ବଫର ରାଜ୍ୟରେ ବିଦ୍ରୋହ ଧ୍ୱନି

ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଦ୍ୱାରା ଉନ୍ମୋଚିତ ‘ନେପାଳ ପ୍ରଥମ, ନେପାଳୀ ପ୍ରଥମ’ ବୈଦେଶିକ ନୀତି ଏବେ ଦେଶରେ ଏକ ବଡ଼ ଧରଣର କୂଟନୈତିକ ବିବାଦ ସୃଷ୍ଟି କରିଛି। ଏହି ନୀତିରେ ନେପାଳକୁ ଭାରତ ଓ ଚାଇନା ମଧ୍ୟରେ ଏକ ‘ବଫର ଷ୍ଟେଟ’ ବା ଏକ ମଧ୍ୟବର୍ତ୍ତୀ ଅସ୍ଥିର କ୍ଷେତ୍ର ଭାବରେ ବର୍ଣ୍ଣନା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏହି ନୂତନ ଜାତୀୟ ପ୍ରତିବଦ୍ଧତା ଢାଞ୍ଚାରେ ନେପାଳ କୌଣସି ସାମରିକ ବ୍ଲକରେ ଯୋଗ ନ ଦେଇ ଉଭୟ ଶକ୍ତିଶାଳୀ ପଡ଼ୋଶୀଙ୍କଠାରୁ ‘ସମଦୂରତା’ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ବାସ୍ତବିକ ସାମରିକ ମେଣ୍ଟରେ ଯୋଗଦେବା ନ ଦେବା ନେପାଳର ଇଚ୍ଛାଧୀନ ପ୍ରସଙ୍ଗ। ଆଙ୍ଗ୍ଲୋ-ନେପାଳ ଯୁଦ୍ଧର ପରିଣାମ ଓ ଭୌଗୋଳିକ ଅବସ୍ଥାନ ଦୃଷ୍ଟିରୁ ସୁରକ୍ଷିତ ଥିବା ହିନ୍ଦୁବହୁଳ ରାଜ୍ୟଟି ସାମରିକ ସହଯୋଗୀ ବନେଇବା ଦ୍ୱାରା ଅଧିକ ଖର୍ଚ୍ଚର ଆବଶ୍ୟକତା ସହ ଦେଶ ଉପରେ ଚାପ ବଢିବ। ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, କୃଷି ଅଭିବୃଦ୍ଧି, ଶିଳ୍ପ ପ୍ରଗତି ଆଉ ସାମାଜିକ ସୁରକ୍ଷା ଉପରେ ଧ୍ୟାନକେନ୍ଦ୍ରିତ କଲେ ‘ନେପାଳ ପ୍ରଥମ, ନେପାଳୀ ପ୍ରଥମ’ କଥାଟି ନିଜ ଅଧିବାସୀଙ୍କ ପାଖରେ ଗ୍ରହଣୀୟ ହେବ। ଭାରତ ଓ ଚାଇନା ଭୂଖଣ୍ଡରେ ବୁଲିବୁଲି ରୁଦ୍ରାକ୍ଷ, ଶୀଳାଜିତ, ଉଷ୍ମ ପୋଷାକ ବିକୁଥିବା ନେପାଳୀ ଯୁବକର ପେଟକଥା ଯଦି ଦେଶରେ ସମାହିତ ହୋଇପାରୁଛି ତେବେ ବାଲେନ ଶାହ ଦେଶକୁ ଦେଇଥିବା ପ୍ରତିଶ୍ରୁତିର ଭଗୀରଥ ସାଜିବେ।
ନେପାଳ ସରକାର ଭାରତରୁ ଯାଉଥିବା ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଉପରେ ଅନିବାର୍ଯ୍ୟ ଶୁଳ୍କ ଲାଗୁ କରିଛନ୍ତି। ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ କହିବା କଥା ହେଉଛି ଏହା ଫଳରେ ସେମାନଙ୍କ ଦୈନଦିନ ଜୀବନ ପ୍ରଭାବିତ ହେଉଛି। କାରଣ ସେମାନେ ଦୀର୍ଘବର୍ଷ ଧରି ସୀମା ସେପଟୁ ସାମଗ୍ରୀ କିଣାବିକା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି। ଏହା ଭିତରେ ବାଲେନ ସରକାରଙ୍କ ବିରୋଧରେ କଷ୍ଟମ ନୀତି ସଂଶୋଧନ କରିବାକୁ ପ୍ରତିବାଦ ହୋଇଛି। ଦ୍ୱିତୀୟ ବିବାଦ ରହିଛି ଛାତ୍ର ସଂଗଠନକୁ ନେଇ। ଛାତ୍ରନେତାଙ୍କ କହିବା କଥା ସରକାର ଆଲୋଚନା କରିବା ବଦଳରେ ଏକତରଫା ନିଷ୍ପତ୍ତି ନେଉଛନ୍ତି। ଯାହାକୁ ନେଇ ଅନେକ ହଜାର ଛାତ୍ର ରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି। ସେପଟେ ଗୃହମନ୍ତ୍ରୀ ସୁଦନ ଗୁରଙ୍ଗଙ୍କ ନାମରେ ଆୟଠାରୁ ଅଧିକ ସମ୍ପତ୍ତି ରହିବା ଦାବିରେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।
ଚାଇନା ସହ ବାଣିଜି୍ୟକ ଅଭାବୀ ପ୍ରାୟ ୧୫ ପ୍ରତିଶତ, ୩୪୦ ବିଲିଅନ ଡଲାରର ଅଭାବୀ ବାଣିଜ୍ୟରୁ ଉଠିବାକୁ ହେଲେ ନେପାଳକୁ ନିଜର ବୈଦ୍ୟୁତିକ ଯନ୍ତ୍ରାଂଶ ଓ କଳକବ୍‌ଜା ଉତ୍ପାଦ ବଢାଇବାକୁ ପଡିବ। ନଚେତ୍‌ ଚାଇନାକୁ ଆବଶ୍ୟକ କଞ୍ଚାମାଲ ଦେବାକୁ ପଡିବ। ସେପର୍ଯ୍ୟନ୍ତ ବାଲେନ ଶାହଙ୍କୁ ପରିଶ୍ରମ କରିବାକୁ ହେବ। ଭାରତ ସହ ନେପାଳର ସାଂସ୍କୃତିକ ପର୍ଯ୍ୟଟନ ସହଯୋଗ ରହିଛି। ହିନ୍ଦୁ ବହୁଳ ରାଷ୍ଟ୍ର ଭାବରେ ଭାରତୀୟ ପର୍ଯ୍ୟଟକଙ୍କ ପ୍ରଥମ ଆକର୍ଷଣ ନେପାଳ। ୨୦୨୫ରେ ପାଖାପାଖି ୧୫ ଲକ୍ଷ ଭାରତୀୟ ପର୍ଯ୍ୟଟକଙ୍କ ଅବଦାନ ସମୁଦାୟ ପର୍ଯ୍ୟଟକଙ୍କ ୩୫.୨ ପ୍ରତିଶତ, ଯାହା ୬ ପ୍ରତିଶତ ଜିଡିପିକୁ ଯୋଗଦାନ। ଭାରତ କେବେ ନେପାଳକୁ ‘ବଫର ଷ୍ଟେଟ’ ଭାବେ ନାହିଁ। ପେଟ୍ରୋଲିୟମ ଉତ୍ପାଦ, ବାସମତି ଚାଉଳ, ଷ୍ଟିଲ୍‌, ଖାଇବା ତେଲ ଆଦି ପାଇଁ ନେପାଳର ପ୍ରଥମ ପସନ୍ଦ ଭାରତ। ଭାରତୀୟ ବାଣିଜ୍ୟ ବିନିମୟରେ ନେପାଳୀ ଯୋଗଦାନ ୫:୧ ଭାଗ। ନେପାଳ- ଭାରତ ବାଣିଜି୍ୟକ ଅସମାନତା ଆଳ ‘ଆମେରିକା ଫାଷ୍ଟ’ ଭଳି କଥା ନୁହେଁ। ଭାରତୀୟ ମାନବ ସମ୍ବଳ ନେପାଳ ପରି ଅଣବିକଶିତ ଦେଶ ଉପରେ ନିିର୍ଭରଶୀଳ ନୁହେଁ।
