ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ରଘୁନାଥପୁର,୫ା୨(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ତରିକୁନ୍ଦ, ଜୟଶୋଳ ଓ ବରାଗୋଳ ପଞ୍ଚାୟତରେ ଦୀର୍ଘଦିନ ଧରି ରାସ୍ତାଘାଟ, ପାନୀୟଜଳ ଓ ଜନକଲ୍ୟାଣମୂଳକ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନାହିଁ। ତରିକୁନ୍ଦ ପଞ୍ଚାୟତରେ ୩ଜଣ ସରପଞ୍ଚ ଓ ୫ଜଣ ସମିତିସଭ୍ୟ ପ୍ରାର୍ଥୀ ଥିବା ବେଳେ ବରାଗୋଳରେ ୩ ଜଣ ସରପଞ୍ଚ ଓ ୭ ଜଣ ସମିତିସଭ୍ୟ ପ୍ରାର୍ଥୀ ଏବଂ ଜୟଶୋଳରେ ୩ ଜଣ ସରପଞ୍ଚ ଓ ୪ ଜଣ ସମିତିସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଉପରୋକ୍ତ ସମସ୍ୟା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଭୋଟର କହିଛନ୍ତି। ଏ ନେଇ ୩ ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଓ ପ୍ରାର୍ଥିତ୍ୱକୁ ଭୋଟରମାନେ ପରଖୁଛନ୍ତି। ଏଠାରେ ଯିଏ ଲୋକଙ୍କ ସୁଖ ଓ ଦୁଃଖର ସାଥୀ ହୋଇ ସମସ୍ୟା ସବୁର ସମାଧାନ କରିବ ସେହିଭଳି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଭୋଟର ନିଷ୍ପତ୍ତି ନେଇଛନ୍ତି। ପଞ୍ଚାୟତ ସ୍ତରରେ ଦୀର୍ଘଦିନରୁ ରହି ଆସିଥିବା ରାଜନେତା କଥାକୁ ଲୋକେ ଆଉ ବିଶ୍ୱାସକୁ ନେଇ ପାରୁନାହାନ୍ତି। ଏବେ ନୂଅଁା ମୁହଁ ଖୋଜା ଚାଲିଛି। କାରଣ ବହୁ ରାଜନେତା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିନାହାନ୍ତି। ବରାଗୋଳ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ କରା ନ ଯାଇ ମିଥ୍ୟା ବିଲ୍‌, ଖାଲି ପଡିଥିବା ଏକ ସ୍କୁଲ ଘରେ କୋଭିଡ୍‌ ସେଣ୍ଟର ପରେ ପୁଣି ସ୍କୁଲକୁ ମିଶନ ଶକ୍ତି ଗୃହ ଦର୍ଶାଇ ଲକ୍ଷାଧିକ ଟଙ୍କା ହଡପ କରାଯାଇଛି ବୋଲି ପ୍ରଦୀପ କୁମାର ସ୍ବାଇଁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ଅମୀୟ ଚାନ୍ଦ ମଲ୍ଲିକ କୁହନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହା କରାଯାଇଛି। ତେବେ ଏହା ପାଇଁ ଆସିଥିବା ୫ ଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ ହୋଇ ନାହଁି ବୋଲି ସେ କହିଛନ୍ତି। ସେହିପରି କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ, ଜଳ ନିଷ୍କାସନ ସମସ୍ୟା ଆଦି ବହୁ କାର୍ଯ୍ୟ ବାକି ରହିଥିବା ୧୨ନଂ. ୱାର୍ଡ ବାସିନ୍ଦା ନାରାୟଣ ମଳିକ କହିଛନ୍ତି। ଜୟଶୋଳ ଓ ତରିକୁନ୍ଦ ପଞ୍ଚାୟତରେ ମୁସଲିମ ସାହି ଓ ଦଳିତ ସାହିକୁ ରାସ୍ତା, ଭତ୍ତା, ରାଶନ କାର୍ଡ, ଆବାସ ଗୃହ ସମସ୍ୟା, ପାଇଖାନା, ଶ୍ମଶାନରେ ମୃତଦେହ ସଂସ୍କାର ଗୃହ, କେନାଲରେ ପୋଲ ଓ ଜଳସେଚନର ସମସ୍ୟା ରହିଥିବା ହରେକୃଷ୍ଣ ମଲ୍ଲିକ, ସନ୍ତୋଷ ପାଣି, କ୍ଷିରୋଦ ବାରିକ ଓ ସନ୍ତୋଷ କୁମାର ଦାସ ଅଭିଯୋଗ କରିଛନ୍ତି। ୩ ପଞ୍ଚାୟତରେ ମୁଖ୍ୟତଃ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ବିଜେଡି ସମର୍ଥିତ ଓ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଥିବା ରାଜନୈତିକ ବିଶ୍ଳେଷକମାନେ ମତ ରଖିଛନ୍ତି। ଅନ୍ୟପକ୍ଷରେ ଯିଏ ଜିତିବ ସେ ଆମ ଦଳର ବୋଲି ନ୍ୟାୟକୁ ରାଜନେତାମାନେ ଆପଣେଇବାକୁ ମନ ସ୍ଥିର କରିସାରିଲେଣି ବୋଲି କୁହାଯାଉଛି। କାରଣ ସେମାନଙ୍କୁ ବୁଝାଇ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବାରେ ନେତାମାନେ ବିଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?