Posted inଖେଳ

ବେଙ୍ଗାଲୁରୁ ଦଳାଚକଟା ଘଟଣାକୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଲେ ବିରାଟ କୋହଲି, ଜାଣନ୍ତୁ କ’ଣ କହିଲେ

ବେଙ୍ଗାଲୁରୁ,୫।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା। ଏହି ସମୟରେ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା। ଏ ସମ୍ପର୍କରେ RCB ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। କୋହଲି ଏହି ମାମଲାରେ ନିରାଶା ପ୍ରକାଶ କରିଛନ୍ତି। ଫ୍ରାଞ୍ଚାଇଜ ମଧ୍ୟ ଏହି ମାମଲାରେ ଦୁଃଖ ପ୍ରକାଶ କରିଛି। RCB ଫାଇନାଲରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଥିଲା। ଏହା ପରେ, କର୍ନାଟକ ରାଜ୍ୟ କ୍ରିକେଟ ସଂଘ ଫ୍ରାଞ୍ଚାଇଜ ପାଇଁ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରିଥିଲା। ଯେତେବେଳେ RCB ଦଳ ପଡ଼ିଆ ଭିତରେ ଉତ୍ସବ ପାଳନରେ ବୁଡ଼ି ରହିଥିଲା, ପଡ଼ିଆ ବାହାରେ ଦର୍ଶକମାନେ ଅର୍ଧଯ୍ୟ ହୋଇଗଲେ ଏବଂ ଏହି ସମୟରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ଏବଂ ଦଳାଚକଟା ଘଟିଲା ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ବିରାଟ କୋହଲିଙ୍କ ଫ୍ରାଞ୍ଚାଇଜ ମଧ୍ୟ ଏହି ମାମଲାରେ ଦୁଃଖ ପ୍ରକାଶ କରିଛି ଏବଂ ଲେଖିଛନ୍ତି, ଆଜି ଅପରାହ୍ନରେ ବେଙ୍ଗାଲୁରୁରେ ଦଳର ଆଗମନ ଅପେକ୍ଷାରେ ଅନୁଷ୍ଠିତ ଇଭେଣ୍ଟ ସମୟରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ପାଇଁ ଆମେ ଗଭୀର ଦୁଃଖିତ। ସମସ୍ତ ଲୋକଙ୍କ ସୁରକ୍ଷା ଏବଂ ମଙ୍ଗଳ ଆମ ପାଇଁ ସର୍ବୋପରି। RCB ଏହି ଦୁଃଖଦ ଘଟଣାରେ ପ୍ରାଣହାନି ପାଇଁ ଶୋକ ପ୍ରକାଶ କରୁଛି ଏବଂ ପ୍ରଭାବିତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି। ପରିସ୍ଥିତି ବିଷୟରେ ସୂଚନା ପାଇବା ମାତ୍ରେ, ଆମେ ତୁରନ୍ତ ଆମର କାର୍ଯ୍ୟସୂଚୀ ସଂଶୋଧନ କରିଥିଲୁ ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିଥିଲୁ।’ କୋହଲି RCBର ଏହି ବିବୃତ୍ତିକୁ ଶେୟାର କରି ଲେଖିଛନ୍ତି, ‘ଅତ୍ୟନ୍ତ ଦୁଃଖଦ।’
ସୂଚନାଯୋଗଞ, RCB ୧୭ ବର୍ଷ ପରେ ପ୍ରଥମ ଥର ପାଇଁ ଟାଇଟଲ ଜିତିବାରେ ସଫଳ ହୋଇଛି। ପୂର୍ବରୁ, ଏହି ଦଳ ତିନି ଥର ଫାଇନାଲ ଖେଳିଥିଲା, କିନ୍ତୁ ଥରେ ମଧ୍ୟ ଟାଇଟଲ ଜିତିପାରିନଥିଲା। RCB ପ୍ରଥମେ ୨୦୦୯ ମସିହାରେ ଫାଇନାଲ ଖେଳିଥିଲା, କିନ୍ତୁ ଜିତିପାରିନଥିଲା। ଏହା ପରେ, ଦଳ ୨୦୧୧ ମସିହାରେ ଫାଇନାଲ ଖେଳିଥିଲା ଏବଂ ଏଥର ମଧ୍ୟ ହାରିଯାଇଥିଲା। ୨୦୧୬ମସିହାରେ ମଧ୍ୟ RCB ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଏଥର ମଧ୍ୟ ଜିତିପାରିନଥିଲା। କିନ୍ତୁ ଏଥର RCB ତାର ଟାଇଟଲ ମରୁଡ଼ି ଶେଷ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୧୧: ‘କାଣ୍ଟେ’, ‘ସୁଟ୍‌ଆଉଟ ଆଟ୍‌ ଲୋଖଣ୍ଡୱାଲା’ ଏବଂ ‘କାବିଲ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କର ୫୯ ବର୍ଷ ବୟସରେ…

ଆର୍ଥିକ, ସାମୁଦ୍ରିକ ରଣନୀତିକୁ ସୁଦୃଢ଼ କରିଛି କ୍ୱାଡ୍‌

ନୂଆଦିଲ୍ଲୀ, ୧।୧୧: ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀମାନେ ଶନିବାର ଆଟଲାଣ୍ଟାଠାରେ ଇଣ୍ଡୋ-ପାସିଫିକ୍‌ ଅଞ୍ଚଳ ପାଇଁ ପାରସ୍ପରିକ ପ୍ରାଥମିକତାଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ଦିଗରେ…

ରିପବ୍ଲିକାନ୍‌-ସମର୍ଥିତ ଗୋଷ୍ଠୀଗୁଡ଼ିକୁ ଏଲନ୍‌ ମସ୍କଙ୍କ ୪୪୫.୭୭ ମିଲିୟନ ଡଲାର ସହାୟତା

ଓ୍ବାଶିଂଟନ, ୧।୧୧: ୨୯ ଅକ୍ଟୋବର ୨୦୨୬ ସୁଦ୍ଧା ଉପଲବ୍ଧ ଫେଡେରାଲ ଇଲେକ୍ସନ କମିଶନ ତଥ୍ୟ ଅନୁଯାୟୀ କୋଟିପତି ଶିଳ୍ପୋଦ୍ୟୋଗୀ ଏଲନ୍‌ ମସ୍କ ୨୦୨୫ରୁ ରିପବ୍ଲିକାନ-ସମର୍ଥିତ ରାଜନୈତିକ ଆକ୍ସନ…

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

ଧୋଇଗଲା ବିଜୁ ସେତୁ ରାସ୍ତା, ତିନି ଖଣ୍ଡ ଗାଁ ଲୋକେ ହନ୍ତସନ୍ତ

ମୋହନା,୩୧ା୧୦(ମନ୍ମଥ ମିଶ୍ର): ତିନି ଖଣ୍ଡ ଗାଁକୁ ସଂଯୋଗ କରୁଥିବା ବିଜୁ ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବ୍ରିଜ୍‌ ରାସ୍ତା ସହ ପ୍ରୋଟେକ୍ସନ ଗାଡ଼ୱାଲ…

ଗଞ୍ଜାମରେ ରବିବାର ଛୁଟି ବାତିଲ

ଛତ୍ରପୁର,୩୧ା୧୦(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବର୍ଷା ଆଶଙ୍କା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ…

କନ୍ଧମାଳରେ ସରକାରୀ ଛୁଟି ବାତିଲ, ରବିବାର ଖୋଲା ରହିବ କାର୍ଯ୍ୟାଳୟ

ଫୁଲବାଣୀ,୩୧ା୧୦(ରାକେଶ କୁମାର ରାଉତ): ବାତ୍ୟା ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଥା ଆଗକୁ ଆସୁଥିବା ଅନ୍ୟ ଏକ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?