ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ରଘୁନାଥପୁର,୫ା୨(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ତରିକୁନ୍ଦ, ଜୟଶୋଳ ଓ ବରାଗୋଳ ପଞ୍ଚାୟତରେ ଦୀର୍ଘଦିନ ଧରି ରାସ୍ତାଘାଟ, ପାନୀୟଜଳ ଓ ଜନକଲ୍ୟାଣମୂଳକ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନାହିଁ। ତରିକୁନ୍ଦ ପଞ୍ଚାୟତରେ ୩ଜଣ ସରପଞ୍ଚ ଓ ୫ଜଣ ସମିତିସଭ୍ୟ ପ୍ରାର୍ଥୀ ଥିବା ବେଳେ ବରାଗୋଳରେ ୩ ଜଣ ସରପଞ୍ଚ ଓ ୭ ଜଣ ସମିତିସଭ୍ୟ ପ୍ରାର୍ଥୀ ଏବଂ ଜୟଶୋଳରେ ୩ ଜଣ ସରପଞ୍ଚ ଓ ୪ ଜଣ ସମିତିସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଉପରୋକ୍ତ ସମସ୍ୟା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଭୋଟର କହିଛନ୍ତି। ଏ ନେଇ ୩ ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଓ ପ୍ରାର୍ଥିତ୍ୱକୁ ଭୋଟରମାନେ ପରଖୁଛନ୍ତି। ଏଠାରେ ଯିଏ ଲୋକଙ୍କ ସୁଖ ଓ ଦୁଃଖର ସାଥୀ ହୋଇ ସମସ୍ୟା ସବୁର ସମାଧାନ କରିବ ସେହିଭଳି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଭୋଟର ନିଷ୍ପତ୍ତି ନେଇଛନ୍ତି। ପଞ୍ଚାୟତ ସ୍ତରରେ ଦୀର୍ଘଦିନରୁ ରହି ଆସିଥିବା ରାଜନେତା କଥାକୁ ଲୋକେ ଆଉ ବିଶ୍ୱାସକୁ ନେଇ ପାରୁନାହାନ୍ତି। ଏବେ ନୂଅଁା ମୁହଁ ଖୋଜା ଚାଲିଛି। କାରଣ ବହୁ ରାଜନେତା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିନାହାନ୍ତି। ବରାଗୋଳ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ କରା ନ ଯାଇ ମିଥ୍ୟା ବିଲ୍‌, ଖାଲି ପଡିଥିବା ଏକ ସ୍କୁଲ ଘରେ କୋଭିଡ୍‌ ସେଣ୍ଟର ପରେ ପୁଣି ସ୍କୁଲକୁ ମିଶନ ଶକ୍ତି ଗୃହ ଦର୍ଶାଇ ଲକ୍ଷାଧିକ ଟଙ୍କା ହଡପ କରାଯାଇଛି ବୋଲି ପ୍ରଦୀପ କୁମାର ସ୍ବାଇଁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ଅମୀୟ ଚାନ୍ଦ ମଲ୍ଲିକ କୁହନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହା କରାଯାଇଛି। ତେବେ ଏହା ପାଇଁ ଆସିଥିବା ୫ ଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ ହୋଇ ନାହଁି ବୋଲି ସେ କହିଛନ୍ତି। ସେହିପରି କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ, ଜଳ ନିଷ୍କାସନ ସମସ୍ୟା ଆଦି ବହୁ କାର୍ଯ୍ୟ ବାକି ରହିଥିବା ୧୨ନଂ. ୱାର୍ଡ ବାସିନ୍ଦା ନାରାୟଣ ମଳିକ କହିଛନ୍ତି। ଜୟଶୋଳ ଓ ତରିକୁନ୍ଦ ପଞ୍ଚାୟତରେ ମୁସଲିମ ସାହି ଓ ଦଳିତ ସାହିକୁ ରାସ୍ତା, ଭତ୍ତା, ରାଶନ କାର୍ଡ, ଆବାସ ଗୃହ ସମସ୍ୟା, ପାଇଖାନା, ଶ୍ମଶାନରେ ମୃତଦେହ ସଂସ୍କାର ଗୃହ, କେନାଲରେ ପୋଲ ଓ ଜଳସେଚନର ସମସ୍ୟା ରହିଥିବା ହରେକୃଷ୍ଣ ମଲ୍ଲିକ, ସନ୍ତୋଷ ପାଣି, କ୍ଷିରୋଦ ବାରିକ ଓ ସନ୍ତୋଷ କୁମାର ଦାସ ଅଭିଯୋଗ କରିଛନ୍ତି। ୩ ପଞ୍ଚାୟତରେ ମୁଖ୍ୟତଃ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ବିଜେଡି ସମର୍ଥିତ ଓ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଥିବା ରାଜନୈତିକ ବିଶ୍ଳେଷକମାନେ ମତ ରଖିଛନ୍ତି। ଅନ୍ୟପକ୍ଷରେ ଯିଏ ଜିତିବ ସେ ଆମ ଦଳର ବୋଲି ନ୍ୟାୟକୁ ରାଜନେତାମାନେ ଆପଣେଇବାକୁ ମନ ସ୍ଥିର କରିସାରିଲେଣି ବୋଲି କୁହାଯାଉଛି। କାରଣ ସେମାନଙ୍କୁ ବୁଝାଇ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବାରେ ନେତାମାନେ ବିଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri