Posted inଖେଳ

ବିରାଟ କୋହଲିଙ୍କ ହାତ ଖାଲି

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବେ। ଚଳିତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ରବିବାର ଏକ ମ୍ୟାଚରେ ଆଫଗାନିସ୍ତାନକୁ ୮ ଉଇକେଟରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପରୁ ବାଦ ପଡିଛି। ଅଧିନାୟକ ଭାବେ କୋହଲି ଆଉ ଟି -୨୦ବିଶ୍ୱ ଟାଇଟଲ ଜିତିବାକୁ ସକ୍ଷମ ହେବେ ନାହିଁ। କାଣ ସେ ପୂର୍ବରୁ ଘୋଷଣା କରିଛନ୍ତି ଟି-୨୦ ବିଶ୍ୱକପ୍‌ ପରେ ସେ ଏହି ଫର୍ମାଟରୁ ଅଧିନାୟକ ପଦ ଛାଡିବେ। ସେ ଆଇପିଏଲ ଦଳ ଆରସିବିର ଅଧିନାୟକ ମଧ୍ୟ ଛାଡିଛନ୍ତି। ସେ ଅଧିନାୟକ ଭାବରେ ଆଇପିଏଲ ଟାଇଟଲ ମଧ୍ୟ ଜିତିପାରି ନ ଥିଲେ।
ବିରାଟ କୋହଲି ଏପର୍ଯ୍ୟନ୍ତ ଅଧିନାୟକ ଭାବରେ ଆଇପିଏଲ ଏବଂ ଟି -୨୦ ବିଶ୍ୱକପ ଟାଇଟଲ ଜିତି ନାହାଁନ୍ତି। ଅନ୍ତର୍ଜାତୀୟ ଟି -୨୦ ବିଷୟରେ କହିବାକୁ ଗଲେ ସେ ସର୍ବାଧିକ ରନ ସ୍କୋରର, କିନ୍ତୁ ସେ ତଥାପି ଟି -୨୦ ବିଶ୍ୱକପ ଟାଇଟଲରୁ ଦୂରରେ ଅଛନ୍ତି। ଭାରତ ୨୦୦୭ ରେ ଏକମାତ୍ର ଥର ପାଇଁ ଟି -୨୦ ବିଶ୍ୱକପ ଟାଇଟଲ ଜିତିଛି। କୋହଲି ସେତେବେଳେ ଦଳରେ ନ ଥିଲେ। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆଉ ଏକ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବ। ସେତେବେଳେ ଭାରତ ନୂଆ ଅଧିନାୟକଙ୍କ ସହ ପଡିଆକୁ ଓହ୍ଲାଇବ। ତେଣୁ ଅଧିନାୟକ ଭାବେ କୋହଲି ଟି-୨୦ ବିଶ୍ୱକପ୍‌ ଏବଂ ଆଇପିଏଲ୍‌ ଜିତିବା ସ୍ବପ୍ନ ଅଧୁରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମେ ପଜିଟିଭ ପରେ ନେଗେଟିଭ ଆସିଲା ଏହି ଖେଳାଳିଙ୍କ କରୋନା ରିପୋର୍ଟ

କାରଚୀ,୨୪।୬(ପି.ଟି.): ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ହାଫିଜ୍‌ କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ୍‌ ବୋଲି ଜଣାପଡିଛନ୍ତି। ତେବେ ଗୋଟିଏ ଦିନ...

ସୁଶୀଲ କୁମାରଙ୍କ ବିରୋଧରେ ଚାର୍ଜଫ୍ରେମ

ନୂଆଦିଲ୍ଳୀ,୧୩ା୧୦(ପି.ଟି.): ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର ଚାମ୍ପିୟନ ରେସଲରଙ୍କ ହତ୍ୟା ମାମଲାରେ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କ ନାମରେ କୋର୍ଟ ଚାର୍ଜଫ୍ରେମ୍‌ କରିଛନ୍ତି।...

ନୂଆ ଲୁକ୍‌ରେ ଧୋନୀ

ଚେନ୍ନାଇ,୧୦।୭: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇରେ ପହଞ୍ଚିଛନ୍ତି। ଧୋନୀ ନିଜ ପ୍ରଡକ୍ସନ ହାଉସର ପ୍ରଥମ ଚଳଚ୍ଚିତ୍ର ‘ଲେଟ୍‌ସ ଗେଟ୍‌...

ଦିଲ୍ଲୀ ସହ ମୁମ୍ବାଇ ଫାଇନାଲ ମୁକାବିଲା: କେଉଁଠି, କିଭଳି ଦେଖିବେ ଏହି ମ୍ୟାଚ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ର-୨୦୨୦)ର ଅନ୍ତିମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ ଟିକେଟ ପାଇଥିଲା।...

ପ୍ରାକ୍ତନ ଖେଳାଳି କହିଲେ ‘ସିରିଜ୍‌ ଜିତିବ ଭାରତ’

ନୂଆଦିଲ୍ଲୀ, ୧୬।୨ : ପ୍ରଥମ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟ ପରେ ଦ୍ୱିତୀୟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତୀୟ ଦଳ। ଏଥିସହ ୪ ମ୍ୟାଚ୍‌...

ପଞ୍ଜାବ ପାଇଁ ‘କର ବା ମର’ ସ୍ଥିତି

ଶାରଜା,୩।୧୦: ଆଇପିଏଲ ୨୦୨୧ର ୪୮ତମ ମ୍ୟାଚ ଶାରଜା କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ଧ୍ୟରେ ଖେଳାଯାଉଛି। ବେଙ୍ଗାଲୁରୁ ଅଧିନାୟକ ବିରାଟ...

ସିନିୟର ମହିଳା ଫୁଟ୍‌ବଲ: ଭାରତୀୟ ଦଳରେ ପ୍ୟାରୀ

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି)-ଚଳିତ ମାସ ୧୪ରୁ ୨୪ ପର୍ଯ୍ୟନ୍ତ ତୁର୍କୀରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ୨୦୨୨ ଏଏଫ୍‌ସି ମହିଳା...

ଚା’ ଫାକ୍ଟ୍ରିରେ କାମ କରୁଥିଲେ ସାକ୍ଷୀଙ୍କ ବାପା, ଏକା ସ୍କୁଲରେ ପଢ଼ିଥିଲେ ବି ଚିହ୍ନି ନ ଥିଲେ ଧୋନୀ; ହେଲେ..

ନୂଆଦିଲ୍ଲୀ,୧୯।୧୧: ଏକ ସମୟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପାଇବାକୁ ଝିଅମାନେ ପାଗଳପ୍ରାୟ ଥିଲେ। ଅନେକ ନାୟିକାମାନଙ୍କ ସହ ତାଙ୍କ ନାମ ଯୋଡା ମଧ୍ୟ ଯାଇଥିଲା। ହେଲେ...

Advertisement
Archives

Model This Week