Posted inଖେଳ

ପଡ଼ିଆ ଭିତରେ ବଟଲରଙ୍କ ସହ କୋହଲିଙ୍କ ତୁ ତୁ ମେଁ ମେଁ: ରାଗିଯାଇ…

ଅହମ୍ମଦାବାଦ,୨୧।୩: ଶନିବାର ଖେଳାଯାଇଥିବା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଓପନର ଜୋସ ବଟଲରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା। ବେଶ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ ହେଁ କେଉଁ କାରଣରୁ ଏହା ଘଟିଛି ସ୍ପଷ୍ଟ ହୋଇନାହିଁ। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିରୋଧୀ ଟିମ୍‌କୁ ଭାରତୀୟ ଦଳ ୨୨୫ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା। ଏହାକୁ ପିଛା କରିବାକୁ ଇଂଲଣ୍ଡ ଦଳ ପଡ଼ିଆକୁ ଓହ୍ଲାଇଥିଲା। ଓପନର ଜୋସ ବଟଲର(୫୨) ଡେଭିଡ ମଲାନ୍‌(୬୮)ଙ୍କ ସହ ମିଶି ୧୩୦ ରନ୍‌ର ଶତକୀୟ ଭାଗିଦାରୀ କରିଥିଲେ। ହେଲେ ୧୩ ଓଭରର ଭୁବନେଶ୍ୱର କୁମାରଙ୍କ ୫ମ ବଲ୍‌ରେ ବଟଲର କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ହେଲେ ନିଜର ଉଇକେଟକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ସେ ଭାରତୀୟ ଖେଳାଳିଙ୍କୁ ଚାହିଁ କିଛି କହିଥିଲେ। ଏହା ବିରାଟକୁ ଆଘାତ ଦେଇଥିଲା। ଏଣୁ ସେ ବଟ୍‌ଲରଙ୍କ ସହ ସିଧା କଥା ହେବାକୁ ଚାଲିଆସିଥିଲେ। ମାମଲା ସେତିକିରେ ଥଣ୍ଡା ପଡ଼ି ନ ଥିଲା। ବଟଲର ଅଟକି ଯାଇ ବିରାଟଙ୍କୁ କିଛି କହିଥିଲେ। ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ଚାଲିଥିଲା। ଶେଷରେ ବିରାଟଙ୍କ କଥା ଶୁଣି ନ ପାରି ବଟଲର ମୁଣ୍ଡ ହଲାଇ ପଡ଼ିଆ ବାହାରକୁ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri