Posted inଖେଳ

ପଡ଼ିଆରେ ‘ଫ୍ଲାଇଙ୍ଗ୍‌ କିସ୍‌’ ଦେଲେ କୋହଲି

ବର୍ମିଂହାମ,୪।୭: ଏଜବାଷ୍ଟନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ରବିବାର ମ୍ୟାଚର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ ସହ ଝଗଡା କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏକ ଶତକ ମାରି ବେୟାରଷ୍ଟୋ କୋହଲିଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ଶତକ ପରେ ବେୟାରଷ୍ଟୋ ଶୀଘ୍ର ରନ କରିବା ଚକ୍କରରେ ମହମ୍ମଦ ଶାମିଙ୍କ ଏକ ଅଫ ଷ୍ଟମ୍ପ ବାହାର ବଲକୁ ଏକ ବଡ଼ ସଟ ମାରିବାକୁ ଯାଇ ସ୍ଲିପ୍‌ରେ କୋହଲିଙ୍କୁ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। କ୍ୟାଚ୍‌ ଧରିବା ପରେ କୋହଲିଙ୍କ ବେୟାରଷ୍ଟୋଙ୍କୁ ‘ଫ୍ଲାଇଙ୍ଗ୍‌ କିସ୍‌’ ଦେଇଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା।
ଏହାପୂର୍ବରୁ ଇଂଲଣ୍ଡ ଇନିଂସର ୩୨ତମ ଓଭରରେ ମହମ୍ମଦ ଶାମି ବୋଲିଂ କରୁଥିଲେ। ଶାମିଙ୍କ ବଲରେ ବେୟାରଷ୍ଟୋ କିଛିଟା ଅସୁବିଧା ଅନୁଭବ କରୁଥିବା ନଜର ଆସିଥିଲେ। କୋହଲି ସ୍ଲିପ୍ସରେ ଠିଆ ହୋଇଥିଲେ। ସେଠାରୁ ସେ ସ୍ଲେଜିଂ ଆରମ୍ଭ କଲେ। ଶୁଭମନ ଗିଲ ମଧ୍ୟ କୋହଲିଙ୍କୁ ସମର୍ଥନ କରୁଥିଲେ। ବିରାଟ କହିଥିଲେ – ଜନି ବେୟାରଷ୍ଟୋ ପଡ଼ିଆରେ ଥିବା ବଲ ବ୍ୟତୀତ ସବୁକିଛି ଦେଖିପାରିବେ।
କୋହଲିଙ୍କ ଏହି କଥାଶୁଣି ବେୟାରଷ୍ଟୋ ରାଗି ଯାଇଥିଲେ। ସେ ବିରାଟଙ୍କୁ ପାଟି ବନ୍ଦ ରଖିବାକୁ କହିଥିଲେ। ଏହାପରେ ମାମଲା ଅଧିକ ବଢିଯାଇଥିଲା। କୋହଲି ତାଙ୍କ ପାଖରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଅମ୍ପାୟାର ସେଠାରେ ପହଞ୍ଚି ମାମଲାକୁ ଶାନ୍ତ କରିଥିଲେ। ସ୍ଲିପ ଆଡକୁ ଯାଉଥିବାବେଳେ କୋହଲି ପାଟିର ଆଙ୍ଗୁଠି ରଖିଥିଲେ ଏବଂ ପାଟି ବନ୍ଦ ରଖିବା ପାଇଁ ବେୟାରଷ୍ଟୋକୁ ସଙ୍କେତ ଦେଇଥିଲେ।
ଟିମ ଇଣ୍ଡିଆର ଅଧିନାୟକ ଏବେ ଜଶପ୍ରୀତ ବୁମରା ଅଛନ୍ତି, କିନ୍ତୁ କୋହଲି ପଡ଼ିଆରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଫିଲ୍ଡିଂ ସମୟରେ ବୁମରା ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଥିଲେ। କୋହଲି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ। ବୁମ୍‌ରା ନିଜେ କୋହଲିଙ୍କ ନିକଟକୁ ଯାଇ ଅନେକ ଥର ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ବୋଲିଂ ପରିବର୍ତ୍ତନ ଠାରୁ ଆରମ୍ଭ କରି ଫିଲ୍ଡିଂ ସେଟିଂ ପର୍ଯ୍ୟନ୍ତ କୋହଲି ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri