Posted inଜାତୀୟ

ଉତ୍ତରାଖଣ୍ଡ, ଗୋଆରେ ଭୋଟ ଶେଷ

ନୂଆଦିଲ୍ଲୀ,୧୫।୨:କୋଭିଡ୍‌ କଟକଣା ଓ କଡ଼ା ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ସୋମବାର ଉତ୍ତରାଖଣ୍ଡ ବିଧାନସଭାର ୭୦ ଓ ଗୋଆର ୪୦ ଆସନରେ ନିର୍ବାଚନ ଶେଷ ହୋଇଛି। ଏହି ଦୁଇ ରାଜ୍ୟରେ ଯଥାକ୍ରମେ ୬୨.୫% ଓ ୭୮.୯୪% ମତଦାନ ହୋଇଛି। ସେହିପରି ଉତ୍ତର ପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୫୫ ଆସନରେ ହୋଇଥିବା ନିର୍ବାଚନରେ ୬୦.୪୪ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ।
ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୟୁପିର ସାହରନପୁର, ବିଜ୍‌ନୋର, ମୋରାଦାବାଦ, ସମ୍ଭଲ, ରାମପୁର, ଆମ୍‌ରୋହା, ବଦାୟୁଁ, ବରେଲି ଏବଂ ଶାହଜାହାନପୁର ଜିଲାର ୫୫ ଆସନରେ ନିର୍ବାଚନ ହୋଇଛି। ତେବେ ମୁସଲମାନ ସଂଖ୍ୟାବହୁଳ ତଥା ସମାଜବାଦୀ ପାର୍ଟି (ଏସ୍‌ପି)ର ଦୁର୍ଗ ଭାବେ ପରିଚିତ ବିଜ୍‌ନୋର, ସମ୍ଭଲ ଓ ସାହରନପୁର ଜିଲାର ୮ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଥିଲା। ୨୦୧୭ ନିର୍ବାଚନରେ ଏହି ୫୫ ଆସନରୁ ଭାଜପାକୁ ୩୮, ଏସ୍‌ପି ୧୫ ଏବଂ କଂଗ୍ରେସକୁ ୨ ଆସନରେ ସଫଳତା ମିଳିଥିଲା। ଏସ୍‌ପି ଟିକେଟରେ ବିଜୟୀ ହୋଇଥିବା ୧୦ ପ୍ରାର୍ଥୀ ମୁସଲମାନ ହୋଇଥିବାରୁ ଏଥର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଦୁର୍ଗ ଭେଦ କରିବାକୁ ଯଥାସମ୍ଭବ ଉଦ୍ୟମ କରିଛନ୍ତି। ମତଦାନ ଶେଷ ହେବା ସହ ଇଭିଏମ୍‌ରେ ଏସ୍‌ପିର ଆଜମ ଖାନ, ଧରମ ସିଂ ସୈନି, ରାଜ୍ୟର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଭାଗ୍ୟ ସିଲ୍‌ ହୋଇଯାଇଛି। ଆଜମ ଖାନ୍‌ ଜେଲରେ ଥାଇ ରାମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।
ଗୋଆ ବିଧାନସଭା ନିର୍ବାଚନ ଏଥର ଅଧିକ ରୋଚକ ହୋଇଛି। ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପ୍ରଥମ ଥର ଭାଗ୍ୟ ପରୀକ୍ଷା ପାଇଁ ଉପକୂଳ ରାଜ୍ୟକୁ ଆସିଛନ୍ତି। ତେଣୁ ୟୁପି ପରେ ଗୋଆ ଉପରେ ସମସ୍ତଙ୍କ ନଜର ରହିଥିଲା। ଏଠାରେ ୨୦୧୭ରେ କଂଗ୍ରେସ ସର୍ବାଧିକ ଆସନ ଦଖଲ କରିଥିଲେ ହେଁ ଭାଜପା ଚାଲାକି କରି ସରକାର ଗଢ଼ିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ପାରମ୍ପରିକ ଆସନ ପଣଜୀରେ ତାଙ୍କ ପୁଅ ଉତ୍ପଳ ପାରିକର ସ୍ବାଧୀନ ପ୍ରାର୍ଥୀ ଭାବେ କଂଗ୍ରେସରୁ ଭାଜପାକୁ ଆସିଥିବା ହେଭିଓ୍ବେଟ୍‌ ଆଟାନାସିଓ ମୋନସେରେଟ୍‌ଙ୍କୁ ବିଗ୍‌ ଫାଇଟ୍‌ ଦେଇଥିବା କୁହାଯାଉଛି। ପୂର୍ବ ନିର୍ବାଚନରେ ଗୋଆରେ ୮୧.୨୧% ମତଦାନ ହୋଇଥିବାବେଳେ ଏଥର ପ୍ରାୟ ୭୯ ପ୍ରତିଶତକୁ ଖସିଛି।
ନିର୍ବାଚନ ପ୍ରଚାର ସମୟ ଶେଷ ହୋଇଯାଇଥିଲେ ସୁଦ୍ଧା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ତାଙ୍କ ସ୍ତ୍ରୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ବିବାଦୀୟ ହୋଇଛନ୍ତି। ଉଭୟେ ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମ ରହିଥିବା ଶାଲ ଧାରଣ କରି ବୁଥ୍‌ରୁ ବୁଥ୍‌କୁ ବୁଲିଥିବା ଏଏପି ପ୍ରାଥୀ ଏସ୍‌.ଏସ୍‌. କଲେର ଅଭିଯୋଗ ଆଣିଛନ୍ତି। ଏଠାରେ ଧାମିଙ୍କ ସମେତ କ୍ୟାବିନେଟ ମନ୍ତ୍ରୀ ସତପାଲ ସିଂ ମହାରାଜ, ସୁବୋଧ ଉନିୟାଲ, ଅରବିନ୍ଦ ପାଣ୍ଡେ, ଧନ ସିଂ ରାଓ୍‌ତ୍‌ ଏବଂ କଂଗ୍ରେସ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ୍‌, ପିସିସି ସଭାପତି ଗଣେଶ ଗୋଡ଼ିୟାଲ ଏବଂ ବିରୋଧୀ ଦଳ ନେତା ପ୍ରୀତମ୍‌ ସିଂଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ୟୁପିରେ ଆସନ୍ତା ୨୦, ୨୩, ୨୭ ଓ ମାର୍ଚ୍ଚ ୩, ୭ରେ ଅବଶିଷ୍ଟ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଉତ୍ତରାଖଣ୍ଡ, ଗୋଆ ସମେତ ଭୋଟ ଗ୍ରହଣ ବାକି ଥିବା ପଞ୍ଜାବ ଓ ମଣିପୁରବାସୀ କେଉଁ ଦଳକୁ ଶାସନ କ୍ଷମତା ଧରାଉଛନ୍ତି ତାହା ମାର୍ଚ୍ଚ ୧୦ ଜନାଦେଶରୁ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri