କରୋନାର ନୂଆ ଷ୍ଟ୍ରେନ୍ ୨୦୨୧ରେ ନେବ ଅଧିକ ଜୀବନ!

ଲଣ୍ଡନ,୨୫ ।୧୨: ବ୍ରିଟେନରେ ବ୍ୟାପିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି କି ଏହି ନୂଆ ଷ୍ଟ୍ରେନ୍ ପୁରୁଣା ଭାଇରସ ତୁଳନାରେ ୫୬ ପ୍ରତିଶତ ଅଧିକ କ୍ଷତିକାରକ । ଏହାଦ୍ୱାରା ଅଧିକ ସଂଖ୍ୟାରେ ମୃତ୍ୟୁ ଆଶଙ୍କା କରାଯାଉଛି । ତେଣୁ ଏହାକୁ ନେଇ ବ୍ରିଟେନରେ ଯେତେଶୀଘ୍ର ଟିକାକରଣ କରାଯିବା ଦରକାର । ଲଣ୍ଡନ ସ୍କୁଲ ଅଫ୍ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନରେ ସେଣ୍ଟର ଫର ମ୍ୟାଥମେଟିକାଲ ମଡଲିଂ ଅଫ୍ ଇନଫେକସନ୍ ଡିଜିଜ ପକ୍ଷରୁ ପ୍ରକାଶିତ ଏକ ଷ୍ଟଡି ଅନୁଯାୟୀ, ନଭେମ୍ବରରେ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଦ୍ରୁତ ଗତିରେ ବ୍ୟାପିଥିବା ଏହି ଷ୍ଟ୍ରେନ୍ କାରଣରୁ ଆସନ୍ତା ବର୍ଷ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃ୍‌ଦ୍ଧି ଘଟିବ । ହେଲେ ଏବେ ପର୍ଯ୍ୟନ୍ତ ଏହା ପ୍ରମାଣିତ ହୋଇନାହିଁ ଯେ ମ୍ୟୁଟେଡେଡ ଷ୍ଟ୍ରେନ୍ ପୁରୁଣା ଭାରିଏଣ୍ଟଠାରୁ ଅଧିକ କ୍ଷତିକାରକ କି ନା । ହେଲେ ବିଶେଷଜ୍ଞଙ୍କ କହିବା କଥା ହେଲା ୨୦୨୧ରେ ସଂକ୍ରମଣ କାରଣରୁ ରୋଗୀଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ହେବ । କିନ୍ତୁ ନଭେମ୍ବରରେ ଲଣ୍ଡନରେ ଲାଗୁ କରାଯାଇଥିବା ଲକଡାଉନ ଦ୍ୱାରା ସଂକ୍ରମଣ କମ୍ ହେବନାହିଁ ଯେଉଁ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ନ କରାଯାଇଛି । ଯଦି ଲକ୍‌ଡାଉନରେ ସାମାନ୍ୟ ଢିଲା କରାଯାଏ ତେବେବି ସଂକ୍ରମଣ ବଢିଯିବ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଖ୍ରୀଷ୍ଟମାସ ଛୁଟିକୁ ଆଖିଆଗରେ ରଖି ଲକଡାଉନ ଜାରି କରିଥିବା ବଳେ ସେ କହିଛନ୍ତି, ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ଅଧିକ ଗତିରେ ସଂକ୍ରମଣ ହେବାର ଆଶଙ୍କା ରହିଛି । ଅନ୍ୟପଟେ ବାୟୋଏନଟେକର କୋ-ଫାଉଣ୍ଡର କହିଛନ୍ତି ଆମ ଭ୍ୟାକ୍ସିନ ନୂଆ ଭାଇରସ ଉପରେ କାମ କରିପାରେ ଯଦି ନ କାମ କରେ ୬ ସପ୍ତାହ ମଧ୍ୟରେ ଏଥିପାଇଁ ଭ୍ୟାକ୍ସିନ ତିଆରି ହୋଇ ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ, ୧୯।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଆଗାମୀ ୨୪...

ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଚାଲିଚାଲି ଯାଉଥିଲେ, ସୋରଠାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ସୋର,୨୯।୫(ଡି.ଏନ.ଏ.): ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ସୋର ଜାତୀୟ ରାଜପଥ ବରଫକଳ ଛକଠାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପଶ୍ଚିମବଙ୍ଗର...

ଭାରତ ସହ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ: ଚାଇନା

ବେଜିଂ, ୧୮।୮(ପି.ଟି.): ରାଜନୈତିକ ଆପୋଷ ଆସ୍ଥା ବଢ଼ାଇବା ଓ ମତପାର୍ଥକ୍ୟକୁ ଦୂର କରିବା ତଥା ଦ୍ୱିପାକ୍ଷିକ ସମ୍ପର୍କର ଦୀର୍ଘମିଆଦୀ ବିକାଶ ବଜାୟ ରଖିବା ଲାଗି ଭାରତ...

ସଡ଼କରେ ସୁରକ୍ଷିତ ଲ୍ୟାଣ୍ଡ କଲା ବିମାନ

ତେହେରାନ,୨୮।୧: ଇରାନର ବନ୍ଦର-ଏ-ମହସହରର ରାସ୍ତା ଉପରେ ସୋମବାର ଏକ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବା ଜଣାପଡିଛି। ହେଲେ ଏହି ବିମାନଟି ଲ୍ୟାଣ୍ଡ କରିବା ପରେ...

ଆଫଗାନିସ୍ତାନକୁ ଶାନ୍ତି ଫେରିବ

ଓ୍ବାଶିଂଟନ/କାବୁଲ,୧।୩ (ପି.ଟି./ଆଇଏଏନ୍‌ଏସ୍‌): ଆମେରିକା ଓ ତାଲିବାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତି ଶନିବାର ସ୍ବାକ୍ଷର ହୋଇଛି। ଏହି ଚୁକ୍ତି ଅନୁଯାୟୀ ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ...

ଆଣ୍ଡ୍ରେଜେଜ୍‌ ଡୁଡା ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ

ଓ୍ବାର୍ସ,୧୪ା୭ (ଆଇଏଏନ୍‌ଏସ୍‌): ଆଣ୍ଡ୍ରେଜେଜ୍‌ ଡୁଡା ପୋଲାଣ୍ଡ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଓ୍ବାର୍ସ ମେୟର ରାଫାଲ ଟ୍ରାସ୍କୋସ୍କିଙ୍କଠାରୁ...

ମସ୍‌ଜିଦରେ ଦଳାଚକଟା: ୩୧ ମୃତ

ବାଗ୍‌ଦାଦ,୧୧ା୯(ଆଇଏଏନ୍‌ଏସ୍‌): ଇରାକ୍‌ର କର୍ବଲା ସହରସ୍ଥିତ ଏକ ପ୍ରସିଦ୍ଧ ମସ୍‌ଜିଦରେ ମଙ୍ଗଳବାର ଦଳାଚକଟା ହୋଇଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା...

ଜଳବାୟୁ ପରିବର୍ତ୍ତନ:ଛାତ୍ରୀଛାତ୍ର ଭିଡ଼ିଲେ ଅଣ୍ଟା; ସରକାରଙ୍କ ଆଗରେ ରଖିଲେ ଦାବି

ନୂଆଦିଲ୍ଲୀ/ସିଡ୍‌ନୀ,୩୦।୧୧: ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିବାକୁ ଯାଉଛି। ଏହି ମର୍ମରେ ସୁଇଡେନ୍‌ର ୧୬ ବର୍ଷ ବୟସ୍କା ଜଳବାୟୁ...

Advertisement


Archives

Model This Week

Why Dharitri