ନେପାଳର ପୂର୍ବତନ ବୈଦେଶିକ ମନ୍ତ୍ରୀ ଓ ବିଶେଷଜ୍ଞମାନେ ବାଲେନଙ୍କ ଉକ୍ତିକୁ ଉପନିବେଶବାଦୀ ମାନସିକତା ଏବଂ ନେପାଳର ସାର୍ବଭୌମତ୍ୱକୁ ଦୁର୍ବଳ କରିବା ଭଳି ଏକ ପଦକ୍ଷେପ କହି ସମାଲୋଚନା କରିଛନ୍ତି। ବିଶେଷକରି ରାଜା ବୀରେନ୍ଦ୍ରଙ୍କ ଭଳି ପୂର୍ବତନ ଶାସକମାନେ ନେପାଳକୁ ଏକ ‘ସେତୁ’ ଭାବରେ ଚିତ୍ରଣ କରିବାକୁ ଚାହୁଁଥିବା ବେଳେ ବାଲେନ ଶାହଙ୍କ ଏହି ‘ବଫର ରାଜ୍ୟ’ ଶବ୍ଦ ପ୍ରୟୋଗ ନେପାଳର ଅନ୍ତର୍ଜାତୀୟ ମର୍ଯ୍ୟାଦା ହ୍ରାସ କରୁଥିବା ଅଭିଯୋଗ ହୋଇଛି। ଭାରତ-ନେପାଳ ଦ୍ବିପାକ୍ଷିକ ଚୁକ୍ତି ‘ଟ୍ରିଟି ଅଫ୍‌ ପିସ୍‌ ଆଣ୍ଡ ଫ୍ରେଣ୍ଡଶିପ୍‌-୧୯୫୦’ କୁ ‘ରୋଟି ବେଟି କି ରିସ୍ତା’ କୁହାଯିବାର କାରଣ ଥିଲା ଶାନ୍ତି-ମୈତ୍ରୀ ସ୍ଥାପନା ସହ ବ୍ୟକ୍ତି ସ୍ତରରେ ବୌଦ୍ଧ ଓ ହିନ୍ଦୁ ସାଂସ୍କୃତିକ ମିଳନସ୍ଥଳୀ ତିଆରି କରିବା। ପ୍ରଧାନମନ୍ତ୍ରୀ କୃଷ୍ଣ ପ୍ରସାଦ ଓଲି ଯେଉଁଥିରେ ବିଷମଞ୍ଜି ବୁଣିବା ଆରମ୍ଭ କରିଥିଲେ, ଦେଶର ଅର୍ଥନୀତିକୁ ବିଗାଡି ଏବେ ଜେଲରେ। ନେପାଳକୁ ପ୍ରତିରକ୍ଷା ସରଞ୍ଜାମ, ସାଞ୍ଜୁଆ ଯାନ ଓ ଯୁଦ୍ଧ କୌଶଳ ‘ସୂର୍ଯ୍ୟ କିରନ-୨୦୨୫’ ଆଦି ସହଯୋଗରୁ ଭାରତ ସମ୍ପର୍କ ବୃଦ୍ଧି କରିବା ଚେଷ୍ଟା କରିଆସିଛି। ପ୍ରତିବଦଳରେ ନେପାଳ ଚାଇନା ସମ୍ପର୍କ ଆଡକୁ ଅଧିକ କେନ୍ଦ୍ରୀଭୂତ ହୋଇଛି।
ଗୋଟିଏ ପଟରେ ଚାଇନା ଋଣ ଜାଲରୁ ବାହାରିବା ନେପାଳ ପାଇଁ କଷ୍ଟସାଧ୍ୟ । ସରକାରୀ ବିମାନ ଚଳାଚଳ ସଂସ୍ଥା ଋଣ ଭାରରେ ଉବୁଟୁବୁ। ତାକୁ ଶୁଝିବାର ବାଟ କରିବା ପରିବର୍ତ୍ତେ ନେପାଳ ‘ବଫର ରାଜ୍ୟ’ କହି ନିଜକୁ ନିଜେ ଅସମ୍ମାନ କରିବାର କିଛି କାରଣ ନାହିଁ। ନେପାଳର ପୂର୍ବତନ ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାୱାଲିଙ୍କ କହିବା କଥା, ନେପାଳ ନିଜକୁ କେବେ ବି ଏକ ମଧ୍ୟବର୍ତ୍ତୀ ଅସ୍ଥିର କ୍ଷେତ୍ର ବା ବଫର ରାଜ୍ୟ ଭାବେ ଗ୍ରହଣ କରିନାହିଁ କିମ୍ବା ଭାବିବା ଉଚିତ ନୁହେଁ। କାଲାପାନୀ-ଲିମ୍ପିଆଧୁରା-ଲିପୁଲେଖ ସଂଯୋଗିତ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଭାରତର ବାଣିଜି୍ୟକ ଗତିବିଧିକୁ ନେପାଳ ବିରୋଧ କରେ। ବିରୋଧାଭାଷ ବଢ଼ିବାରୁ ଭାରତର ଜଳବିଦ୍ୟୁତ୍‌ ଯୋଜନା ପ୍ରସ୍ତାବ ଆଗକୁ ବଢିପାରୁନି। ଚାଇନାର ପ୍ରସ୍ତାବ ଭାରତ-ଚାଇନା-ନେପାଳ ତ୍ରିପାକ୍ଷିକ ସହଯୋଗ ଚୁକ୍ତି କାଗଜରେ ସୀମିତ, ନେପାଳର ସନ୍ଦେହ ଯୋଗୁ ଆଗକୁ ବଢିପାରୁନି। ଚାଇନା-ନେପାଳ ଅର୍ଥନୈତିକ କରିଡର ଟିକେ ଅଧିକ କ୍ରିୟାଶୀଳ ହୋଇଛି। ବାଣିଜି୍ୟକ ଅଭିବୃଦ୍ଧି ଚାଇନାକୁ ଲାଭ ହୋଇଛି।
