Posted inଖେଳ

ବିରାଟ କୋହଲିଙ୍କ ବାର୍ଷିକ ଦରମା ଯେତେ, ପାକିସ୍ତାନ ଦଳର ସମସ୍ତ ଖେଳାଳି ନିଅନ୍ତି ସେତେ

ବିଶ୍ୱ କ୍ରିକେଟର୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରତିଦିନ ରନ ସ୍କୋର କରିବା ଏବଂ ନୂଆ ରେକର୍ଡ ସୃଷ୍ଟି କରିବାରେ ଆଗରେ ଥିବାବେଳେ ରୋଜଗାର କ୍ଷେତ୍ରରେ ମଧ୍ୟ ସେ ଶୀର୍ଷରେ ଅଛନ୍ତି। ସର୍ବାଧିକ ଆୟ କରୁଥିବା କ୍ରିକେଟରଙ୍କ ମଧ୍ୟରେ କୋହଲିଙ୍କ ନାମ ରହିଛି। ଯଦିଓ ତାଙ୍କର ବିଜ୍ଞାପନ ରୋଜଗାର ଅଲଗା ହୋଇଯାଏ, ବିସିସିଆଇରୁ ତାଙ୍କର ବାର୍ଷିକ ଦରମା ସମଗ୍ର ପାକିସ୍ତାନ ଦଳର ବାର୍ଷିକ ଦରମା ସହିତ ସମାନ। ନିକଟରେ, ବିସିସିଆଇ ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଅବଧି ପାଇଁ ଟଙ୍କା ଚୁକ୍ତି କରିଛି। ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍‌ରାଙ୍କ ସହ କୋହଲି ଗ୍ରେଡ ଏ ପ୍ଲସରେ ରହିଛନ୍ତି।
ବିସିସିଆଇ ଚୁକ୍ତିନାମା ଅନୁଯାୟୀ, ଏ+ ଖେଳାଳିମାନେ ବାର୍ଷିକ ୭ କୋଟି ଟଙ୍କା ପାଇଥିବାବେଳେ ଗ୍ରେଡ ଏ ଖେଳାଳିଙ୍କ ପାଖରେ ୫ କୋଟି ଟଙ୍କା ଚୁକ୍ତି ରହିଛି। ଗ୍ରେଡ-ବି ଏବଂ ସି ଖେଳାଳିମାନେ ଯଥାକ୍ରମେ ୩ କୋଟି ଏବଂ ୧ କୋଟି ଟଙ୍କା ପାଇଛନ୍ତି ।
ଏଥି ସହିତ, ପାକିସ୍ତାନ କ୍ରିକେଟ ବୋର୍ଡ ଏହାର ଖେଳାଳିଙ୍କୁ ୩ ଶ୍ରେଣୀ ତଥା ଗ୍ରେଡରେ ରଖିଛି । ଏ ଗ୍ରେଡର ୩ ଖେଳାଳି ପ୍ରତି ମାସରେ ୧୧ ଲକ୍ଷ ପାକିସ୍ତାନ ଟଙ୍କା (ଅର୍ଥାତ୍‌ ପ୍ରାୟ ୫.୨୦ ଲକ୍ଷ ଟଙ୍କା) ପାଇଥାନ୍ତି। ବାବର ଆଜାମ, ଶାହିନ ଆଫ୍ରିଦି ଏବଂ ଅଜହର ଅଲି ଏହି ଗ୍ରେଡରେ ଅଛନ୍ତି। ବି ବର୍ଗରେ ଯେଉଁମାନେ ୭.୫୦ ଲକ୍ଷ ପାକିସ୍ତାନୀ ଟଙ୍କା (ଅର୍ଥାତ୍‌ ୩.୫୪ ଲକ୍ଷ ଭାରତୀୟ ଟଙ୍କା) ଏବଂ ସି ବର୍ଗରେ ଥିବା ଲୋକମାନେ ୫.୫୦ ଲକ୍ଷ ପାକିସ୍ତାନୀ ଟଙ୍କା (ଅର୍ଥାତ୍ ୨.୬୦ ଲକ୍ଷ ଭାରତୀୟ ଟଙ୍କା) ପାଇଛନ୍ତ। ପାକିସ୍ତାନ ଏ ବର୍ଗରେ ୩ ଖେଳାଳି, ବି ରେ ୯ ଏବଂ ସି ବର୍ଗରେ ୬ ଖେଳାଳିଙ୍କୁ ସ୍ଥାନିତ କରିଛି। ଯଦି ପାକିସ୍ତାନୀ ଟଙ୍କା ଭାରତୀୟ ମୂଲ୍ୟରେ ରୂପାନ୍ତରିତ ହୁଏ, ତେବେ ପାକିସ୍ତାନ ଦଳର ସମ୍ପୂର୍ଣ୍ଣ ଦରମା ବିରାଟ କୋହଲି ପ୍ରତିବର୍ଷ ପାଇଥିବା ଦରମା ସହିତ ସମାନ। ପାକିସ୍ତାନ ବୋର୍ଡ ପ୍ରତିବର୍ଷ ଖେଳାଳିଙ୍କ ଫି ପାଇଁ ୭.୪ କୋଟି ଟଙ୍କା ଖର୍ଚ୍ଚ କରିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri