ଅଚଳ ଓଭରହେଡ୍‌ ପାଣି ଟାଙ୍କିର ମରାମତି ହେବ

ଡେରାବିଶ,୪ା୭(ସ୍ବ.ପ୍ର.): ରାଜ୍ୟ ସରକାର ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ତତ୍ତ୍ୱାବଧାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଡେରାବିଶ ବ୍ଲକ ଅନ୍ତର୍ଗତ ଗୁଆଳସିଂ ପଞ୍ଚାୟତର ଠାକୁରହାଟଠାରେ ୧୦ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ଓଭରହେଡ୍‌ ପାଣି ଟାଙ୍କିଟି ନିର୍ମାଣର ୨ ବର୍ଷ ପରେ ଅଚଳ ହୋଇପଡିଥିଲା। ବିଭାଗୀୟ କର୍ତ୍ତୃପକ୍ଷ ଖରାପ ହୋଇଥିବା ଏହି ପାଣି ଟାଙ୍କିକୁ ମରାମତି କରିବା ପରିବର୍ତ୍ତେ ପ୍ରତ୍ୟେକ ବର୍ଷ ବାହାରପଟୁ ରଙ୍ଗ କରି ସରକାରୀ ଅର୍ଥକୁ ହରିଲୁଟ୍‌ କରିଚାଲିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପାଣି ଟାଙ୍କି ବଦଳରେ ପାଣି ପମ୍ପ ଯୋଗେ ପାନୀୟଜଳ ଯୋଗାଇବାର ବନ୍ଦୋବସ୍ତ କରାଯାଇଥିଲା। ହେଲେ ପଞ୍ଚାୟତ ଅଧୀନ ୮ଟି ୱାର୍ଡର ଶେଷମୁଣ୍ଡ ଯାଏ ଠିକ୍‌ ଢଙ୍ଗରେ ପାଣି ପହଞ୍ଚତ୍ପାରୁ ନ ଥିଲା। ପଞ୍ଚାୟତବାସୀଙ୍କ ପକ୍ଷରୁ ବାରମ୍ବାର କେନ୍ଦ୍ରାପଡ଼ା ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଯାଏ ଅଭିଯୋଗ ହୋଇଆସୁଥିଲା। ହେଲେ ଏ ନେଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ତେବେ ମେ’ ୨୯ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକଙ୍କ ଦ୍ୱାରା ଆହୁତ ସ୍ବତନ୍ତ୍ର ବୈଠକରେ ଗୁଆଳସିଂ ସରପଞ୍ଚ ମଧୁସ୍ମିତା ଦାସ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ପଞ୍ଚାୟତର ପ୍ରତି ଜଳ ଯୋଗାଣ ବ୍ୟବସ୍ଥାରେ ବ୍ୟାପକ ଅଣଦେଖା ନେଇ ପ୍ରତିବାଦ କରିଥିଲେ। ୭ ଦିନ ଭିତରେ ଏହି ସମସ୍ୟାର ସମାଧାନ ନ ହେଲେ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ସେ ଧାରଣରେ ବସିବେ ବୋଲି ଚେତାବନୀ ଦେଇଥିଲେ। ବ୍ଲକ କନିଷ୍ଠ ଯନ୍ତ୍ରୀ ଦୁଇଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ କହି ସମୟ ଗଡ଼ାଇ ଚାଲିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସରପଞ୍ଚ ଦାସ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ପୁନର୍ବାର ଦାବି ଜଣାଇବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେବା ସହ ଯୁଦ୍ଧକାଳୀନ ଭିତ୍ତିରେ ଏହି ଟାଙ୍କିର ମରାମତି ହେବ ବୋଲି କହିଥିଲେ। ତୁରନ୍ତ ପାନୀୟଜଳ ଯୋଗାଇ ଦେବାକୁ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ନାୟକ, ଡେରାବିଶ ବ୍ଲକର କନିଷ୍ଠ ଯନ୍ତ୍ରୀ ଦେବାଶିଷ ଧଳ ଓ ବିଭୁଦତ୍ତ ଦାସ ଶନିବାର ଘଟଣାସ୍ଥଳକୁ ଯାଇ ଅଚଳ ହୋଇପଡ଼ିଥିବା ଟାଙ୍କିକୁ ଅନୁଧ୍ୟାନ କରି ଫେରିଛନ୍ତି। ତେବେ ସୋମବାରଠାରୁ ଏହି ଟାଙ୍କି ମରାମତି କରାଯାଇ ତୁରନ୍ତ ଲୋକଙ୍କୁ ପାନୀୟଜଳ ଯୋଗାଇ ଦିଆଯିବ ବୋଲି କନିଷ୍ଠ ଯନ୍ତ୍ରୀ ଧଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?