ବିଶାଳ ଦେବ ଅର୍ଥ ସଚିବ

ଭୁବନେଶ୍ୱର,୩୦।୭ (ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଗୁରୁବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ବିଶାଳ ଦେବଙ୍କୁ ରାଜ୍ୟ ସରକାର ଅର୍ଥ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦେଇଛନ୍ତି। ଏହା ପୂର୍ବରୁ ସେ ରାଜ୍ୟର କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବ ସହିତ ଅତିରିକ୍ତ ଭାବେ ପର୍ଯ୍ୟଟନ ବିଭାଗର ଦାୟିତ୍ୱ ତୁଲାଉଥିଲେ। ସେହିଭଳି ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଦେଓରଞ୍ଜନ କୁମାର ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ସଚିବ ଭାବେ ବଦଳି କରାଯାଇଛି। ସିଂହ ପ୍ରାୟ ୮ବର୍ଷ ହେବ ପଞ୍ଚାୟତିରାଜ ବିଭାଗ ଦାୟିତ୍ୱରେ ଥିଲେ। ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅଶୋକ କୁମାର ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ମୀନା ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।
ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଥିବା ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। କୁମାର ସାଧାରଣ ପ୍ରଶାସନ ବିଭାଗ ସହିତ ଅତିରିକ୍ତ ଭାବେ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ। କୁମାର ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ସହିତ ଓଏମ୍‌ସି, ଏମ୍‌ଇସିଏଲ୍‌ ଓ ଇଡ୍‌କଲର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଶାସନ ସଚିବ ତଥା ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଆର. ଭିନିଲ କ୍ରିଷ୍ଣାଙ୍କୁ ଅତିରିକ୍ତ ଭାବେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଶାସନ ସଚିବ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଭିନ୍‌ିଲ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri