Posted inଖେଳ

ବିଷ୍ଣୁ, ଗଣପତି-ବରୁଣଙ୍କୁ ଅଲିମ୍ପିକ୍‌ ଯୋଗ୍ୟତା

ନୂଆଦିଲ୍ଲୀ, ୯।୪(ପି.ଟି.)-ଏକ ଐତିହାସିକ ଘଟଣା କ୍ରମରେ ପ୍ରଥମ ଥରପାଇଁ ଅଲିମ୍ପିକ୍ସରେ ୪ ଜଣ ଭାରତୀୟ ସେଲର ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଓମାନରେ ଏସୀୟ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ମୁସାନା ଓପନ ଚାମ୍ପିୟନଶିପ୍‌ରେ ଚମତ୍କାର ପ୍ରଦର୍ଶନ କରି ବିଷ୍ଣୁ ସରଭାନନ ଏବଂ ଗଣପତି ଚେଙ୍ଗାପ୍ପା-ବରୁଣ ଠାକୁର ଯୋଡ଼ି ଟୋକିଓ ଟିକେଟ ହାସଲ କରିଛନ୍ତି। ବୁଧବାର ପ୍ରଥମ ଭାରତୀୟ ମହିଳା ସେଲରଭାବେ ନେଥ୍ରା କୁମାନନ ଅଲିମ୍ପିକ୍ସ ଯୋଗ୍ୟତା ପାଇଥିଲେ। ପ୍ରଥମଥରପାଇଁ ଭାରତ ଅଲିମ୍ପିକ୍ସରେ ୩ଟି ସେଲିଂ ଇଭେଣ୍ଟରେ ଭାଗନେବ। ପୂର୍ବରୁ ଅଲିମ୍ପିକ୍ସରେ ଭାରତ ଗୋଟିଏ ଇଭେଣ୍ଟରେ ଭାଗ ନେଇଆସୁଥିଲା। ୪ ଥର ଯାକ ୨ ଜଣ ସେଲର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ”ଭାରତୀୟ ସେଲିଂ ଇତିହାସରେ ଏଥର ନୂଆ ଫର୍ଦ୍ଦ ଯୋଗ ହୋଇଛି। ୪ ସେଲର ୩ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଅଲିମ୍ପିକ୍ସରେ ଭାରତ ପାଇଁ ଏହା ସର୍ବାଧିକ ପ୍ରତିଯୋଗୀ ଏବଂ ଇଭେଣ୍ଟ“ ବୋଲି ୟାଚିଂ ଆସୋସିଏଶନ ଅଫ୍‌ ଇଣ୍ଡିଆର ଯୁଗ୍ମ ସମ୍ପାଦକ କ୍ୟାପଟେନ ଜିତେନ୍ଦ୍ର ଦୀକ୍ଷିତ ପ୍ରକାଶ କରିଛନ୍ତି। ବର୍ଷବର୍ଷ ଧରି କଠିନ ପରିଶ୍ରମର ଏହା ଫଳ ବୋଲି ଭାରତୀୟ ସେଲିଂ କୋଚ୍‌ ଟୋମାଜ ଜାନୁଜେସ୍କି କହିଛନ୍ତି। ପୂର୍ବରୁ ଭାରତର ଫାରୁଖ ତାରାପୋରେ-ଧ୍ରୁବ ଭଣ୍ଡାରୀ ୧୯୮୪, ତାରାପୋରେ-କେଲି ରାଓ ୧୯୮୮, ତାରାପୋରେ-ସାଇରସ କାମା ୧୯୯୨ ଏବଂ ମାଲଭ ଶ୍ରଫ-ସୁମିତ ପଟେଲ ୨୦୦୪ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆବର୍ଷରେ କୋହଲିଙ୍କ ନୂଆ ଲୁକ୍‌

ଆଜିକାଲି କ୍ରିକେଟରେ ଫ୍ୟାଶନ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନୂଆବର୍ଷରେ ନୂଆ...

ରାଞ୍ଚି ଟେଷ୍ଟରେ ଯୋଗଦେବେ ନାହିଁ ଗାଙ୍ଗୁଲି

କୋଲକାତା,୧୭।୧୦(ପି.ଟି.)- ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ। ତାଙ୍କୁ ଦେଶର ଫୁଟ୍‌ବଲ ଲିଗ୍‌ ଆଇଏସ୍‌ଏଲ୍‌ର ଆମ୍ବାସାଡର କରାଯାଇଛି। ଆଗାମୀ ଆଇଏସ୍‌ଏଲ ରବିବାରଠାରୁ...

ଟି୨୦ ର଼୍ୟାଙ୍କିଙ୍ଗ୍‌: ଆଜମ୍‌ଙ୍କୁ ହଟାଇଲେ ମଲନ

ଦୁବାଇ, ୧୦।୯(ପି.ଟି.)- ପାକିସ୍ତାନର ବାବର ଆଜମଙ୍କୁ ହଟାଇ ଆଇସିସି ଟି୨୦ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ଦାଓ୍ବିଦ ମଲନ। ଅଷ୍ଟ୍ରେଲିଆ ବିପକ୍ଷ ସଦ୍ୟ...

ଖୁସି ନାହାନ୍ତି ପାକିସ୍ତାନ ଅଧିନାୟକ

ଦୁବାଇ,୨୫।୧୦: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇସିସି ଟି -୨୦ ବିଶ୍ୱ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ଉଇକେଟରେ ପରାସ୍ତ କରିଛି। ଟି -୨୦ ବିଶ୍ୱକପରେ...

ରାଜପ୍ରସାଦଠାରୁ କମ୍‌ ନୁହେଁ ଏହି କ୍ରିକେଟରଙ୍କ ବଙ୍ଗଳା

ନୂଆଦିଲ୍ଲୀ,୨।୩: ଟିମ୍‌ ଇଣ୍ଡିଆର ତାରକା କ୍ରିକେଟର ରବିନ୍ଦ୍ର ଜାଡେଜା ଭାରତର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ମଧ୍ୟରୁ ଜଣେ। ଗତ କିଛି ବର୍ଷ ମଧ୍ୟରେ ସେ ଭାରତୀୟ...

ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ ଫେରିଲେ ବ୍ରାଭୋ

ସେଣ୍ଟ ଜଜର୍‌ସ,୧୩ା୧ (ଏଏଫ୍‌ପି)- ଚଳିତ ମାସର ପରବର୍ତ୍ତୀ ଭାଗରେ ହେବାକୁ ଥିବା ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଘୋଷିତ ୧୩...

ମଲନଙ୍କ ଶତକରେ ଅଷ୍ଟ୍ରେଲିଆ ପରାସ୍ତ, ଦକ୍ଷିଣ ଆଫ୍ରିକା ସିରିଜ ବିଜୟୀ

ବ୍ଲୋଏମ୍‌ଫୋଣ୍ଟେନ, ୫।୩- ଜାନେମନ ମଲନଙ୍କ ଅପରାଜିତ ଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ...

୧୫ରେ ଫିଟ୍‌ନେସ ଟେଷ୍ଟ ଦେବେ ଈଶାନ୍ତ

ନୂଆଦିଲ୍ଲୀ,୧୨।୨- ଭାରତୀୟ ଦଳର ଆସନ୍ତା ୧୪ ତାରିଖରୁ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଅଭ୍ୟାସ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହାର ଗୋଟିଏ ଦିନ ପରେ ଟିମ୍‌ ଇଣ୍ଡିଆର...

Advertisement
Archives

Model This Week