Posted inଖେଳ

ଧୋନୀଙ୍କ ଉପରେ ରାଗିଲେ କୋହଲିଙ୍କ ଫ୍ୟାନ

ନୂଆଦିଲ୍ଲୀ,୯।୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ସ୍ବରୂପ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଜର୍ସି ପଠାଇଥିଲେ। ଏହାକୁ ସହଜରେ ହଜମ କରିପାରି ନାହାନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫ୍ୟାନ୍ସ।

କୌତୁହଳର କଥା ହେଉଛି, ଧୋନୀଙ୍କ ଜଣେ ବଡ଼ ଫ୍ୟାନ ହେଉଛନ୍ତି ରଫ। ଗତ ବର୍ଷ ଟି୨୦ ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପରେ ପାକିସ୍ତାନ ପେସର ଧୋନୀଙ୍କୁ ଭେଟିଥିଲେ। ମ୍ୟାଚ୍‌ର ୩ ମାସ ପରେ ଉପହାର ପଠାଇଥିଲେ ଧୋନୀ। ଉପହାରଟି ଥିଲା, ଗତବର୍ଷର ଆଇପିଏଲ ଚାମ୍ପିୟନ ସିଏସ୍‌କେ ଦଳର ଅଧିନାୟକଙ୍କ ଜର୍ସି।

ଧୋନୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ରଫ ଟୁଇଟରରେ ଲେଖିଥିଲେ“କିମ୍ବଦନ୍ତୀ ଓ କ୍ୟାପଟେନ କୁଲ ଧୋନୀ ମୋତେ ତାଙ୍କ ଶାର୍ଟ ଦେଇ ସମ୍ମାନିତ କରିଛନ୍ତି। ‘୭’ ନମ୍ବର ଜର୍ସି ଏବେ ବି ହୃଦୟ ଜିତୁଛି। ଏଭଳି ସମର୍ଥନ ପାଇଁ ତୁମକୁ ଧନ୍ୟବାଦ”। ଏହାକୁ ନେଇ କିଛି ଫ୍ୟାନ୍ସ ଧୋନୀଙ୍କୁ ପ୍ରଶଂସା କରୁଥିବା ବେଳେ ନିର୍ଦ୍ଧିଷ୍ଟ ଭାବେ କୋହଲିଙ୍କ ପ୍ରଶଂସକ ଏହି ଘଟଣାକୁ ସମାଲୋଚନା କରିଛନ୍ତି।

ଭାରତକୁ ପାକିସ୍ତାନ ୧୦ ଉଇକେଟରେ ହରାଇବା ପରେ ଅଧିନାୟକ କୋହଲି ପାକିସ୍ତାନ ବ୍ୟାଟର ମହମ୍ମଦ ରିଜଓ୍ବାନଙ୍କୁ କୋଳାଗ୍ରତ କରି ଶୁଭେଚ୍ଛା ଦେଇଥିଲେ। ଏହାକୁ କେନ୍ଦ୍ର କରି ସୋସିଆଲ ମିଡିଆରେ କୋହଲିଙ୍କୁ ଦେଶଦ୍ରୋହୀ, ଅଲଜ୍ଜା, ଅବିଶ୍ୱାସୀ କୁହାଯାଇଥିଲା। ଏଥିଯୋଗୁ କୋହଲିଙ୍କ ଫ୍ୟାନ ୟୁଜରଙ୍କ ଦୋମୁହଁା କଥାକୁ ଟାର୍ଗେଟ କରିଛନ୍ତି। ପାକିସ୍ତାନ ଖେଳାଳିଙ୍କୁ ଧୋନୀ ଜର୍ସି ଦେବାରୁ ତାଙ୍କୁ ପ୍ରଶଂସା କରାଯାଉଛି। କିନ୍ତୁ ପାକିସ୍ତାନ ଖେଳାଳିଙ୍କ ପ୍ରତି କୋହଲି ଖେଳୁଆଡ଼ ମନୋଭାବ ଦେଖାଇବାରୁ ତାଙ୍କୁ ସମାଲୋଚନା କରାଯାଇଥିଲା। ଏଥି ନେଇ କୋହଲିଙ୍କ ଅନେକ ଫ୍ୟାନ୍ସ ଧୋନୀଙ୍କୁ ଟ୍ରୋଲ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଆତଙ୍କ: ଇଂଲଣ୍ଡ ଗସ୍ତରୁ ଓହରିଲେ ଆମୀର, ସୋହେଲ

ଲାହୋର,୧୨।୬: ସାରା ବିଶ୍ୱ ଏବେ କରୋନ ଭାଇରସ୍‌ ସହ ଲଢୁଛି। ତେବେ ପାକିସ୍ତାନ ତା’ର ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଜାରି ରଖିଛି। ତେବେ ଏହି...

୧୨ ରନ୍‌ରେ ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ

ମୁମ୍ବାଇ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୧୨ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୨ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ହରାଇଛି। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରି...

ସର୍ବଭାରତୀୟ ଚେସ୍‌ ମହାସଂଘ ନିର୍ବାଚନ: ଅଜୟ ସଭାପତି, ଭରତ ସମ୍ପାଦକ

ଚେନ୍ନାଇ, ୧୨।୨ (ପି.ଟି.)- ସର୍ବଭାରତୀୟ ଚେସ୍‌ ମହାସଂଘର (ଏଆଇସିଏଫ୍‌) ନୂତନ ସଭାପତି ଭାବେ ଅଜୟ ପଟେଲ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଭରତ ସିଂ ଚୌହାନ...

ରାଜସ୍ଥାନ ରୟାଲ୍ସ ପାଇଁ ଖୁସି ଖବର: ଦଳକୁ ଫେରିବେ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି

ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଖୁସି ଖବର ମିଳିଛି। ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଜୋଫ୍ରା ଆର୍ଚର ଦଳକୁ ଫେରିବେ ବୋଲି ଜଣାପଡିଛି। ଭାରତ ବିପକ୍ଷ ଏକଦିବସୀୟ...

ଅଧ୍ୟକ୍ଷ ପଦ ଯିବା ପରେ ଗାଙ୍ଗୁଲିଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର୍‌ ବିନ୍ନି...

ଟିମ୍‌ ଇଣ୍ଡିଆର ଏହି ଖେଳାଳିଙ୍କୁ ଅସଲ ମ୍ୟାଚ୍‌ ଓ୍ବିନର୍‌ କହିଲେ ଦିଶା ପଟାନୀ

ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ଦିଶା ପଟାନୀ ଏବଂ ଆଦିତ୍ୟ ରୟ କପୁର ଖୁବ୍‌ଶୀଘ୍ର ମୋହିତ ସୂରୀଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’ରେ ନଜରକୁ ଆସିବେ। ଫିଲ୍ମର ପ୍ରମୋଶନରେ...

ଜରିନ୍‌ଙ୍କୁ ହରାଇଲେ ମେରୀକମ୍‌: ମ୍ୟାଚ୍‌ ପରେ ଫୁଲ ଡ୍ରାମା

ନୂଆଦିଲ୍ଲୀ, ୨୮।୧୨- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ (୫୧ କିଲୋ କାଟେଗୋରି) ଟ୍ରାଏଲରେ ନିଖତ ଜରିନଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ ଆସନ୍ତା...

ମଙ୍ଗଳବାର ଭାରତ-ଶ୍ରୀଲଙ୍କା ପ୍ରଥମ ଏକଦିବସୀୟ: ସିରିଜ ଜିତିବା ଟିମ୍‌ ଇଣ୍ଡିଆର ଲକ୍ଷ୍ୟ…

ଗୁଆହାଟୀ,୯।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ତିନୋଟି ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ୧୦ ଜାନୁଆରୀ ମଙ୍ଗଳବାର ଖେଳାଯିବ। ଦୁଇ ଦଳ ମଧ୍ୟରେ...

Advertisement
Archives

Model This Week