ଖଣିଜତୈଳ

ଶକ୍ତି କହିଲେ ବସ୍ତୁର କାର୍ଯ୍ୟ କରିବାର ସାମର୍ଥ୍ୟକୁ ବୁଝାଯାଏ। ତେଣୁ ଆମ ପାଖରେ କିମ୍ବା ଯନ୍ତ୍ର ପାଖରେ ଶକ୍ତି ଥିଲେ କାମ କରିବା ସମ୍ଭବ ହେବ। ଏବେ ଜଣେ କହିପାରିବ ଯେ, ଗୋଟିଏ ବସ୍ତୁ ଯେତିକି କାମ କରିପାରିବ, ସେଇ ପରିମାଣର କାମକୁ ସେହି ବସ୍ତୁର ଶକ୍ତି କୁହାଯାଏ। ଉଭୟ କାର୍ଯ୍ୟ ଓ ଶକ୍ତିକୁ ‘ଜୁଲ୍‌’ ଏକକରେ ମାପ କରାଯାଏ। ଶକ୍ତି ହେଉଛି ବହୁରୂପୀ। ଏହାକୁ ଆମେ ଯାନ୍ତ୍ରିକଶକ୍ତି, ବିଦ୍ୟୁତ୍‌ଶକ୍ତି, ପବନଶକ୍ତି, ସୌରଶକ୍ତି, ଆଲୋକଶକ୍ତି ଏମିତି ଅନେକ ରୂପରେ ପାଇପାରିବା। ଶକ୍ତି ଗୋଟିଏ ରୂପରୁ ଆଉ ଏକ ରୂପକୁ ପରିବର୍ତ୍ତିତ ହୋଇପାରିବ। ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ସମୁଦାୟ ଶକ୍ତିର ପରିମାଣ ସବୁବେଳେ ସମାନ ରହିଛି।
ଶକ୍ତିର ମୂଳ ଉତ୍ସ ହେଉଛି ସୂର୍ଯ୍ୟ। ସୂର୍ଯ୍ୟ କିରଣରୁ ଶକ୍ତି ନେଇ ବୃକ୍ଷଲତା ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି ଓ ବଢ଼ନ୍ତି। ବୃକ୍ଷଲତାର ବିଭିନ୍ନ ଅଂଶକୁ ଖାଇ ମଣିଷ ଓ ଜୀବଜନ୍ତୁମାନେ ବଞ୍ଚତ୍ରହନ୍ତି। ଆମେ ତ ସେହି ଖାଦ୍ୟରୁ ଶକ୍ତି ପାଉ। କିନ୍ତୁ କଳକାରଖାନା ଓ ଗାଡ଼ିମୋଟର ଚାଲିବା ପାଇଁ କୋଇଲା, କିରୋସିନ, ଡିଜେଲ, ପେଟ୍ରୋଲ ଓ ସି.ଏନ୍‌.ଜି.ରୁ ଶକ୍ତି ପାଆନ୍ତି। ଖଣିଜତୈଳରୁ କିରୋସିନି, ଡିଜେଲ ଓ ପେଟ୍ରୋଲ ଇତ୍ୟାଦି ଜାଳେଣି ଆମକୁ ମିଳେ। ଖଣିଜତୈଳ ହେଉଛି ମାଟିତଳୁ ମିଳୁଥିବା ଅଶୋଧିତ ତୈଳ। ଗଭୀର ମହାସାଗର ଶଯ୍ୟାରେ ସାମୁଦ୍ରିକ ଜୀବ ଓ ଗଛଲତାର ଅବଶେଷାଂଶ ବାଲିକାଦୁଅରେ ମିଶି ନିୟୁତ ନିୟୁତ ବର୍ଷ ଧରି ମାଟିତଳେ ଅମ୍ଳଜାନର ଅନୁପସ୍ଥିତିରେ ରହିବା ଫଳରେ ପ୍ରବଳ ଚାପ ଓ ତାପ ଦ୍ୱାରା ତାହା କଳାରଙ୍ଗର ବହଳିଆ ତେଲରେ ପରିଣତ ହୁଏ। ଗଭୀର ଗାତ ଖୋଳି ପଥର କାଟି ଏହାକୁ ମାଟି ତଳୁ ବାହାର କରାଯାଏ। ଖୋଳିବା ସମୟରେ ପ୍ରଚୁର ଜାଳେଣି-ବାଷ୍ପ ମଧ୍ୟ ମିଳେ। ମାଟି ତଳୁ ମିଳିଥିବା ବହଳିଆ କଳାତେଲକୁ ଶୋଧିତ କଲାପରେ ସେଥିରୁ ପେଟ୍ରୋଲ୍‌, ଡିଜେଲ୍‌, କିରୋସିନ, ଲୁବ୍ରିକେଟିଙ୍ଗ ତେଲ, ପ୍ଲାଷ୍ଟିକ୍‌ ଇତ୍ୟାଦି ମିଳିଥାଏ। ଏଥିରୁ ବୁଝାପଡୁଛି, ଖଣିଜତୈଳ ଆମ ପାଇଁ ଅତି ମୂଲ୍ୟବାନ୍‌ ଉପାଦାନ।
୧୮୫୯ ମସିହାରେ ପ୍ରଥମେ ମାଟିଖୋଳି ଖଣିଜତୈଳ ବାହାର କରାଯାଇଥିଲା। ପରେ କୋଇଲା ବଦଳରେ ଏହି ତୈଳ ଓ ଜାଳେଣିବାଷ୍ପର ବହୁଳ ବ୍ୟବହାର ହେଲା। କେବଳ ଜାଳେଣି ନୁହେଁ, ଏଥିରୁ ରଙ୍ଗ, ପ୍ଲାଷ୍ଟିକ୍‌, ସିନ୍ଥେଟିକ୍‌ ରବର, ସାବୁନ୍‌, ମହମ, ଜେଲି, ସାର ଓ ବିସ୍ଫୋରକ ଦ୍ରବ୍ୟ ଇତ୍ୟାଦି ପ୍ରସ୍ତୁତ କରାଗଲା। ବର୍ତ୍ତମାନ ଏହାର ବ୍ୟବହାର ଆହୁରି ବ୍ୟାପକ ହୋଇଛି। କିନ୍ତୁ ଏହାର ବ୍ୟବହାର ଆଜି ବାୟୁମଣ୍ଡଳକୁ ଅତିମାତ୍ରାରେ ପ୍ରଦୂଷିତ କରିସାରିଲାଣି। ପୃଥିବୀରେ ଅନୁଭୂତ ସମୁଦାୟ ଖଣିଜତୈଳର ୪ ଭାଗରୁ ୧ ଭାଗ ତୈଳ କେବଳ ସାଉଦି ଆରବରେ ରହିଛି। ତେବେ ଆଲଜେରିଆ, ଇଣ୍ଡୋନେସିଆ, ଇରାନ୍‌, ଇରାକ୍‌, କୁଏଟ୍‌, ଲିବିଆ, ନାଇଜେରିଆ, ସାଉଦି ଆରବ, ଆରବ ଓ ଭେନେଜୁଏଲା ଇତ୍ୟାଦି ରାଷ୍ଟ୍ରଗୁଡ଼ିକରେ ପୃଥିବୀର ୬୭ ପ୍ରତିଶତ ଖଣିଜତୈଳ ଗଚ୍ଛିତ ରହିଛି। ଭାରତରେ ନଗଣ୍ୟ ପରିମାଣର ତୈଳ ଦିଗ୍‌ବୋଇ, ଆସାମ ଓ ଗୁଜରାଟରେ ମିଳିଥାଏ। ମାଟି ତଳେ ଥିବା ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍‌କୁ ଠାବ କରିବା ଓ ସଂଗ୍ରହ କରିବାରେ ଅଧିକ ଖର୍ଚ୍ଚ ହୁଏ। ଖଣିଜତୈଳ ପୃଥିବୀକୁ ପ୍ରାୟ ୬୦ ପ୍ରତିଶତ ଶକ୍ତି ଯୋଗାଇ ଆସୁଛି। କିନ୍ତୁ ପୃଥିବୀର ଗଚ୍ଛିତ ତୈଳ ତ୍ୱରାନ୍ବିତ ବେଗରେ ହ୍ରାସ ପାଉଛି, ଯାହାକି ଉଦ୍‌ବେଗର ବିଷୟ। ତୈଳସଂକଟର ସମାଧାନ ପାଇଁ ଆମେ ଯଥାସମ୍ଭବ କମ୍‌ ତେଲ ଖର୍ଚ୍ଚ କରିବା ଓ ସୌରଶକ୍ତିର ଅଧିକ ବ୍ୟବହାର କରିବା ଉଚିତ।

ଡ. କମଳାକାନ୍ତ ଜେନା
-ପ୍ରାଧ୍ୟାପକ, ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri