ହଟିଲା ପୁଟିନ୍‌ଙ୍କ ମୂର୍ତ୍ତି

ପ୍ୟାରିସ୍‌,୩ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ‘ହିଟ୍‌ଲର’ଙ୍କ ସହ ତୁଳନା କରାଯାଉଛି। ଏପରି କି ବିଭିନ୍ନ ଦେଶରେ ପୁଟିନ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ରୁଷିଆ ଉପରେ କଡ଼ା ପ୍ରତିବନ୍ଧକ ଲଗାଉଛନ୍ତି। ଏଭଳି ସ୍ଥିତିରେ ଗୁରୁବାର ଫ୍ରାନ୍ସର ପ୍ୟାରିସ୍‌ ମ୍ୟୁଜିୟମରେ ଥିବା ପୁଟିନ୍‌ଙ୍କ ମହମ ମୂର୍ତ୍ତିକୁ ହଟାଇ ପ୍ରତିବାଦ କରାଯାଇଛି।

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଗ୍ରେଭିନ୍‌ ମ୍ୟୁଜିୟମର ନିର୍ଦ୍ଦେଶକ ଡେଲ୍‌ହୋମ୍ୟୁ କହିଛନ୍ତି। ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ଆଡଲ୍ଫ ହିଟଲରଙ୍କ ଭଳି ପୁଟିନ୍‌ଙ୍କ ମୂର୍ତ୍ତିକୁ ସଂଗ୍ରହାଳୟରେ ରଖିବାକୁ ଚାହୁଁ ନ ଥିବା ଡେଲ୍‌ହୋମ୍ୟୁ ପ୍ରକାଶ କରିଛନ୍ତି। ଏଥିସହ ପୁଟିନ୍‌ଙ୍କ ସ୍ଥାନରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ମୂର୍ତ୍ତି ରଖାଯିବାକୁ ଯୋଜନା ହୋଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ-ୟୁକ୍ରେନ ବାର୍ତ୍ତାକୁ ଝଟ୍‌କା, ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନ ବୁଝାମଣାକାରୀ ଡେନିସ କ୍ରିଭଙ୍କୁ ହତ୍ୟା!

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ପୂରଣ ହୋଇଛି । ହେଲେ ଉଭୟ ଦେଶ ମଧ୍ୟରେ ବାର୍ତ୍ତାଳାପ ପରେ ଶାନ୍ତିରେ ସମସ୍ୟାର ସମାଧାନ ହେବ...

‘ହାପି ଡେଜ୍‌’ର ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କ ପରଲୋକ

ଓ୍ବାଶିଂଟନ, ୫।୧୨: ‘ହାପି ଡେଜ୍‌’ ଏବଂ ‘ଦି କାନନବଲ୍‌ ରନ୍‌’ରେ ଅଭିନୟ ପାଇଁ ଜଣାଶୁଣା ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କର ୮୩ ବର୍ଷ ବୟସରେ ପରଲୋକ...

ବିଗୁଡ଼ୁଛି ସ୍ଥିତି, ଚିନ୍ତାରେ ବିଶ୍ୱ ମହାଶକ୍ତି

ୟେରେବାନ/ବାକୁ, ୨।୧୦:ବିବାଦୀୟ କ୍ଷେତ୍ର ‘ନାଗୋର୍ନୋ କାରାବାଖ’କୁ କରାୟତ୍ତ କରିବାକୁ ଆର୍ମେନିଆ-ଆଜରବୈଜାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ରବିବାରଠାରୁ ଦୁଇ ରାଷ୍ଟ୍ର ସାମ୍ନାସାମ୍ନି ହୋଇଥିବାବେଳେ ଉଭୟ...

ଏକ ଛତ୍ରବାଦୀ ଶାସକଙ୍କ ଓଜନ କମୁଛି, ଦେଶବାସୀଙ୍କ ଚିନ୍ତା ବଢୁଛି…

ପୋୟାଙ୍ଗୟଙ୍ଗ,୨୮।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ଏବେ ଦେଶବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ କିଛି ମାସ ଧରି ଲଗାତାର...

ଆଫ୍ରିଦୀଙ୍କ ଝିଅକୁ ବିବାହ କରିବେ ଶାହିନ

କରାଚୀ, ୮ା୩ (ପି.ଟି.)- ପାକିସ୍ତାନର ପୂର୍ବତନ କ୍ରିକେଟ ଅଧିନାୟକ ଶାହିଦ ଆଫ୍ରିଦୀଙ୍କ ଝିଅକୁ ବିବାହ କରିବେ ବର୍ତ୍ତମାନ ଜାତୀୟ ଦଳର ପେସ୍‌ ବୋଲର ଶାହିନ ଶାହ...

କାଙ୍ଗାଳ ପଥରେ ଥିବା ପାକିସ୍ତାନର ସହାୟତା ଲାଗି ଆଗକୁ ଆସିଲା ୟୁଏଇ

ଇସଲାମାବାଦ,୨୦।୧: ଡିଫଲ୍ଟର ପଥରେ ଥିବା ପାକିସ୍ତାନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ବନ୍ଧୁ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି...

ଇଣ୍ଡୋନେସିଆ ବନ୍ୟାରେ ୩୦ ମୃତ

ଜାକର୍ତ୍ତା,୩ା୧: ଲଗାଣ ବର୍ଷା ଯୋଗୁ ଇଣ୍ଡୋନେସିଆରେ ଭୟଙ୍କର ବନ୍ୟା ଦେଖାଦେଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଏପର୍ଯ୍ୟନ୍ତ ୩୦ ଜଣ ପ୍ରାଣ ହରାଇଥିବାବେଳେ ଅନେକ ନିଖୋଜ...

୩ ସନ୍ତାନ ଜନ୍ମ କଲେ ମିଳିବ ଟଙ୍କା

ବେଜିଂ, ୨୦।୮: ଶାସକ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଅଣାଯାଇଥିବା ୩ ସନ୍ତାନ ନୀତିକୁ ଶୁକ୍ରବାର ଚାଇନା ଜାତୀୟ ବ୍ୟବସ୍ଥାପକ ସଭା ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛି।...

Advertisement
Archives

Model This Week