ନବାଗତ ବନାମ ଅଭିଜ୍ଞ ନେତା

ରାଇଘର,୯।୨( ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ନିଜର ସାଙ୍ଗଠନିକସ୍ଥିତି ମଜଭୁତ କରି ରଖିଥିବା ଭାଜପାଗଡ଼ ହାତେଇବାକୁ ଉଦ୍ୟମ ଚଳାଇଛି ବିଜେଡି। କଂଗ୍ରେସରୁ ୨ଥର ବିଧାୟକ ପ୍ରାର୍ଥୀ ହୋଇଥିବା ଯତୀନ୍ଦ୍ର ନାଥ ଗଣ୍ଡ ବିଜେଡିରେ ଯୋଗଦେବା ପରେ ଏବେ ବିଜେଡି ତାଙ୍କୁ ଜିଲା ପରିଷଦ ପ୍ରାର୍ଥୀ କରିଛି। ସାଧାରଣ ଜନତା ତାଙ୍କୁ ଗ୍ରହଣ କରି ଭୋଟ ଦେବେ ଏବଂ ଅଞ୍ଚଳକୁ ସହଜରେ ନିଜ ଦଖଲକୁ ଆଣିପାରିବ ବୋଲି ବିଜେଡି ଆଶାବାଦୀ। ଅନ୍ୟପକ୍ଷରେ ଜଣେ ନବାଗତ ଓ ଅନ୍ୟଜଣେ ଅଭିଜ୍ଞ ନେତାଙ୍କ ମଧ୍ୟରେ ଏହି ଜିଲା ପରିଷଦ ଆସନରେ ଲଢ଼େଇ ହେବ।
ରାଇଘର ବ୍ଲକର ୪ ଜୋନ୍‌ ମଧ୍ୟରୁ ଏକ ନମ୍ବର ଜୋନ୍‌ ଅଧୀନରେ ହାଟଭରଣ୍ଡି, କସକଙ୍ଗା, କାଉଡୋଳା, ଖୁଡୁକୁ, ପରଚିପାରା ଓ କୁନ୍ଦେଇ ପଞ୍ଚାୟତ ରହିଛି। ଚଳିତ ନିର୍ବାଚନରେ ଉକ୍ତ ପଦବୀ ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସଂରକ୍ଷଣ ରହିଛି। ଏହି ଆସନରେ ୪ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ବିଜେଡିରୁ ଯତୀନ୍ଦ୍ରନାଥ ଗଣ୍ଡ, ଭାଜପାରୁ ମହେଶ ଗଣ୍ଡ, କଂଗ୍ରେସରୁ କାମିଲତା ହାଲବା ଓ ସ୍ବାଧୀନ ପ୍ରାର୍ଥୀଭାବେ ଜହରଲାଲ ଗଣ୍ଡ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଏହି ଆସନରେ ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହି ଜୋନ୍‌ ମଧ୍ୟରେ ଯେଉଁ ୬ ପଞ୍ଚାୟତ ରହିଛି ସମସ୍ତ ପଞ୍ଚାୟତ ଭାଜପା ଅଧୀନରେ ଅଛି। ଏଠାରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବା ସମ୍ଭାବନା ରହିଥିଲେ ମଧ୍ୟ କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି। ଜହରଲାଲ ଗଣ୍ଡଙ୍କୁ କୃଷକ ସଂଘ ସମର୍ଥନ କରି ତାଙ୍କ ପାଇଁ ଜୋରଦାର ପ୍ରଚାର କରୁଛି। ଏହି ଜୋନ୍‌କୁ ବିଜେଡି ନିଜ ଦଖଲକୁ ଆଣିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।
ଉମରକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ୨ଥର ବିଧାୟକ ପ୍ରାର୍ଥୀ ରହିଥିବା ଯତୀନ୍ଦ୍ର ବିଜେଡିରେ ଯୋଗ ଦେବାପରେ ତାଙ୍କୁ ଦଳ ପ୍ରଥମ ଗୁରୁ ଦାୟିତ୍ୱଭାବେ ଜିଲା ପରିଷଦ ଆସନରେ ପ୍ରାର୍ଥୀ କରି ଲଢ଼ିବାକୁ ସୁଯୋଗ ଦେଇଛି। ଏଠାରେ ସମସ୍ତ ଜିଲା ପରିଷଦ ପ୍ରାର୍ଥୀ ନୂତନ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ଯତୀନ୍ଦ୍ର ରାଜନୀତି କ୍ଷେତ୍ରରେ ଅଭିଜ୍ଞ। ତେଣୁ ଏଠାରେ ଅଭିଜ୍ଞ ବନାମ ନବାଗତଙ୍କ ମଧ୍ୟରେ ଲଢ଼େଇ ହେବ। ଯତୀନ୍ଦ୍ର ବିଧାୟକ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦ୍ୱିତା କରିବା ସମୟରେ ସୀମାନ୍ତ ଅଞ୍ଚଳରେ ଭୋଟ ବ୍ୟାଙ୍କ ଅଧିକ ପାଇଥିଲେ। ଏବେ ବିଜେଡିରୁ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏହା ତାଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ। ଯତୀନ୍ଦ୍ରଙ୍କ ପାଇଁ ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ମଧ୍ୟ ଆସି ପ୍ରଚାର କରିଛନ୍ତି। ଏଭଳି ପରିସ୍ଥିତିରେ ବିଜେଡିର ଅଭିଜ୍ଞ ପ୍ରାର୍ଥୀଙ୍କ ସହ ଅନ୍ୟଦଳର ନବାଗତମାନେ କିପରି ମୁକାବିଲା କରିବେ ତାହା ଉପରେ ସମସ୍ତଙ୍କ ନଜର।
୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ଏଠାରେ ଜିଲା ପରିଷଦ ଆସନ ହାତେଇ ଥିବାବେଳେ ୨୦୧୨ରେ ବିଜେଡି ଦଖଲ କରିଥିଲା। ଏହି ସୀମାନ୍ତ ଅଞ୍ଚଳରେ ଭାଜପାର ସାଙ୍ଗଠନିକ ସ୍ଥିତି ମଜଭୁତ ରହିଥିଲେ ମଧ୍ୟ ୫ବର୍ଷକୁ ଥରେ ଭୋଟରଙ୍କ ପରିବର୍ତ୍ତନର ସ୍ବର ଏଠାରେ ଦେଖିବାକୁ ମିଳୁଛି। ଏଥର କୋଭିଡ୍‌ କଟକଣା ଯୋଗୁ ପ୍ରଚାର ମଧ୍ୟ ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ କରାଯାଉଛି। ତେଣୁ କେଉଁ ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବାରେ ସଫଳ ହେଉଛନ୍ତି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri