ଭୋଟ୍‌ ଗଣତି ଆରମ୍ଭ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ପୁରୀ ଅଫିସ,୩ା୧୦: କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ଟାରୁ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯାଇଥିଲା। ସାଢ଼େ ୮ଟାରୁ ଇଭିଏମ୍‌ ଭୋଟ୍‌ ଗଣତି କରାଯାଉଛି।

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହରାଥୀ ଆଗୁଆ ଥିବା ସୂଚନା ମିଳିଛି। ସେ ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୧୪୦୬ ଖଣ୍ଡ ଭୋଟ୍‌ରେ ଆଗୁଆ ଥିବା ସୂଚନା ରହିଛି। ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୪,୦୫୫ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଭାଜପାକୁ ୨,୬୪୯ ଓ କଂଗ୍ରେସକୁ ୭୬୬ଟି ଭୋଟ୍‌ ମିଳିଛି।

ସେପ୍ଟେମ୍ବର ୩ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯାଇଥିବା ବେଳେ ପୁରୀ ପେଣ୍ଠକଟା ସେଣ୍ଟରରେ ଇଭିଏମ୍‌ ପାଇଁ ଦୁଇଟି ହଲ୍‌ରେ ମୋଟ୍‌ ୧୪ଟି ଟେବୁଲରେ ଏହି ଗଣତି ଚାଲିଛି। ଏଥିପାଇଁ ୬୨ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମୋଟ୍‌ ୨୫ ରାଉଣ୍ଡ ଗଣତି ହେବ। ଏଥର ପିପିଲି ଉପନିର୍ବାଚନରେ ୭୮.୨୫% ଭୋଟିଂ ହୋଇଥିଲା। ତେବେ ମହାରଥୀଙ୍କ ଗଡ଼ ଏଥର କାହା ହାତକୁ ଯାଉଛି ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଅମ୍ଫନ’ ପାଇଁ ଜଳଭଣ୍ଡାରରୁ ପାଣି ଛଡାଗଲା

ଭଞ୍ଜନଗର,୧୭।୫(ଡି.ଏନ୍‌.ଏ.)- ସାମୁଦ୍ରିକ ଝଡ଼ ଅମ୍ଫନ୍‌ ପ୍ରଭାବ ଓଡ଼ିଶାର କେତେକ ଜିଲାରେ ପଡିବାକୁ ଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାରେ ଥିବା ଜଳଭଣ୍ଡାରର ଜଳସ୍ତର କମାଇବାକୁ...

ଅପହୃତ ସିକ୍ୟୁରିଟି ସଂସ୍ଥା ମାଲିକ, କର୍ମଚାରୀ ଉଦ୍ଧାର

କଟକ ଅଫିସ, ୫ା୩: ବଜ୍ରକବାଟି ରୋଡ୍‌ ଅଞ୍ଚଳରୁ ଅପହୃତ ହୋଇଥିବା ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ମାଲିକ ଓ କର୍ମଚାରୀଙ୍କୁ ବୁଧବାର ବାଦାମବାଡ଼ି ଥାନା ପୋଲିସ...

ପଙ୍ଗପାଳ ଦାଉରୁ ରକ୍ଷା ପାଇଁ କୃଷି ପରାମର୍ଶ

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ଫସଲ ପାଇଁ ବଡ଼ ଶତ୍ରୁ ହେଉଛନ୍ତି ପଙ୍ଗପାଳ କୀଟ। ବର୍ତ୍ତମାନ ପଙ୍ଗପାଳ ଦଳ ରାଜସ୍ଥାନ ଅତିକ୍ରମ କରି ମଧ୍ୟପ୍ରଦେଶରେ ପହଞ୍ଚି ଗଲେଣି। ଓଡ଼ିଶା...

୫୪୦୦ କୋଟି ପୁଞ୍ଜିନିବେଶକୁ ଅନୁମୋଦନ

ଭୁବନେଶ୍ୱର, ୬ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୫ ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚ୍‌ଏଲ୍‌ସିଏ)ବୈଠକରେ ମେଟାଲ, ସିମେଣ୍ଟ ଓ ପେଟ୍ରୋକେମିକାଲ ଭଳି ୫୩୫୮.୨୪...

ଏସ୍‌ପିଙ୍କୁ ଭେଟିଲା ଭାଜପା ଟିମ୍‌

କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ କହି ପଞ୍ଚାୟତ କାର୍ଯ୍ୟାଳୟରେ ଅସଦାଚରଣ...

୨୩ ଯାଏ ଝୁଲିଲା ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣ ରୋକିବାକୁ ଟିକା ହିଁ ଏକମାତ୍ର ବିକଳ୍ପ। ତେବେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଧିମେଇ ଯାଇଛି। ଦୈନିକ ମାତ୍ର ୫୦ରୁ ୬୦...

ପୁଣି ଯାନବାହନ ଯାଞ୍ଚ: ୪୧ଜଣ ଗଣିଲେ ୧ଲକ୍ଷ ୨୭ ହଜାର ଜରିମାନା

କୋଲାବିରା,୧୯ା୮(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅଧୀନ ୪୯ନଂ. ଜାତୀୟ ରାଜପଥର ଶିରିଆପାଲି ନିକଟରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଯାନବାହନ...

ପଛୁଆ, ଏସ୍‌ସି/ଏସ୍‌ଟି ପିଲା ସାମ୍ବିଧାନିକ ଅଧିକାରରୁ ବଞ୍ଚିତ

ଭୁବନେଶ୍ବର,୧୯ା୯(ବ୍ୟୁରୋ):ରାଜ୍ୟରେ ଉଚ୍ଚଶିକ୍ଷାରେ ଆସନ ସଂରକ୍ଷଣ ବିଷୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ...

Advertisement
Archives

Model This Week