ଦଳ, ବ୍ୟକ୍ତିଗତ ଭାବମୂର୍ତ୍ତି ଦେଖୁଛନ୍ତି ଭୋଟର

ନବରଙ୍ଗପୁର,୯।୨(ବି.ପ୍ର.) ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଛି ୩ ଜିଲା ପରିଷଦ ଜୋନ୍‌। ତିନୋଟି ଜୋନ୍‌ରେ ଭାଜପା, କଂଗ୍ରେସ ଓ ବିଜେଡି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ଝରିଗାଁ ବ୍ଲକରେ ଏମ୍‌ପି ରମେଶ ଚନ୍ଦ୍ର ମାଝି, ତାଙ୍କ ସାନଭାଇ ତଥା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଭାଜପା ପକ୍ଷରୁ ପ୍ରାର୍ଥୀମାନେ କେବଳ ଜଣେ ବରିଷ୍ଠ ନେତା ପୂର୍ବତନ ଏମ୍‌ପି ତଥା ରାଜ୍ୟ ଉପସଭାପତି ବଳଭଦ୍ର ମାଝି ଓ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ସହଯୋଗ ଅପେକ୍ଷାରେ ଅଛନ୍ତି। ପୂର୍ବତନ ଏମ୍‌ପି ପ୍ରଦୀପ ମାଝି କଂଗ୍ରେସରେ ଥିବା ସମୟରେ ଝରିଗାଁ ବ୍ଲକରେ ବ୍ୟକ୍ତିଗତ ପାଇଖାନା ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ବିଜେଡିକୁ ଘେରିଥିଲେ। ସେହିଭଳି ଆମ୍ବ ଟାକୁଆ ଖାଇବା, ଏଯାଏ ୭୭ ଗାଁକୁ ପାଦଚଲା ରାସ୍ତା, ପିଇବା ପାଣି ଓ ଜଙ୍ଗଲ ଜମି ସମସ୍ୟା ନେଇ ପ୍ରଶ୍ନ ଉଠାଇଥିବା ପ୍ରଦୀପ ଏବେ ବିଜେଡିରେ। ଉକ୍ତ ଇସ୍ୟୁଗୁଡିକୁ କଂଗ୍ରେସ ଓ ଭାଜପା ଏବେ ଉଠାଉ ନ ଥିବାରୁ ତାହା ବିଜେଡିକୁ ସୁହାଉଛି। ପ୍ରଦୀପ ଦଳ ପରିବର୍ତ୍ତନ କରିବା ପରେ ଝରିଗାଁ ବ୍ଲକରେ ଥିବା କଂଗ୍ରେସର ଟାଣୁଆ ନେତା ପଦ୍ମନାଭ ପାଣ୍ଡେ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ମାଝି ବିଜେଡିରେ ସାମିଲ ହୋଇଗଲେ। ବିଗତ ନିର୍ବାଚନଗୁଡିକର ମତଦାନ ହାରକୁ ଆଧାରକଲେ ଝରିଗାଁ ବ୍ଲକରେ ବିଜେଡି ପ୍ରଥମ, କଂଗ୍ରେସ ଦ୍ୱିତୀୟ ଓ ଭାଜପା ତୃତୀୟ ସ୍ଥାନରେ ଥିଲା। ଏବେ ପ୍ରଦୀପ ବିଜେଡିରେ ଯୋଗ ଦେବା ପରେ କଂଗ୍ରେସ ପତିଆରା ମଧ୍ୟ ଝରିଗାଁ ବ୍ଲକରେ କିଛି ମାତ୍ରାରେ କମିଛି। ଏହି ସ୍ଥିତିକୁ ଆଧାରକରି କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ପ୍ରଚାର ପାଇଁ ନିମନ୍ତ୍ରଣ କରିଛି। କଂଗ୍ରେସର ସ୍ଥିତି ବଜାୟ ରଖିବା ପାଇଁ ସଭାପତି ମୁନା ତ୍ରିପାଠୀ ଅଣ୍ଟା ଭିଡ଼ି ପ୍ରଚାର ମଇଦାନରେ ପ୍ରାର୍ଥୀଙ୍କ ସହ ରହିଛନ୍ତି। ନିର୍ବାଚନ ଆସିଲେ ଭୋଟର ଓ ଜନସାଧାରଣଙ୍କ ସମସ୍ୟା କଥା ମନେପଡୁଥିବା ଦଳ ପ୍ରତି ଭୋଟର ମଧ୍ୟ ଏଥର ଠିକ୍‌ ଜବାବ ଦେବେ ବୋଲି ସଜବାଜ ହେଲେଣି। ଝରିଗାଁ ବ୍ଲକର ଜୋନ୍‌ ୧ରେ ଭାଜପା ପ୍ରାର୍ଥୀ ଊର୍ମିଳା ଗଣ୍ଡ, କଂଗ୍ରେସ ପ୍ରାର୍ଥୀ ହାରାବତୀ ଗଣ୍ଡ ଓ ବିଜେଡିର ପକ୍ଷରୁ ଯମୁନା ଗଣ୍ଡ ପ୍ରାର୍ଥୀ ହୋଇଛନ୍ତି। ହାରାବତୀ ସାମାଜିକ କର୍ମୀଭାବେ ବେଶ୍‌ ପରିଚିତ। ଅନ୍ୟ ପକ୍ଷେ ମଦମୁକ୍ତି ଆନ୍ଦୋଳନ କରି ପ୍ରଶାସନ ପକ୍ଷରୁ ସମ୍ମାନିତ ହେବା ସହ ଜଙ୍ଗଲଜମି ଆନ୍ଦୋଳନ ଓ ଅନୁସୂଚିତ ଜାତି ଓ ଜନଜାତିଙ୍କ ହକ୍‌ ପାଇଁ ସେ ସଂଘର୍ଷ କରି ଆସନ୍ତି। ଜୋନ୍‌-୨ରେ ଭାଜପା ପ୍ରାର୍ଥୀ ନରସିଂହ ଭତ୍ରା, କଂଗ୍ରେସର ଭାଗୀରଥି ନାୟକ, ବିଜେଡିର ଶ୍ୟାମସୁନ୍ଦର ନାୟକ ପ୍ରାର୍ଥୀ ହୋଇଛନ୍ତି। ଭାଗୀରଥି ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ। ସେ କଂଗ୍ରେସରୁ ବିଜେଡିକୁ ଡେଇଁଥିଲେ। ପୁଣି ପୁରୁଣା ଦଳକୁ ଫେରିବା ପରେ ଏବେ କଂଗ୍ରେସରୁ ଜିଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ଜୋନ୍‌ ୩ରେ ବିଜେଡିର ପ୍ରମିଳା ପୂଜାରୀ, ଭାଜପାର ସୁଜିତା ଭତରା ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭାମା ଭତରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସ୍ଥାନୀୟ ସମସ୍ୟା ସମାଧାନ, ଦଳ, ବ୍ୟକ୍ତିଗତ ଭାବମୂର୍ତ୍ତି ଉପରେ ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟର ଗୁରୁତ୍ୱ ଦେଉଛନ୍ତି। ତେବେ ଝରିଗାଁ ବ୍ଲକର ତିନୋଟି ଜୋନ୍‌ରେ୯୯ ହଜାର ୮୦ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ା


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri