ଭୋଟରଙ୍କ ଅଗ୍ରାଧିକାର ସ୍ଥାନୀୟ ସମସ୍ୟା

ଯାଜପୁର,୨୦ା୫(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳିର ଭୋଟରମାନେ ଏବେ ନିଜ ଅଞ୍ଚଳର ସମସ୍ୟାକୁ ଅଗ୍ରାଧିକାର ଦେଉଥିବା ଦେଖିବାକୁ ମିଳିଛି। ଫଳରେ ସାଧାରଣ ଭୋଟର କାହାକୁ ଭୋଟ ଦେବେ ସେଥିପ୍ରତି ଅଧିକ ଯନତ୍ବାନ ହେଉଥିବା ଚର୍ଚ୍ଚା ହେଉଛି।
ଭାଜପା ପକ୍ଷରୁ ମୋଦିଙ୍କ ଗ୍ୟାରେଣ୍ଟି, ବିଜେଡି ପକ୍ଷରୁ ନବୀନଙ୍କ ବିଜୁଳି ଛାଡ ଗ୍ୟାରେଣ୍ଟି ଏବଂ କଂଗ୍ରେସ ପକ୍ଷରୁ ରାହୁଲଙ୍କ ୧୦ଟି ଗ୍ୟାରେଣ୍ଟିକୁ ନେଇ ପ୍ରଚାର ଅଭିଯାନ ଚଳାଇଛନ୍ତି। ଏହି ଗ୍ୟାରେଣ୍ଟି ମଧ୍ୟରେ ଯାଜପୁର ବାସୀଙ୍କ ପାଇଁ କ’ଣ ସ୍ବତନ୍ତ୍ରତା ରହିଛି ତାହା ଭୋଟରମାନେ ଏବେ ପ୍ରଶ୍ନ କରୁଛନ୍ତି। ସମସ୍ତ ପ୍ରାର୍ଥୀ ଜନତାଙ୍କ ସେବା ପାଇଁ ବ୍ୟାକୁଳତାର ସହ ଭୋଟ ଭିକ୍ଷା କରୁଥିବାବେଳେ ଜିଲାବାସୀଙ୍କ ମୁଖ୍ୟ ସମସ୍ୟା କ’ଣ ତାହା ଅନୁଭବ କରି ନ ଥିବା ମନେ ହେଉଛି।  ସେହି ପ୍ରମୁଖ ସମସ୍ୟାଗୁଡିକ ମଧ୍ୟରୁ ଦୀର୍ଘ ୫୩ ବର୍ଷ ଧରି ଯାଜପୁର ରୋଡ-ବିରଜା କ୍ଷେତ୍ର ରେଳପଥ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବାବେଳେ ତାହା ସରକାରୀ ଦପ୍ତରରେ ଅଟକି ରହିଛି। ସେହିପରି ଯାଜପୁର ରୋଡ ରେଳଷ୍ଟେସନକୁ ଡିଭିଜନ ମାନ୍ୟତା, ପ୍ରସ୍ତାବିତ ଫ୍ଲାଏଓଭର ବ୍ରିଜ, ଗଲିପୋଲ ଇତ୍ୟାଦି କେବଳ ପ୍ରତିଶ୍ରୁତିରେ ଅଟକିଛି। ଏମପି ପ୍ରାର୍ଥୀମାନଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିଶ୍ରୁତି ନାହିଁ। ଯାଜପୁର ଜିଲାରୁ ହଜି ଯାଇଥିବା କୁଟୀର ଶିଳ୍ପ ବିରଜା ତେଲ କଳ, ଦଶରଥପୁରର ବାଲତି କାରଖାନା, ଯାଜପୁରର ଲାୈହ କୁଟୀର ଶିଳ୍ପ, ବିଞ୍ଝାରପୁରର ପଞ୍ଚାୟତ ସମିତି କାଷ୍ଠ କାରଖାନା, ପାଣିକୋଇଲିର ଛତା, ଲୁହା