ଏହି ତାରିଖରେ ଝାଡେଶ୍ୱର ପୀଠରେ ହେବ ବିଶ୍ୱଶାନ୍ତି ମହାଯଜ୍ଞ: ପ୍ରତି ୧୨ ବର୍ଷକୁ ଥରେ ପଡୁଥିବାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ

ଗଞ୍ଜାମ,୧୫।୧ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତ ବୋରିଗାଁ ନିକଟସ୍ଥ ରାଣିବର ପାହାଡ ଉପରେ ରହିଛି ଶ୍ରୀ ଶ୍ରୀ ବାବା ଝାଡେଶ୍ୱର ଶୈବ ପୀଠ। ଏହି ପୀଠ ହେଉଛି ବହୁ ପୁରାତନ । ଏହାର ବହୁ କିମ୍ବଦନ୍ତି ରହିଛି । ପ୍ରଭୁ ଶ୍ରୀରାମଙ୍କ ନବାସ ସମୟରେ ମାତା ସୀତାଙ୍କ ଅନୁସନ୍ଧାନ ନିମନ୍ତେ ଲଙ୍କା ଅଭିମୁଖେ ଯିବା ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ଇତିହାସରୁ ଜଣାଯାଏ । ପ୍ରତ୍ୟେକ ୧୨ ବର୍ଷକୁ ଥରେ ଜଗତର କଲ୍ୟାଣ ନିମନ୍ତେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଫ୍ରେବୃୟାରୀ ୯ରେ ବିଶ୍ୱଶାନ୍ତି ମହାଯଜ୍ଞ ମହାଆଡ଼ମ୍ବର ସହକାରରେ ପାଳନ କରିବା ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି । ଏଥି ନିମନ୍ତେ ପରିଚାଳନା କମିଟି ଗଠନ ହୋଇଛି । ଶୈବ ପୀଠକୁ ଅଧିକ ସାଜ୍ଜସଜ୍ଜା କରାଯିବା ସହିତ ଭକ୍ତଙ୍କ ସୁବିଧା ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ବୋରିଗାଁ ସମେତ ଆଖପାଖ ୮ ଖଣ୍ଡ ଗ୍ରାମବାସୀଙ୍କ ମିଳିତ ପ୍ରସ୍ତୁତି ବୈଠକ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଅଛି । ଚଳିତ ବର୍ଷ ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ଫେବୃଆରୀ ମାସ ୯ ତାରିଖ ଠାରୁ ଆରମ୍ଭ ହେବା ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ମନ୍ଦିର ପରିଚାଳନା କମିଟି ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ପଲାଇ ସୂଚନା ଦେଇଛନ୍ତି । ଏହି ଅବସରରେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ, ଗୀତାଯଜ୍ଞ ଓ ଗୋ -ଯଜ୍ଞ ଅନୁଷ୍ଠିତ ହେବ ବୋଲି ନିସତୀ ନିଆଯାଇଛି ବୋଲି କମିଟି ସମ୍ପାଦକ ଜୟ ଦେବ ପ୍ରଧାନ ସୂଚନା ଦେଇଛନ୍ତି । ପାଞ୍ଚଟି ପଞ୍ଚାୟତର ୨୧ ଠାକୁରଙ୍କ ମହା ମିଳନ ହେବ । ଏହି ମହାଯଜ୍ଞରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପରିଚାଳନା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ଭକ୍ତଙ୍କ ପ୍ରସାଦ ସେବନ ଠାରୁ ଆରମ୍ଭ କରି ଦର୍ଶନ ଏବଂ ଅନ୍ୟାନ୍ୟର ସୁବ୍ୟବସ୍ଥା କରାଯିବ । ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଏହି ଉପଲକ୍ଷେ ମିନା ବଜାର, ରାମ ଦୋଳି ଇତ୍ୟାଦି ଦର୍ଶକ ଉପଭୋଗ କରିବେ ବୋଲି ପରିଚାଳନା କମିଟି ସଭାପତି କବିରାଜ ସ୍ବାଇଁ କହିଛନ୍ତି । ଏହି ବିଶ୍ୱ ଶାନ୍ତି ମହା ଯଜ୍ଞକୁ ବୋରିଗାଁ, ବଳଦିଆ ଢିଅ, ଲୁଂଘୁରି, ପଣିବନ୍ଧ, କୁଶପଲ୍ଲୀ, ନୁଆଁ କୁଶପଲ୍ଲୀ, କାଠଗଡା, ଚୈତନ୍ୟପୁର ଆଦି ଆଠ ଗ୍ରାମବାସୀ ପରିଚାଳନା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri