ବଦଳୁଛି ୩ ଦଶନ୍ଧିର ସ୍ଥିତି

ଯାଜପୁର ଅଫିସ,୫ା୨: ଯାଜପୁର ଜିଲାର ଖଣି ଓ ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ୩ ଦଶନ୍ଧିର ରାଜନୈତିକ ରୂପରେଖ କ୍ରମଶଃ ବଦଳୁ ଥିବା ସ୍ପଷ୍ଟ ହୋଇଛି। ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଭୋଟରଙ୍କ ମତଦାନ ହାରକୁ ଅବଲୋକନ କଲେ ସେଠାରେ ଭାଜପା ନିଜର ବଳ କଷିବା ଆରମ୍ଭ କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନରେ ଭାଜପା ସେତେଟା ସଫଳତା ପାଇ ନ ଥିଲେ ହେଁ ଦାନଗଦି ବ୍ଲକରେ ନିଜର ସମର୍ଥିତ ଦଳ ଦ୍ୱାରା ପଞ୍ଚାୟତ ସମିତି ଗଠନ କରିବା ବିଜେଡିକୁ ଶକ୍ତ ଧକ୍କା ଲାଗିଥିଲା। ଏହାପରେ ୨୦୧୯ରେ ଭାଜପାର ମତଦାନ ହାର ହଠାତ୍‌ ୩୭.୭୯% ବୃଦ୍ଧି ବିଜେଡି ଶିବିରକୁ ଚିନ୍ତାରେ ପକାଇଥିଲା। ଅନ୍ୟପକ୍ଷେ କେତେଜଣ ବରିଷ୍ଠ କଂଗ୍ରେସ ନେତା ଓ ଯୁବକର୍ମୀଙ୍କୁ ବିଜେଡି ନିଜ ଶିବିରକୁ ନେଇ ଚଳିତ ନିର୍ବାଚନୀ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରି ପାରିଥିବା ଚର୍ଚ୍ଚା ହେଉଛି।
ବିଗତ ୩୦ ବର୍ଷ ହେଲା ସୁକିନ୍ଦା ନିର୍ବାଚନମଣ୍ଡଳୀ ଜନତା ଦଳ ଓ ପରେ ବିଜେଡି କବ୍‌ଜାରେ ରହି ଆସିଛି ା ୧୯୯୦ ରୁ ୨୦୧୪ ମଧ୍ୟରେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇ ମନ୍ତ୍ରୀପଦ ପାଇଥିଲେ ା ଏହାପରେ ୨୦୧୪ରେ ପ୍ରୀତିରଞ୍ଜନ ଘଡ଼େଇ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ସେହିବର୍ଷ ପ୍ରୀତିରଞ୍ଜନ ୪,୭୦୪ ଭୋଟ ବ୍ୟବଧାନରେ ଶରତ ରାଉତଙ୍କୁ ପରାସ୍ତ କରିଥିଲେ। ହେଲେ ଗ୍ରାମାଞ୍ଚଳରେ ବିଭିନ୍ନ ମୌଳିକ ସମସ୍ୟା ସମାଧାନରେ ବିଜେଡି ବିଫଳ ହେବା, ନଗଡ଼ାରେ ଶିଶୁ ମୃତ୍ୟୁହାର, ସୁଦୃଢ଼ ଗମନାଗମନ ବ୍ୟବସ୍ଥାର ଅଭାବ, ସ୍ବଚ୍ଛ ପାନୀୟ ଜଳ ଆଦି ପ୍ରସଙ୍ଗ ଭାଜପା ଉତ୍ଥାନର ପ୍ରମୁଖ କାରଣ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ କେତେକ ଆଖିଦୃଶିଆ ପ୍ରସଙ୍ଗ ଭୋଟରଙ୍କୁ ବହୁଳ ମାତ୍ରାରେ ପ୍ରଭାବିତ କରିଥିବା ମନେହେଉଛି। ସେଥିରୁ ନଗଡ଼ାକୁ ରାସ୍ତା ସଂଯୋଗ ପାଇଁ ୧୩ କୋଟି ଟଙ୍କା ବିନିଯୋଗରେ ବ୍ୟାପକ ଅନିୟମିତତା ଓ ଲୋକାୟୁକ୍ତରେ ମାମଲା, ଏହାର ମରାମତି ପାଇଁ ମିଥ୍ୟା ବିଲ ଭାଉଚର କରି ୪୪ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ ଏବଂ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭାଗବଣ୍ଟା ନ ଛିଣ୍ଡିବାରୁ ଥାନାରେ ମାମଲା, ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ଅଭିଯୋଗ, ଖଣି ଓ ଶିଳ୍ପ କାରଖାନାରେ ସ୍ଥାନୀୟ ନିଯୁକ୍ତି ଓ ଶ୍ରମିକ ଛଟେଇ ଇତ୍ୟାଦି ପ୍ରସଙ୍ଗ ଭୋଟରଙ୍କୁ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହାବାଦ୍‌ ସୁକିନ୍ଦା ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ପ୍ରାର୍ଥୀଙ୍କୁ କାଳ ହେବ ବୋଲି କୁହାଯାଉଛି। ଏହି କାରଣରୁ କଂଗ୍ରେସର ଭିତ୍ତିଭୂମିକୁ ଭାଜପା ଗତ ନିର୍ବାଚନରେ ଦଖଲ କରିବା ପରେ ଏଥର ବିଜେଡିକୁ ଅନେକ ମାତ୍ରାରେ ସଂଘର୍ଷ କରିବାକୁ ପଡୁଛି ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି। ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀର ସୁକିନ୍ଦା ଓ ଦାନଗଦି ବ୍ଲକରେ ୬ ଜିଲା ପରିଷଦ ଆସନ ରହିଛି। ଏଥିରେ ମୋଟ ୨୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ୩ ପ୍ରମୁଖ ଦଳ ବାଦ ସ୍ବାଧୀନ ସମେତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ପ୍ରାର୍ଥୀମାନେ ମଧ୍ୟ ଏଥର ସକ୍ରିୟ ଥିବା ଦେଖିବାକୁ ମିଳିଛି। ୨୦୧୯ ସାଧାରଣ ନିର୍ବାଚନରେ ଆମ୍ବେଡକର ନ୍ୟାଶନାଲ କଂଗ୍ରେସ, ବହୁଜନ ମୁକ୍ତିପାର୍ଟି, କଳିଙ୍ଗସେନା ଓ ସ୍ବାଧୀନ ପ୍ରାର୍ଥୀ ମିଶି ପ୍ରାୟ ୩ ହଜାର ଭୋଟ ହାତେଇଥିଲେ। କଂଗ୍ରେସ ହାତକୁ ମାତ୍ର ୧୮,୬୧୯ ଭୋଟ ଯାଇଥିବାବେଳେ ବିଜେଡିକୁ ୭୭,୫୧୦ ଓ ଭାଜପାକୁ ୬୦,୭୮୦ ଭୋଟ ମିଳିଥିଲା। ଭାଜପା ପାଖାପାଖି ୧୭ ହଜାର ଭୋଟରେ ପରାଜିତ ହୋଇଥିଲା। ସେତେବେଳେ ଅଧିକ ଆମତ୍ବିଶ୍ୱାସ ଭାଜପାକୁ ହାନି କରିଥିଲା ବୋଲି ମତପ୍ରକାଶ ପାଇଥିଲା। ତେବେ ଏଥର ପରିସ୍ଥିତି ବହୁଳ ଭାବେ ପରିବର୍ତ୍ତନ ହୋଇଛି ବୋଲି କୁହାଯାଉଛି। ସୁକିନ୍ଦା ନିର୍ବାଚନମଣ୍ଡଳୀର ୬ ଜିଲା ପରିଷଦ ଆସନରେ ବିଭିନ୍ନ ଦଳରୁ ବହୁ ତୁଙ୍ଗ ନେତା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ସୁକିନ୍ଦାରେ ବିଜେଡି ଓ ଦାନଗଦି ବ୍ଲକ ଅଧ୍ୟକ୍ଷା ଭାଜପା ଦଖଲରେ ରହିଥିଲା। ଏବେ ବି ଦାନଗଦି ବ୍ଲକ ପ୍ରଶାସନରେ ବିଜେଡି ନିଜର କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ଭାଜପା ୨୦୧୪ରେ ୩%, ୨୦୧୭ରେ ୧୦% ଓ ୨୦୧୯ରେ ୩୮% ଭୋଟ ପାଇ ଅଗ୍ରସର ହେଉଛି। ଭାଜପା ଏହି ସଫଳତାକୁ ଆଧାର କରି ନିର୍ବାଚନ ଲଢୁଥିବାବେଳେ ବିଜେଡି ଏହାର ମୁକାବିଲା କରିବାକୁ ଭିତ୍ତିଭୂମି ପ୍ରସ୍ତୁତ କରି ସାରିଛି। ଅର୍ଥ ଓ ଲୋକବଳ ବିଜେଡିର ପ୍ରମୁଖ ଅସ୍ତ୍ର ହୋଇଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?