Advertisement
Posted inଜାତୀୟ

ବନ୍ଦୀଙ୍କ ଭୋଟ ଦେବା ଅଧିକାର: କେନ୍ଦ୍ର, ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୧।୧୦: ଜନପ୍ରତିନିଧି ଆଇନରେ ବନ୍ଦୀମାନଙ୍କୁ ଭୋଟ ଅଧିକାର ଦିଆଯାଇ ନ ଥିବାରୁ ଏହାର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ (ଇସି)ଙ୍କୁ ଜବାବ ମାଗିଛନ୍ତି। ଆଇନଜୀବୀ ଜୋହେବ ହୋସେନ୍‌ଙ୍କ ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ, ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କ ଖଣ୍ଡପୀଠ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ଜନପ୍ରତିନିଧି ଆଇନର ଧାରା ୬୨(୫)ରେ ଜେଲ୍‌ରେ ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ଭୋଟ ଦେବାରୁ ନିଷେଧ କରାଯାଇଛି। ଏହାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ୨୦୧୯ରେ ନ୍ୟାଶନାଲ ଲ’ ୟୁନିଭର୍ସିଟିର ତତ୍କାଳୀନ ଛାତ୍ର ଆଦିତ୍ୟ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୯କୁ ଧାର୍ଯ୍ୟ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶଙ୍କ ଉପରକୁ ପିଆଜ ମାଡ଼

ପାଟନା,୪।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ପିଆଜ ମାଡ଼ କରାଯାଇଛି।...

୧୧୨ ଜିଲାରେ ସର୍ଭେ କରିବ ନୀତି ଆୟୋଗ

ନୂଆଦିଲ୍ଲୀ,୨୭ା୪: କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତରେ ଗରିବମାନେ ସୋସିଆଲ ଡିଷ୍ଟାନ୍ସିଂ କରୁଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦେଶର ୧୦୦ରୁ ଊର୍ଦ୍ଧ୍ୱ ଜିଲାରେ...

ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କଲେ ରାଜ୍ୟପାଳ ଆରିଫ୍‌ ମହମ୍ମଦ

ଥିରୁଭାନନ୍ତପୁରମ୍‌,୧୨।୪: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାଁ ସାବରିମାଳାରେ ପହଞ୍ଚି ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି। ରବିବାର ସନ୍ଧ୍ୟାରେ ସାନ ପୁଅ...

ପାଣି ମାଗିବାକୁ ଆସିଥିବା ମହିଳାଙ୍କୁ ମଝି ରାସ୍ତାରେ ଗୋଇଠା ମାରିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଅହମ୍ମଦାବାଦ୍‌,୩।୬: ଗୁଜରାଟରେ ପାଣି ମାଗିବାକୁ ଆସିଥିବା ଜଣେ ମହିଳାଙ୍କୁ ଭାଜପା ବିଧାୟକ ମଝି ରାସ୍ତାରେ ଗୋଇଠା ମାରିଛନ୍ତି। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ...

ପରେଡ୍‌ରେ ସ୍ଥାନ ପାଇବ କୋଭିଡ୍‌ ଟିକା

ନୂଆଦିଲ୍ଲୀ, ୨୩।୧(ଆଇଏଏନ୍‌ଏସ୍‌): ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ କୋଭିଡ୍‌ ଟିକାର ବିକାଶ ପ୍ରକ୍ରିୟା ପ୍ରଦର୍ଶନ ହେବ।...

ମୁମ୍ବାଇରେ ଗୋଟିଏ ଦିନରେ ୨୧୮ କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ଭାଇରସ ବେଳକୁ ବେଳ ତାଣ୍ଡବ ରଚି ଚାଲିଛି। ଗୋଟିଏ ଦିନରେ ଏଠାରେ ଶହ ଶହ ଲୋକ କରୋନାରେ ପୀଡ଼ିତ ହେବା ସରକାରଙ୍କ...

ସୀମାରେ ଡ୍ରୋନ୍‌ ଦ୍ୱାରା ନିଶା କାରବାର, ୧୫ କୋଟି ଟଙ୍କାର ହେରୋଇନ ଜବତ…

ଶ୍ରୀଗଙ୍ଗାନଗର, ୭।୬ : ଇଣ୍ଡୋ-ପାକ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ବନ୍ଦ ହେବାର ନା ଧରୁନି। ଭାରତ-ପାକ ସୀମାରେ ଥିବା ଶ୍ରୀଗଙ୍ଗନଗର ଜିଲାରେ ସାଢ଼େ...

ଜି୭ ବୈଠକରେ ଯୋଗଦେବାକୁ ଯାଇଥିବା ୨ ଭାରତୀୟ ପ୍ରତିନିଧି କରୋନା ସଂକ୍ରମିତ

ଲଣ୍ଡନ,୫।୫: ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ଜି ୭ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତର ୨ ଜଣ ପ୍ରତିନିଧି କୋଭିଡ୍‌ ପଜିଟିଭ୍‌...

Advertisement
Archives

Model This Week