Posted inଖେଳ

ଇଂଲଣ୍ଡରେ ତ୍ରିରଙ୍ଗା ଉଡାଇଲେ ବିରାଟସେନା

ଲଣ୍ଡନ,୧୫।୮: ଆଜି ସମଗ୍ର ଭାରତ ଏହାର ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲଣ୍ଡନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ତାଙ୍କ ସହିତ କୋଚ ରବି ଶାସ୍ତ୍ରୀ, ଦଳର ଅନ୍ୟ ଖେଳାଳି ଏବଂ ସପୋର୍ଟ ଷ୍ଟାଫର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଟିମ ଇଣ୍ଡିଆ ଏବେ ଇଂଲଣ୍ଡରେ ଅଛି ଏବଂ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଖେଳୁଛି। ୧୫ ଅଗଷ୍ଟ ରବିବାର ଟିମ ଇଣ୍ଡିଆର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରାଯାଇଛି। ଏହି ଭିଡିଓରେ ବିରାଟ ତ୍ରିରଙ୍ଗା ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ କୋଚ ଶାସ୍ତ୍ରୀ ମଧ୍ୟ ଠିଆ ହୋଇଛନ୍ତି। ଏହି ଏକ ମିନିଟ ୪୦ ସେକେଣ୍ଡ ଭିଡିଓରେ ଟିମ ଇଣ୍ଡିଆର ଖେଳାଳିମାନେ ମଧ୍ୟ ଜାତୀୟ ସଙ୍ଗୀତ ଗାନ କରୁଥିବାର ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ସାରା ତେନ୍ଦୁଲକରଙ୍କୁ ନେଇ ଚର୍ଚ୍ଚାରେ ଶୁଭମନ; ପ୍ରଶଂସକ କହୁଛନ୍ତି ‘ଚୋରି ଧରା ପଡ଼ିଗଲା’

ନୂଆଦିଲ୍ଲୀ,୧୫।୨: ପୁଣି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ କ୍ରିକେଟର ଶୁଭମନ ଗିଲ। ମଙ୍ଗଳବାର ଭ୍ୟାଲେଣ୍ଟାଇନ୍‌ ଡେ’ ଉପଲକ୍ଷେ ସେ ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ।...

ମହୀତୋଷଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଚେସ୍‌ ପାଇଁ ଖୁସି ଖବର। ଚେସ୍‌ ତାରକା ମହୀତୋଷ ଦେ’ଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌ ମିଳିଛି। ଗତ ୨ ବର୍ଷ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ଭାରତର ମୁକାବିଲା ପାଇଁ କନ୍‌ଓ୍ବେଙ୍କ ସ୍ବତନ୍ତ୍ର ରଣନୀତି

ଅକଲାଣ୍ଡ,୧୬।୫(ପି.ଟି.): ଜୁନ୍‌ ୧୮ରୁ ୨୨ ତାରିଖ ମଧ୍ୟରେ ସାଉଥାମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)...

ନାଡାଲଙ୍କୁ ମେକ୍ସିକୋ ଓପନ ଟାଇଟଲ

ଲସ ଏଞ୍ଜେଲ୍ସ,୧ା୩- ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କଧାରୀ ରାଫାଲ ନାଡାଲ ଚଳିତ ଏଟିପି ମେକ୍ସିକୋ ଓପନ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ଅଣ ସିଡ୍‌ ଟେଲର ଫ୍ରିଜଙ୍କୁ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଭାରତୀୟ ଅଭିଯାନ ଶେଷ

ମେଲବୋନା,୧୪।୨(ପି.ଟି.): ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ନାମେଣ୍ଟରେ ଅଭିଜ୍ଞ ଭାରତୀୟ ଖେଳାଳି ରୋହନ ବୋପାନ୍ନା ମିକ୍ସଡ ଡବଲ୍ସ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ପ୍ରଥମ ରାଉଣ୍ଡରେ ବୋପାନ୍ନା...

ଇରାନୀ କପ୍‌ରେ ଜୟସ୍ବାଲଙ୍କ ଦ୍ୱିଶତକ

ଗ୍ବାଲିୟର,୨ା୩: ଗ୍ବାଲିୟରର କ୍ୟାପଟେନ୍‌ ରୁପ୍‌ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଇରାନୀ କପ୍‌ ମୁକାବିଲାରେ ଅବଶିଷ୍ଟ ଭାରତ ଏକ ବୃହତ ସ୍କୋର ଆଡକୁ ଅଗ୍ରସର ହେଉଛି।...

ଶ୍ରୀଲଙ୍କା ଲାଗି କର ବା ମର ସ୍ଥିତି

ଚେଷ୍ଟର-ଲି-ଷ୍ଟ୍ରିଟ୍‌,୩୦।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଗାଣିତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଶ୍ରୀଲଙ୍କାର ସେମିଫାଇନାଲ ଆଶା ଏବେ ମଧ୍ୟ ଉଜ୍ଜୀବିତ ରହିଛି। ସୋମବାର ଶ୍ରୀଲଙ୍କା ତା’ର ପରବର୍ତ୍ତୀ...

ଫେରିବା ସଙ୍କେତ ଦେଲେ ଧୋନୀ

ନୂଆଦିଲ୍ଲୀ,୧୬।୧(ପି.ଟି.)- ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ଖେଳାଳିଙ୍କ ତାଲିକାରୁ ବାଦ୍‌ ପଡ଼ିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗୁରୁବାର କ୍ରିକେଟକୁ ଫେରିବା ସଙ୍କେତ ଦେଇଛନ୍ତି।...

Advertisement
Archives

Model This Week