ଆଜି ୪୫ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟିଂ ମଙ୍ଗଳବାର ଶେଷ ହୋଇଛି। ୨୭ ଜିଲାର ୬୪ ବ୍ଲକର ୧ ହଜାର ୨୫୪ ପଞ୍ଚାୟତରେ ମତଦାନ ସରିଛି। ମୋଟ ୧୭ ହଜାର ୮୯ ବୁଥ୍‌ରେ ୫୧ ଲକ୍ଷ ୩୧ ହଜାର ୭୨୭ଜଣ ଭୋଟ୍‌ ଦେଇଛନ୍ତି। ୧୬୩ ଜିଲା ପରିଷଦ ଜୋନ୍‌ରେ ମୋଟ ୬୬୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାବେଳେ ସେମାନଙ୍କ ଭାଗ୍ୟ ବାଲଟ୍‌ ବକ୍ସରେ ବନ୍ଦ ହୋଇଛି। ଅନ୍ତିମ ତଥା ୫ମ ପର୍ଯ୍ୟାୟ ନିର୍ବାଚନକୁ ମଝିରେ ମାତ୍ର ଦିନଟିଏ ଥିବାବେଳେ ଏଥିଲାଗି ର ଅପରାହ୍ନରୁ ପ୍ରଚାର ଶେଷ ହୋଇଛି। ଅନ୍ୟପଟେ ଗତ ୩ ପର୍ଯ୍ୟାୟ ନିର୍ବାଚନ ସମୟରେ ୪୫ ବୁଥ୍‌ରେ ବିଭିନ୍ନ କାରଣରୁ ହୋଇଥିବା ଭୋଟିଂ ପ୍ରକ୍ରିୟାକୁ ନିର୍ବାଚନ କମିଶନ ବାତିଲ କରିଦେଇଥିଲେ। ସେହିସବୁ ସ୍ଥାନରେ ବୁଧବାର ପୁନଃ ମତଦାନ ହେବ। ଅନୁରୂପ ଭାବେ ୩ୟ ପର୍ଯ୍ୟାୟରେ ୩୦ ବୁଥ୍‌ରେ ସାନି ମତଦାନ ଲାଗି ଜିଲାପାଳମାନେ ପ୍ରସ୍ତାବ ଦେଇଛନ୍ତି। ଆସନ୍ତା ୨୫ ତାରିଖରେ ଉକ୍ତ ୩୦ ବୁଥ୍‌ରେ ସାନି ମତଦାନ ହେବ ବୋଲି ଜଣାପଡ଼ିଛି। ଆସନ୍ତା ଗୁରୁବାର ଶେଷ ପର୍ଯ୍ୟାୟରେ ୪୯ ବ୍ଲକର ୧୩୩ ଜିଲା ପରିଷଦ ଜୋନ୍‌ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ୯୭୫ ସରପଞ୍ଚ,
ସମିତିସଭ୍ୟ ଏବଂ ୧୩ ହଜାର ୫୧୪ ଓ୍ବାର୍ଡସଭ୍ୟ ପଦବୀ ଲାଗି ୪୧ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଅଦ୍ୟାବଧି ୪ ପର୍ଯ୍ୟାୟରେ ଶେଷ ହୋଇଥିବା ନିର୍ବାଚନରେ ୭୩% ମତଦାନ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬% ଭୋଟିଂ ହୋଇଥିବା ବେଳେ ୪ର୍ଥ ପର୍ଯ୍ୟାୟ ଚୂଡ଼ାନ୍ତ ରିପୋର୍ଟ ଆସିବା ବେଳକୁ ଏହା ସବୁ ପର୍ଯ୍ୟାୟର ଭୋଟିଂ ରେକର୍ଡକୁ ପାର୍‌ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟରେ ୨୯ ଜିଲାର ୬୩ ବ୍ଲକ ଅନ୍ତର୍ଗତ ୧୭୧ ଜିଲା ପରିଷଦ ଜୋନ୍‌ର ୧ ହଜାର ୩୮୧ ପଞ୍ଚାୟତ ପାଇଁ ଭୋଟ ହୋଇଛି। ଏଥିରେ ୫୬ ଲକ୍ଷ ୫୩ ହଜାର ୪୦୫ଜଣ ଭୋଟର ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୬୭୯ ଜିଲା ପରିଷଦ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲାର ୬୮ ବ୍ଲକ ଅନ୍ତର୍ଗତ ୧୮୬ ଜିଲା ପରିଷଦ ଜୋନ୍‌ର ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାର ୪୩୬ ବୁଥ୍‌ରେ ନିର୍ବାଚନ ହୋଇଥିଲା। ୬୨ ଲକ୍ଷ ୧୦ ହଜାର ୯୩୮ ମତଦାତା ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। ୧୮୬ ଜିଲା ପରିଷଦ ଜୋନ୍‌ ପାଇଁ ୭୪୭ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କୁ ମିଶାଇ ଏହି ପର୍ଯ୍ୟାୟରେ ୩୦ ହଜାର ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଅନୁରୂପ ଭାବେ ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାର ୭୧ ବ୍ଲକ ଅଧୀନ ୧ ହଜାର ୬୬୯ ପଞ୍ଚାୟତର ୬୭ ଲକ୍ଷ ୫୧ ହଜାର ମତଦାତା ୨୨ ହଜାର ୩୭୯ ବୁଥ୍‌ରେ ଭୋଟ ଦେଇଥିଲେ। ସେମାନେ ୨୦୦ ଜିଲା ପରିଷଦ ସଭ୍ୟ ସମେତ ସରପଞ୍ଚ, ସମିତିସଭ୍ୟ ଏବଂ ଓ୍ବାର୍ଡସଭ୍ୟଙ୍କୁ ଚୟନ କରିସାରିଛନ୍ତି।
ବ୍ୟାପକ ହିଂସା, ଭୋଟ ବାକ୍ସ ଲୁଟ୍‌, ବୁଥ୍‌ ଜବରଦଖଲକୁ ଚଳିତ ପଞ୍ଚାୟତ ନିର୍ବାଚନ ଚର୍ଚ୍ଚାର ଶିରୋନାମା ପାଲଟିଛି। ଏସବୁ ଭିତରେ ଭାଗ୍ୟ ପରୀକ୍ଷା କରୁଥିବା ପ୍ରାର୍ଥୀମାନେ ଭୋଟଗଣତିକୁ ଅପେକ୍ଷା କରିଥିବାବେଳେ ଅନ୍ତିମ ଚରଣ ଭୋଟ ଲାଗି ସବୁଦଳ ପକ୍ଷରୁ ଜୋର୍‌ଦାର ପ୍ରଚାର କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ୟ ଜିଲା ଦାୟିତ୍ୱରେ ରହିଥିବା ନେତାମାନେ ନିଜ ଅଞ୍ଚଳକୁ ଫେରି ଆସିଛନ୍ତି। ଶେଷ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର କେଇ ଘଣ୍ଟା ଥିବାବେଳେ ମତଗ୍ରହଣ ହେବାକୁ ଥିବା ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ସ୍ଥାନୀୟ ପୋଲିସ, ପ୍ରଶାସନିକ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri