ଖଣିଜତୈଳ

ଶକ୍ତି କହିଲେ ବସ୍ତୁର କାର୍ଯ୍ୟ କରିବାର ସାମର୍ଥ୍ୟକୁ ବୁଝାଯାଏ। ତେଣୁ ଆମ ପାଖରେ କିମ୍ବା ଯନ୍ତ୍ର ପାଖରେ ଶକ୍ତି ଥିଲେ କାମ କରିବା ସମ୍ଭବ ହେବ। ଏବେ ଜଣେ କହିପାରିବ ଯେ, ଗୋଟିଏ ବସ୍ତୁ ଯେତିକି କାମ କରିପାରିବ, ସେଇ ପରିମାଣର କାମକୁ ସେହି ବସ୍ତୁର ଶକ୍ତି କୁହାଯାଏ। ଉଭୟ କାର୍ଯ୍ୟ ଓ ଶକ୍ତିକୁ ‘ଜୁଲ୍‌’ ଏକକରେ ମାପ କରାଯାଏ। ଶକ୍ତି ହେଉଛି ବହୁରୂପୀ। ଏହାକୁ ଆମେ ଯାନ୍ତ୍ରିକଶକ୍ତି, ବିଦ୍ୟୁତ୍‌ଶକ୍ତି, ପବନଶକ୍ତି, ସୌରଶକ୍ତି, ଆଲୋକଶକ୍ତି ଏମିତି ଅନେକ ରୂପରେ ପାଇପାରିବା। ଶକ୍ତି ଗୋଟିଏ ରୂପରୁ ଆଉ ଏକ ରୂପକୁ ପରିବର୍ତ୍ତିତ ହୋଇପାରିବ। ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ସମୁଦାୟ ଶକ୍ତିର ପରିମାଣ ସବୁବେଳେ ସମାନ ରହିଛି।
ଶକ୍ତିର ମୂଳ ଉତ୍ସ ହେଉଛି ସୂର୍ଯ୍ୟ। ସୂର୍ଯ୍ୟ କିରଣରୁ ଶକ୍ତି ନେଇ ବୃକ୍ଷଲତା ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି ଓ ବଢ଼ନ୍ତି। ବୃକ୍ଷଲତାର ବିଭିନ୍ନ ଅଂଶକୁ ଖାଇ ମଣିଷ ଓ ଜୀବଜନ୍ତୁମାନେ ବଞ୍ଚତ୍ରହନ୍ତି। ଆମେ ତ ସେହି ଖାଦ୍ୟରୁ ଶକ୍ତି ପାଉ। କିନ୍ତୁ କଳକାରଖାନା ଓ ଗାଡ଼ିମୋଟର ଚାଲିବା ପାଇଁ କୋଇଲା, କିରୋସିନ, ଡିଜେଲ, ପେଟ୍ରୋଲ ଓ ସି.ଏନ୍‌.ଜି.ରୁ ଶକ୍ତି ପାଆନ୍ତି। ଖଣିଜତୈଳରୁ କିରୋସିନି, ଡିଜେଲ ଓ ପେଟ୍ରୋଲ ଇତ୍ୟାଦି ଜାଳେଣି ଆମକୁ ମିଳେ। ଖଣିଜତୈଳ ହେଉଛି ମାଟିତଳୁ ମିଳୁଥିବା ଅଶୋଧିତ ତୈଳ। ଗଭୀର ମହାସାଗର ଶଯ୍ୟାରେ ସାମୁଦ୍ରିକ ଜୀବ ଓ ଗଛଲତାର ଅବଶେଷାଂଶ ବାଲିକାଦୁଅରେ ମିଶି ନିୟୁତ ନିୟୁତ ବର୍ଷ ଧରି ମାଟିତଳେ ଅମ୍ଳଜାନର ଅନୁପସ୍ଥିତିରେ ରହିବା ଫଳରେ ପ୍ରବଳ ଚାପ ଓ ତାପ ଦ୍ୱାରା ତାହା କଳାରଙ୍ଗର ବହଳିଆ ତେଲରେ ପରିଣତ ହୁଏ। ଗଭୀର ଗାତ ଖୋଳି ପଥର କାଟି ଏହାକୁ ମାଟି ତଳୁ ବାହାର କରାଯାଏ। ଖୋଳିବା ସମୟରେ ପ୍ରଚୁର ଜାଳେଣି-ବାଷ୍ପ ମଧ୍ୟ ମିଳେ। ମାଟି ତଳୁ ମିଳିଥିବା ବହଳିଆ କଳାତେଲକୁ ଶୋଧିତ କଲାପରେ ସେଥିରୁ ପେଟ୍ରୋଲ୍‌, ଡିଜେଲ୍‌, କିରୋସିନ, ଲୁବ୍ରିକେଟିଙ୍ଗ ତେଲ, ପ୍ଲାଷ୍ଟିକ୍‌ ଇତ୍ୟାଦି ମିଳିଥାଏ। ଏଥିରୁ ବୁଝାପଡୁଛି, ଖଣିଜତୈଳ ଆମ ପାଇଁ ଅତି ମୂଲ୍ୟବାନ୍‌ ଉପାଦାନ।
୧୮୫୯ ମସିହାରେ ପ୍ରଥମେ ମାଟିଖୋଳି ଖଣିଜତୈଳ ବାହାର କରାଯାଇଥିଲା। ପରେ କୋଇଲା ବଦଳରେ ଏହି ତୈଳ ଓ ଜାଳେଣିବାଷ୍ପର ବହୁଳ ବ୍ୟବହାର ହେଲା। କେବଳ ଜାଳେଣି ନୁହେଁ, ଏଥିରୁ ରଙ୍ଗ, ପ୍ଲାଷ୍ଟିକ୍‌, ସିନ୍ଥେଟିକ୍‌ ରବର, ସାବୁନ୍‌, ମହମ, ଜେଲି, ସାର ଓ ବିସ୍ଫୋରକ ଦ୍ରବ୍ୟ ଇତ୍ୟାଦି ପ୍ରସ୍ତୁତ କରାଗଲା। ବର୍ତ୍ତମାନ ଏହାର ବ୍ୟବହାର ଆହୁରି ବ୍ୟାପକ ହୋଇଛି। କିନ୍ତୁ ଏହାର ବ୍ୟବହାର ଆଜି ବାୟୁମଣ୍ଡଳକୁ ଅତିମାତ୍ରାରେ ପ୍ରଦୂଷିତ କରିସାରିଲାଣି। ପୃଥିବୀରେ ଅନୁଭୂତ ସମୁଦାୟ ଖଣିଜତୈଳର ୪ ଭାଗରୁ ୧ ଭାଗ ତୈଳ କେବଳ ସାଉଦି ଆରବରେ ରହିଛି। ତେବେ ଆଲଜେରିଆ, ଇଣ୍ଡୋନେସିଆ, ଇରାନ୍‌, ଇରାକ୍‌, କୁଏଟ୍‌, ଲିବିଆ, ନାଇଜେରିଆ, ସାଉଦି ଆରବ, ଆରବ ଓ ଭେନେଜୁଏଲା ଇତ୍ୟାଦି ରାଷ୍ଟ୍ରଗୁଡ଼ିକରେ ପୃଥିବୀର ୬୭ ପ୍ରତିଶତ ଖଣିଜତୈଳ ଗଚ୍ଛିତ ରହିଛି। ଭାରତରେ ନଗଣ୍ୟ ପରିମାଣର ତୈଳ ଦିଗ୍‌ବୋଇ, ଆସାମ ଓ ଗୁଜରାଟରେ ମିଳିଥାଏ। ମାଟି ତଳେ ଥିବା ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍‌କୁ ଠାବ କରିବା ଓ ସଂଗ୍ରହ କରିବାରେ ଅଧିକ ଖର୍ଚ୍ଚ ହୁଏ। ଖଣିଜତୈଳ ପୃଥିବୀକୁ ପ୍ରାୟ ୬୦ ପ୍ରତିଶତ ଶକ୍ତି ଯୋଗାଇ ଆସୁଛି। କିନ୍ତୁ ପୃଥିବୀର ଗଚ୍ଛିତ ତୈଳ ତ୍ୱରାନ୍ବିତ ବେଗରେ ହ୍ରାସ ପାଉଛି, ଯାହାକି ଉଦ୍‌ବେଗର ବିଷୟ। ତୈଳସଂକଟର ସମାଧାନ ପାଇଁ ଆମେ ଯଥାସମ୍ଭବ କମ୍‌ ତେଲ ଖର୍ଚ୍ଚ କରିବା ଓ ସୌରଶକ୍ତିର ଅଧିକ ବ୍ୟବହାର କରିବା ଉଚିତ।

ଡ. କମଳାକାନ୍ତ ଜେନା
-ପ୍ରାଧ୍ୟାପକ, ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?