ଇନ୍‌ଫୋସିଟି ଥାନାରେ ବୀରେନ୍ଦ୍ର ଲାକ୍ରାଙ୍କୁ ଜେରା

ଭୁବନେଶ୍ୱର, ୧୩।୧୨ (ବ୍ୟୁରୋ):ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ସୋମବାର ସନ୍ଧ୍ୟାରେ ହାଜର ହୋଇଛନ୍ତି ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା। ତଦନ୍ତକାରୀ ଅଧିକାରୀ, ଜୋନ୍‌ ଏସିପି ରମେଶ ଚନ୍ଦ୍ର ବିଶୋଇ ଓ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ ମାମଲା ସଂକ୍ରାନ୍ତରେ ବୀରେନ୍ଦ୍ରଙ୍କୁ ପଚରାଉଚରା କରିଛନ୍ତି। ଘଟଣାଦିନ କ’ଣ ହୋଇଥିଲା, କେଉଁମାନେ ଉକ୍ତ ଫ୍ଲାଟ୍‌ରେ ଥିଲେ, ଆନନ୍ଦଙ୍କ ସହ କିପରି ବନ୍ଧୁତା ଥିଲା, ଫ୍ଲାଟ୍‌ରେ ଥିବା ବୀରେନ୍ଦ୍ରଙ୍କ ବାନ୍ଧବୀଙ୍କ ଭୂମିକା କ’ଣ ଥିଲା, ଏଭଳି ବିଭିନ୍ନ ଦିଗକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଛି। ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ଏହି ମାମଲାରେ ଆନନ୍ଦଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଆତ୍ମହତ୍ୟା ଆସିଥିବାବେଳେ ଅଧିକ ପରୀକ୍ଷା ପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଘଟଣା ସଂକ୍ରାନ୍ତରେ ଜାଣିଥିବା ୨୫ ଜଣଙ୍କୁ ନୋଟିସ୍‌ କରାଯାଇଛି। ପର୍ଯ୍ୟାୟକ୍ରମେ ବାନ୍ଧବୀଙ୍କ ସହ ସମସ୍ତଙ୍କୁ ଜେରା କରାଯିବ ବୋଲି ସେ କହିଛନ୍ତି। ତେବେ ରାତି ପ୍ରାୟ ୧୦ଟାରେ ବୀରେନ୍ଦ୍ର ଥାନାରୁ ବାହାରିଥିଲେ। ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି, ମୋତେ ଯାହା ପଚରାଯାଇଥିଲା ତାହାର ଉତ୍ତର ଦେଇଛି। ପୋଲିସ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ବୀରେନ୍ଦ୍ର ଲାକ୍ରା ହେଉଛନ୍ତି ଆନନ୍ଦଙ୍କ ପିଲାଦିନର ସାଙ୍ଗ। ସ୍ତ୍ରୀଙ୍କ ସହ ବିବାଦ ଦେଖାଦେବାରୁ ବିବାହର ମାତ୍ର ୧୦ଦିନରେ ଆନନ୍ଦ ଭୁବନେଶ୍ୱର ଚାଲିଆସି ଇନ୍‌ଫୋସିଟି ଅଞ୍ଚଳର ଏକ ଫ୍ଲାଟ୍‌ରେ ରହୁଥିବା ବୀରେନ୍ଦ୍ରଙ୍କ ସହ ରହି ଚାକିରି ଖୋଜୁଥିଲେ। ଗତ ଫେବୃୟାରୀ ୨୮ ସକାଳ ୭ଟାରେ ସେ ରାଉରକେଲାରୁ ଫେରି ଉକ୍ତ ଫ୍ଲାଟ୍‌କୁ ଆସିଥିଲେ। ପୂର୍ବାହ୍ନ ସାଢ଼େ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ବେକରେ ଶାଢ଼ି ବାନ୍ଧି ଆନନ୍ଦ ଆତ୍ମହତ୍ୟା କରିଥିବା ନେଇ ବୀରେନ୍ଦ୍ର ତାଙ୍କ ବାପାଙ୍କୁ ଜଣାଇଥିଲେ। ଏଥିସହ ଆନନ୍ଦଙ୍କୁ ସେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ମାନ୍‌ଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ଆନନ୍ଦଙ୍କ ବାପା। ହେଲେ ଥାନାଧିକାରିଣୀ ସମିତା ମିଶ୍ର ଅଭିଯୋଗ ଗ୍ରହଣ ନ କରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୨୪ରେ ପୋଲିସ ଏକ ହତ୍ୟା ମାମଲା (ନଂ.୩୩୬/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ଅଭିଯୋଗ ଗ୍ରହଣ ନ କରିବା ଅଭିଯୋଗରେ ହାଇକୋର୍ଟ ଡିସେମ୍ବର ୬ ତାରିଖ ଶୁଣାଣିରେ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଡିସିପିଙ୍କୁ ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କହିବା ସହ ଆଇଆଇସି ସମିତାଙ୍କୁ ବର୍ଷେ ଫିଲ୍ଡ ପୋଷ୍ଟିଂ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?