ନବାଗତ ବନାମ ଅଭିଜ୍ଞ ନେତା

ରାଇଘର,୯।୨( ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ନିଜର ସାଙ୍ଗଠନିକସ୍ଥିତି ମଜଭୁତ କରି ରଖିଥିବା ଭାଜପାଗଡ଼ ହାତେଇବାକୁ ଉଦ୍ୟମ ଚଳାଇଛି ବିଜେଡି। କଂଗ୍ରେସରୁ ୨ଥର ବିଧାୟକ ପ୍ରାର୍ଥୀ ହୋଇଥିବା ଯତୀନ୍ଦ୍ର ନାଥ ଗଣ୍ଡ ବିଜେଡିରେ ଯୋଗଦେବା ପରେ ଏବେ ବିଜେଡି ତାଙ୍କୁ ଜିଲା ପରିଷଦ ପ୍ରାର୍ଥୀ କରିଛି। ସାଧାରଣ ଜନତା ତାଙ୍କୁ ଗ୍ରହଣ କରି ଭୋଟ ଦେବେ ଏବଂ ଅଞ୍ଚଳକୁ ସହଜରେ ନିଜ ଦଖଲକୁ ଆଣିପାରିବ ବୋଲି ବିଜେଡି ଆଶାବାଦୀ। ଅନ୍ୟପକ୍ଷରେ ଜଣେ ନବାଗତ ଓ ଅନ୍ୟଜଣେ ଅଭିଜ୍ଞ ନେତାଙ୍କ ମଧ୍ୟରେ ଏହି ଜିଲା ପରିଷଦ ଆସନରେ ଲଢ଼େଇ ହେବ।
ରାଇଘର ବ୍ଲକର ୪ ଜୋନ୍‌ ମଧ୍ୟରୁ ଏକ ନମ୍ବର ଜୋନ୍‌ ଅଧୀନରେ ହାଟଭରଣ୍ଡି, କସକଙ୍ଗା, କାଉଡୋଳା, ଖୁଡୁକୁ, ପରଚିପାରା ଓ କୁନ୍ଦେଇ ପଞ୍ଚାୟତ ରହିଛି। ଚଳିତ ନିର୍ବାଚନରେ ଉକ୍ତ ପଦବୀ ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସଂରକ୍ଷଣ ରହିଛି। ଏହି ଆସନରେ ୪ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ବିଜେଡିରୁ ଯତୀନ୍ଦ୍ରନାଥ ଗଣ୍ଡ, ଭାଜପାରୁ ମହେଶ ଗଣ୍ଡ, କଂଗ୍ରେସରୁ କାମିଲତା ହାଲବା ଓ ସ୍ବାଧୀନ ପ୍ରାର୍ଥୀଭାବେ ଜହରଲାଲ ଗଣ୍ଡ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଏହି ଆସନରେ ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହି ଜୋନ୍‌ ମଧ୍ୟରେ ଯେଉଁ ୬ ପଞ୍ଚାୟତ ରହିଛି ସମସ୍ତ ପଞ୍ଚାୟତ ଭାଜପା ଅଧୀନରେ ଅଛି। ଏଠାରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବା ସମ୍ଭାବନା ରହିଥିଲେ ମଧ୍ୟ କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି। ଜହରଲାଲ ଗଣ୍ଡଙ୍କୁ କୃଷକ ସଂଘ ସମର୍ଥନ କରି ତାଙ୍କ ପାଇଁ ଜୋରଦାର ପ୍ରଚାର କରୁଛି। ଏହି ଜୋନ୍‌କୁ ବିଜେଡି ନିଜ ଦଖଲକୁ ଆଣିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।
ଉମରକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ୨ଥର ବିଧାୟକ ପ୍ରାର୍ଥୀ ରହିଥିବା ଯତୀନ୍ଦ୍ର ବିଜେଡିରେ ଯୋଗ ଦେବାପରେ ତାଙ୍କୁ ଦଳ ପ୍ରଥମ ଗୁରୁ ଦାୟିତ୍ୱଭାବେ ଜିଲା ପରିଷଦ ଆସନରେ ପ୍ରାର୍ଥୀ କରି ଲଢ଼ିବାକୁ ସୁଯୋଗ ଦେଇଛି। ଏଠାରେ ସମସ୍ତ ଜିଲା ପରିଷଦ ପ୍ରାର୍ଥୀ ନୂତନ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ଯତୀନ୍ଦ୍ର ରାଜନୀତି କ୍ଷେତ୍ରରେ ଅଭିଜ୍ଞ। ତେଣୁ ଏଠାରେ ଅଭିଜ୍ଞ ବନାମ ନବାଗତଙ୍କ ମଧ୍ୟରେ ଲଢ଼େଇ ହେବ। ଯତୀନ୍ଦ୍ର ବିଧାୟକ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦ୍ୱିତା କରିବା ସମୟରେ ସୀମାନ୍ତ ଅଞ୍ଚଳରେ ଭୋଟ ବ୍ୟାଙ୍କ ଅଧିକ ପାଇଥିଲେ। ଏବେ ବିଜେଡିରୁ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏହା ତାଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ। ଯତୀନ୍ଦ୍ରଙ୍କ ପାଇଁ ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ମଧ୍ୟ ଆସି ପ୍ରଚାର କରିଛନ୍ତି। ଏଭଳି ପରିସ୍ଥିତିରେ ବିଜେଡିର ଅଭିଜ୍ଞ ପ୍ରାର୍ଥୀଙ୍କ ସହ ଅନ୍ୟଦଳର ନବାଗତମାନେ କିପରି ମୁକାବିଲା କରିବେ ତାହା ଉପରେ ସମସ୍ତଙ୍କ ନଜର।
୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ଏଠାରେ ଜିଲା ପରିଷଦ ଆସନ ହାତେଇ ଥିବାବେଳେ ୨୦୧୨ରେ ବିଜେଡି ଦଖଲ କରିଥିଲା। ଏହି ସୀମାନ୍ତ ଅଞ୍ଚଳରେ ଭାଜପାର ସାଙ୍ଗଠନିକ ସ୍ଥିତି ମଜଭୁତ ରହିଥିଲେ ମଧ୍ୟ ୫ବର୍ଷକୁ ଥରେ ଭୋଟରଙ୍କ ପରିବର୍ତ୍ତନର ସ୍ବର ଏଠାରେ ଦେଖିବାକୁ ମିଳୁଛି। ଏଥର କୋଭିଡ୍‌ କଟକଣା ଯୋଗୁ ପ୍ରଚାର ମଧ୍ୟ ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ କରାଯାଉଛି। ତେଣୁ କେଉଁ ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବାରେ ସଫଳ ହେଉଛନ୍ତି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

ଶିକ୍ଷକଙ୍କ ମାଡ଼ରେ ନର୍ସରି ଛାତ୍ର ଲହୁଲୁହାଣ

ରାଇଘର,୨୨ା୩(କିରଣ ପଟ୍ଟନାୟକ):ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମର ଜଣେ ଛାତ୍ର ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଛାତ୍ରଙ୍କ...

କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ...

ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ମାଟି ତଳୁ ମୃତଦେହ କାଢ଼ି ତଦନ୍ତ

ଝରିଗାଁ,୧୨।୩(କିଶୋର ଚନ୍ଦ୍ର ମଣ୍ଡଳ):୪ ଦିନ ତଳେ ଜଣେ ବୃଦ୍ଧା ନିଖୋଜ ହୋଇଯାଇଥିଲେ। ସେ ଗୁଣିଗାରେଡ଼ି କରୁଥିବା ନେଇ ଗାଁର କେତେଜଣ ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ବୋଲି...

ଭାଇ ପରେ ଚାଲିଗଲା ଭଉଣୀର ଜୀବନ

ଝରିଗାଁ,୧୦।୩(କିଶୋର ଚନ୍ଦ୍ର ମଣ୍ଡଳ): ମାସେ ତଳେ କାମୁଡ଼ି ଥିଲା କୁକୁର। ପରିବାର ଲୋକେ କିନ୍ତୁ ଡାକ୍ତରଙ୍କୁ ନ ଦେଖାଇ ଜଡ଼ିବୁଟି ଚିକତ୍ସା କରାଇଥିଲେ। ଏବେ କୁକୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri