Posted inଖେଳ

ଆହତ ହୋଇଛନ୍ତି କି କୋହଲି? ରୋହିତ ଅଧିନାୟକ ଦାୟିତ୍ୱ ସମ୍ଭାଳିବା ନେଇ ପ୍ରଶ୍ନରେ…

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି ଭାରତ। ଗୁରୁବାର ସିରିଜର ଚତୁର୍ଥ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହା ଏକାଧିକ ଘଟଣାକ୍ରମକୁ ନେଇ ଚର୍ଚ୍ଚାରେ ରହିଛି। ସେଥିରୁ ଗୋଟିଏ ଥିଲା ମ୍ୟାଚ୍‌ ଚାଲିଥିବା ସମୟରେ ଅଧିନାୟକ ବିରାଟ କୋହଲିଙ୍କ ପଡ଼ିଆ ଛାଡ଼ି ଚାଲିଆସିଥିଲେ। ତାଙ୍କ ସ୍ଥାନରେ ଉପଅଧିନାୟକ ରୋହିତ ଶର୍ମା ଦାୟିତ୍ୱ ତୁଲାଇଥିଲେ। ଏହାକୁ ନେଇ ନାନା ପ୍ରଶ୍ନ ଉଠିଥିଲା। କେହି କେହି ସେ ଆହତ ହୋଇଥିବା କହିଥିଲେ। ଏବେ ବିରାଟ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଇଂଲଣ୍ଡ ଟିମ୍‌ ବ୍ୟାଟିଂ କରୁଥିବା ବେଳେ ଶେଷ ୪-୫ ଓଭର ପୂର୍ବରୁ ବିରାଟ ହଠାତ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ପରେ ସେ ଡଗ୍‌ଆଉଟ୍‌ରେ ବାକି ଖେଳାଳିଙ୍କ ସହ ବସିଥିବା ଦେଖିବାକୁ ମିଳିଥିଲା। ଏନେଇ ପଚରାଯିବାରେ ବିରାଟ କହିଛନ୍ତି, ତାଙ୍କୁ ସାମାନ୍ୟ ଆଘାତ ଲାଗିଛି। ବଲ୍‌ ଧରିବାକୁ ଯାଉଥିବା ବେଳେ ଜଙ୍ଘରେ ଆଘାତ ଲାଗିଥିଲା। ଏହା ବେଶି ଗମ୍ଭୀର ନୁହେଁ। ଦିନେ ଦୁଇଦିନ ମଧ୍ୟରେ ସୁସ୍ଥ ହେବା ଭଳି ଲାଗୁଛି। ଆଗକୁ ଶେଷ ଟି୨୦ ଅଛି। ଏଣୁ ୫-୬ ଓଭର ଦୌଡ଼ିବା ଅପେକ୍ଷା ନିଜକୁ ଆରାମ ଦେବା ଠିକ୍‌ ହେବ ଭାବି ବାହାରକୁ ଆସିଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ପରେ ଅବସର ନେଲେ ସୁରେଶ ରାଇନା

ଚେନ୍ନାଇ, ୧୫।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବାର କିଛି ସମୟ ପରେ...

ଦ୍ୱିତୀୟ ଟେଷ୍ଟ:ଦକ୍ଷିଣ ଆଫ୍ରିକା ଟପ୍‌ ଅର୍ଡରର ବିପର୍ଯ୍ୟୟ

ରାଓ୍ବଲପିଣ୍ଡି,୬।୨(ଏପି): ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ପୁଣି ଫେଲ ମାରିଛନ୍ତି। ଫଳରେ ଘରୋଇ ଦଳ ସୁବିଧାଜନକ ସ୍ଥିତିରେ...

ମାଳବିକା ଜିତିଲେ ଟାଇଟଲ

  କନାସ୍‌ (ଲିଥୁଆନିଆ), ୧୪ା୬ (ପି.ଟି.)-ଭାରତର ମାଳବିକା ବନସୋଡ୍‌ ଏଠାରେ ଚାଲିଥିବା ଆରଏସ୍‌ଏଲ୍‌ ଲିଥୁଆନିଆନ ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ...

ଟି-୨୦ ମ୍ୟାଚ୍‌ରେ କେବେ ହାରିନାହାନ୍ତି ଏହି ଦୁଇ ଦଳ

ଦୁବାଇ,୨୮।୧୦: କ୍ରିକେଟ ପ୍ରେମୀମାନେ ଆଜିକାଲି ଟି -୨୦ ବିଶ୍ୱକପ ୨୦୨୧ ଉପଭୋଗ କରୁଛନ୍ତି। ୟୁଏଇ ଏବଂ ଓମାନରେ ଖେଳାଯାଉଥିବା ଟି -୨୦ ବିଶ୍ୱକପରେ ୧୬ଟି ଦେଶ...

ଆହତ ସତ୍ତ୍ୱେ ବୋଲିଂ କରିପାରିବ କି ବୋଲି ସାଇନିଙ୍କୁ ପଚାରିଥିଲେ ରାହାନେ, ମିଳିଥିଲା ଏଭଳି ଜବାବ

ନୂଆଦିଲ୍ଲୀ,୨୩।୧: ଆହତ କାରଣରୁ ବ୍ରିସବେନ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିଲେ ନବଦୀପ ସାଇନି। ହେଲେ ଏତେ ବଡ଼ ସୁଯୋଗକୁ ହାତ ଛଡ଼ା...

ଆସନ୍ତା ୨୨ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: କାଉଣ୍ଟରରେ ଚାଲିଛି ଟିକେଟ ବିକ୍ରି, ରାତିରୁ ଲାଗିଛି ଲମ୍ବା ଲାଇନ

କଟକ ଅଫିସ,୧୯।୧୨: ଆସନ୍ତା ୨୨ ତାରିଖରେ ବାରବାଟୀରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଏକଦିବସୀୟ ତଥା ନିର୍ଣ୍ଣାୟକ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ...

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଭାରତର ପ୍ରଥମେ ବ୍ୟାଟିଂ; କୋହଲି, ଶ୍ରେୟସଙ୍କ ଅର୍ଦ୍ଧଶତକ

ହାମିଲଟନ,୫।୨: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବୁଧବାର ହାମିଲଟନର ସେଡନ ପାର୍କରେ ଆରମ୍ଭ ହୋଇଛି। ଘରୋଇ ଦଳ...

ପିତା-ଭଉଣୀ କଂଗ୍ରେସ, ସ୍ତ୍ରୀ ଭାଜପା: ଜାଡେଜା କହିଲେ, ‘ମୁଁ ଭାଜପାକୁ ସମର୍ଥନ କରୁଛି’

ନୂଆଦିଲ୍ଲୀ, ୧୬।୪: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାଜପାକୁ ସମର୍ଥନ କରି ଏକ ଟୁଇଟ କରିଛନ୍ତି। ବିଶ୍ୱକପ୍‌ ଦଳରେ ଚୟନ ହେବାର କିଛି...

Advertisement
Archives

Model This Week