ପଶ୍ଚିମ ଓଡ଼ିଶାରେ ଭିଟାମିନ୍‌ଯୁକ୍ତ ଚାଉଳ ଉତ୍ପାଦନ ପ୍ଲାଣ୍ଟ

ସମ୍ବଲପୁର,୨୨ା୫(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୨ଟି ସ୍ଥାନରେ ଭିଟାମିନ୍‌ଯୁକ୍ତ ଚାଉଳ ଉତ୍ପାଦନ (ଫର୍ଟିଫାଏଡ୍‌ ରାଇସ୍‌ କେର୍‌ନେଲ) ପ୍ଲାଣ୍ଟ ସ୍ଥାପନ ହେବ। ଏହା ରାଜ୍ୟରେ ପ୍ରଥମ। ଏହି ପ୍ଲାଣ୍ଟକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏ ନେଇ ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ ସମ୍ବଲପୁର ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଚିଠି (ନଂ.୬୯୬୫/ତା୧୩ା୫ା୨୧ରିଖ) କରାଯାଇଛି। ସମ୍ବଲପୁର ମୁଣ୍ଡୋଘାଟରେ ଥିବା ଆଇପି ରାଇସ ଇଣ୍ଡଷ୍ଟ୍ରି ଓ ସୋନପୁର ଜିଲା ଲଳିତା ରାଇସ ମିଲ ପ୍ରାଇଭେଟ ଲିମିଟେଡକୁ ଏହି ପ୍ଲାଣ୍ଟ ସ୍ଥାପନ ପାଇଁ ଅନୁମତି ଦିଆଯାଇଥିବା ଚିଠିରେ ଉଲ୍ଲେଖ ହୋଇଛି।
ରାସାନିୟକ ସାର ବ୍ୟବହାର ହେଉ କି ପରିବେଶ ପରିବର୍ତ୍ତନ କାରଣରୁ ସମ୍ପ୍ରତି ଖାଦ୍ୟ ସାମଗ୍ରୀରେ ଭିଟାମିନ ପରିମାଣ କମିଯାଉଛି। ଉତ୍ପାଦିତ ଫସଲରେ କିଭଳି ଭିଟାମିନ ମିଶ୍ରଣ କରାଯାଇପାରିବ ସେ ନେଇ ସରକାର ଯୋଜନା କରିଛନ୍ତି। ତେଣୁ ରାଜ୍ୟରେ ୨ଟି ପ୍ଲାଣ୍ଟ ପ୍ରଥମ ପର୍ଯ୍ୟାୟରେ ସ୍ଥାପନ କରିବାକୁ ଅନୁମତି ଦେଇଛନ୍ତି। ଏହି ପ୍ଲାଣ୍ଟରେ ଚାଉଳକୁ ଗୁଣ୍ଡ କରି ଦିଆଯିବ। ପରେ ଗୁଣ୍ଡ ଚାଉଳରେ ବିଭିନ୍ନ ଭିଟାମିନ ମିଶ୍ରଣ କରାଯିବ। ଗୋଟିଏ କେଜି ସାଧାରଣ ଚାଉଳରେ ୧୦୦ ଗ୍ରାମ ଭିଟାମିନଯୁକ୍ତ ଚାଉଳ ମିଶ୍ରଣ କରାଯିବ। ଇଟାଲି ଜ୍ଞାନକୌଶଳରେ ପ୍ଲାଣ୍ଟ ନିର୍ମାଣ କରାଯିବ। ପ୍ରାୟ ୪ରୁ ୬ମାସ ଭିତରେ ଏହା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରହିଛି। ଉକ୍ତ ଚାଉଳକୁ ପ୍ୟାକେଟ କରି ପ୍ରତ୍ୟେକ ମିଲକୁ ଯୋଗାଇ ଦିଆଯିବ। ଏହି ପ୍ରଣାଳୀ ସରକାରଙ୍କ ଦ୍ୱାରା ପରିଚାଳତି ହେବ। ଅନ୍ୟ ମିଲର୍ସମାନେ ଉକ୍ତ ଚାଉଳକୁ ନିଜ ଚାଉଳରେ ମିଶ୍ରଣ କରି ପୁଣି ସରକାରଙ୍କୁ ଯୋଗାଇବେ। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, ଫର୍ଟିିଫାଏଡ ରାଇସ ବା ଭିଟାମିନ୍‌ଯୁକ୍ତ ଚାଉଳ ଲୋକମାନଙ୍କୁ ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ ରହିଛି। ଏହି ଚାଉଲ ଉତ୍ପାଦନ ପାଇଁ ୟୁନିଟ ବସାଯିବ। ପ୍ରତ୍ୟେକ ରାଇସ ମିଲ ଏକ କୁଇଣ୍ଟାଲ ଚାଉଳରେ ୧ କେଜି ଫର୍ଟିଫାଏଡ ଚାଉଳ ମିଶ୍ରଣ କରିବେ। ସେମାନେ ଏହାକୁ ଖୋଲା ବଜାର ଓ ସରକାରଙ୍କୁ ଯୋଗାଇ ଦେବେ ବାଧ୍ୟତାମୂଳକ। ଏହା ଦ୍ୱାରା ମିଲଗୁଡିକରେ କିମ୍ବା ସରକାରୀ ଗୋଦାମରେ ଭାଙ୍ଗିଯାଉଥିବା ଚାଉଳ ପୁଣି ବ୍ୟବହାରରେ ଆସିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?