ଭିଏସ୍‌ଏସ୍‌ ନଗର ମାର୍କେଟ, ଏକାମ୍ରକାନନ ପାର୍କ ସିଲ୍‌

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଦିନକୁ ଦିନ ବେପରୁଆ ହୋଇ ପଡୁଛନ୍ତି ରାଜଧାନୀବାସୀ। ହାଟ, ବଜାରରେ ଭିଡ଼ କରୁଛନ୍ତି। ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ହାଟବଜାରରେ ଚଢ଼ାଉ କରାଯାଇଥିଲା। ଭିଏସ୍‌ଏସ୍‌ ନଗର ମାର୍କେଟରେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ସେହିପରି ଉତ୍ତର ଜୋନ୍‌ରେ ଥିବା ୬ଟି ଦୋକାନକୁ ସିଲ୍‌ କରାଯାଇ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିଭଳି ଦକ୍ଷିଣ ପଶ୍ଚିମ ଜୋନ୍‌ରେ ଥିବା ବଡଗଡ ହାଟ, ଶହୀଦ ନଗର ହାଟ, ଝାରପଡା ହାଟ, ୟୁନିଟ-୧ ଓ ୟୁନିଟ-୪ ହାଟ ଅଞ୍ଚଳରେ ମିଳିତ ଟିମ୍‌ ବୁଲି ବୁଲି ବ୍ୟବସାୟୀ ଓ ଗ୍ରାହକଙ୍କୁ ସାମାଜିକ ଦୂରତା ସହ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି। ବିଏମ୍‌ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଓ ଏସିପି ରଜତ ରାୟଙ୍କ ତତ୍ତ୍ୱାବଧାନରେ ଏହି ଚଢାଉ କରାଯାଇଥିଲା।
ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ଥିବା ଏକାମ୍ର କାନନ ପାର୍କକୁ ମଧ୍ୟ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ଏକାମ୍ର କାନନ ବଟାନିକାଲ ଗାର୍ଡେନ୍‌ରେ ଅଧିକ ଜନସମାଗମ ହେଉଥିବା ଅଭିଯୋଗ ପାଇବା ପରେ ବିଏମ୍‌ସି ପକ୍ଷରୁ ଏଠାରେ ଚଢାଉ କରାଯାଇ ପଦକ୍ଷେପ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା କ୍ୟାବିନେଟ୍‌ ବୈଠକ, ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର,୧୯।୭(ବ୍ୟୁରୋ): ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ...

ଅଗଷ୍ଟ ୨୭ରେ ଏଏସ୍‌ଓ ପରୀକ୍ଷା, ଜାଣନ୍ତୁ ସମସ୍ତ ସୂଚନା…

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଅଗଷ୍ଟ ୨୭ରେ ହେବ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା। ରାଜ୍ୟରେ ବନ୍ୟାସ୍ଥିତି ଯୋଗୁ ଏହି ପରୀକ୍ଷା ଘୁଞ୍ଚିଥିବା ବେଳେ ଶନିବାର ଏନେଇ ବିଜ୍ଞପ୍ତି...

ଆରମ୍ଭ ହେଲା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି

ଭୁବନେଶ୍ୱର,୨୬।୨: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି। ଭାରତର ଉଭୟ ପୁରୁଷ ଓ ମହିଳା ଟିମ୍‌ ସ୍ପେନକୁ ଭେଟିଛି। ମହିଳା ମ୍ୟାଚ୍‌ ଶନିବାର...

ପଥରଶିଳ୍ପ: ଓଡ଼ିଆର ଜାତିଗତ ସମ୍ପଦ

ବାହାର ଲେଖକମାନେ ଶାସ୍ତ୍ରର ମୂଳ ରହସ୍ୟକୁ ଖୋଜି ନ ଥିଲାପରି ମନେହୁଏ। ଯିଏ ଖୋଜିଛନ୍ତି ସେ କିମ୍ଭୂତକିମାକାର ତର୍ଜମା କରି ଓଡ଼ିଆ ସାଂସ୍କୃତିକ ପରମ୍ପରାକୁ କତରା...

ଫେଲ୍‌ ମାରିବା ପରେ ବଦଳିଲା ସର୍ବକ୍ଷମା ଯୋଜନା: ଅଧିକ ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୮ା୮(ବ୍ୟୁରୋ): ସହରରେ ଘର କରିବାକୁ ହେଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କିମ୍ବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଠାରୁ ଅନୁମତି ନେବାକୁ ପଡ଼ିବ। ଯଦି...

ମଦ ବନ୍ଦ ପାଇଁ ମହିଳା ସଂଘର ମେଳି

ତୁମୁଡିବନ୍ଧ,୧୦।୬(ଡି.ଏନ୍‌.ଏ.)- ତୁମୁଡିବନ୍ଧ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଉଛି। ଝିରିପାଣି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇ...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ, ପ୍ରଥମ ଦିନରେ ଓଡ଼ିଆ

କଟକ ଅଫିସ,୮।୨: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ ସୋମବାର ପ୍ରକାଶ ପାଇଛି। ମେ ୩ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ।...

ସାପ କାମୁଡାରେ ମାଇଁ ମୃତ, ଭାଣିଜୀ ଗୁରୁତର

ଉମରକୋଟ,୨୯।୫(ଡି.ଏନ.ଏ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବକଡାବେଢା ପଞ୍ଚାୟତ ନିକଟସ୍ଥ ତେଣ୍ଡକାଗୁଡାରେ ମଙ୍ଗଳବାର ରାତିରେ ସାପ କାମୁଡାରେ ମାଇଁର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଗୁରୁତର...

Advertisement
Archives

Model This Week