ବଫର ରାଜ୍ୟ ତାକୁ କୁହାଯାଏ, ଯିଏ ଭୌଗୋଳିକ ଭାବରେ ଦୁଇ ସମୃଦ୍ଧ ରାଜ୍ୟର ମଧ୍ୟଭାଗରେ ଥାଏ। ଯେମିତି ପୋଲାଣ୍ଡ ଦେଶଟି ରୁଷିଆ ଆଉ ଫ୍ରାନ୍ସ ମଧ୍ୟରେ। ଗୋଟିଏ ଦେଶ ଆଉ ଗୋଟିଏ ଦେଶ ଉପରେ ଆକ୍ରମଣ କଲେ ପ୍ରଥମେ ମଝି ଦେଶଟିକୁ ଅକ୍ତିଆର କରିବ। ହେଲେ ନେପାଳର ପର୍ବତଘେରା ଅଞ୍ଚଳ ଭାରତ କିମ୍ବା ଚାଇନା କାହା ପାଇଁ ଏତେ ସହଜ ନୁହେଁ ଅନୁପ୍ରବେଶ କରିବା। ସେ ଦୃଷ୍ଟିରୁ ନେପାଳ ନିଜକୁ ବଫର ଷ୍ଟେଟ କହିବା ନିଜ ଲୋକଙ୍କ ପାଖରେ ଶୁଖିଲା ଦେଶଭକ୍ତି ବାଣ୍ଟିବା। ନେପାଳ, ନେପାଳୀ ପ୍ରଥମ କଥାଟି ବାଲେନଙ୍କ ଟ୍ରମ୍ପ ମସ୍ତିଷ୍କ କଥା। ‘ଆମେରିକା ଫାଷ୍ଟ’ ନାରା ଦେଇ ୨୦୨୪ରେ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଟ୍ରମ୍ପ୍‌ ଏବେ ଲୋକଙ୍କ ଆଗରେ ମୁଣ୍ଡ ନୁଆଇଁ ଠିଆ ହେଉଛନ୍ତି। ଅସହିଷ୍ଣୁତାରେ ଦେଶର ପ୍ରଗତି ଦେଖିବା ବୃଥା।
ଜର୍ମାନୀ ଆଉ ରୁଷିଆ ମଝିରେ ପୋଲାଣ୍ଡ, ରୁଷିଆ ଆଉ ଚାଇନା ମଝିରେ ମଙ୍ଗୋଲିଆ, ସିରିଆ ଆଉ ଇସ୍ରାଏଲ ମଝିରେ ଲେବାନନ ପୁଣି ଏକଦା ବ୍ରିଟିଶ ସାମ୍ରାଜ୍ୟ ଆଉ ରୁଷିଆ ମଝିରେ ଆଫଗାନିସ୍ତାନକୁ ବଫର ରାଜ୍ୟ କୁହାଯାଏ। ପ୍ରତିଦ୍ବନ୍ଦ୍ୱୀ ଦେଶ ମଝିରେ ଶାନ୍ତିଦୂତ ଭଳି ଆଉ ଗୋଟିଏ ଦେଶ ଛିଡା ହୋଇଥାଏ। କିନ୍ତୁ ଚାଇନା ଆଉ ଭାରତ ଭିତରେ ନେପାଳ ଶାନ୍ତିଦୂତ ହେବା ସମ୍ଭବ ନୁହେଁ। ପର୍ବତମାଳା ମଧ୍ୟରେ ନିଜେ ସୁରକ୍ଷିତ, ଈଶ୍ୱରଙ୍କ କୃପା। ଏକଥା ନେପାଳର ଆଧୁନିକ ନିର୍ମାତା ଜାଣିବା ଉଚିତ। ବେଜିଂ ପୂର୍ବରୁ ତ୍ରିପାକ୍ଷିକ ସହଯୋଗର ପ୍ରସ୍ତାବ ଦେଇଥିଲେ ମଧ୍ୟ ଭାରତ ଏଥିରେ ବିଶେଷ ଆଗ୍ରହ ଦେଖାଇ ନ ଥିଲା। ଏଭଳି ସ୍ଥିତିରେ ବାଲେନ ସରକାରଙ୍କ ଏହି ନୂତନ କୂଟନୈତିକ ଆଭିମୁଖ୍ୟ ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଥିବା ସମ୍ପର୍କକୁ ଆଗାମୀ ଦିନରେ ଆହୁରି ଜଟିଳ କରିପାରେ ବୋଲି ଆଶଙ୍କା କରାଯାଉଛି।

ଡ. ସାରଦା ପ୍ରସାଦ କର
ମୋ : ୮୨୪୯୮୨୭୧୪୮

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?