କୋଭିଡ୍‌ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୨ା୫: ପୁରୀର ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ଲୋକାର୍ପଣ କରିଛନ୍ତି। ପୁରୀ ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ପୁରୀ ଏମ୍‌ପି ପିନାକୀ ମିଶ୍ର ଏବଂ ଜିଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ଜିଲା ପ୍ରଶାସନ, ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଏବଂ ପିପିପି ମୋଡରେ ଏହି ହସ୍ପିଟାଲ ନିର୍ମାଣ ହୋଇଛି। ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ହୋଇଥିବା ୧୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍‌ରେ ପ୍ରତି ବେଡ୍‌କୁ ଅକ୍ସିଜେନ୍‌ ପାଇପ୍‌ ବ୍ୟବସ୍ଥା ରହିଛି। ଏଠାରେ ୨୦ଟି ଆଇସିୟୁ, ୪୦ଟି ଏଚ୍‌ଡିୟୁ ଓ ୯୦ଟି ସାଧାରଣ ଶଯ୍ୟା ରହିଛି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସବର୍ମା କହିଛନ୍ତି, ପୁରୀବାସୀଙ୍କ କୋଭିଡ୍‌ ଚିକିତ୍ସାକୁ ସୁବିଧାଜନକ କରିବା ପାଇଁ ରାଜ୍ୟ ସରକାର ଏହି ହସ୍ପିଟାଲ ଆରମ୍ଭ କରିଛନ୍ତି। ସେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଅଧିକ ରୋଗୀ ଆସିଲେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ଏଠାରେ ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ଅକ୍ସିଜେନ୍‌ ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାର୍ଲଡ଼ ରେକର୍ଡ କଲେ ବଲାଙ୍ଗୀରର ୧ ବର୍ଷ ୧୧ ମାସର ଶିଶୁ

ବଲାଙ୍ଗୀର ଅଫିସ,୧୨ା୧- ଭାରତର ପ୍ରାଦଶିକ ରାଜଧାନୀମାନଙ୍କ ନାମ ଆବୃତ୍ତି କରି ବଲାଙ୍ଗୀର ସହରର ଜଣେ ୧ବର୍ଷ ୧୧ ମାସ ୬ ଦିନର ଶିଶୁପୁତ୍ର ବିଶ୍ୱରେକର୍ଡ କରିଥିବା...

‘ଓଡ଼ିଶା ମୋ ପରିବାର’ରେ ଫାଟ

ଅନୁଗୋଳ ଅଫିସ, ୧୦ା୮: ଅନୁଗୋଳ ଜିଲାରେ ବିଜୁ ଜନତା ଦଳର ‘ଓଡ଼ିଶା ମୋ ପରିବାର’ ଓ ‘ଜୀବନ ବିନ୍ଦୁ’ର ପୁନର୍ଗଠନ ହେଉ ହେଉ ଏଥିରେ ଫାଟ ଦେଖାଦେଇଥିବା...

ମିଳିଲାନି ଗାଡ଼ି ଆସିଲାନି ଆମ୍ବୁଲାନ୍ସ: ସାପ କାମୁଡାରେ ଜୀବନ ଗଲା

ପାଟଣା, ୨୮।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକର ଉପାନ୍ତ ଅଞ୍ଚଳ ଡାଳପକା ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ ଅଭାବନୀୟ ଘଟଣା କ୍ରମରେ ସାପ କମୁଡାରେ ଜଣେ...

ଖାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଧାମନଗର,୫।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ କାଞ୍ଜିଆପାଳ ଗ୍ରାମର ଏକ ପାଣି ଖାଲରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ...

୯ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ : ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କର୍ଲାମୁଣ୍ଡା,୧୦।୧୧(ଡି.ଏନ୍‌.ଏ.): ଅଙ୍ଗନୱାଡ଼ି କେନ୍ଦ୍ର ଜରିଆରେ ସାଧାରଣ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇବାର ଲକ୍ଷ୍ୟ ନେଇ ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ କେନ୍ଦ୍ରଗୁଡ଼ିକ ଖୋଲି କର୍ମୀ...

ଡୁମେରଯୋର ଏସ୍‌ବିଆଇ ଶାଖାରୁ ସଶସ୍ତ୍ର ଡକାୟତି

କୁଆଁରମୁଣ୍ଡା,୧୩।୧: ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ବୁଧବାର ଅପରାହ୍ନରେ ଶସସ୍ତ୍ର ଡକାୟତି...

ତାମିଲନାଡୁରେ ଫସି ରହିଛନ୍ତି ୩୦ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-ଲକ୍‌ଡାଉନ ଯୋଗୁ ବୌଦ୍ଧ ଜିଲାର ୩୦ ଜଣ ଶ୍ରମିକ ତାମିଲନାଡୁରେ ଫସି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରା ନ ଗଲେ ଜୀବନ ପ୍ରତି ବିପଦ...

ଫ୍ରିଜ୍‌ ମରାମତି ଦୋକାନରେ ନିଆଁ : ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ବାଲେଶ୍ୱର ଅଫିସ, ୨୫।୫: -ବାଲେଶ୍ୱର ସହରସ୍ଥିତ ତେଲେଙ୍ଗାସାହି ରାସ୍ତାର ମ୍ୟୁନିସିପାଲିଟି କମ୍ପ୍ଲେକ୍ସରେ ଥିବା ଏକ ଫେବ୍ରିକ୍‌ ୟୁନିଟ୍‌ରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର...

Advertisement


Archives

Model This Week

Why Dharitri