ଦୁର୍ଘଟଣାରେ ଆହତଙ୍କୁ ଫାଷ୍ଟ-ଏଡ୍‌ ଦେବେ ସ୍ବେଚ୍ଛାସେବୀ

ଭୁବେନଶ୍ବର,୧୪ା୧(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଏଥିଜନିତ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗତବର୍ଷ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ପ୍ରାୟ ୮.୫% ବଢ଼ିଛି। ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଚିନ୍ତା କରୁଛନ୍ତି। କେବଳ ଯୋଗ୍ୟ ଚାଳକ ଯେପରି ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇବେ, ତାହାକୁ ଗୁରୁତ୍ୱ ଦିଆଯାଉଛି।
ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ପ୍ରତି ଗାଁରେ ଯୁବପିଢ଼ି/ସ୍ବେଚ୍ଛାସେବୀଙ୍କୁ ତାଲିମ ଦିଆଯିବ। ସଡ଼କ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଏହି ସ୍ବେଚ୍ଛାସେବୀମାନେ ଫାଷ୍ଟ-ଏଡ ଦେବା ସହ ନିକଟସ୍ଥ ଟ୍ରମା କେୟାର ସେଣ୍ଟର (ଟିସିସି)କୁ ସ୍ଥାନାନ୍ତରିତ କରିବେ। ପ୍ରତି ଗାଁରେ ୧୦ରୁ ୧୫ ଜଣଙ୍କୁ ଏଥିପାଇଁ ତାଲିମ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ସଚେତନତା ସୃଷ୍ଟି କ୍ଷେତ୍ରରେ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌୍‌ଏଚ୍‌ଜି) ସଦସ୍ୟାଙ୍କୁ ସାମିଲ କରାଯିବ। ଅପରପକ୍ଷେ ବାରମ୍ବାର ଟ୍ରାଫିକ ନିୟମ ଭଙ୍ଗ କରୁଥିବା ଚାଳକଙ୍କୁ ଅଧିକ ଦଣ୍ଡିତ କରାଯିବ। ସେମାନଙ୍କ ଯାନର ବୀମା ପ୍ରିମିୟମକୁ ବଢ଼ାଇ ଦିଆଯିବ। ଏନେଇ ବୀମା କମ୍ପାନୀଗୁଡ଼ିକ ସହ ସରକାର ଆଲୋଚନା କରିବେ। ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ବିତୀୟ ବୈଠକ ବିବରଣୀରୁ ଏହି ସୂଚନା ମିଳିଛି। ଉକ୍ତ ବୈଠକରେ ଅଧ୍ୟକ୍ଷତା କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ଆମ ସମସ୍ତଙ୍କ ପାଇଁ ସଡ଼କ ସୁରକ୍ଷା ହେଉଛି ଚିନ୍ତାର ବିଷୟ। ଓଡ଼ିଶାରେ ଗତ ଦଶନ୍ଧିରେ ପ୍ରାୟ ୪୫ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦% ହେଉଛନ୍ତି ଯୁବବର୍ଗ। ଗ୍ରାମାଞ୍ଚଳରେ ଅଧିକ ସଡ଼କ ଦୁର୍ଘଟଣା ଘଟୁଥିବାରୁ ସଚେତନତା ସୃଷ୍ଟିରେ ଏସଏଚଜି ଏବଂ ଅନ୍ୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ତୃଣମୂଳସ୍ତରରେ ସାମିଲ କରିବାକୁ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।
କମିସନରେଟ ପୋଲିସ ଅଞ୍ଚଳରେ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ଆରମ୍ଭ ହୋଇଛି। ଭୁବନେଶ୍ବରରେ ଦ୍ରୁତବେଗରେ ଗାଡ଼ି ଚାଳନା ମାମଲା ଅଧିକ ଦେଖାଯାଉଛି। ମାସକ ମଧ୍ୟରେ ସ୍ପିଡ ଲିମିଟ ଧାର୍ଯ୍ୟ କରିବାକୁ ସଡ଼କ କର୍ତ୍ତୃପକ୍ଷଗୁଡ଼ିକୁ କୁହାଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ମେଡିଆନ କଟ ଏବଂ ଟ୍ରାଫିକ ଲାଇଟ ପୋଷ୍ଟକୁ ସଠିକ ଭାବେ ଡିଜାଇନ କରାଯାଇନି। ଯାହାଫଳରେ ଦୁର୍ଘଟଣା ଘଟୁଛି। ଏଭଳି ସ୍ଥାନଗୁଡ଼ିକୁ ମିଳିତ ଭାବେ କମିସନରେଟ ପୋଲିସ ଏବଂ ପରିବହନ ଆୟୁକ୍ତଙ୍କ ଏକ ବୈଷୟିକ ଦଳ ଯାଞ୍ଚ କରିବେ। ସହର ରାସ୍ତା ଡିଜାଇନ କରିବା ସମୟରେ କମିସନରେଟ ପୁଲିସ ସହ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପରାମର୍ଶ କରିବ। ସେହିପରି ରାଜପଥ କଡ଼ ଗ୍ରାମରେ ରହୁଥିବା ଲୋକେ ବେଆଇନ ଭାବେ ହମ୍ପସ ର୍ନିମାଣ କରୁଛନ୍ତି। ଏପରି ନ କରିବାକୁ ସେମାନଙ୍କୁ ବୁଝାଯିବ। ସରକାରଙ୍କ ତରଫରୁ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ଯୋଗାଇ ଦିଆଯିବ। ଭୁବନେଶ୍ବର ସହରର ବିଭିନ୍ନ କାନ୍ଥରେ ସଡ଼କ ସୁରକ୍ଷା ବାର୍ତ୍ତା ସମ୍ବଳିତ ଚିତ୍ର କରିବାକୁ ବିଏମସି ଏବଂ ସ୍ମାର୍ଟ ସିଟିକୁ ଅନୁରୋଧ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri