Posted inଖେଳ

ଆଇପିଏଲ୍‌ରେ ପ୍ରଥମ ଭାରତୀୟ ଭାବେ ଏହି ଖାସ୍‌ ରେକର୍ଡ କରିପାରନ୍ତି ବିରାଟ କୋହଲି

ବିରାଟ କୋହଲି ତାଙ୍କ ନାମରେ ଅନେକ ରେକର୍ଡ କରିଛନ୍ତି। ଆଇପିଏଲ ୨୦୨୧ରେ ସେ ଏକ ସ୍ବତନ୍ତ୍ର ରେକର୍ଡ ସ୍ଥାପନ କରିପାରିବାର ସୁଯୋଗ ରହିଛି। ଏପର୍ଯ୍ୟନ୍ତ କୌଣସି ଭାରତୀୟ ଏହା କରିନାହାଁନ୍ତି। ଟି -୨୦ ଲିଗ ଏପ୍ରିଲ ୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ପୂର୍ବତନ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। କୋହଲି ବେଙ୍ଗାଲୁରୁ ଦଳର ଅଧିନାୟକ। ଟି -୨୦ ବିଷୟରେ କହିବାକୁ ଗଲେ, ଏପର୍ଯ୍ୟନ୍ତ କୌଣସି ଭାରତୀୟ ଖେଳାଳି ୧୦ ହଜାର ରନ ଛୁଇଁ ନାହାଁନ୍ତି। ୯୭୩୧ ରନ ସହ ବିରାଟ କୋହଲି ସର୍ବାଧିକ ରନ ସ୍କୋରର ଅଟନ୍ତି। ଯଦି କୋହଲି ଚଳିତ ସିଜନରେ ୨୬୯ ରନ ସ୍କୋର କରିବାରେ ସଫଳ ହୁଅନ୍ତି, ତା’ହେଲେ ତାଙ୍କର ୧୦,୦୦୦ରନ ପୂରଣ କରିପାରିବେ। ଏପର୍ଯ୍ୟନ୍ତ କୌଣସି ଭାରତୀୟ ଏହା କରିନାହାଁନ୍ତି। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ୯୦୬୫ ରନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଚଳିତ ସିଜନରେ ୧୦,୦୦୦ ରନ ଆକଳନ ଛୁଇଁବା କଷ୍ଟକର।
ଟି-୨୦ର ରେକର୍ଡକୁ ଦେଖିଲେ ତେବେ ବିଶ୍ୱର ତିନି ଖେଳାଳି ୧୦ ହଜାର କିମ୍ବା ଅଧିକ ରନ ସ୍କୋର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ୍‌ ଏହି ମାମଲାରେ ଶୀର୍ଷରେ ଅଛନ୍ତି। ସେ ୧୩,୭୨୦ ରନ ସ୍କୋର କରିଛନ୍ତି। ସେ ୨୨ ଶତକ ଏବଂ ୮୬ ଅର୍ଦ୍ଧଶତକ ହାସଲ କରିଛନ୍ତି। ୧୦,୬୨୯ ରନ ସହ କାଇରାନ ପୋଲାର୍ଡ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନର ଶୋଏବ ମଲିକ ୧୦,୪୮୮ ରନ ସହ ତୃତୀୟ ସ୍ଥାନରେ ଅଛନ୍ତି। ଗେଲ୍‌ ଆଇପିଏଲରେ ପଞ୍ଜାବ କିଙ୍ଗସରୁ ଖେଳୁଥିବାବେଳେ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି।
ଆଇପିଏଲରେ ସର୍ବାଧିକ ରନ ସ୍କୋର କରିଥିବା ଖେଳାଳିଙ୍କ ବିଷୟରେ କହିବାକୁ ଗଲେ ବିରାଟ କୋହଲି ଏକ ନମ୍ବରରେ ଅଛନ୍ତି। ସେ ୫୮୭୮ ରନ ସ୍କୋର କରିଛନ୍ତି। ୬ ହଜାର ସଂଖ୍ୟାକୁ ଛୁଇଁବା ପାଇଁ ତାଙ୍କୁ ୧୨୨ ରନ ଦରକାର। ଏଭଳି ପରିସ୍ଥିତିରେ ସେ ଟି -୨୦ ଲିଗରେ ୬ ହଜାର ରନ ଛୁଇଁଥିବା ପ୍ରଥମ ଖେଳାଳି ହୋଇପାରନ୍ତି। ୫୩୬୮ ରନ ସହ ସୁରେଶ ରାଇନା ଦ୍ୱିତୀୟ ଏବଂ ଡେଭିଡ ୱାର୍ଣ୍ଣର ୫୨୫୪ ରନ ସହ ତୃତୀୟ ସ୍ଥାନରେ ଅଛନ୍ତି।କେବଳ ଏତିକି ନୁହେଁ, ବିରାଟଙ୍କ ଦଳ ବେଙ୍ଗାଲୁରୁ ୧୩ ସିଜନରେ ଥରେ ବି ଟାଇଟଲ ଜିତିବାରେ ସକ୍ଷମ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri