୍କୁ ଧରିଥିଲା। ଅନୁସନ୍ଧାନରୁ ଏକ ନକଲି ନିଯୁକ୍ତି ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଥିଲା। ପଚରାଉଚରା ବେଳେ ଡକ୍ଟର ଜଗଦୀଶ ସାଗରଙ୍କ ନାମ ଆସିଥିଲା, ଯିଏ ପଚରାଉଚରା ସମୟରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମାଙ୍କ ବିଷୟରେ ପ୍ରକାଶ କରିଥିଲେ। ୧୬ ଜୁନ ୨୦୧୪ ରେ ଲକ୍ଷ୍ମୀକାନ୍ତ ଶର୍ମା, ଯିଏକି ସେହି ସମୟରେ ଭ୍ୟାପମର ଚେୟାରମ୍ୟାନ ଥିଲେ, ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଅରୋବିନ୍ଦୋ ମେଡିକାଲ କଲେଜର ଚେୟାରମ୍ୟାନ ଡକ୍ଟର ବିନୋଦ ଭଣ୍ଡାରୀ ଏବଂ ଭ୍ୟାପମର କଣ୍ଟ୍ରୋଲର ପରୀକ୍ଷକ ଡକ୍ଟର ପଙ୍କଜ ତ୍ରିବେଦୀଙ୍କୁ ଗିରଫ କରାଯାଇଥିଲା। ଚାକିରି ବଦଳରେ ଟଙ୍କା ନେଇ ପୂର୍ବତନ ମନ୍ତ୍ରୀ ଓପି ଶୁକ୍ଲାଙ୍କୁ ଧରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri