Posted inଜାତୀୟ

‘ଡି ଭୋଟର’ ଟ୍ୟାଗ୍‌ ଭୟରେ ମତଦାନ

ଗୁଆହାଟୀ,୯।୪: ଆସାମର ମୁସଲମାନ ଭୋଟରଙ୍କ ସଂଖ୍ୟା ମୋଟ ମତଦାତାଙ୍କ ୩୫%। ପ୍ରାୟ ପ୍ରତ୍ୟେକ ନିର୍ବାଚନରେ ଏମାନେ ମତଦାନ କେନ୍ଦ୍ରକୁ ଯାଇ ମତାଧିକାର ସାବ୍ୟସ୍ତ କରିଥାଆନ୍ତି। ଏହାର ଅନ୍ୟତମ କାରଣ ହେଉଛି ‘ଡି ଭୋଟର’ ବା ସନ୍ଦିଗ୍ଧ ମତଦାତା ଟ୍ୟାଗ୍‌ ଭୟ। ଏପରି କି ଭୋଟର ତାଲିକାରୁ ନାଁ କଟିଯିବାର ଭୟ ବି ରହିଥାଏ ସଂଖ୍ୟାଲଘୁ ମତଦାତାଙ୍କ ମନରେ। ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମଧ୍ୟ ମୁସଲମାନ ବହୁଳ ଆସନଗୁଡ଼ିକରେ ମତଦାନ ହାର ଅଧିକ ରହିଛି। ଯେଉଁ ୩୪ ଆସନରେ ମୁସଲମାନ ସଂଖ୍ୟାଗରିଷ୍ଠ, ସେଠାରେ ହାରାହାରି ମତଦାନ ୮୪% ରହିଛି। ଅବଶିଷ୍ଟ ୯୨ ଆସନରେ ମୁସଲମାନ ସମୁଦାୟର ଉପସ୍ଥିତି ଗୌଣ। ଏଭଳି ନିର୍ବାଚନମଣ୍ଡଳୀରେ ୭୯% ରହିଛି ଭୋଟ ହାର।
ଏହି ବିଧାନସଭା ନିର୍ବାଚନରେ ଆସାମର ହାରାହାରି ମତଦାନ ହାର ୮୨%ରୁ ଅଳ୍ପ ଅଧିକ ରହିଛି। କିନ୍ତୁ ୭ ଆସନ ଏମିତି ବି ଅଛି, ଯେଉଁଠି ମୁସଲମାନ ଭୋଟର ୯୦%ରୁ ଅଧିକ ଭୋଟ ଦେଇଛନ୍ତି। ଅନ୍ୟ ୩ ଆସନରେ ୮୯%ରୁ ସାମାନ୍ୟ ଅଧିକ ମତଦାନ ରେକର୍ଡ କରାଯାଇଛି। ୨୦୧୬ରେ ଏହି ୧୦ ସିଟ୍‌ ମଧ୍ୟରୁ ୪ଟିକୁ କଂଗ୍ରେସ ଦଖଲ କରିଥିବାବେଳେ ୬ରେ ଏଆଇୟୁଡିଏଫ୍‌ ଜିତିଥିଲା। ସଂଖ୍ୟାଲଘୁ ଛାତ୍ର ନେତା ଓ ଆସାମ ସଂଖ୍ୟାଲଘୁ ଛାତ୍ର ସଂସଦ (ଏଏମ୍‌ଏସ୍‌ୟୁ୍‌)ର ପୂର୍ବତନ ଉପଦେଷ୍ଟା ଅଜିଜୁର ରହମାନ ଏଥର ନାଓବୋଇଚା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତାଙ୍କ ମତରେ ଭୋଟ ଗ୍ରହଣ ଦିନ ଅନ୍ୟ ସମ୍ପ୍ରଦାୟର ଭୋଟରଙ୍କ ତୁଳନାରେ ମୁସଲମାନ ଭୋଟର ଅଧିକ ସଂଖ୍ୟାରେ ପୋଲିଂ ବୁଥ୍‌କୁ ଧାଇଁଥାଆନ୍ତି। କାରଣ ଭୋଟ ଦେଇ ନ ଗଲେ ଭୋଟର ଲିଷ୍ଟରେ ସେମାନଙ୍କୁ ‘ଡି ଭୋଟର’ ଆଖ୍ୟା ଦିଆଯିବ ବୋଲି ମୁସଲମାନମାନେ ଭୟରେ ରହିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri