ଭୋଟର ଖୋଜୁଛନ୍ତି ନୂଆ ମୁହଁ

ନୟାଗଡ଼/ରଣପୁର,୧୮।୩(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲାର ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ଦଳର ସତ୍ୟ ନାରାୟଣ ପ୍ରଧାନ ବିଧାୟକ ଅଛନ୍ତି। ହେଲେ ଦଳରେ ଗୋଷ୍ଠୀ କନ୍ଦଳ ଓ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଆସନ୍ତା ନିର୍ବାଚନରେ ଶାସକ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ରହିଛି ନଜର। ଅନ୍ୟପକ୍ଷେ ଯଦି ମେଣ୍ଟ ହୁଏ, ପୁରୁଣା ହିସାବ ଅନୁସାରେ ରଣପୁର ନିର୍ବାଚନମଣ୍ଡଳୀଟି ଭାଜପା ଦଖଲକୁ ଯାଇପାରେ। ଏଠାରେ ଭାଜପାର ଆଖିଦୃଶିଆ ସଙ୍ଗଠନ ନ ଥିଲେ ମଧ୍ୟ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଏକକ ଆଶାୟୀ ପ୍ରାର୍ଥୀ ଥିବା ଶୁଣିବାକୁ ମିଳୁଛି।
ନିର୍ବାଚନମଣ୍ଡଳୀ ରଣପୁର ବ୍ଲକର ୩୭ ପଞ୍ଚାୟତ, ରଣପୁର ଏନ୍‌ଏସି ଏବଂ ଓଡ଼ଗଁା ବ୍ଲକର ଗୋଡ଼ିପଡ଼ା ଓ ଶରଣକୁଳ ଜୋନର ୧୮ଟି ପଞ୍ଚାୟତକୁ ନେଇ ଗଠିତ। ଏହି ନିର୍ବାଚନମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲା। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ରମାକାନ୍ତ ମିଶ୍ର ୨୦୦୪ ନିର୍ବାଚନରେ ପରାସ୍ତ ହେବା ପରେ ନିର୍ବାଚନମଣ୍ଡଳୀରେ ସଙ୍ଗଠନକୁ ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ସେବେଠାରୁ କଂଗ୍ରେସର ଦୁର୍ଗ ଭୁଶୁଡ଼ି ପଡିଛି। ଭାଜପା-ବିଜେଡି ମେଣ୍ଟ ଯୋଗୁ ସୁରମା ପାଢ଼ୀ ୨୦୦୪ରେ ବିଧାୟକ ହୋଇ ମନ୍ତ୍ରୀ ପଦ ହାତେଇଥିଲେ। ମେଣ୍ଟ ଭାଙ୍ଗିବା ପରେ ୨୦୦୯ଠାରୁ ଏଯାବତ ବିଜେଡି ଦଖଲରେ ଏହି ନିର୍ବାଚନମଣ୍ଡଳୀ ରହିଛି। ଶାସକ ଦଳ ପ୍ରତି ଲୋକଙ୍କର ସମର୍ଥନ ଅଛି। କିନ୍ତୁ ନିର୍ବାଚନମଣ୍ଡଳୀର ଜନସାଧାରଣ ନୂଅଁା ମୁହଁ ଖୋଜୁଥିବା ଚର୍ଚ୍ଚା ହେଉଛି। ୨୦୦୯ରେ ସତ୍ୟ ନାରାୟଣ ପ୍ରଧାନ, ୨୦୧୪ରେ ରବି ନାରାୟଣ ମହାପାତ୍ର, ୨୦୧୯ରେ ସତ୍ୟ ନାରାୟଣ ପ୍ରଧାନ ବିଜେଡିରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଶାସକ ଦଳ ଦଖଲରେ ରଣପୁର ନିର୍ବାଚନମଣ୍ଡଳୀ ରହିଥିବାବେଳେ ସ୍ଥାନୀୟ ବିଧାୟକ ଜନସାଧାରଣଙ୍କ ସମସ୍ୟା ବୁଝୁ ନ ଥିବା ଅଭିଯୋଗ ହେଉଛି। ଫଳରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା କୁହାଯାଉଛି।
ଶାସକ ଦଳ ବିରୋଧରେ ଅନେକ ଇସ୍ୟୁ ରହିଥିବାବେଳେ ବିରୋଧୀ ଭାଜପା ଓ କଂଗ୍ରେସ ଏହାର ଫାଇଦା ନେଇପାରୁନାହାନ୍ତି। ନିର୍ବାଚନ ବିଗୁଲ ବାଜିଯାଇଥିବାରୁ ଭାଜପା, ବିଜେଡି ଓ କଂଗ୍ରେସ ତପତ୍ର ହୋଇ ଉଠିଛନ୍ତି। କଂଗ୍ରେସର ରାଜ୍ୟ ଯୁବ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ୨୦୦୪ଠାରୁ ସଙ୍ଗଠନକୁ ସଜାଡୁଥିବାବେଳେ ପୂର୍ବତନ ମନ୍ତ୍ରୀ ରମାକାନ୍ତ ମିଶ୍ରଙ୍କ ପୁତୁରା ବିଭୁ ପ୍ରସାଦ ମିଶ୍ର ୨୦୨୪ରୁ ଅନୁରୂପ ଭାବେ ଆଶାୟୀ ହୋଇ ସଭାସମିତି କରି ଭୋଟରଙ୍କୁ ଆପଣେଇବାକୁ ଚେଷ୍ଟା କରୁଛନ୍ତି। ତେବେ ବିଜେଡିର ଆଲୋକ ପଟ୍ଟନାୟକ, ଲିଙ୍କନ ସୁବୁଦ୍ଧି, ରବି ମହାପାତ୍ର ଆଶାୟୀ ରହିବା ସହ ନିଜର କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଏଭଳି ସ୍ଥଳେ ପୁରୁଣା ମୁହଁ ଅପେକ୍ଷା ଭୋଟର ନୂଆ ନେତାଙ୍କୁ ଚାହୁଁଥିବା ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?