ଓ କାରିଗରୀ ଶିଳ୍ପ, ବରୀର ଚିନି କାରଖାନା, ସୁକିନ୍ଦାର ଟସର କାରଖାନା, ରସୁଲପୁର (ଗୋପାଳପୁରର) ହସ୍ତ ତନ୍ତ ଶିଳ୍ପ, ଯାଜପୁରର ବୈଦ୍ୟରାଜପୁର କଂସା କାରଖାନା ଇତ୍ୟାଦି ସମ୍ପର୍କରେ କେହି ପଚାରି ବୁଝୁ ନାହାନ୍ତି। ଏଥିରେ ସଂପୃକ୍ତ ଥିବା କୁଶଳୀ କାରିଗରମାନେ ଅନ୍ୟ ପ୍ରଦେଶରେ ଦାଦନ ଖଟୁଛନ୍ତି। ଏହାର ପୁନରୁଥାନ ନିମନ୍ତେ କୈାଣସି ପ୍ରାର୍ଥି ପ୍ରତିଶ୍ରୂତି ଦେଇନାହାନ୍ତି। ଜିଲାର ବ୍ରାହ୍ମଣୀ ନଦୀ ଦେଇ  ୫ ନମ୍ବର ଜଳପଥର ନୀଳ ନକ୍ସା ତିଆରି ହୋଇ ସାରିଥିଲେ ହେଁ  ସରକାରଙ୍କ ଅନୁମୋଦନ ପରେ ବି ଏହା ସମ୍ଭବ ହୋଇ ପାରି ନାହିଁ। ସେହିପରି ବ୍ରାହ୍ମଣୀ, ଖରସ୍ରୋତା, ବୈତରଣୀ ନଦୀର ପ୍ରବାହିତ ଜଳର ସଂରକ୍ଷଣ ପାଇଁ ପ୍ରତି ନଦୀର ଶେଷ ମୁଣ୍ଡରେ ୪ଟି ଚେକଡ୍ୟାମ ନିର୍ମାଣ ସମ୍ପର୍କରେ ଏବଂ ନଦୀ ସଂଯୋଗୀକରଣ ସମ୍ପର୍କରେ କୈାଣସି ପ୍ରାର୍ଥୀ କିଛି ପ୍ରତିଶ୍ରୁତି ଦେଉନାହାନ୍ତି। ମୂଳ ଖରସୋ୍ରତା ନଦୀର ପୁନରୁଦ୍ଧାର ପାଇଁ  କାହାରି ଚିନ୍ତା  ନାହିଁ। ଜିଲାର ଶିଳ୍ପ ନଗରୀ କଳିଙ୍ଗନଗରଠାରେ ଗଢି ଉଠିଥିବା କେତେକ ବୃହତ୍‌ ଶିଳ୍ପ ବନ୍ଦ ହୋଇଯାଇଛି। ସେଥିରେ ନିୟୋଜିତ ଶ୍ରମିକ ଓ କର୍ମଚାରୀମାନେ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ବଡ ବଡ ଶିଳ୍ପ କାରଖାନାରେ ସ୍ଥାନୀୟ ନିଯୁକ୍ତିର ତଦନ୍ତ କରିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ଧର୍ମଶାଳା ତହସିଲ ଅଞ୍ଚଳରେ ଅନେକ କୋଟି ଟଙ୍କାର ମୂଲ୍ୟବାନ ଗ୍ରାନାଇଟ ପଥର ଚୋରି ହେଉଥିବାବେଳେ ତାହାର ନିୟନ୍ତ୍ରଣ ପାଇଁ କେହି ଦୃଢ଼ୋକ୍ତି ପ୍ରକାଶ କରୁନାହାନ୍ତି। ମିଶନଶକ୍ତି ଓ ସ୍କୁଲ ରୂପାନ୍ତରୀକରଣ ନାମରେ ଅର୍ଥହେରଫେର ଅଭିଯୋଗ ହୋଇଥିବା,  ପ୍ରତ୍ୟେକ ବିକାଶମୂଳକ କାର୍ଯ୍ୟରେ ପିସି କାରବାର ଉପରେ କୈାଣସି ପ୍ରାର୍ଥୀ ତଦନ୍ତ କରିବାକୁ ଆନ୍ତରିକତା ଦେଖାଉନାହାନ୍ତି। ଜିଲାରୁ ରପତ୍ାନୀ ହେଉଥିବା ତୈଳବୀଜ ଜାତୀୟ ଫସଲ ଓ ବସୁମତୀ ଚାଉଳର ଉପତ୍ାଦନ ବୃଦ୍ଧି ପାଇଁ ରାଜନୈତିକ ରାଜନୈତିକ ଇଚ୍ଛାଶକ୍ତି ଥିବା ଭଳି ମନେହେଉନାହିଁ ା ସ୍ବାସ୍ଥ୍ୟ କେନ୍ଦ୍ର ଓ ଶିକ୍ଷାନୁଷ୍ଠାନମାନଙ୍କରେ ଖାଲି ପଡିଥିବା ପଦବୀଗୁଡିକ ପୂରଣ, ଜିଲାର ଅସ୍ମିତା ଓ ବରପୁତ୍ରମାନଙ୍କ ସ୍ମୃତି ରକ୍ଷା ନିମନ୍ତେ ଏବଂ ବିରଜା ମହାମତ୍‌ୟକୁ ସାରା ଭାରତବର୍ଷରେ ପ୍ରତିଷ୍ଠା କରିବା ପାଇଁ କାହାରି ଅଙ୍ଗୀକାରବଦ୍ଧତା ଥିବା ପରି ଜଣାଗଲା ନାହିଁ। ଯାଜପୁରର ବରପୁତ୍ର ଅଭିମନ୍ୟୁଙ୍କ ନାମରେ ନାମିତ ଭୁବନେଶ୍ୱର ମାର୍ଗ ହଠାତ ଉଠାଇ ଦିଆଯାଇ ମଦରଟେରେସା ନାମକରଣ ପରେ ପୁନଶ୍ଚ  ଅଭିମନ୍ୟୁଙ୍କ ନାମ କେହି ଧରୁ ନାହାନ୍ତି। ଖରସୋ୍ରତା ନଦୀ ବଞ୍ଚାଅ ଆନ୍ଦୋଳନ ଓ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ସହ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ କୌଣସି ପ୍ରାର୍ଥୀ ନିଜ ନିଜ ଇସ୍ତାହାରରେ ଜିଲାବାସୀଙ୍କୁ ପ୍ରତିଶ୍ରୁତି ଦେଇ ନ ଥିବା ସାଧାରଣରେ ଚର୍ଚ୍ଚା ଚାଲିଛି। ଏ ସମ୍ପର୍କରେ ବରିଷ୍ଠ ବୁଦ୍ଧିଜୀବୀ ହରେକୃଷ୍ଣ ପଣ୍ଡା କୁହନ୍ତି ଦଳୀୟ ପ୍ରାର୍ଥିମାନେ ଆଗ ନିଜ ଜନ୍ମଭୁମି ଓ ଜନ୍ମ ମାଟିର ପ୍ରମୁଖ ସମସ୍ୟାଗୁଡିକ ପ୍ରତି ଦୂରଦୃଷ୍ଟି ନରଖି  ଲୋକପ୍ରତିନିଧି ହୋଇଗଲେ ଜିଲାର ଆମତ୍ିକ ବିକାଶ ଅସମ୍ଭବ ହୋଇ ରହିବ। ପ୍ରତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଏ ସମ୍ପର୍କରେ ଆଦୌ ମୁହଁ ଖୋଲୁ ନଥିବା ଜିଲାବାସୀଙ୍କ ପାଇଁ କ୍ଷୋଭର କାରଣ ହୋଇପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?