Posted inଖେଳ

ଧୋନୀଙ୍କ ଉପରେ ରାଗିଲେ କୋହଲିଙ୍କ ଫ୍ୟାନ

ନୂଆଦିଲ୍ଲୀ,୯।୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ସ୍ବରୂପ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଜର୍ସି ପଠାଇଥିଲେ। ଏହାକୁ ସହଜରେ ହଜମ କରିପାରି ନାହାନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫ୍ୟାନ୍ସ।

କୌତୁହଳର କଥା ହେଉଛି, ଧୋନୀଙ୍କ ଜଣେ ବଡ଼ ଫ୍ୟାନ ହେଉଛନ୍ତି ରଫ। ଗତ ବର୍ଷ ଟି୨୦ ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପରେ ପାକିସ୍ତାନ ପେସର ଧୋନୀଙ୍କୁ ଭେଟିଥିଲେ। ମ୍ୟାଚ୍‌ର ୩ ମାସ ପରେ ଉପହାର ପଠାଇଥିଲେ ଧୋନୀ। ଉପହାରଟି ଥିଲା, ଗତବର୍ଷର ଆଇପିଏଲ ଚାମ୍ପିୟନ ସିଏସ୍‌କେ ଦଳର ଅଧିନାୟକଙ୍କ ଜର୍ସି।

ଧୋନୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ରଫ ଟୁଇଟରରେ ଲେଖିଥିଲେ“କିମ୍ବଦନ୍ତୀ ଓ କ୍ୟାପଟେନ କୁଲ ଧୋନୀ ମୋତେ ତାଙ୍କ ଶାର୍ଟ ଦେଇ ସମ୍ମାନିତ କରିଛନ୍ତି। ‘୭’ ନମ୍ବର ଜର୍ସି ଏବେ ବି ହୃଦୟ ଜିତୁଛି। ଏଭଳି ସମର୍ଥନ ପାଇଁ ତୁମକୁ ଧନ୍ୟବାଦ”। ଏହାକୁ ନେଇ କିଛି ଫ୍ୟାନ୍ସ ଧୋନୀଙ୍କୁ ପ୍ରଶଂସା କରୁଥିବା ବେଳେ ନିର୍ଦ୍ଧିଷ୍ଟ ଭାବେ କୋହଲିଙ୍କ ପ୍ରଶଂସକ ଏହି ଘଟଣାକୁ ସମାଲୋଚନା କରିଛନ୍ତି।

ଭାରତକୁ ପାକିସ୍ତାନ ୧୦ ଉଇକେଟରେ ହରାଇବା ପରେ ଅଧିନାୟକ କୋହଲି ପାକିସ୍ତାନ ବ୍ୟାଟର ମହମ୍ମଦ ରିଜଓ୍ବାନଙ୍କୁ କୋଳାଗ୍ରତ କରି ଶୁଭେଚ୍ଛା ଦେଇଥିଲେ। ଏହାକୁ କେନ୍ଦ୍ର କରି ସୋସିଆଲ ମିଡିଆରେ କୋହଲିଙ୍କୁ ଦେଶଦ୍ରୋହୀ, ଅଲଜ୍ଜା, ଅବିଶ୍ୱାସୀ କୁହାଯାଇଥିଲା। ଏଥିଯୋଗୁ କୋହଲିଙ୍କ ଫ୍ୟାନ ୟୁଜରଙ୍କ ଦୋମୁହଁା କଥାକୁ ଟାର୍ଗେଟ କରିଛନ୍ତି। ପାକିସ୍ତାନ ଖେଳାଳିଙ୍କୁ ଧୋନୀ ଜର୍ସି ଦେବାରୁ ତାଙ୍କୁ ପ୍ରଶଂସା କରାଯାଉଛି। କିନ୍ତୁ ପାକିସ୍ତାନ ଖେଳାଳିଙ୍କ ପ୍ରତି କୋହଲି ଖେଳୁଆଡ଼ ମନୋଭାବ ଦେଖାଇବାରୁ ତାଙ୍କୁ ସମାଲୋଚନା କରାଯାଇଥିଲା। ଏଥି ନେଇ କୋହଲିଙ୍କ ଅନେକ ଫ୍ୟାନ୍ସ ଧୋନୀଙ୍କୁ ଟ୍ରୋଲ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri