ଜରାଜୀର୍ଣ୍ଣ ଅବସ୍ଥାରେ ବିଶିବିଲି ପାଟନାଳୀ

ଡେରାବିଶ,୨୩ା୫ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକର ବିଶିବିଲି ପାଟନାଳୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ସମେତ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କେତୋଟି ପଞ୍ଚାୟତବାସୀ ସେମାନଙ୍କର ଚାଷ ପାଇଁ ଏହା ଉପରେ ନିର୍ଭରଶୀଳ। କେନ୍ଦ୍ରାପଡ଼ା ଡ୍ରେନେଜ କଟ୍‌ ବିଭାଗ ଅଧୀନରେ ଥିବା ବିଶିବିଲି ପାଟରେ ଥିବା ପାଟନାଳୀଟି ଦୀର୍ଘବର୍ଷ ହେବ ପୁନରୁଦ୍ଧାର ନ ହେବାରୁ ୨ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି। ଫଳରେ ୧୦ଟି ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଖରିଫ୍‌ ଓ ରବି ଚାଷ ପାଇଁ କ୍ଷତିଗ୍ରସ୍ତ ହେଉଛନ୍ତି। ଦିନଥିଲା ଏହି ପାଟନାଳୀରେ ଆସୁଥିବା ପାଣିରେ ଚାଷ କରି ଗ୍ରାମର ଚାଷୀ ଆନନ୍ଦରେ ଦିନ କାଟୁଥିଲେ। ଦୀର୍ଘବର୍ଷ ହେବ ଏହି ପାଟନାଳୀଟି ପୋତି ହୋଇଯିବା ଫଳରେ ଜଳ ନିଷ୍କାସନ ନ ହେବା ଯୋଗୁ ଚାଷଜମିରେ ପାଣି ଜମି ରହି ଫସଲ ବାରମ୍ବାର ନଷ୍ଟ ହେଉଥିବା ବାରିମୂଳ ପଞ୍ଚାୟତ ଦୋହରା ଗ୍ରାମର ଗୋବିନ୍ଦ ମଲିକ କହିଛନ୍ତି।
୩୦ କିଲୋମିଟର ଲମ୍ବ ବିଶିଷ୍ଟ ଏହି ପାଟନାଳୀଟି ଡେରାବିଶ ବ୍ଲକ ମଙ୍ଗଳପୁର ପଞ୍ଚାୟତସ୍ଥିତ ଗୋବରୀ ନଦୀରୁ ବାହାରି ବ୍ଲକ ଅଧୀନ ବାରିମୂଳ ସମେତ ବିଭିନ୍ନ ପଞ୍ଚାୟତ ଅଞ୍ଚଳ ବାଟଦେଇ କେନ୍ଦ୍ରାପଡ଼ା ବ୍ଲକ ଜଝାଙ୍ଗଠାରେ ଗୋବରି ନଦୀରେ ମିଶିଛି। ପାଟନାଳୀଟି ତା’ର ଅସ୍ତିତ୍ୱ ହରାଇଥିବା ବେଳେ ସମ୍ପୂର୍ଣ୍ଣ ଶୁଖି ଖେଳପଡ଼ିଆର ଭ୍ରମ ସୃଷ୍ଟି କରିଛି। ଫଳରେ ଏହି ପାଟନାଳୀରୁ ଜଳସେଚନ ସୁବିଧାରୁ ଚାଷୀମାନେ ଚାଷକାର୍ଯ୍ୟରୁ ବଞ୍ଚତ୍ତ ହେଉଥିବା ଗଣିଆମୁହଁ ଗ୍ରାମର ଚାଷୀ ଗଙ୍ଗାଧର ପୃଷ୍ଟି କହିଛନ୍ତି। ଏ ସମ୍ପର୍କରେ ବାରିମୂଳର ପୂର୍ବତନ ସରପଞ୍ଚ ଶୁଦ୍ଧଦେବ ବେହେରା କହିଛନ୍ତି, ଦୀର୍ଘବର୍ଷ ହେବ ପାଟନାଳୀଟି ସଫା ନ ହେବାରୁ ଏକର ଏକର ଚାଷଜମି ଚାଷ ନ ହୋଇ ପଡ଼ିଆ ପଡ଼ିବା ଫଳରେ ସମ୍ପୃକ୍ତ ପଞ୍ଚାୟତର ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ପାଟନାଳୀରୁ ଜଳସେଚିତ ହୋଇ ମକା, କୋବି ସମେତ ପନିପରିବା ଫସଲ କରି ଅଞ୍ଚଳର ଚାଷୀମାନେ ବହୁ ଲାଭବାନ ହେଉଥିଲେ। ମାତ୍ର ବିଭାଗୀୟ ଅପାରଗତା ପାଇଁ ଶହଶହ ସଂଖ୍ୟାରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏ ସମ୍ପର୍କରେ ୧୩ ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟା ତଥା ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀଙ୍କୁ ପଚାରିବାରେ ଜିଲା ପରିଷଦ ବୈଠକରେ ଆଲୋଚନା କରାଯାଇ ତୁରନ୍ତ ଏହି ପାଟନାଳୀର ପୁନରୁଦ୍ଧାର ପାଇଁ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ଅଞ୍ଚଳର ଚାଷୀଙ୍କ ସମସ୍ୟା କିପରି ତୁରନ୍ତ ଦୂର ହେବ ସେ ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ସମ୍ପୃକ୍ତ ପଞ୍ଚାୟତର ଶତାଧିକ ଚାଷୀ ଡ୍ରେନେଜ କଟ୍‌ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ଜିଲାପାଳ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଆସନ୍ତା ଖରିଫ ଧାନଚାଷ ପାଇଁ ସମୟ ନିକଟତର ହେଉଥିବା ବେଳେ ଚାଷୀମାନେ ଏବେଠୁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଡ୍ରେନେଜ କଟ୍‌ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବାଙ୍କ ବିହାରୀ ସାମଲଙ୍କୁ ପଚାରିବାରେ ବିଶିବିଲି ପାଟନାଳୀର ପୁନରୁଦ୍ଧାର ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଏଷ୍ଟିମେଟ୍‌ ପଠାଯାଇଛି। ଖୁବଶୀଘ୍ର ଏ ନେଇ ଅର୍ଥ ମଞ୍ଜୁର ହେବା ସହ ଆସନ୍ତା ଜୁନ୍‌ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?