Posted inଜାତୀୟ

ଉତ୍ତରାଖଣ୍ଡ, ଗୋଆରେ ଭୋଟ ଶେଷ

ନୂଆଦିଲ୍ଲୀ,୧୫।୨:କୋଭିଡ୍‌ କଟକଣା ଓ କଡ଼ା ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ସୋମବାର ଉତ୍ତରାଖଣ୍ଡ ବିଧାନସଭାର ୭୦ ଓ ଗୋଆର ୪୦ ଆସନରେ ନିର୍ବାଚନ ଶେଷ ହୋଇଛି। ଏହି ଦୁଇ ରାଜ୍ୟରେ ଯଥାକ୍ରମେ ୬୨.୫% ଓ ୭୮.୯୪% ମତଦାନ ହୋଇଛି। ସେହିପରି ଉତ୍ତର ପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୫୫ ଆସନରେ ହୋଇଥିବା ନିର୍ବାଚନରେ ୬୦.୪୪ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ।
ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୟୁପିର ସାହରନପୁର, ବିଜ୍‌ନୋର, ମୋରାଦାବାଦ, ସମ୍ଭଲ, ରାମପୁର, ଆମ୍‌ରୋହା, ବଦାୟୁଁ, ବରେଲି ଏବଂ ଶାହଜାହାନପୁର ଜିଲାର ୫୫ ଆସନରେ ନିର୍ବାଚନ ହୋଇଛି। ତେବେ ମୁସଲମାନ ସଂଖ୍ୟାବହୁଳ ତଥା ସମାଜବାଦୀ ପାର୍ଟି (ଏସ୍‌ପି)ର ଦୁର୍ଗ ଭାବେ ପରିଚିତ ବିଜ୍‌ନୋର, ସମ୍ଭଲ ଓ ସାହରନପୁର ଜିଲାର ୮ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଥିଲା। ୨୦୧୭ ନିର୍ବାଚନରେ ଏହି ୫୫ ଆସନରୁ ଭାଜପାକୁ ୩୮, ଏସ୍‌ପି ୧୫ ଏବଂ କଂଗ୍ରେସକୁ ୨ ଆସନରେ ସଫଳତା ମିଳିଥିଲା। ଏସ୍‌ପି ଟିକେଟରେ ବିଜୟୀ ହୋଇଥିବା ୧୦ ପ୍ରାର୍ଥୀ ମୁସଲମାନ ହୋଇଥିବାରୁ ଏଥର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଦୁର୍ଗ ଭେଦ କରିବାକୁ ଯଥାସମ୍ଭବ ଉଦ୍ୟମ କରିଛନ୍ତି। ମତଦାନ ଶେଷ ହେବା ସହ ଇଭିଏମ୍‌ରେ ଏସ୍‌ପିର ଆଜମ ଖାନ, ଧରମ ସିଂ ସୈନି, ରାଜ୍ୟର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଭାଗ୍ୟ ସିଲ୍‌ ହୋଇଯାଇଛି। ଆଜମ ଖାନ୍‌ ଜେଲରେ ଥାଇ ରାମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।
ଗୋଆ ବିଧାନସଭା ନିର୍ବାଚନ ଏଥର ଅଧିକ ରୋଚକ ହୋଇଛି। ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପ୍ରଥମ ଥର ଭାଗ୍ୟ ପରୀକ୍ଷା ପାଇଁ ଉପକୂଳ ରାଜ୍ୟକୁ ଆସିଛନ୍ତି। ତେଣୁ ୟୁପି ପରେ ଗୋଆ ଉପରେ ସମସ୍ତଙ୍କ ନଜର ରହିଥିଲା। ଏଠାରେ ୨୦୧୭ରେ କଂଗ୍ରେସ ସର୍ବାଧିକ ଆସନ ଦଖଲ କରିଥିଲେ ହେଁ ଭାଜପା ଚାଲାକି କରି ସରକାର ଗଢ଼ିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ପାରମ୍ପରିକ ଆସନ ପଣଜୀରେ ତାଙ୍କ ପୁଅ ଉତ୍ପଳ ପାରିକର ସ୍ବାଧୀନ ପ୍ରାର୍ଥୀ ଭାବେ କଂଗ୍ରେସରୁ ଭାଜପାକୁ ଆସିଥିବା ହେଭିଓ୍ବେଟ୍‌ ଆଟାନାସିଓ ମୋନସେରେଟ୍‌ଙ୍କୁ ବିଗ୍‌ ଫାଇଟ୍‌ ଦେଇଥିବା କୁହାଯାଉଛି। ପୂର୍ବ ନିର୍ବାଚନରେ ଗୋଆରେ ୮୧.୨୧% ମତଦାନ ହୋଇଥିବାବେଳେ ଏଥର ପ୍ରାୟ ୭୯ ପ୍ରତିଶତକୁ ଖସିଛି।
ନିର୍ବାଚନ ପ୍ରଚାର ସମୟ ଶେଷ ହୋଇଯାଇଥିଲେ ସୁଦ୍ଧା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ତାଙ୍କ ସ୍ତ୍ରୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ବିବାଦୀୟ ହୋଇଛନ୍ତି। ଉଭୟେ ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମ ରହିଥିବା ଶାଲ ଧାରଣ କରି ବୁଥ୍‌ରୁ ବୁଥ୍‌କୁ ବୁଲିଥିବା ଏଏପି ପ୍ରାଥୀ ଏସ୍‌.ଏସ୍‌. କଲେର ଅଭିଯୋଗ ଆଣିଛନ୍ତି। ଏଠାରେ ଧାମିଙ୍କ ସମେତ କ୍ୟାବିନେଟ ମନ୍ତ୍ରୀ ସତପାଲ ସିଂ ମହାରାଜ, ସୁବୋଧ ଉନିୟାଲ, ଅରବିନ୍ଦ ପାଣ୍ଡେ, ଧନ ସିଂ ରାଓ୍‌ତ୍‌ ଏବଂ କଂଗ୍ରେସ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ୍‌, ପିସିସି ସଭାପତି ଗଣେଶ ଗୋଡ଼ିୟାଲ ଏବଂ ବିରୋଧୀ ଦଳ ନେତା ପ୍ରୀତମ୍‌ ସିଂଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ୟୁପିରେ ଆସନ୍ତା ୨୦, ୨୩, ୨୭ ଓ ମାର୍ଚ୍ଚ ୩, ୭ରେ ଅବଶିଷ୍ଟ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଉତ୍ତରାଖଣ୍ଡ, ଗୋଆ ସମେତ ଭୋଟ ଗ୍ରହଣ ବାକି ଥିବା ପଞ୍ଜାବ ଓ ମଣିପୁରବାସୀ କେଉଁ ଦଳକୁ ଶାସନ କ୍ଷମତା ଧରାଉଛନ୍ତି ତାହା ମାର୍ଚ୍ଚ ୧୦ ଜନାଦେଶରୁ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?