ରାଜଧାନୀରେ ନୂଆପଡ଼ା ସୁଆଦିଆ ଆତର ଚାହିଦା

ନୂଆପଡ଼ା,୧୩ା୧୧(ମକାରୁ ବେମାଲ): ରାଜଧାନୀ ଭୁବନେଶ୍ୱରରେ ନୂଆପଡ଼ା ଆତର ଚାହିଦା ଦେଖିବାକୁ ମିଳିଛି। କୋମନା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରୁ ଯାଉଥିବା ସୁଆଦିଆ ଫଳ ଆତ (ରେକଟା, ବଡହଳ) ଏବେ ରାଜଧାନୀ ବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ବ୍ଲକ ଅନ୍ତର୍ଗତ ଲଖନା, ଠିକପାଲି, ନୂଆଗାଁ, କାଣ୍ଡେତରା, ଗଣ୍ଡାମେର, ଦର୍ଲିପଡା, ସିଆଲଲଟ, ସମରସିଂ ପଞ୍ଚାୟତର ଗଁାଗୁଡିକରୁ ପ୍ରତିଦିନ ଟ୍ରିପ ଟ୍ରିପ ଆତ ରାଜଧାନୀ ବଜାରକୁ ଯାଉଛି ।

ଚଳିତବର୍ଷ ଅନୁକୂଳ ପାଣିପାଗ ଯୋଗୁ ପ୍ରଚୁର ପରିମାଣରେ ଆତ ଅମଳ ହୋଇଛି। ହେଲେ ଏଠାରେ ମଣ୍ଡି କିମ୍ବା ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବାହାର କୋଚିଆ ଆସି ଚାଷୀଙ୍କଠାରୁ କିଲୋ ପ୍ରତି ୨୦ ଟଙ୍କା ଦରରେ କିଣି ନେଉଛନ୍ତି। ଫଳରେ ଜିଲାର ଛୋଟ ବ୍ୟବସାୟୀ ଆବଶ୍ୟକ ଆତ ପାଇ ପାରୁନାହାନ୍ତି। ସେମାନେ କ୍ଷୁଦ୍ର ଚାଷୀଙ୍କୁ ଯୋଗାଯୋଗ କରି କମ ପରିମାଣରେ ପାଉଥିବାରୁ ତାହାକୁ ଚଢା ଦରରେ କିଲୋ ପ୍ରତି ୪୦ରୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି । ପ୍ରତିଦିନ ସକାଳ ୯ଟାରୁ ବଲାଙ୍ଗୀର ଓ ବରଗଡ ଜିଲାର କୋଚିଆମାନେ ପିକଅପ ଭ୍ୟାନରେ ଆସି ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ବସି ରହନ୍ତି।

ସ୍ଥାନୀୟ ଚାଷୀଙ୍କ ଆତ ଆସିବା ମାତ୍ରେ ସେମାନେ କିଣି ନେଇଥାନ୍ତି। ବଡ ଆକାରର ଫଳକୁ କିଲୋ ପ୍ରତି ୨୦ ଟଙ୍କା, ମଧ୍ୟମକୁ ୧୦ରୁ ୧୫ ଟଙ୍କା ଦେଉଥିବା ବେଳେ ଅତି ଛୋଟ ଫଳକୁ ଫେରାଇ ଦେଉଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ସେହି ଫେରାଇ ନେଇଥିବା ଛୋଟ ଫଳକୁ ଗାଁରେ ବୁଲି ବୁଲି ୪ରୁ ୫ଟଙ୍କାରେ ବିକ୍ରୟ କରୁଛନ୍ତି।

ଏକସଙ୍ଗେ ଟଙ୍କା ମିଳିଯାଉଥିବାରୁ କମ ଦରରେ କୋଚିଆଠାରେ ବିକ୍ରୟ କରିବାକୁ ବାଧ୍ୟ ହେଉଛୁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏହି ଫଳର ବିଶେଷତ୍ୱ ହେଉଛି, ଏହା ଉତ୍କୃଷ୍ଟ ମାନର। ବିନା ରାସାୟନିକ ପଦାର୍ଥ ବ୍ୟବହାରରେ ଏହା ଅମଳ ହେଉଛି। ପୁଣି ପ୍ରାକୃତିକ ଭାବରେ ଗଛରେ ପାଚିଥାଏ। ଏହାର ମଞ୍ଜି ତୁଳନାରେ ଶସ (ଗୁଦାଲ) ଅଧିକ ସ୍ବାଦଯୁକ୍ତ। ରାଜଧାନୀ ଭଳି ବୃହତ୍‌ ବଜାର ସହିତ କୋଚିଆମାନେ ସିଧାସଳଖ ଯୋଗାଯୋଗ ରଖି ଚାଷୀଙ୍କଠାରୁ ନଗଦ ଟଙ୍କା ଦେଇ ପେଟି ପେଟି ଆତ ପଠାଉଛନ୍ତି। ଏହା ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନଯୁକ୍ତ ତଥା ଖଣିଜ ଲବଣରେ ଭରପୁର ହୋଇଥିବାରୁ ସଚେତନ ଲୋକଙ୍କ ମଧ୍ୟରେ ଏହାର ବିଶେଷ ଚାହିଦା ରହିଛି। ଜିଲାର କୋମନା ବ୍ୟତୀତ ଅନ୍ୟ ବ୍ଲକରେ ମଧ୍ୟ ପ୍ରଚୁର ପରିମାଣରେ ଆତ ଉପତ୍ାଦନ ହେଉଛି। ହେଲେ ପ୍ରଶାସନ କିମ୍ବା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୌଣସି ମଣ୍ଡି ବା ବଜାର ବ୍ୟବସ୍ଥା ନାହିଁ। ଫଳରେ ଚାଷୀ ଶୋଷଣର ଶିକାର ହେଉଛନ୍ତି। ଏ ଦିଗରେ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଘଣ୍ଟାର ବଡ଼ ଆଉଟେଜ୍‌ ପରେ ସ୍ବାଭାବିକ ହେଲା Microsoft ସେବା: କୋଟି କୋଟି ବ୍ୟବହାରକାରୀଙ୍କୁ ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ,୧୩।୧୧: ବିଶ୍ବର କୋଟି କୋଟି ମାଇକ୍ରୋସଫ୍ଟ ୩୬୫ (Microsoft 365) ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ଗୁରୁବାର ରାତିରୁ ଆରମ୍ଭ ହୋଇଥିବା…

ଏସିଡିସି ବୈଠକରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା: ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ସ୍ଥିତି ନେଇ ଆଲୋଚନା

ହାଟଡିହୀ/ଛେନାପଦୀ, ୧୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣଙ୍କ ତତ୍ତ୍ୱାବଧାନରେ…

ବୟସ୍କଙ୍କ ଭତ୍ତା ପାଇଁ ରାଜ୍ୟ ସରକାରଙ୍କ ହାତ ଖୋଲା:  ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ

ମହାକାଳପଡ଼ା, ୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ରାଜ୍ୟ ସରକାର ତୃଣମୂଳ ସ୍ତରରେ ବୟସ୍କଙ୍କ ପାଇଁ ନୂଆ ଭତ୍ତା ପ୍ରଦାନ କରିବାକୁ ହାତ ଖୋଲି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ…

ଦୀର୍ଘ ଅପେକ୍ଷାର ଅନ୍ତ! ୨୩୫ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ଥୁଆମୂଳ ରାମପୁର, ୧୩/୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏକୀକୃତ ପେନ୍‌ସନ୍‌ ପରିଚାଳନା ପୋର୍ଟାଲ (ୟୁପିଏମ୍‌ପି) ଜରିଆରେ ମଧୁବାବୁ…

ନୂଆ ଭତ୍ତାଧାରୀଙ୍କ ମୁହଁରେ ହସ, ଦୁଇ ମାସର ଟଙ୍କା ପ୍ରଦାନ

ହାଟଡିହୀ/ଛେନାପଦୀ, ୧୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ବ୍ଲକର ୨୬୧୨ ଜଣ…

ଗୁଡ଼ାରି ବନ ବିଭାଗ ପକ୍ଷରୁ ବାଘଛାଲ ଜବତ, ୪ ଅଟକ

ଗୁଡ଼ାରି, ୧୩।୧୧ (ପ୍ରମୋଦ କୁମାର ପତି): ଗୁଡ଼ାରି ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗୁଡ଼ାରି ରେଞ୍ଜ ଅନ୍ତର୍ଗତ କର୍ଣ୍ଣପାଡ଼ୁ ଶିବ ମନ୍ଦିର ନିକଟରେ ବାଘଛାଲ ବିକ୍ରି…

ପୁରୀ ବଡ଼ଦାଣ୍ଡରେ ଭୟଙ୍କର ବିସ୍ଫୋରଣ: ୪ ଗୁରୁତର

ପୁରୀ,୧୩।୧୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଡ଼ଦାଣ୍ଡରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୪ଜଣ ଗୁରୁତର…

ଭାରତର ପରାଜୟ ପଛରେ ୩ଟି ବଡ଼ କାରଣ, ଗମ୍ଭୀରଙ୍କ ଏହି ଭୁଲ ବଦଳାଇଦେଲା ମ୍ୟାଚର ମୋଡ଼

ନୂଆଦିଲ୍ଲୀ, ୧୩।୧୧: କୌଣସି ଦିନିକିଆ ମ୍ୟାଚରେ ୨୦୦ ରନରେ ପରାଜୟ ଏକ ଲଜ୍ଜାଜନକ ରେକର୍ଡ। ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?