Posted inଖେଳ

ମାତ୍ର ୩ ରନ୍‌ ଯୋଗୁ ୫୦ ବର୍ଷ ରେକର୍ଡ ଭାଙ୍ଗି ପାରି ନ ଥିଲେ ଏହି ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ

ନୂଆଦିଲ୍ଲୀ,୧୭।୧: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍‌- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ ଦେଖି ଲାହୋରରେ ଦର୍ଶକ ଛିଡ଼ା ହୋଇ ତାଳି ବଜାଇଥିଲେ। ମାତ୍ର ସେହଓ୍ବାଗ୍‌ ଆଉଟ୍‌ ହେବା ପରେ ଏହି ଯୋଡ଼ି ଟେଷ୍ଟ ଉଇକେଟରେ ଓପନିଂ ପାଇଁ ସର୍ବାଧିକ ରନ୍‌ର ଭାଗିଦାରୀ କରି ବିଶ୍ୱ ରେକର୍ଡ କରିବାରୁ ବଞ୍ଚିତ ହୋଇଥିଲେ। ଆଉ ମାତ୍ର ୩ ରନ୍‌ ହୋଇଥିଲେ ସେମାନେ ଏପରି କରିବାରେ ସଫଳ ହୋଇଥାନ୍ତେ।

ଦ୍ରାବିଡ ପାକିସ୍ତାନ ବିପକ୍ଷ ସିରିଜର ପ୍ରଥମ ଟେଷ୍ଟରେ ଓପନିଂ କରିବା ନିଷ୍ପତ୍ତି ନେଇଥିଲେ। ସେ ୨୩୩ ବଲ୍‌ରେ ୧୨୮ ରନ୍‌ କରିଥିବା ବେଳେ ସେହଓ୍ବାଗ୍‌ ୨୪୭ ବଲ୍‌ରେ ୨୫୪ ରନ୍‌ କରିଥିଲେ। ଉଭୟ ପ୍ରଥମ ପାଳିରେ ପ୍ରଥମ ଉଇକେଟ ପାଇଁ ୪୧୦ରନ୍‌ର ଭାଗିଦାରୀ କରିଥିଲେ। ଏହାପୂର୍ବରୁ ୧୯୫୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିନୁ ମାଙ୍କଡ ଏବଂ ପଙ୍କଜ ରାୟ ୪୧୩ରନ୍‌ର ଓପନିଂ ଭାଗିଦାରୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌, ଆଇପିଏଲ ନିଲାମରେ ହୋଇପାରନ୍ତି କୋଟିପତି

କେପ୍‌ଟାଉନ୍‌,୫।୧୨: ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର ଜେରାଲ୍ଡ କୋଟଜି ଡିସେମ୍ବର ୧୦ରୁ ଭାରତ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ବିବାହ କରିଛନ୍ତି। ସେ ତାଙ୍କ...

ଆଇପିଏଲ୍‌ରୁ ଓହରିଯିବାକୁ ଆର୍ଚରଙ୍କୁ ନିର୍ଦ୍ଦେଶ

ଲଣ୍ଡନ, ୫ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯିବା ଲାଗି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଜୋଫ୍ରା ଆର୍ଚରଙ୍କୁ ନିର୍ଦ୍ଦେଶ ଦେଇଛି। ବାରମ୍ବାର...

ବାଇଜୁସ୍‌କୁ ଏନ୍‌ସିଏଲ୍‌ଟି ନୋଟିସ୍‌

ନୂଆଦିଲ୍ଳୀ, ୫ା୧୨: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ୧୫୮ କୋଟି ଟଙ୍କା ବାକି ରଖିବା ପ୍ରସଙ୍ଗରେ ବାଇଜୁସ୍‌କୁ ନୋଟିସ୍‌ ପ୍ରେରଣ କରିଛି ଏନ୍‌ସିଏଲ୍‌ଟି। ଅର୍ଥ ପରିଶୋଧ ହୋଇ...

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ୍‌

ନର୍ଥ ସାଉଣ୍ଡ,୫ା୧୨: ଅଧିନାୟକ ତଥା ଉଇକେଟ କିପର ଶାଇ ହୋପଙ୍କ ଶତକ ଓ ରୋମାରିଓ ଶେଫର୍ଡଙ୍କ ଦ୍ରୁତ ୪୯ ରନ୍‌ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ...

ସୁଖରାମ ଅଧିନାୟକ

ଭୁବନେଶ୍ୱର, ୫।୧୨ (ତପନ ସ୍ବାଇଁ):ଜାତୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟ ନଗେଶ ଟ୍ରଫି ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ...

କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍‌ ପୁରସ୍କୃତ

ଭୁବନେଶ୍ୱର, ୫।୧୨(ତପନ ସ୍ବାଇଁ): ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  କିଟ୍‌କୁ ସମ୍ମାନଜନକ ସିଆଇଆଇ ସ୍ପୋଟର୍‌ସ ବିଜନେସ ପୁରସ୍କାର-୨୦୨୩...

ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ବେଳେ ଅଘଟଣ: ବୁଢ଼ା ଆଙ୍ଗୁଠି ହରାଇଲେ ଶୁଟର

ନୂଆଦିଲ୍ଳୀ,୫ା୧୨: କାର୍ନି ସିଂ ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ସମୟରେ ପିସ୍ତଲରେ ଥିବା ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ କାରଣରୁ ଜଣେ ଶୁଟର ନିଜର ବାମହାତର ବୁଢା...

ବୁମ୍‌ରାଙ୍କୁ ଉପଦେଶ ଦେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୫।୧୨: ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ମଧ୍ୟ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ନିକଟରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲ ଦେଖିବା ପାଇଁ ସେ ଅହମ୍ମଦାବାଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri