୩ ଶିକ୍ଷକରେ ୧୦ ଶ୍ରେଣୀ

ଯାଜପୁର ଅଫିସ,୫ା୨: ଯାଜପୁର ଜିଲା ବ୍ୟାସନଗରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟରେ ଭିତ୍ତିଭୂମି ସାଙ୍ଗକୁ ଶିକ୍ଷକ ଅଭାବ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷାକୁ ରସାତଳଗାମୀ କରିଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୯୩ ଛାତ୍ରୀଛାତ୍ରଙ୍କ ପାଇଁ ଏବେ ମାତ୍ର ୩ ଶିକ୍ଷକରେ ଶିକ୍ଷାଦାନ ଚାଲିଛି। ୧୫ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ୧୧ଜଣ ଥିଲେ। କିନ୍ତୁ ଗତ ଶନିବାର ବିନା ରିଲିଭରରେ ଏକସଙ୍ଗେ ୮ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ବଦଳି ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାବାଦ୍‌ ପ୍ରାୟ ୭ ମାସ ହେବ ସ୍କୁଲ ଗୃହ ନିର୍ମାଣ ପାଇଁ ପ୍ରାୟ ୩୩ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲେ ହେଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଭଙ୍ଗାରୁଜା ନରସିଂହ ଚୌଧୁରୀ(ଏନ୍‌ସି) ହାଇସ୍କୁଲ ପରିସରରେ ବିପଦସଙ୍କୁଳ ଅବସ୍ଥାରେ ଏବେ ଅସ୍ଥାୟୀ ଭାବେ ଶିକ୍ଷାଦାନ ଚାଲିଛି। ଆଗକୁ ସ୍କୁଲ ଖୋଲିବାକୁ ଯୋଜନା ଥିବା ସମୟରେ ଏଭଳି ଦୁରବସ୍ଥାକୁ ନେଇ ଅଭିଭାବକ ମହଲରେ ଉଦବେଗ ପ୍ରକାଶ ପାଇଛି। ବ୍ୟାସନଗର ସହରରେ ୨୦୧୬ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ମୁଣ୍ଡମାଳ-ଗଣେଶବଜାର ମୁଖ୍ୟ ରାସ୍ତାରୁ ଏନ୍‌ସି ହାଇସ୍କୁଲ ପଡିଆ ନିକଟରେ ଏହି ବିଦ୍ୟାଳୟ ଅସ୍ଥାୟୀ ଭାବେ ଖୋଲିଛି। ୧୦ଟି ଶ୍ରେଣୀ ପାଇଁ ଏଠାରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ନିୟମିତ ସ୍କୁଲ ଖୋଲାଯାଇ ପାରୁନାହିଁ। ସ୍କୁଲକୁ ତରବରିଆ ଭାବେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ଶିକ୍ଷକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ୧୫ ଶିକ୍ଷକଙ୍କ ଆବଶ୍ୟକତା ରହିଥିବାବେଳେ ବର୍ତ୍ତମାନ ମାତ୍ର ୩ ଶିକ୍ଷକ ଅଛନ୍ତି। ଇଂଲିଶ, ହିନ୍ଦୀ, ଗଣିତ, ସୋସିଆଲ ସାଇନ୍ସ ଇତ୍ୟାଦି ପ୍ରମୁଖ ବିଷୟରେ ପାଠପଢ଼ା ହୋଇ ପାରୁନି। ୬ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି। ଶିକ୍ଷକଙ୍କ ଅଭାବରେ ପିଲାଙ୍କ ପାଠପଢ଼ା କେମିତି ହେବ ଏବଂ ଏଭଳି ଦୁରବସ୍ଥା ଆହୁରି କେତେ ଦିନ ଯାଏ ଲାଗି ରହିବ ସେନେଇ ଅଭିଭାବକମାନେ ଚିନ୍ତାରେ ରହିଛନ୍ତି। ପ୍ରାୟ ୫୦୦ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢିବା ଦାୟିତ୍ୱ ରଖୁଥିବା ଏହି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତି ଅବହେଳା କେନ୍ଦ୍ର ସରକାରଙ୍କ ଶିକ୍ଷାପ୍ରତି ରହିଥିବା ଆନ୍ତରିକତା କେତେ ତାହା ଜଳଜଳ ଦିଶୁଛି। ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାର୍ଥ ଚନ୍ଦନ ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ସାରା ଦେଶରେ ଶିକ୍ଷକ ବଦଳି ହୋଇଛି। ତେବେ ଏଠାକୁ ଶିକ୍ଷକଙ୍କ ନିଯୁକ୍ତି ନେଇ ବିଭାଗସ୍ତରରେ ଯୋଜନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଫସିରହିଛି ହାତୀ

ସବଡେଗା,୩ା୧୨(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସବଡେଗା ବ୍ଲକର ଡମକୁଡା ପଞ୍ଚାୟତର ଭଦ୍ରାପଡ଼ା ଗାଁମୁଣ୍ଡ ଜଙ୍ଗଲ ପାଖେ ଥିବା ଛୋଟ ପୋଖରୀରେ ଶନିବାର ରାତିରୁ ଏକ ହାତୀ...

କୋରାପୁଟରେ ଭାଲୁ ଆକ୍ରମଣ ଜଣେ ଗୁରୁତର 

କୋରାପୁଟ,୩।୧୨(ଅମିତାଭ ବେହେରା): କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚଯାତର ରଙ୍ଗେଇଗୁଡା ଗ୍ରାମ ନିକଟରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଜିତେନ୍ଦ୍ର କୁମାର...

ଟିଏମ୍‌ ଫୋରମର ପ୍ରଥମ ଇନୋଭେଶନ ହବ୍‌

ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍‌ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍‌ ଆଇଟି ପାର୍କଠାରେ ଟିଏମ୍‌ ଫୋରମ୍‌ର ପ୍ରଥମ ଇନୋଭେଶନ ହବ୍‌...

ବେଦାନ୍ତ ଆଲୁମିନିୟମର ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌

ଭୁବନେଶ୍ୱର,୩।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌ ନିକଟରେ ଅନୁଷ୍ଠିତ ହୋଇଯାଇଛି।...

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ...

ବାତ୍ୟା: ୫ ଜିଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୩।୧୨(ଅନିଲ ଦାସ)ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେସନ) ଶନିବାର ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮କି.ମି....

କାର୍ଯ୍ୟାଳୟରେ ତାଲା, ଅନୁକମ୍ପା ରାଶି ନ ପାଇ ଫେରିଲେ ମତ୍ସ୍ୟଜୀବୀ

ଅସ୍ତରଙ୍ଗ,୩।୧୨(ମମତା ଜେନା)ବର୍ତ୍ତମାନ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସମୟ ଚାଲିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସମୁଦ୍ରରୁ ମାଛ ମାରିବା ନିଷେଦ୍ଧ କରାଯାଇଛି। ଏହି ସମୟ ଭିତରେ...

ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ

ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri