ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ ଖବରଦାତାଙ୍କୁ ଶହୀଦ ମାନ୍ୟତା ଦାବି

ନବରଙ୍ଗପୁର, ୯।୨(ବି.ପ୍ର.) ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୫ ତାରିଖରେ ପ୍ରାଣ ହରାଇଥିବା କଳାହାଣ୍ଡି ଜିଲା ମୋହିନିଗିରିର ଖବରଦାତା ରୋହିତ ବିଶ୍ୱାଳଙ୍କୁ ଶହୀଦ ମାନ୍ୟତା ଦେବାକୁ ଦାବି ହୋଇଛି। ଏଥିସହ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ଓଡ଼ିଶା ସାମ୍ବାଦିକ ସଂଘ ନବରଙ୍ଗପୁର ଜିଲା ଶାଖା ସଦସ୍ୟମାନେ ଜିଲାପାଳ ଡ. କମଳଲୋଚନ ମିଶ୍ରଙ୍କୁ ଆବାସିକ କାଯର୍‌ୟାଳୟରେ ଭେଟି ୬ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତାଙ୍କ ପରିବାର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବା, ପେନ୍‌ସନ ବ୍ୟବସ୍ଥା, ସାମ୍ବାଦିକ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ, ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ରାଶି ୧୦ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ୪ଲକ୍ଷ ଟଙ୍କାରୁ ବୃଦ୍ଧି କରି ୧୫ଲକ୍ଷ ଟଙ୍କା କରିବା, ସମ୍ବେଦନଶୀଳ ଘଟଣାର ଅନୁସନ୍ଧାନ ଓ ଖବର ସଂଗ୍ରହବେଳେ ସାମ୍ବାଦିକଙ୍କ ଭୂମିକାକୁ ନେଇ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ ଜାରି କରାଯିବା ସହ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ରାଜ୍ୟ ସରକାର ମୃତ ଖବରଦାତାଙ୍କ ପରିବାରକୁ ୧୩ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବାରୁ ସଂଘ ପକ୍ଷରୁ ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ସହୃଦୟତାର ସହ ଦାବିଗୁଡିକ ବିଚାର କରି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ସଂଘର ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ଜିଲା ଉପସଭାପତି ରଞ୍ଜନ କୁମାର ପଟ୍ଟନାୟକ ଓ ଜାନକୀକାନ୍ତ ବିଷୋୟୀ, ଉପଦେଷ୍ଟା ଭାଗୀରଥି ମଲ୍ଲିକ, ସାଧାରଣ ସମ୍ପାଦକ ଜ୍ୟୋତିପ୍ରକାଶ ଦାଶ, ସହସମ୍ପାଦକ କେ.ବେଣୁ ଗୋପାଳରାଓ, ଜିତେନ୍ଦ୍ର କାନୁନ୍‌ଗୋ, କୋଷାଧ୍ୟକ୍ଷ ଶିବ ଶଙ୍କର ତ୍ରିପାଠୀ ଓ ପ୍ରମିଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶା କାରବାର ରୋକିବାରେ ପଛରେ ପଡ଼ିଛି ଅବକାରୀ ବିଭାଗ

ନବରଙ୍ଗପୁର,୨୬।୬(ବି.ପ୍ର.): ନବରଙ୍ଗପୁର ଜିଲା ଗଞ୍ଜେଇ ଚୋରା ଚାଲାଣର କରିଡର୍‌ ସାଜିଛି। ଅବକାରୀ ବିଭାଗ ଚେଇଁ ଶୋଇଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଧରିବାରେ ସଫଳ ହେଉଛି।...

ଟଙ୍କା ୨ ଶହ ପାଇଁ ମାମୁଙ୍କ ମୃତ୍ୟୁର କାରଣ ସାଜିଲା ଭଣଜା

ଉମରକୋଟ, ୧୭।୧୧(ସ୍ବ.ପ୍ର.): ମାତ୍ର ୨ଶହ ଟଙ୍କା ପାଇଁ ମାମୁଙ୍କୁ ହତ୍ୟା କରିଛି ଭଣଜା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ...

ଅମଳ ବେଳରେ ଦାଉ ସାଧିଲା ପଶ୍ଚିମା ଝଡ଼

ଉମରକୋଟ, ୨୧।୩(ସ୍ବ.ପ୍ର.):ଅଦିନିଆ ବର୍ଷାର ପ୍ରଭାବରେ ମକାଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଶ୍ଚିମାଝଡ଼ ପ୍ରଭାବରେ ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକରେ ୨ଦିନରେ...

ସାପ କାମୁଡାରେ ଚାଲିଗଲା ନାବାଳକଙ୍କ ଜୀବନ

ପାପଡାହାଣ୍ଡି,୩୧।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ବାମନ ମୁଣ୍ଡାଗୁଡ଼ା ଗ୍ରାମରେ ସୋମବାର ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ...

ଆଗକୁ ରାଖୀ, ଏବେଠୁ ଦୋକାନରେ ଜମୁଛି ଭିଡ଼

ଉମରକୋଟ, ୮।୬(ସ୍ବ.ପ୍ର.): ହିନ୍ଦୁ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ଭାଇଭଉଣୀଙ୍କ ସ୍ନେହ ପ୍ରୀତିର ବନ୍ଧନ ହେଉଛି ରାଖୀ। ଏହାକୁ ଖୁବ୍‌...

ପାଠପଢ଼ା ସମୟରେ ସ୍କୁଲରେ ପଶିଲା ଭାଲୁ

ନନ୍ଦାହାଣ୍ଡି,୧୩।୭(ଡି.ଏନ.ଏ): ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ଭାଲୁ। ପ୍ରବଳ ବର୍ଷାରେ ଖାଦ୍ୟ ନ ପାଇ ଭାଲୁ ଗାଁ ମୁହାଁ ହୋଇଥିଲା। ଜଙ୍ଗଲ ନିକଟରେ ସ୍କୁଲ...

୮ ମାସର ଶିଶୁପୁତ୍ରକୁ ଚେଙ୍କ

ଉମରକୋଟ,୬ା୨(ଡି.ଏନ.ଏ): ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ଚେଙ୍କ ନ ଦେଇ ଆବଶ୍ୟକ ଚିକିତ୍ସା କରିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ତଥାପି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକ...

ଅଧା କାମକୁ ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର,୫।୫(ବି.ପ୍ର.): ହାଇସ୍କୁଲଗୁଡ଼ିକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଉଛି। କିନ୍ତୁ ଅଧା କାମ କରି ପୂରା ବିଲ୍‌ ହୋଇଯାଇଥିବା ଭଳି ଅଭିଯୋଗ ନବରଙ୍ଗପୁର ଜିଲାରୁ ଆସିଛି। ନବରଙ୍ଗପୁରର...

Advertisement
Archives

Model This Week