ରାୟଗଡ଼ାରେ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ସଫଳ

ରାୟଗଡ଼ା(ସ୍ବ.ପ୍ର)/ରାୟଗଡ଼ାଅଫିସ/ ମୁନିଗୁଡ଼ା/ଚନ୍ଦ୍ରପୁର/ ବିଷମକଟକ/ଗୁଣପୁର (ଡି.ଏନ୍‌.ଏ.), ୨୦।୪: ସମ୍ବଲପୁରରେ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଚାଲିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଆକ୍ରମଣ କରାଯିବାରୁ ବହୁ ଲୋକ ଆହତ ହୋଇଥିଲେ। ଏହାର ପ୍ରତିବାଦରେ ରାୟଗଡା ସମେତ ଓଡିଶାର ୧୪ ଜିଲାରେ ବୁଧବାର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ରାୟଗଡ଼ା ଜିଲାରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ଟାରୁ ବିଶ୍ୱ ହିନ୍ଦୁ ପରିଷଦ ସମେତ ବଜରଙ୍ଗ ଦଳ, ଭାରତୀୟ ମଜଦୁର ସଂଘ ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନଗୁଡିକ ଏକାଠି ହୋଇ ରାୟଗଡ଼ା ସଦର ମହକୁମାର କପିଳାସ ଛକ ନିକଟସ୍ଥ ୩୨୬ ନଂ. ଜାତୀୟ ରାଜପଥ, ରିଲାଏନ୍ସ ସପିଂ ମଲ୍‌ ଏବଂ ମଝିଘରିଆଣି ମନ୍ଦିର ଛକ ଠାରେ ରାସ୍ତା ଅବରୋଧ କରିଥିଲେ।
ବନ୍ଦ ବେଳେ ମେଡ଼ିକାଲ, ମେଡ଼ିସିନ ଷ୍ଟୋର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ, ବଜାର ଓ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରହିଥିଲା। ଅଳ୍ପ କେତୋଟି ବାଇକ ଓ ଅଟୋ ଚଳାଚଳ କରୁଥିବା ବେଳେ ସମସ୍ତ ପ୍ରକାର ମାଲବାହୀ ଗାଡ଼ି ଓ ଯାତ୍ରୀବାହୀ ବସ ବନ୍ଦ ରହିଥିଲା। ବନ୍ଦ ଡାକରାରେ ବିଶ୍ୱ ହିନ୍ଦୁ ପରିଷଦର ଜିଲା ସଭାପତି ଗୌର ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆରଏସଏସର ପ୍ରାନ୍ତ ସେବା ପ୍ରମୁଖ ଦୀପକ କୁମାର ରାଉତ, ଭାଜପା ଜିଲା ସମ୍ପାଦକ ତଥା ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ପଦ୍ମନାଭ ଦାସ, ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ବସନ୍ତ ଉଲାକା, ଆରଏସଏସ ଯୁବ ପ୍ରମୁଖ ଶ୍ୟାମକୁମାର ଦାସ, ଭାରତୀୟ ମଜଦୁର ସଂଘ ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାସ, ଭାଜପା ନଗର ସଭାନେତ୍ରୀ ମଞ୍ଜୁଳା ମିଣିଆକାଙ୍କ ସମେତ ବହୁ ହିନ୍ଦୁ ଯୁବକ ଯୁବତୀ ଯୋଗଦେଇ ବନ୍ଦକୁ ସଫଳ କରିଥିଲେ। ସେହିଭଳି ଜିଲାର ବିଭିନ୍ନ ବ୍ଲକରେ ମଧ୍ୟ ବନ୍ଦ ସଫଳ ହୋଇଥିବା ଜଣାପଡ଼ିଛି। ମୁନିଗୁଡ଼ାରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି। ବଜରଙ୍ଗ ଦଳର ଶ୍ୱେତ ଦାସ, ସୁନ୍ଦର ଗୌଡ଼, ସୁବାସ ଗୌଡ଼, ମିଟୁ ବେହେରା, ବୁଡୁ ଶବର,ସୁଦୀପ ପଟ୍ଟନାୟକ,ବେଣୁଧର ସାହୁ,ଉମାଶଙ୍କର ସାହୁ,ବୀରଭଦ୍ର ଆଚାରି ପ୍ରମୁଖଙ୍କ ପରିଚାଳନାରେ ମୁନିଗୁଡ଼ାର ସମସ୍ତ ହିନ୍ଦୁ ସଙ୍ଗଠନ,ହିନ୍ଦୁତ୍ୱବାଦୀ ଜନସାଧାରଣ,ସାଧାରଣ ଜନତା,ବ୍ୟବସାୟୀ,ସାମାଜିକ ଅନୁଷ୍ଠାନ ଏହି ବନ୍ଦରେ ସାମିଲ ହୋଇ ହିନ୍ଦୁମାନଙ୍କୁ ହୋଇଥିବା ଆକ୍ରମଣ ଓ ପ୍ରଶାସନିକ ବିଫଳତାର ପ୍ରତିବାଦ ଜଣାଇଥିଲେ। ଚନ୍ଦ୍ରପୁର ବ୍ଲକର ଡାଙ୍ଗଷୋରଡାଠାରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ ସରକାରୀ ବେସରକାରୀ ବସ୍‌ ଚଳଚଳ ବନ୍ଦ ରହିଥିଲା। ସ୍ଥାନୀୟ ପୋଲିସ ଏଏସ୍‌ଆଇ ଧନେଶ୍ୱର ମାଝିଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ସେହିପରି ବିଷମକଟକରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦର ପ୍ରଭାବ ପଡିଥିଲା। ଏଠାରେ ଏମଜିଏନଆର୍‌ଇଜିଏସ୍‌ ଓ ଗ୍ରାମୀଣ ଗୃହ ଯୋଜନାର ଜନଶୁଣାଣି ହେବାକୁ ଥିବା ବେଳେ ବନ୍ଦ ଯୋଗୁ ତାହା ବାତିଲ ହୋଇଥିଲା। ମେଡିକାଲ ଓ ଆମ୍ବୁଲାନ୍ସ ଓ ଜରୁରୀ କାଳୀନ ସେବାକୁ ଛାଡି ଦେଲେ ଆଉ ସବୁ ବନ୍ଦ ହୋଇଥିଲା। ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦର ମଣ୍ଡଳ ସଭାପତି ସୁଦର୍ଶନ କୁସଲିଆ ଏବଂ ବଜରଙ୍ଗ ଦଳ ସଭାପତି ସୁଭ୍ରାଂଶୁ ମହାପାତ୍ର, ଗୌତମ ଉଲ୍କାକା ପ୍ରମୁଖ ବନ୍ଦକୁ ସଫଳ କରାଇଥିଲେ। ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ରାଜ୍ୟପାଳଙ୍କୁ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗୁଣୁପୁର ସହରର ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ସମସ୍ତ ଦୋକାନ ବଜାର ମଧ୍ୟ ପ୍ରଭାବିତ ହୋଇଥିଲା l ଏପରିକି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ମଧ୍ୟ ବାଦ ପଡି ନ ଥିଲା । ଭାଜପାର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୋଦ କୁମାର ସାହୁ, ୱାଇ ଗଣପତି ରାଓ , ଶ୍ରୀନିବାସ ସ୍ବାଇଁ , ସତ୍ୟ କର ଅମର ସାହୁ ବିଶ୍ୱ ହିନ୍ଦୁ ପରିଷଦର ପ୍ରଭାତ ମହାପାତ୍ର, ଗୋପାଳ ଦେବ ପାତ୍ର , ବିରଞ୍ଚି ପାଣିଗ୍ରାହୀ , ନୁନୁ ପାଢ଼ୀ ଦିପୁ ପଣ୍ଡା , ନନ୍ଦୀ କେଶ୍ୱର ଚୌଧୁରୀ, ବି. ଗଜପତି ରାଓ, ଟିଙ୍କୁ ପଣ୍ଡା ପ୍ରମୁଖ ବନ୍ଦ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା l


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

‘ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି’

ଭବାନୀପାଟଣା/କୋକସରା/ଗୋଲାମୁଣ୍ଡା/ କର୍ଲାମୁଣ୍ଡା,୨୮।୪(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ/ବଟକୃଷ୍ଣ ପଣ୍ଡା/ପ୍ରଦୀପ ସାହୁ): ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର କଳାହାଣ୍ଡି ଜିଲାର...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

ସମସ୍ୟା ଘେରରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଟାଙ୍ଗୀ,୨୮ା୪(ରଘୁନାଥ ସାହୁ)ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ପଞ୍ଚାୟତ, ଚିଲିକା ବ୍ଲକ ଅନ୍ତର୍ଗତ ୫ ପଞ୍ଚାୟତ ଓ ରଣପୁର ବ୍ଲକ ଅନ୍ତର୍ଗତ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

ନିର୍ବାଚନ ମଇଦାନରେ ନବୀନ ଷଷ୍ଠ, ବିକ୍ରମ ଆରୁଖ ସପ୍ତମ

ବ୍ରହ୍ମପୁର,୨୮ା୪(ନରସିଂହ ସାହୁ):ଗଞ୍ଜାମ ଜିଲାରୁ ରାଜନୀତି ଆରମ୍ଭ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ବିଧାନସଭା କ୍ଷେତ୍ର ହିଞ୍ଜିଳିରୁ ଏଥର ଷଷ୍ଠଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri